ଅଜୟ ଦେବଗଣଙ୍କ ହିରୋଇନଙ୍କ ଏହି ବ୍ୟକ୍ତି ଉପରେ ଆସିଲା ହୃଦୟ, ଖୁବଶୀଘ୍ର କରିବାକୁ ଯାଉଛନ୍ତି ବିବାହ!

ଅଜୟ ଦେବଗଣଙ୍କ ହିରୋଇନ କାଜଲ ଅଗ୍ରବାଲ ଜଣେ ବ୍ୟକ୍ତିଙ୍କୁ ଭଲ ପାଇଁ ବସିଛନ୍ତି । ଖବର ଅନୁଯାୟୀ ସେ ଖୁବଶୀଘ୍ର ବିବାହ ବନ୍ଧନରେ ହେବାକୁ ଯାଉଛନ୍ତି । ତାଙ୍କ ଘର ଲୋକମାନେ ତାଙ୍କ ବିବାହର ପ୍ରସ୍ତୁତି କରିବାରେ ଲାଗି ପଡ଼ିଛନ୍ତି । କୁହାଯାଉଛି ଯେ କାଜଲ ମୁମ୍ବାଇରେ ହିଁ ବିବାହ କରିବେ । ଏହି ବିବାହରେ କରୋନା ଭାଇରସ୍ ସମସ୍ୟାକୁ ଆଖି ଆଗରେ ରଖି ଅଧିକ ଲୋକଙ୍କୁ ନିମନ୍ତ୍ରଣ ଦିଆଯିବ ନାହିଁ । ବିଶେଷ ବ୍ୟକ୍ତି ମାନଙ୍କୁ ହିଁ ଏହି ବିବାହରେ ନିମନ୍ତ୍ରିତ କରାଯିବ ।

ଏହି ବ୍ୟକ୍ତିଙ୍କ ଉପରେ ଆସିଲା କାଜଲଙ୍କ ହୃଦୟ

ମିଡ଼ିଆ ରିପୋର୍ଟ ଅନୁଯାୟୀ କାଜଲ ଅଗ୍ରବାଳ ଯେଉଁ ବ୍ୟକ୍ତିଙ୍କୁ ଭଲ ପାଇ ବସିଛନ୍ତି ସେ ଜଣେ ବ୍ୟବସାୟୀ ଅଟନ୍ତି । ଯାହାଙ୍କ ନାମ ହେଉଛି ଗୌତମ କୀଚଲୁ । ଏମାନଙ୍କ ନିର୍ବନ୍ଧ ସରି ସାରିଛି । ଏହା ଅରେଞ୍ଜ କମ୍ ଲଭ୍ ମ୍ୟାରେଜ୍ ଅଧିକ ଅଟେ । ଗୌତମ୍ କୀଚଲୁ ଇଞ୍ଜିନିୟର ଏବଂ ହୋମ୍ ଡେକୋର କମ୍ପାନୀ ସମ୍ଭାଳନ୍ତି । ସେ ଜଣେ ବହୁତ ଭଲ ବ୍ୟବସାୟୀ ଅଟନ୍ତି ।

ଏହି ଖେଳାଳି ସହ ମଧ୍ୟ ଯୋଡ଼ି ହୋଇଥିଲା କାଜଲଙ୍କ ନାମ

ସୂଚନାଥାଉକି କାଜଲ ଅଗ୍ରବାଲଙ୍କ ବିବାହର ଖବର ଆଗରୁ ମଧ୍ୟ ଚର୍ଚ୍ଚାର ବିଷୟ ପାଲଟି ଥିଲା । ଏକ ସମୟରେ କାଜଲ ଅଗ୍ରବାଲଙ୍କ ନାମ ଟେନିସ୍ ଖେଳାଳୀ ଲିଏଣ୍ଡର ପେଶଙ୍କ ସହିତ ମଧ୍ୟ ଜଡ଼ିତ ଥିଲା । ସେହି ସମୟରେ ମଧ୍ୟ ଖବର ଆସିଥିଲା ଯେ ଖୁବଶୀଘ୍ର ଦୁହେଁ ବିବାହ କରିବାକୁ ଯାଉଛନ୍ତି, କିନ୍ତୁ ପରେ ଏହି ସମସ୍ତ ଖବର ମିଥ୍ୟା ବୋଲି ପ୍ରମାଣିତ ହେଲା ।

ତେବେ ପୁଣିଥରେ ସିଂଘମ୍ ଅଭିନେତ୍ରୀ କାଜଲ ଅଗ୍ରବାଲ ବିବାହକୁ ନେଇ ଖବରରେ ଅଛନ୍ତି । ବର୍ତ୍ତମାନ ଏହି ଖବରରେ କେତେ ସତ୍ୟତା ରହିଛି ଏହା କାଜଲ ହିଁ କହିପାରିବେ । ବିବାହ ବିଷୟରେ କାଜଲ ଏବଂ ତାଙ୍କ ସମ୍ପର୍କୀୟ ମାନଙ୍କ ତରଫରୁ କୌଣସି ପ୍ରତିକ୍ରିୟା ପ୍ରକାଶ ହୋଇ ନାହିଁ ।

ସୂଚନାଥାଉକି କାଜଲ ଅଗ୍ରବାଲ ସବୁଠାରୁ ଅଧିକ ସାଉଥ ଚଳଚ୍ଚିତ୍ର ଜଗତର ଅଭିନୟ କରିଛନ୍ତି । ସେ ସାଉଥ ବ୍ୟତୀତ ବଲିଉଡ଼ରେ ଅଜୟ ଦେବଗଣଙ୍କ ହିରୋଇନ ଭାବରେ ଚଳଚ୍ଚିତ୍ର ସିଘଂମ ରେ ନଜର ଆସିଥିଲେ । ଏହା ବ୍ୟତୀତ କାଜଲ ଅକ୍ଷୟ କୁମାରଙ୍କ ସହିତ ଚଳଚ୍ଚିତ୍ର ସ୍ପେଶାଲ ୨୬ରେ ନଜର ଆସି ସାରିଛନ୍ତି ।

Be the first to comment

Leave a Reply

Your email address will not be published.


*