ଏହି ଅଭିନେତ୍ରୀଙ୍କ ମୁହଁରୁ “ଆଇ ଲଭ୍ ୟୂ” କହିବାକୁ ବାଧ୍ୟ କରାଇଥିଲେ ଏହି ଅଭିନେତା ! ଆଉ ତା’ପରେ…

ରେଣୁକା ଶହାଣେ ଓ ଆଶୁତୋଷ ରାଣାଙ୍କ ବିବାହକୁ ୧୯ ବର୍ଷ ହୋଇଗଲାଣି । ଏହି ଉପଲକ୍ଷେ ଦୁହେଁ ପରସ୍ପରକୁ ସୋସିଆଲ ମେଡିଆରେ ଅଭିନନ୍ଦନ ଜଣାଇଛନ୍ତି । ରେଣୁକା ଆଶୁତୋଷଙ୍କ ସହିତ ନିଜର ଫୋଟୋ ସେୟାର କରି ଲେଖିଛନ୍ତି, “ତୁମେ ଓ ମୁଁ, ଅତି ସୁନ୍ଦର ଦୁନିଆ, ବାସ୍ତବରେ ଏହା ଆମ ପାଇଁ ଏକ ସ୍ମରଣୀୟ ମୂହୁର୍ତ୍ତ ।” ଆଶୁତୋଷ ପତ୍ନୀଙ୍କର ଏହି ପୋଷ୍ଟକୁ ଟ୍ୱିଟରରେ ସେୟାର କରି ଲେଖିଛନ୍ତି- ତୁମେ ହିଁ ମୋର ପ୍ରେମ ନିବେଦନ, ତୁମେ ହିଁ ଜୀବନର ସର୍ବସ୍ଵ, ତୁମେ ହିଁ ମୋର ପରମ ଚେତନା, ତୁମେ ହିଁ ତାହାର ବିସ୍ତାର । ସଦାସର୍ବଦା ତୁମକୁ ହୃଦୟରୁ ଧନ୍ୟବାଦ । ଏହି ଦୁହିଁଙ୍କ ଲୋଭ ଷ୍ଟୋରୀ କୌଣସି ଫିଲ୍ମର କାହାଣୀ ଠାରୁ କମ ନୁହେଁ ।

ଆଶୁତୋଷ ୧୯ ବର୍ଷୀୟ ରେଣୁକାଙ୍କୁ ବିବାହ କରିଥିଲେ । ହୁଏତ ରେଣୁକାଙ୍କୁ ବିବାହ କରିବା ସହଜ ନଥିଲା । କାରଣ ରେଣୁକା ପୂର୍ବରୁ ବିବାହିତା ଥିଲେ କିନ୍ତୁ ପୂର୍ବ ସ୍ଵାମୀଙ୍କ ଠାରୁ ଛାଡ଼ପତ୍ର ହୋଇଯାଇଥିଲା ଓ ଦ୍ଵିତୀୟ ବିବାହ ପାଇଁ ପ୍ରସ୍ତୁତ ନଥିଲେ । କିନ୍ତୁ ଆଶୁତୋଷ ନିଷ୍ପତ୍ତି ନେଇଥିଲେ ଯେ, କିଛି ବି କରି ରେଣୁକାଙ୍କୁ “ଆଇ ଲଭ୍ ୟୂ” କହିବାକୁ ବାଧ୍ୟ କରିଦେବେ ଏବଂ ଏହିପରି ହିଁ ହୋଇଥିଲା । ଆଶୁତୋଷ ନିଜର ଲୋଭ ଷ୍ଟୋରୀ କିଛି ବର୍ଷ ପୂର୍ବରୁ ଏକ ଇଣ୍ଟରଭ୍ୟୁରେ କହିଥିଲେ ।

