ଏକ ମାସ ଜେଲରେ ବିତାଇବା ପରେ ରିୟାଙ୍କୁ ମିଳିଲା ଜାମିନ୍, ଭାଇ ଶୋବିକ୍ ବର୍ତ୍ତମାନ ମଧ୍ୟ ରହିବ ପୋଲିସ ଗିରଫରେ

ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ରିୟା ଚକ୍ରବର୍ତ୍ତୀଙ୍କୁ ଜାମିନ୍ ମିଳିଯାଇଛି । ବମ୍ବେ ହାଇକୋର୍ଟ ଆଜି ନିଜର ନିଷ୍ପତ୍ତି ଶୁଣାଇ ରିୟାଙ୍କ ଜାମିନ ଆବେଦନ ପତ୍ର ସ୍ୱୀକାର କରି ନେଇଛନ୍ତି । ସୁଚାଇଦେଉଛୁ ଯେ ଓକିଲ କୋର୍ଟରେ ଦୁଇଥର ଜାମିନ୍ ଆବେଦନ ଖାରଜ ହୋଇଯିବା ପରେ ହାଇକୋର୍ଟରେ ଆବେଦନ କରାଗଲା । ସେସନ କୋର୍ଟ ରିୟାଙ୍କ ନ୍ୟାୟିକ ଗିରଫ ଆହୁରି ୧୪ ଦିନ ବୃଦ୍ଧି କରିଦେଲେ । ରିୟାଙ୍କୁ ଜେଲରେ ସମ୍ପୂର୍ଣ୍ଣ ଏକ ମାସ ହେବାକୁ ଯାଉଛି । ସେ ଏକ ମାସ ପରେ ଜେଲରୁ ବାହାରକୁ ଆସିବେ ।

ଡ୍ରଗ୍ସ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ରିୟାଙ୍କ ବ୍ୟତୀତ ତାଙ୍କ ଭାଇ ଶୋବିକ୍ ଚକ୍ରବର୍ତ୍ତୀ, ଦିପେଶ ସାବନ୍ତ, ଅବଦୁଲ ବାସିତ ପରିହାର ଓ ସେମୁଅଲ ମିରାଣ୍ଡା ମଧ୍ୟ ଗିରଫରେ ଅଛନ୍ତି । ଏମାନଙ୍କ ଜାମିନ୍ ଆବେଦନକୁ କୋର୍ଟ ଖାରଜ କରିଦେଇଛି । ସକାଳ ୧୧ ଟାରେ କୋର୍ଟର କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେଲା ଓ କିଛି ସମୟ ମଧ୍ୟରେ କୋର୍ଟ ନିଜ ନିଷ୍ପତ୍ତି ଶୁଣାଇଲେ । ରିୟାଙ୍କୁ ଏହି ଜାମିନ୍ ୧ ଲକ୍ଷ ଟଙ୍କାର ଜୋରିମାନା ବଦଳରେ ମିଳିଛି ।

ଏହିସବୁ ସର୍ତ୍ତ ସହିତ ମିଳିଲା ଜାମିନ୍

ଯଦିଓ ଜାମିନ୍ ମିଳିବା ପରେ ରିୟା ମୁମ୍ବାଇରୁ କୁଆଡ଼େ ବାହାରକୁ ଯାଇ ପାରିବେ ନାହିଁ । ଯଦି ସେ ମୁମ୍ବାଇରୁ ବାହାରକୁ ଯିବା ପାଇଁ ଚାହଁନ୍ତି ତେବେ ତାଙ୍କୁ କୋର୍ଟ ଠାରୁ ମଞ୍ଜୁରୀ ନେବାକୁ ପଡ଼ିବ । ଏଥିସହ ନିଜ ପାସପୋର୍ଟ ମଧ୍ୟ ଜମା କରିବାକୁ ପଡ଼ିବ । ଯେବେ ମଧ୍ୟ ରିୟାଙ୍କୁ ପଚରାଉଚରା କରିବା ପାଇଁ ଡକାଯିବ, ତାଙ୍କୁ ଉପସ୍ଥିତ ରହିବାକୁ ପଡ଼ିବ । ଏନସିବି ଏହି ପକ୍ଷରେ ନଥିଲେ ଯେ ରିୟାଙ୍କୁ ଜାମିନ୍ ମିଳୁ । ତାଙ୍କ ଅନୁଯାୟୀ ରିୟା ଡ୍ରଗ୍ସ ସିଣ୍ଡିକେଟର ସକ୍ରିୟ ସଦସ୍ୟ ମଧ୍ୟରୁ ଜଣେ ଥିଲେ ।

