ମୋର ଦୁଇଟି ସନ୍ତାନ ଜେଲରେ ଥିବା ସମୟରେ ମୁଁ ଆତ୍ମହତ୍ୟା କରିବା ପାଇଁ ଚିନ୍ତା କରୁଥିଲି ! ପ୍ରେମ କରିବାର ଦଣ୍ଡ ମିଳିଲା ମୋ ଝିଅକୁ- ରିୟାଙ୍କ ମାଆ…

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ ଆଙ୍ଗଲ ସାମ୍ନାକୁ ଆସିବା ପରେ ରିୟା ଚକ୍ରବର୍ତ୍ତୀ ଗତ ଏକ ମାସ ହେବ ଜେଲରେ ବନ୍ଦ ଥିଲେ । ରିୟା ଚକ୍ରବର୍ତ୍ତୀ ଜେଲରୁ ଏବେ ଘରକୁ ଫେରିଛନ୍ତି କିନ୍ତୁ ତାଙ୍କ ସାନଭାଇ ଶୋଭିକ ଏବେ ମଧ୍ୟ ଜେଲରେ ଅଛନ୍ତି । ରିୟାଙ୍କ ଘରେ ପହଞ୍ଚିବା ପରେ ରିୟାଙ୍କ ମାତା ସନ୍ଧ୍ୟା ଚକ୍ରବର୍ତ୍ତୀ ପ୍ରଥମ ଥର ପାଇଁ ନିରବତା ଭଙ୍ଗ କରି କହିଥିଲେ ଯେ ପିଲାମାନେ ଗିରଫ ହେବା ପରେ ତାଙ୍କ ମନରେ ମଧ୍ୟ ଆତ୍ମହତ୍ୟା କରିବାର ବିଚାର ଆସିଥିଲା ।

ରିୟାଙ୍କ ଘରେ ପହଞ୍ଚିବା ପରେ ତାଙ୍କ ମାଆ ସନ୍ଧ୍ୟା ଚକ୍ରବର୍ତ୍ତୀ, ଏକ ୱେବପୋର୍ଟାଲକୁ ଦିଆଯାଇଥିବା ଏକ ସାକ୍ଷାତକାରରେ ତାଙ୍କ ପରିବାର ବିଷୟରେ ଚିନ୍ତା ପ୍ରକାଶ କରିଥିଲେ । ରିୟାଙ୍କ ମାଆ ନିଜର କ୍ରୋଧ ଓ ଦୁଃଖ ପ୍ରକାଶ କରି କହିଛନ୍ତି ଯେ ତାଙ୍କ ପରିବାର ବର୍ବାଦ ହୋଇଯାଇଛି । ରିୟାଙ୍କ ମାତା ସନ୍ଧ୍ୟା ଚକ୍ରବର୍ତ୍ତୀ କହିଛନ୍ତି ଯେ, ଯେତେବେଳେ ମୋର ଦୁଇ ପିଲାଙ୍କୁ ଗିରଫ କରାଯାଇ ଜେଲକୁ ପଠାଗଲା ସେତେବେଳେ ମୋର ମନକୁ ଆତ୍ମହତ୍ୟା କରିବା ପାଇଁ ବିଚାର ଆସିଲା ଏବଂ ଏଥିପାଇଁ ମୋତେ ଥେରାପି ନେବାକୁ ପଡିଲା ।

ଯେତେବେଳେ ବି ମୋର ଏପରି ଚିନ୍ତାଧାରା ଆସେ, ମୁଁ ଭାବେ ଯେ ମୋତେ କେବଳ ମୋ ପିଲାମାନଙ୍କ ପାଇଁ ବଞ୍ଚିବାକୁ ପଡିବ । ମୁଁ ମୋ ଝିଅ ପାଇଁ ଗର୍ବିତ । ସେ ଅଳ୍ପ ବୟସରେ ବହୁତ କିଛି ସହିଛି… !

ସନ୍ଧ୍ୟା ଚକ୍ରବର୍ତ୍ତୀ ଆହୁରି କହିଛନ୍ତି ଯେ, ଆମ ଝିଅ ପାଇଁ ଆମେ ଗର୍ବିତ, ସବୁ ସମୟରେ ସେ ନିଜର ସ୍ୱାଭିମାନ ବଜାୟ ରଖିଛି । ଜଣା ନାହିଁ ତା ସହ କିପରି ବ୍ୟବହାର ହୋଇଛି ତଥାପି ସେ ନିଜର ସମ୍ମାନ ସବୁବେଳେ ରକ୍ଷା କରିଛି । ସେ ଘରକୁ ଆସିବା ପରେ ସେ ଆମକୁ ଦେଖି କହିଲା, “ତୁମେମାନେ ଏତେ ଦୁଃଖିତ କାହିଁକି ? ଆମକୁ ମଜବୁତ ରହି ଲଢ଼ିବାକୁ ପଡିବ” କିନ୍ତୁ ଆମେ ଲଢ଼ୁଛୁ କାହା ସହ ? ଜନସାଧାରଣଙ୍କୁ ସନ୍ତୁଷ୍ଟ କରିବା ପାଇଁ କାହାକୁ ଗିରଫ କରିବା ଦରକାର ଥିଲା ଏବଂ ରିୟାକୁ ଏହାର ମୂଲ୍ୟ ଦେବାକୁ ପଡ଼ିଲା, ସେ ପୁଣି ଏମିତି ଏକ ଲୋକକୁ ଭଲ ପାଇବା ଏବଂ ତାର ଯତ୍ନ ନେବା ପାଇଁ ଯାହାକୁ ସେ ହଜେଇ ସାରିଥିଲା ଏବଂ ଏଥିପାଇଁ ତାଙ୍କୁ ପୁରା ସହରରେ ଟାଣି ନିଆଯାଇଥିଲା ।

