‘One woman man’ ଅଟନ୍ତି ବଲିଉଡର ଏହି ୬ ଅଭିନେତା । ବିବାହ ପରେ ଅନ୍ୟ କୌଣସି ଦ୍ୱିତୀୟ ଅଭିନେତ୍ରୀଙ୍କ ପ୍ରତି ଆକର୍ଷିତ ହୋଇନାହାନ୍ତି ।

ଫିଲ୍ମ ଇଣ୍ଡଷ୍ଟ୍ରିରେ ନୂତନ ପ୍ରେମ କାହାଣୀ ଜନ୍ମ ହେବାରେ ଲାଗିଛି । ବଲିଉଡ ତାରକାମାନେ ସେମାନଙ୍କ ବିବାହ ବ୍ୟତୀତ ସେମାନଙ୍କର ଅତିରିକ୍ତ ସମ୍ପର୍କକୁ ନେଇ ଅଧିକ ଚର୍ଚ୍ଚିତ ରୁହନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଆପଣ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅତିରିକ୍ତ ସମ୍ବନ୍ଧର ଅନେକ କାହାଣୀ ଶୁଣିଥିବେ । ଏହି ତାଲିକାରେ ବଡ ବଡ ନାମ ଅନ୍ତର୍ଭୁକ୍ତ ରହିଛି, ଯିଏ ବିବାହ ପରେ ମଧ୍ୟ ପ୍ରେମ ସମ୍ପର୍କରେ ଅବା ଅବୈଧ ସମ୍ପର୍କରେ ଲିପ୍ତ ରହିଥିଲେ । ବଲିଉଡରେ ଅମିତାଭ ବଚ୍ଚନ, ଦିଲୀପ କୁମାର, ଧର୍ମେନ୍ଦ୍ର, ଅମୀର ଖାନ, ଅଜୟ ଦେବଗନ ଠାରୁ ହ୍ରିତିକ ରୋଶନ ପର୍ଯ୍ୟନ୍ତ ଅନେକ ତାରକା ଅଛନ୍ତି, ଯେଉଁମାନେ ବିବାହ ସତ୍ତ୍ୱେ ଅନ୍ୟ ସୁନ୍ଦରୀମାନଙ୍କ ପ୍ରେମରେ ପାଗଳ ଥିଲେ । କିନ୍ତୁ ଇଣ୍ଡଷ୍ଟ୍ରିରେ କିଛି ଏମିତି ତାରକା ମଧ୍ୟ ଅଛନ୍ତି, ଯେଉଁମାନେ ବିବାହ ପରେ ପତ୍ନୀଭକ୍ତ ହୋଇରହିଛନ୍ତି ଏବଂ ନିଜ ପତ୍ନୀ ବ୍ୟତୀତ ଅନ୍ୟ କାହାକୁ ହୃଦୟ ଦେଇନାହାନ୍ତି । ଆଜିର ଏହି ଅନୁଛେଦରେ, ଆମେ ଆପଣଙ୍କୁ ଏପରି ତାରାମାନଙ୍କ ବିଷୟରେ କହିବାକୁ ଯାଉଛୁ ।

ଅଭିଷେକ ବଚ୍ଚନ :

ଅଭିଷେକ ବଚ୍ଚନ ଓ ଐଶ୍ୱର୍ଯ୍ୟା ରାୟଙ୍କୁ ଇଣ୍ଡଷ୍ଟ୍ରିରେ ଆଦର୍ଶ ଦମ୍ପତି ଭାବରେ ବିବେଚନା କରାଯାଏ । ଐଶ୍ୱର୍ଯ୍ୟାଙ୍କୁ ବିବାହ କରିବା ପୂର୍ବରୁ ଅଭିଷେକ ବଚ୍ଚନଙ୍କ ନାମ ବଲିଉଡ ଅଭିନେତ୍ରୀ କରିସ୍ମା କପୁର ଏବଂ ରାନୀ ମୁଖାର୍ଜୀଙ୍କ ସହ ଜଡିତ ଥିଲା । ଏପରିକି କରିସ୍ମା ଓ ଅଭିଷେକଙ୍କ ନିର୍ବନ୍ଧ ମଧ୍ୟ ହୋଇଥିଲା କିନ୍ତୁ କିଛି ମାସ ପରେ ସେମାନଙ୍କ ସମ୍ପର୍କରେ ତିକ୍ତତା ଆସିବା ଯୋଗୁଁ ସମ୍ପର୍କରେ ପୂର୍ଣ୍ଣଛେଦ ପଡିଯାଇଥିଲା । ରାନୀ ମୁଖାର୍ଜୀ ମଧ୍ୟ ବଚ୍ଚନ ପରିବାରର ବୋହୂ ହେବାକୁ ଚାହୁଁଥିଲେ କିନ୍ତୁ ଐଶ୍ୱର୍ଯ୍ୟା ରାୟ ଏହି ବାଜି ଜିତିଥିଲେ । ଐଶ୍ୱର୍ଯ୍ୟାଙ୍କୁ ବିବାହ କରିବା ପରେ ଅଭିଷେକ ଜଣେ ସମ୍ପୂର୍ଣ୍ଣ ଫାମିଲି ମ୍ୟାନ ହୋଇଯାଇଛନ୍ତି । ଏବେ ଅଭିଷେକଙ୍କ ପାଇଁ ତାଙ୍କ ପତ୍ନୀ ଐଶ୍ୱର୍ଯ୍ୟା ଓ ଝିଅ ଆରାଧ୍ୟା ସବୁକିଛି ।