ଏନସିବି ଜାମିନକୁ କଲେ ବିରୋଧ

କେବଳ ରିୟା ନୁହେଁ, ଏନସିବି ମଧ୍ୟ ଶୋବିକ୍ ଚକ୍ରବର୍ତ୍ତୀଙ୍କ ଜାମିନର ବିରୋଧ କରିଥିଲେ । ଏନସିବି କୋର୍ଟରେ ଯେଉଁ ଏଫିଡେଭିଡ଼ ଦେଇଛନ୍ତି ଏହା ଅନୁସାରେ ରିୟା ଓ ଶୋବିକ୍ ଡ୍ରଗ୍ସ ସିଣ୍ଡିକେଟର ସକ୍ରିୟ ସଦସ୍ୟ ମଧ୍ୟରୁ ଜଣେ ଅଟନ୍ତି । ଦୁହିଁଙ୍କ ଚିହ୍ନା ପରିଚୟ ଅନେକଗୁଡ଼ିଏ ହାଇ ସୋସାଇଟି ଲୋକ ଓ ଡ୍ରଗ୍ସ ପେଡେଲର୍ସ ମଧ୍ୟରେ ଅଟେ । ଧାରା ୨୭ ଏ ଲାଗିଥିବା କାରଣରୁ ତାଙ୍କୁ ଜାମିନ ନମିଳିବା ଦରକାର । ଏନସିବିଙ୍କ ଅନୁଯାୟୀ ରିୟା ଏହା ସ୍ୱୀକାର କରିଛନ୍ତି ଯେ ସେ ଡ୍ରଗ୍ସ କିଣିଥିଲେ । ରିୟାଙ୍କ ଅନୁଯାୟୀ ସେମୁଅଲ ମୀରଣ୍ଡା, ଦିପେଶ ସାବନ୍ତ ଓ ଶୋବିକଙ୍କୁ ଡ୍ରଗ୍ସ କିଣିବା ପାଇଁ କହିଥିଲେ ।

ଏନସିବି ବର୍ତ୍ତମାନ ସୁଦ୍ଧା ମଧ୍ୟ ଦେଇ ନାହିଁ କୌଣସି ପ୍ରମାଣ

ଏନସିବି ଏହା ଦାବି କରୁଛି କିନ୍ତୁ ଆରୋପ ଗୁଡ଼ିକ ସାବ୍ୟସ୍ତ କରିବା ପାଇଁ ତାଙ୍କ ନିକଟରେ କୌଣସି ଉପଯୁକ୍ତ ପ୍ରମାଣ ନାହିଁ । ଏନସିବି କୋର୍ଟ ସମ୍ମୁଖରେ ଏପରି କୌଣସି ପ୍ରମାଣ ଉପସ୍ଥାପନ କରାଯାଇ ନାହିଁ, ଯାହା ସାବ୍ୟସ୍ତ କରିବ ଯେ ରିୟା ଅପରାଧୀ ଅଟନ୍ତି । ଯଦିଓ ଏ ନେଇ ଏନସିବି କହୁଅଛି ଯେ ବର୍ତ୍ତମାନ ତଦନ୍ତ ଜାରି ରହିଛି ଏବଂ ଶୋବିକଙ୍କୁ ଯଦି ଜାମିନ୍ ମିଳିଯିବ ତେବେ ସେ ପ୍ରମାଣ ନଷ୍ଟ କରି ଦେଇ ପାରନ୍ତି ।

ଏମାନଙ୍କ କରାଗଲା ପଚରାଉଚରା

ଡ୍ରଗ୍ସ ମାମଲାରେ ରିୟା ଚକ୍ରବର୍ତ୍ତୀ, ଶୋବିକ୍ ଚକ୍ରବର୍ତ୍ତୀ, ଦିପେଶ ସାବନ୍ତ, ସେମୁଅଲ ମିରାଣ୍ଡାଙ୍କ ଗିରଫ ପରେ ଏନସିବି ବଲିଉଡ଼ର ଅନେକ ବଡ଼ ବଡ଼ ଅଭିନେତ୍ରୀ ମାନଙ୍କୁ ମଧ୍ୟ ପଚରାଉଚରା କରିଛନ୍ତି । ଏହି ମାମଲାରେ ଏନସିବି ଦୀପିକା ପାଦୁକୋଣ, ସାରା ଅଲି ଖାନ୍, ଶ୍ରଦ୍ଧା କପୂର ଓ ରକୁଲ ପ୍ରୀତ ସିଂହଙ୍କୁ ସମନ ପଠାଇଥିଲେ । ଗତ ଦିନରେ ଚାରିଜଣଙ୍କୁ ପଚରାଉଚରା କରାଗଲା, ଯେଉଁଥିରେ ସାରା ଓ ଶ୍ରଦ୍ଧା ସ୍ୱୀକାର କଲେ ଯେ ସୁଶାନ୍ତ ଡ୍ରଗ୍ସ ନେଉଥିଲେ ।

Be the first to comment

Leave a Reply

Your email address will not be published.


*