ଟିଭି ଧାରାବାହିକର ଛୋଟୀ ବୋହୂ ସ୍ବାମୀଙ୍କ ସାମ୍ନାରେ ହିଁ ସିଦ୍ଧାର୍ଥଙ୍କ କୋଳରେ ବସିଗଲେ…. ଦେଖନ୍ତୁ ସମ୍ପୂର୍ଣ୍ଣ ଭିଡ଼ିଓ

ବର୍ତ୍ତମାନ ଦିନ ମାନଙ୍କରେ ବିଗ୍ ବୋସ୍-୧୪ ତମ ଅଧିବେଶନ ଟିଭିରେ ପ୍ରସାରିତ ହେଉଛି । ପ୍ରତ୍ୟେକ ଥର ପରି ସଲମାନ ଖାନ୍ ହିଁ ବର୍ତ୍ତମାନ ଏହି ଶୋ’କୁ ହୋଷ୍ଟ କରୁଛନ୍ତି । ବର୍ତ୍ତମାନ ଶୋ’ର ଅନ୍ୟ ଗୋଟିଏ ନୂତନ ମୋଡ଼ ହେଉଛି ନିୟମିତ ପ୍ରତିଯୋଗୀ ମାନଙ୍କ ବ୍ୟତୀତ ସିଦ୍ଧାର୍ଥ ଶୁକ୍ଲା, ଗୌହର ଖାନ୍ ଏବଂ ହିନା ଖାନ୍ ମଧ୍ୟ ଏଥିରେ ନଜର ଆସିବେ । ଏହିଭଳି ପରିସ୍ଥିତିରେ ଶୋ’ର ଆଗାମୀ ଏପିସୋଡର ଏକ ପ୍ରୋମୋ ସମ୍ନାକୁ ଆସିଛି । ଏହି ପ୍ରୋମୋରେ ଯାହା କିଛି ଘଟିଛି ସେ ସବୁକୁ ଦେଖିବା ପରେ ଲୋକମାନଙ୍କ ହୋଶ୍ ଉଡ଼ିଯାଇଛି ।

ସ୍ବାମୀଙ୍କ ସାମ୍ନାରେ “ଛୋଟୀ ବୋହୂ” ସିଦ୍ଧାର୍ଥଙ୍କ ସହ ରୋମାନ୍ସ କରିଛନ୍ତି

ଏହି ପ୍ରୋମୋ ଭିଡିଓରେ ଦୂରଦର୍ଶନରେ ପ୍ରସାରିତ ଛୋଟୀ ବୋହୂ ସିରିଏଲର ନାୟିକା ଅର୍ଥାତ ରୁବିନା ଦିଲୈକ ତାଙ୍କ ସ୍ୱାମୀ ଅଭିନାଭ ଶୁକ୍ଲାଙ୍କ ସାମ୍ନାରେ ସିଦ୍ଧାର୍ଥ ଶୁକ୍ଲାଙ୍କ ସହିତ ରୋମାନ୍ସ କରୁଥିବା ନଜର ଆସିଛନ୍ତି । ଯେତେବେଳେ ସେ ସିଦ୍ଧାର୍ଥଙ୍କ ସହିତ ପ୍ରେମ ଜତାନ୍ତି, ସେତେବେଳେ ତାଙ୍କ ସ୍ୱାମୀ ଆନନ୍ଦରେ କରତାଳି ବଜାଇବାରେ ଲାଗନ୍ତି ।