ବବି ଦେଓଲ :

ବବି ଦେଓଲ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଅଭିନେତା । ବିବାହ ପରେ ମଧ୍ୟ ବବି ଦେଓଲଙ୍କ ପିତା ଧର୍ମେନ୍ଦ୍ର ଓ ଭାଇ ସନ୍ନି ଦେଓଲ ଅନ୍ୟ ଅଭିନେତ୍ରୀଙ୍କ ସହ ପ୍ରେମ ସମ୍ପର୍କ ରହିଥିଲା । ଏହି ମାମଲାରେ ସନ୍ନି ତାଙ୍କ ପତ୍ନୀ ପୂଜାଙ୍କ ପ୍ରତି ବିଶ୍ୱସ୍ତ ରହିଛନ୍ତି । ବବିଙ୍କ ବିବାହ ୨୪ ବର୍ଷରୁ ଅଧିକ ସମୟ ବିତିଗଲାଣି କିନ୍ତୁ ଏଥିମଧ୍ୟରେ, ଥରେ ବି ବବିଙ୍କ ଅନ୍ୟ ମହିଳାଙ୍କ ସହ ସମ୍ପର୍କର ଖବର ଆସିନାହିଁ । ବବି ଏବଂ ତାନିଆଙ୍କର ପ୍ରେମ ବିବାହ ହୋଇଥିଲା । ବବି ତାନିଆଙ୍କୁ ଗଭୀର ଭାବେ ପ୍ରେମ କରନ୍ତି । କେବଳ ଏତିକି ନୁହେଁ, ବବି ତାନିଆଙ୍କୁ ଘର ସାଜସଜ୍ଜା ବୃତ୍ତିରେ ମଧ୍ୟ ପୂର୍ଣ୍ଣ ସମର୍ଥନ କରନ୍ତି ।

ସୁନୀଲ ଶେଟ୍ଟୀ :

ସୁନୀଲ ଶେଟ୍ଟୀ ମାନା କାଦ୍ରିଙ୍କୁ ବିବାହ କରିଛନ୍ତି । ଦୁହିଁଙ୍କ ବିବାହ ୨୯ବର୍ଷ ବିତିଗଲାଣି କିନ୍ତୁ ଏହି ସମୟ ମଧ୍ୟରେ ସୁନୀଲଙ୍କ ହୃଦୟ ଅନ୍ୟ କୋୖଣସି ସୁନ୍ଦରୀଙ୍କ ପ୍ରତି ଆସିନାହିଁ । ୯୦ ଦଶକରେ ସୁନୀଲ ଶେଟ୍ଟୀ ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ହିରୋ ଥିଲେ । ସୁନୀଲଙ୍କ ବ୍ୟକ୍ତିତ୍ୱରେ ଝିଅମାନେ ମନ୍ତ୍ରମୁଗ୍ଧ ଥିଲେ । ତାଙ୍କୁ ଚାହୁଁଥିବା ତାଲିକାରେ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ମଧ୍ୟ ଥିଲେ । ସୁନୀଲ ବିବାହିତ ବୋଲି ଜାଣି ମଧ୍ୟ ସୋନାଲି ତାଙ୍କୁ ଭଲ ପାଉଥିଲେ । ସୁନୀଲ ତାଙ୍କ ପତ୍ନୀ ମାନାଙ୍କୁ ଏତେ ଭଲ ପାଆନ୍ତି ଯେ, ସେ ସୋନାଲିଙ୍କ ସହ କେବଳ ବନ୍ଧୁତା ସମ୍ପର୍କ ରଖିଥିଲେ ।

ସୋନୁ ସୁଦ :

