ରିପୋର୍ଟରେ ମିଳିନାହିଁ ହତ୍ୟାର ପ୍ରମାଣ ତେବେ ଭଉଣୀ ଶ୍ୱେତା ଲୋକଙ୍କୁ କଲେ ଅନୁରୋଧ, ଝଲସି ଉଠିଲା ହୃଦୟର ବ୍ୟଥା !

ଅଭିନେତା ସୁଶାନ୍ତ ସିଂହ ରାଜପୁତ ମାମଲାରେ ଏମ୍ସଙ୍କ ଫରେନ୍ସିକ୍ ରିପୋର୍ଟ ଆସିଯାଇଛି, ଯେଉଁଥିରେ କୁହାଯାଇଛି ଯେ ଅଭିନେତାଙ୍କ ହତ୍ୟା ହୋଇନାହିଁ, ବରଂ ସେ ଆତ୍ମହତ୍ୟା କରିଛନ୍ତି । ଫରେନ୍ସିକ୍ ରିପୋର୍ଟ ଆସିବା ପରେ ସୁଶାନ୍ତଙ୍କ ଭଉଣୀ ଶ୍ଵେତା ସିଁ କୀର୍ତ୍ତି ନିଜ ଟ୍ୱିଟର ଆକାଉଣ୍ଟରେ ଏକ ପୋଷ୍ଟ କରିଛନ୍ତି । ଏହି ପୋଷ୍ଟ ଖୁବ୍ ବେଗରେ ଭାଇରାଲ ହେଉଛି । ଶ୍ୱେତା ସିଂହ କୀର୍ତ୍ତି ସୁଶାନ୍ତଙ୍କ ନିଧନ ପରେ ବାରମ୍ବାର ଭାଇକୁ ନ୍ୟାୟ ଦେବା ଅଭିଯାନରର ଲାଗି ପଡ଼ିଛନ୍ତି । ଶ୍ୱେତାଙ୍କୁ ସିବିଆଇ ଠାରୁ ଅଧିକ ଆଶା ରହିଛି ।

ଶ୍ୱେତା ସିଂହ କୀର୍ତ୍ତିଙ୍କ ଟ୍ୱିଟ୍

ଏମ୍ସର ଫରେନ୍ସିକ ରିପୋର୍ଟକୁ ନେଇ ଶ୍ୱେତା ସିଂହ କୀର୍ତ୍ତି ନିଜ ଟ୍ୱିଟର ପୋଷ୍ଟରେ ଲେଖିଛନ୍ତି ଯେ, “ଆପଣଙ୍କ ବିଶ୍ୱାସର ପରୀକ୍ଷା ସେତେବେଳେ ହୋଇଥାଏ ଯେତେବେଳେ ଆପଣ କଠିନ ସମୟରେ ମଧ୍ୟ ଦୃଢ଼ ଓ ଅଟଳ ରୁହନ୍ତି । ମୁଁ ମୋ ପରିବାର ଓ ଫ୍ୟାନ୍ସ ମାନଙ୍କୁ ଅନୁରୋଧ କରୁଛି ଯେ ଭଗବାନ ଉପରେ ବିଶ୍ୱାସ ରଖନ୍ତୁ ଏବଂ ହୃଦୟରୁ ପ୍ରାର୍ଥନା କରନ୍ତୁ….ପ୍ରାର୍ଥନା କରନ୍ତୁ ଯେ ସତ କଣ ତାହା ସାମନାକୁ ଆସିଯାଉ । ଅଲ ଆଏସଅନ ସିବିଆଇ । ଏହି ପୋଷ୍ଟକୁ ସେୟାର କରି ଶ୍ୱେତା ସୁଶାନ୍ତଙ୍କ ଏକ କ୍ଲୋଜଅପ୍ ଫଟୋ ସେୟାର କରିଛନ୍ତି ।