ଅନ୍ୟ ସମସ୍ତ ଯୁବତୀ ମାନେ ମଧ୍ୟ ସିଦ୍ଧାର୍ଥଙ୍କ ସହିତ ଲାଗିକରି ଅଛନ୍ତି

କେବଳ ରୁବିନା ଦିଲୈକ ହିଁ ନୁହଁନ୍ତି ବରଂ ଜସ୍ମିନ୍ ଭସିନ୍, ସାରା ଗୁରୁପାଲ ଏବଂ ନିକ୍କି ତମ୍ବୋଲି ମଧ୍ୟ ସିଦ୍ଧାର୍ଥଙ୍କ ସହ ଅତ୍ୟନ୍ତ ରୋମାଣ୍ଟିକ ମୁଡରେ ଥିବା ଦେଖା ଦେଇଛି । ବାସ୍ତବରେ ଏସବୁ ବିଗ୍ ବୋସର ଗୋଟିଏ ଟାସ୍କ ଅନୁଯାୟୀ କରାଯାଇଥିଲା । ବିଗ୍ ବୋଶ୍ ଟାସ୍କ ଦେଇଥିଲେ କି ସମସ୍ତ ଯୁବତୀ ମାନଙ୍କୁ ସିଦ୍ଧାର୍ଥ ଶୁକ୍ଲାଙ୍କୁ ପ୍ରଭାବିତ କରିବାକୁ ପଡିବ । ଏହିପରି ପରିସ୍ଥିତିରେ, ସମସ୍ତ ଯୁବତୀ ମାନେ ବହୁତ ରୋମାଣ୍ଟିକ ମୁଡରେ ସିଦ୍ଧାର୍ଥଙ୍କୁ ରୋମାନ୍ସ କରିବାକୁ ଲାଗିଥିଲେ ।

ନିକ୍କି ତମ୍ବୋଲି ସିଦ୍ଧାର୍ଥଙ୍କୁ ଚୁମ୍ବନ କରିଥିଲେ

ଏହି ଟାସ୍କରେ ନିକ୍କି ତମ୍ବୋଲି ସିଦ୍ଧାର୍ଥଙ୍କ ଅତି ନିକଟତର ଆସି ଯାଆନ୍ତି । ସେ ଅଭିନେତାଙ୍କ ସାମ୍ନାରେ କିଛି ବୋଲ୍ଡ ଦୃଶ୍ୟ ମଧ୍ୟ କରନ୍ତି ଏବଂ ଶେଷରେ ସିଦ୍ଧାର୍ଥଙ୍କୁ ଚୁମ୍ବନ ମଧ୍ୟ କରନ୍ତି । ଏଥି ସହିତ ପବିତ୍ର ପୁନିଆଙ୍କୁ ମଧ୍ୟ ସିଦ୍ଧାର୍ଥ ଶୁକ୍ଲାଙ୍କ ସହିତ ବୋଲ୍ଡ ନଜରରେ ଦେଖିବାକୁ ମିଳିଥିଲା । ସୁବୁଠାରୁ ହୃଦୟସ୍ପର୍ଶୀ ବିଷୟ ଏହା ଯେ ସିଦ୍ଧାର୍ଥ ଏହିସବୁକୁ ବହୁତ ଉପଭୋଗ କରୁଥିବା ନଜର ଆସିଛନ୍ତି । ତାଙ୍କୁ ମଧ୍ୟ ଏହି ସବୁ ବହୁତ ଆନନ୍ଦ ଆସୁଥିଲା ।

ଭିଡ଼ିଓ ଦେଖନ୍ତୁ

ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି । ଏହାକୁ ବର୍ତ୍ତମାନ ପର୍ଯ୍ୟନ୍ତ ୩ ଲକ୍ଷ ୮୭ ହଜାରରୁ ଅଧିକ ଥର ଦେଖାଯାଇଛି । ଯେଉଁଠାରେ ଗୋଟିଏ ପକ୍ଷରେ କିଛି ଲୋକଙ୍କୁ ଶୋ’ର ଏହି ବିଷୟବସ୍ତୁ ପସନ୍ଦ ଆସିଥିଲା ତ ପୁଣି ଅପର ପକ୍ଷରେ ଅନେକ ଲୋକ ଏହାକୁ ଅପବ୍ୟବହାର ବୋଲି କହିଥିଲେ । କେହି କେହି କହିଛନ୍ତି କି ଏହି ସମ୍ପୂର୍ଣ୍ଣ ଶୋ’ ସିଦ୍ଧାର୍ଥ ଶୁକ୍ଲାଙ୍କ ଶକ୍ତିରେ ହିଁ ଚାଲିଛି । ପୁଣି କେହି କେହି ଏହାକୁ ସବୁଠାରୁ ଖରାପ ଶୋ’ ବୋଲି କହିଛନ୍ତି । ଜଣେ ଏହି ଭିଡିଓ ଦେଖିବା ପରେ ସାମାଜିକ ଦୂରତାକୁ ନେଇ ମଧ୍ୟ ପ୍ରଶ୍ନ କରିଛନ୍ତି । ବାସ୍ତବରେ, ଆପଣଙ୍କୁ ଏହି ଭିଡିଓ କିପରି ଲାଗିଲା ?

Be the first to comment

Leave a Reply

Your email address will not be published.


*