ସୋନୁ ସୁଦ ଇଣ୍ଡଷ୍ଟ୍ରିରେ ହିରୋ ନୁହଁ ବରଂ ଜଣେ ଭିଲେନ୍ ଭାବରେ ପରିଚିତ । ତେବେ କରୋନା ଭାଇରସ୍ ହେତୁ ସୋନୁ ଲକଡାଉନରେ ଜଣେ ରିଏଲ ଲାଇଫ୍ ହିରୋ ଭାବରେ ଉଭା ହୋଇଛନ୍ତି । ସୋନୁଙ୍କ ପତ୍ନୀଙ୍କ ନାମ ସୋନାଲି, ଯାହାଙ୍କୁ ସେ ବହୁତ ଭଲ ପାଆନ୍ତି । ସୋନୁ ସୁଦ ଫିଲ୍ମ ଆସିବା ପୂର୍ବରୁ ସୋନାଲିଙ୍କୁ ବିବାହ କରିସାରିଥିଲେ । ଫିଲ୍ମ ଇଣ୍ଡଷ୍ଟ୍ରିରେ ସଫଳତା ହାସଲ କରିବା ପରେ ମଧ୍ୟ ସୋନୁଙ୍କ ହୃଦୟ ଅନ୍ୟ କୌଣସି ସୁନ୍ଦର ମହିଳାଙ୍କ ଉପରେ ଆସିନାହିଁ । ସୋନୁ ଏବଂ ସୋନାଲି ୨୫ ବର୍ଷ ହେଲା ବିବାହ କରିଛନ୍ତି ଏବଂ ଆଜି ମଧ୍ୟ ଦୁହେଁ ପରସ୍ପରକୁ ବହୁତ ଭଲ ପାଆନ୍ତି ।

ସାହିଦ କପୁର :

ବିଶ୍ୱସ୍ତ ସ୍ୱାମୀଙ୍କ ତାଲିକା ବିଷୟରେ କହିବାକୁ ଗଲେ ସାହିଦ କପୁରଙ୍କ ନାମ ନିଶ୍ଚିତ ଭାବେ ଏଥିରେ ଆସିବ । ସାହିଦଙ୍କ ଧର୍ମ ପତ୍ନୀଙ୍କ ନାମ ମୀରା ରାଜପୁତ୍ । ଯେତେବେଳେ ସାହିଦଙ୍କ ଜୀବନରେ ମୀରାଙ୍କ ପ୍ରବେଶ ହୋଇଥିଲା, ସେତେବେଳେ ବଲିଉଡର ଏହି ମିଷ୍ଟର କାସାନୋଭା ମଧ୍ୟ ଜଣେ ପ୍ରଫେଫ୍ଟ ହଜବ୍ୟାଣ୍ଟ ହୋଇଗଲେ । ମୀରା ରାଜପୁତଙ୍କୁ ବିବାହ କରିବା ପୂର୍ବରୁ ସାହିଦଙ୍କ ନାମ ପ୍ରିୟଙ୍କା ଚୋପ୍ରା, କରୀନା କପୁର ଓ ବିଦ୍ୟା ବାଲାନଙ୍କ ପରି ଅନେକ ବଡ ବଡ ବଲିଉଡ ଅଭିନେତ୍ରୀଙ୍କ ସହ ଜଡିତ ଥିଲା । ତେବେ ବିବାହ ପରେ ସାହିଦ ତାଙ୍କ ପତ୍ନୀ ମୀରାଙ୍କ ପାଇଁ ସମ୍ପୂର୍ଣ୍ଣ ଉତ୍ସର୍ଗୀକୃତ । ଉଭୟ ପରସ୍ପରକୁ ବହୁତ ଭଲ ପାଆନ୍ତି ଏବଂ ସୋସିଆଲ ମିଡିଆରେ ମଧ୍ୟ ନିଜର ଅତୁଟ ପ୍ରେମ ପ୍ରକାଶ କରନ୍ତି ।

ରିତେଶ ଦେଶମୁଖ :

ରିତେଶ ଦେଶମୁଖ ଏବଂ ଜେନେଲିଆ ଡିସୁଜାଙ୍କ ଯୋଡି ବଲିଉଡର ସବୁଠାରୁ ସୁନ୍ଦର ଯୋଡ଼ି । ଉଭୟ ଯୋଡିଙ୍କୁ ଫ୍ୟାନମାନେ ମଧ୍ୟ ବହୁତ ପସନ୍ଦ କରନ୍ତି । ଜେନେଲିଆ ଏବଂ ରିତେଶ ଏକାଠି “ତୁଜେ ମେରୀ କସମ” ଚଳଚ୍ଚିତ୍ରରେ ଡେବ୍ୟୁ କରିଥିଲେ । ଫିଲ୍ମର ସୁଟିଂ ସମୟରେ ହିଁ ଦୁହେଁ ପରସ୍ପରକୁ ପ୍ରେମ କରିବସିଥିଲେ । ଉଭୟ ବିବାହ ପୂର୍ବରୁ ୧୦ବର୍ଷ ଧରି ସମ୍ପର୍କ ରଖିଥିଲେ । ଜେନେଲିଆ ଓ ରିତେଶଙ୍କ ବିବାହ ୮ବର୍ଷ ବିତିଗଲାଣି ଏବଂ ଆଜି ମଧ୍ୟ ଏହି ଦମ୍ପତି ପରସ୍ପରକୁ ଜୀବନ ଦେଇ ଭଲ ପାଆନ୍ତି । ବିବାହର ଏତେ ବର୍ଷ ପରେ ମଧ୍ୟ ଅନ୍ୟ କୌଣସି ମହିଳାଙ୍କ ସହ ରିତେଶ ସମ୍ପର୍କରେ ଥିବା ଖବର ଆସିନାହିଁ ।

Be the first to comment

Leave a Reply

Your email address will not be published.


*