ରିୟାଙ୍କ ମାଆ ସନ୍ଧ୍ୟା ଆହୁରି କହିଛନ୍ତି, ମୁଁ ଅନେକ ଦିନ ପର୍ଯ୍ୟନ୍ତ ନା ଶୋଇପାରିଛି ନା କିଛି ଖାଇ ପାରିଛି ! ଏହି ମାମଲା ମୋର ସ୍ୱାମୀଙ୍କୁ ମଧ୍ୟ ବହୁତ ପ୍ରଭାବିତ କରିଥିଲା । ତାଙ୍କ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଏହାର ଖରାପ ପ୍ରଭାବ ପଡିଛି । ବର୍ତ୍ତମାନ ରିୟାଙ୍କୁ ଜାମିନ ମିଳିବା ପରେ ପୁଅ ଶୋଭିକ ମଧ୍ୟ ଖୁବ ଶୀଘ୍ର ମୁକ୍ତ ହେବ ।

ସନ୍ଧ୍ୟା ଚକ୍ରବର୍ତ୍ତୀ କହିଛନ୍ତି, ମୋର ବିଶ୍ୱାସ ଯେ ମୋ ଝିଅ ଏସବୁରୁ ବାହାରିବା ଅତ୍ୟନ୍ତ ଜରୁରୀ ଅଟେ । ମୁଁ ଜାଣେ ସେ ଜଣେ ଯୋଦ୍ଧା । ତାକୁ ଶକ୍ତିଶାଳୀ ହେବାକୁ ପଡିବ । ମୁଁ ଭାବୁଛି ମୁଁ ବର୍ତ୍ତମାନ ତାର ଥେରାପି କରାଇବି । ସେ ପୁନର୍ବାର ବଞ୍ଚିବା ଆବଶ୍ୟକ । ସନ୍ଧ୍ୟା ଏହା ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନ ଭୟର ବାତାବରଣ ସୃଷ୍ଟି ହୋଇଛି । ଆମ ଘର ବାହାରେ ଆମେ ସିସିଟିଭି କ୍ୟାମେରା ଲଗାଇଛୁ ଯାହାଦ୍ୱାରା ଆମକୁ ଘରକୁ କେହି ଆସିବା ପୂର୍ବରୁ ଆମେ ପ୍ରଥମେ ଜାଣିପାରିବୁ ।

ରିୟାଙ୍କ ମାଆ କହିଛନ୍ତି ଯେ କେବେକେବେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଏବଂ କେବେକେବେ ସାମ୍ବାଦିକମାନେ ହଠାତ ଘରକୁ ଆସୁଥିବାରୁ ଆମେ ବହୁତ ଡରିଯାଇଛୁ । କେବଳ ଏତିକି ନୁହେଁ, ସୁଶାନ୍ତ ମାମଲାରେ ତାଙ୍କ ପରିବାର ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଓ ବ୍ୟବହାର ନେଇ ସନ୍ଧ୍ୟା ଚକ୍ରବର୍ତ୍ତୀ ଅତ୍ୟନ୍ତ କ୍ରୋଧିତ ଓ ବିଚଳିତ ହୋଇଯାଇଛନ୍ତି । ମିଥ୍ୟା ଅଭିଯୋଗ ହେତୁ ଆମର ପୁରା ପରିବାର ବର୍ବାଦ ହୋଇଯାଇଛି ବୋଲି ସନ୍ଧ୍ୟା କହିଛନ୍ତି ।

ତେବେ ବର୍ତ୍ତମାନ ରିୟାଙ୍କ ମାଆ ଅପେକ୍ଷା କରିଛନ୍ତି ଯେ ଯେମିତି ରିୟା ଜେଲରୁ ବାହାରିଲେ ସେମିତି ତାଙ୍କ ପୁଅ ଶୋଭିକ ମଧ୍ୟ ଶୀଘ୍ର ବାହାରକୁ ଆସିବେ ।

Be the first to comment

Leave a Reply

Your email address will not be published.


*