ଏହି ଦାମ୍ପତ୍ତିଙ୍କର ପ୍ରଥମ ସାକ୍ଷାତ ନିର୍ଦ୍ଦେଶକ ହଂସଲ ମେହତାଙ୍କର ଏକ ଫିଲ୍ମର ଶୁଟିଂ କାରଣରୁ ହୋଇଥିଲା । ଉଭୟଙ୍କର ସାକ୍ଷାତ ଗାୟକ ରାଜେଶ୍ୱରୀ ସଚଦେବ କରାଇଥିଲେ । ସେହି ସମୟ ପର୍ଯ୍ୟନ୍ତ ରେଣୁକା ଆଶୁତୋଷଙ୍କୁ ଆଦୋୖ ଜାଣିନଥିଲେ । ପ୍ରଥମ ଦେଖାରେ ହିଁ ଆଶୁତୋଷଙ୍କୁ ରେଣୁକା ପସନ୍ଦ ଆସିଥିଲେ ଏବଂ ସେ ତାଙ୍କୁ ଭଲ ପାଇଯାଇଥିଲେ ।

ସେଠାରେ ଆଶୁତୋଷ ନିଷ୍ପତ୍ତି ନେଇଥିଲେ ଯେ- “କୌଣସି ମତରେ ମୁଁ ରେଣୁକାଙ୍କୁ “ଆଇ ଲୋଭ୍ ୟୂ” କହିବାକୁ ବାଧ୍ୟ କରିବି । ସେ ଗୋଆରେ ଶୁଟିଂ କରୁଥିବା ସମୟରେ ମୁଁ ଫୋନରେ ତାଙ୍କୁ ଏକ କବିତା ଶୁଣାଇଥିଲି । ଏହି କବିତାରେ ମୁଁ ତାଙ୍କୁ ସ୍ଵୀକାର, ବାରଣ, ନୀରବତା, ନିସଙ୍ଗତା ସବୁକିଛି ଲେଖିଥିଲି । ଏହି କବିତାକୁ ଶୁଣିବା ପରେ ସେ ମୋତେ “ଆଇ ଲୋଭ ୟୂ” କହିଥିଲେ । ଏହା ଶୁଣି ମୁଁ ଖୁସିରେ ପାଗଳ ହୋଇଯାଇଥିଲି ।”

ରେଣୁକା ପ୍ରଥମ ବିବାହ ମରାଠୀ ଥିଏଟରର ଜଣେ ନିର୍ଦ୍ଦେଶକ ବିଜୟ କେନକରେଙ୍କ ସହିତ ହୋଇଥିଲା । ତାଙ୍କ ମନରେ ବିବାହକୁ ନେଇ କିଛି ସନ୍ଦେହ ଥିଲା । ତାଙ୍କ ମାଆ ମଧ୍ୟ ତାଙ୍କ ବିବାହକୁ ନେଇ ଚିନ୍ତିତ ଥିଲେ । ମାତ୍ର ଏସବୁ ସତ୍ୱେ ୨ ବର୍ଷ ପରେ ଦୁହେଁ ବିବାହ କରିଥିଲେ । ଆଶୁତୋଷ ଓ ରେଣୁକାଙ୍କର ଦୁଇ ପୁଅ ଶୌର୍ଯ୍ୟମନ ଏବଂ ସତ୍ୟେନ୍ଦ୍ର ।

ଆଶୁତୋଷ କହିଥିଲେ ଯେ- “ମୁଁ ଓ ରେଣୁକା ସମ୍ପୂର୍ଣ୍ଣ ବିପରୀତ । ସେ ସହରୀ ଓ ମୁଁ ଗାଉଁଲୀ । ସେ ସବୁ କାର୍ଯ୍ୟରେ ଆଗୁଆ ଓ ମୁଁ ସମ୍ପୂର୍ଣ୍ଣ ବିପରୀତ । ସେ ରାତି ୧୦ଟା ପରେ କାହାରି ଫୋନ ଉଠାନ୍ତି ନାହିଁ ମାତ୍ର ମୋର ଦିନ, ରାତି ପରେ ଆରମ୍ଭ ହୋଇଥାଏ । ମୋତେ କବିତା ଖୁବ୍ ପସନ୍ଦ କିନ୍ତୁ ରେଣୁକା କବିତା ପସନ୍ଦ କରନ୍ତି ନାହିଁ ।”

Be the first to comment

Leave a Reply

Your email address will not be published.


*