ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିସଙ୍କ ବୟାନ, କହିଲେ ସଲମାନ ଖାନ “ଫାର୍ମ ହାଉସ”ରେ ମୋ ସହିତ….

କରୋନା ଭାଇରସ୍ ଦେଶସାରା ଏକ ଘୋର ତାଣ୍ଡବ ସୃଷ୍ଟି କରିଛି । ଏଭଳି ପରିସ୍ଥିତିରେ ସମସ୍ତେ ନିଜ ସୁରକ୍ଷା ପାଇଁ ଘରେ ରହିବାକୁ ବାଧ୍ୟ ହେଉଛନ୍ତି । ବଲିଉଡ ସେଲିବ୍ରେଟି ମାନେ ମଧ୍ୟ ଏଭଳି ସମୟରେ ନିଜ ଘରେ ଅଧିକ ସମୟ ବିତାଉଛନ୍ତି । ଲକଡାଉନ ଖୋଲିବା ପରେ ଆବଶ୍ୟକ ସମୟରେ ହିଁ ବାହାରେ ସେଲିବ୍ରେଟି ମାନେ ଦେଖାଯାଉଛନ୍ତି । କରୋନା ବିପର୍ଯ୍ୟୟ ମଧ୍ୟରେ ସଲମାନ ଖାନ୍ ମଧ୍ୟ ମୁମ୍ବାଇ ଛାଡି ପାନଭେଲରେ ଥିବା, ତାଙ୍କ ଫାର୍ମ ହାଉସରେ ଅଛନ୍ତି । ସେ ତାଙ୍କର ସମସ୍ତ କାର୍ଯ୍ୟ ଏହିଠାରୁ କରୁଛନ୍ତି । ଏହି ସମୟ ମଧ୍ୟରେ ପାନଭେଲ ଫାର୍ମ ହାଉସରେ ସଲମାନ ଖାନଙ୍କ ସହ ଅଭିନେତ୍ରୀ ଜାକଲିନ୍ ଫର୍ଣ୍ଣାଣ୍ଡିସ୍ ମଧ୍ୟ ରହିଥିଲେ । ଉଭୟ ଦୀର୍ଘ ସମୟ ଧରି ଏହିଠାରେ ରହିଥିଲେ । ଏହି ସମୟ ମଧ୍ୟରେ ସଲମାନ ଖାନ୍ ଏବଂ ଜାକଲିନଙ୍କ ଗୀତ ମଧ୍ୟ ମୁକ୍ତିଲାଭ କରିଥିଲା । ଯାହାକୁ ପ୍ରଶଂସକମାନେ ଖୁବ୍ ଭଲପାଇବା ଦେଇଥିଲେ ।

ଏହା ମଧ୍ୟରେ ଜାକଲିନ୍ ଫର୍ଣ୍ଣାଣ୍ଡିସଙ୍କ ଏକ ସାକ୍ଷାତକାର ସାମ୍ନାକୁ ଆସିଛି । ଏହି ସାକ୍ଷାତକାରରେ ଅଭିନେତ୍ରୀ ତାଙ୍କର ଏବଂ ସଲମାନ ଖାନଙ୍କ ମସ୍ତି ବିଷୟରେ ଉଲ୍ଲେଖ କରିଥିଲେ । ଯାହା ସେ ପାନଭେଲର ଫାର୍ମ ହାଉସରେ କରିଥିଲେ । ମିଡ଼ିଆର ରିପୋର୍ଟ ଅନୁଯାୟୀ , ଅଭିନେତ୍ରୀ ଜାକଲିନ୍ କହିଛନ୍ତି ଯେ, ଲକଡାଉନରେ ମୁଁ ସଲମାନ ଖାନଙ୍କ ସହ ଥିଲି । ସେଠାରେ ସଲମାନ ଖାନ୍ ମୋ ସହିତ ବହୁତ ମଜା କରିଛନ୍ତି । ଏହି ସମୟ ମଧ୍ୟରେ ଆମେ ଫିଟ୍ ରହିବା ପାଇଁ, ଯୋଗ, ଜିମ୍ ଏବଂ ସୁଇମି° କରିଥିଲୁ । ଜାକଲିନ୍ କହିଛନ୍ତି ଯେ ସେ ପୂର୍ବରୁ ଏତେ ଭଲ ଅନୁଭବ କରିନାହାଁନ୍ତି ଯେତିକି ତାଙ୍କୁ ଲକଡାଉନ ସମୟରେ ସୁନ୍ଦର ଜାଗା ବୁଲିବା ପରେ ଲାଗିଲା ।

ଏହା ପୂର୍ବରୁ ଜାକଲିନ୍ ଏକ ସାକ୍ଷାତକାରରେ କହିଥିଲେ ଯେ, ସେ ଫାର୍ମହାଉସରେ ଅନେକ ଜିନିଷକୁ ବହୁତ ମିସ୍ କରୁଥିଲେ । ଅଭିନେତ୍ରୀ କହିଥିଲେ ଯେ ସଲମାନ ଖାନଙ୍କ ଫାର୍ମହାଉସରେ ସେ ନିଜ ପିତାମାତାଙ୍କୁ ଅଧିକ ମିସ୍ କରୁଥିଲେ । ସେ ତାଙ୍କ ପିତାମାତାଙ୍କୁ ଅଧିକ ମନେପକାଉଥିଲେ । ପିତାମାତାଙ୍କ ବ୍ୟତୀତ ସେ ତାଙ୍କ ବିଲେଇମାନଙ୍କୁ ମଧ୍ୟ ବହୁତ ମିସ୍ କରୁଥିଲେ , ଯାହା ମୁମ୍ବାଇରେ ତାଙ୍କ ଘରେ ଥିଲା । ସୂଚନାଯୋଗ୍ୟ ଯେ ଜାକଲିନଙ୍କ ବ୍ୟତୀତ ସଲମାନ ଖାନଙ୍କ ଗର୍ଲଫ୍ରେଣ୍ଡ ୟୁଲିଆ ବନ୍ତୁର ମଧ୍ୟ ସଲମାନ ଖାନଙ୍କ ସହ ଫାର୍ମ ହାଉସରେ ନଜର ଆସିଥିଲେ । ଏହି ସମୟରେ ସଲମାନ ଖାନ୍ ଏବଂ ୟୁଲିଆଙ୍କ ଅନେକ ଫଟୋ ବହୁତ ଭାଇରାଲ ହୋଇଥିଲା ।

Be the first to comment

Leave a Reply

Your email address will not be published.


*