ସ୍ପଷ୍ଟ କଥା ଯେ ଏହି ପୋଷ୍ଟ ଜରିଆରେ ଶ୍ୱେତା କହିଛନ୍ତି ଯେ ବର୍ତ୍ତମାନ ସମସ୍ତଙ୍କ ଆଖି ସିବିଆଇ ନିଷ୍ପତ୍ତି ଉପରେ ରହିଛି । ଶ୍ୱେତାଙ୍କୁ ଆଶା ଅଛି ଯେ ଏହି ମାମଲାରେ ସିବିଆଇ ନିଶ୍ଚିତ ଭାବରେ କିଛି ନା କିଛି ଉପଯୁକ୍ତ ପ୍ରମାଣ ଖୋଜିନେବେ । ଯଦିଓ ବର୍ତ୍ତମାନ ପର୍ଯ୍ୟନ୍ତ ସିବିଆଇ ହାତକୁ ଏପରି କୌଣସି ପ୍ରମାଣ ଆସି ନାହିଁ, ଯେଉଁଥିରୁ କି ଆତ୍ମହତ୍ୟାକୁ ମୃତ୍ୟୁ କୁହାଯାଇପାରିବ । ସେପଟେ, ସୁଶାନ୍ତ ସିଂହ ରାଜପୁତଙ୍କ ପିତା କେକେ ସିଂହଙ୍କ ଓକିଲ ବିକାଶ ସିଂହଙ୍କ ଅନୁଯାୟୀ ଏମ୍ସର ରିପୋର୍ଟକୁ ନିର୍ଣ୍ଣାୟକ ବୋଲି କୁହାଯାଇପାରିବ ନାହିଁ । ବର୍ତ୍ତମାନ ସୁଦ୍ଧା ମଧ୍ୟ ସିବିଆଇ ମୃତ୍ୟୁ ମାମଲା ଦାଖଲ କରିପାରିବ ।

ସୁଶାନ୍ତଙ୍କ ପିତାଙ୍କ ଓକିଲଙ୍କ ବୟାନ

ଓକିଲ ବିକାଶ ସିଂହ କହିଛନ୍ତି ଯେ, “ଏମ୍ସ ରିପୋର୍ଟ ଶେଷ ନିଷ୍ପତ୍ତି ନୁହେଁ । ସିବିଆଇ ଏବେ ମଧ୍ୟ ନିଜର ଚାର୍ଜସିଟରେ ହତ୍ୟା ଅଭିଯୋଗ ଦାଖଲ କରିପାରିବ । ଏମ୍ସ ନିଜ ରିପୋର୍ଟ ଫଟୋଗ୍ରାଫିକ ଏଭିଡ଼େନ୍ସ ଆଧାରରେ ପ୍ରସ୍ତୁତ ଅଛି, ଯାହା ତାଙ୍କୁ ଦିଆଯାଇଛି । ସୁଶାନ୍ତଙ୍କ ଶବକୁ ସେମାନେ ପରୀକ୍ଷା ନିରୀକ୍ଷା କରି ନାହାଁନ୍ତି ।”

ସୁଶାନ୍ତ ସିଂହ ରାଜପୁତ ଗତ ୧୪ ଜୁନରେ ନିଜର ମୁମ୍ବାଇ ସ୍ଥିତ ବାସଭବନରେ ମୃତ ଅବସ୍ଥାରେ ଉଦ୍ଧାର ହୋଇଥିଲେ । ସୁଶାନ୍ତଙ୍କ ଚିହ୍ନା ପରିଚିତ ବାରମ୍ବାର ଏହା କହୁଥିଲେ ଯେ ସୁଶାନ୍ତ ଆତ୍ମହତ୍ୟା କରି ନାହାଁନ୍ତି । ଏହା ପରେ ମାମଲା କୋର୍ଟରେ ପହଞ୍ଚିଲା ଓ ସୁପ୍ରିମକୋର୍ଟ ମାମଲାର ତଦନ୍ତ କରିବା ପାଇଁ ସିବିଆଇକୁ ହସ୍ତାନ୍ତର କରି ଦେଇଥିଲେ । ସିବିଆଇ ବର୍ତ୍ତମାନ ଏହି ମାମଲାରେ ସମସ୍ତ ପ୍ରକାର ଯାଞ୍ଚ କରୁଛନ୍ତି, କିନ୍ତୁ ଯାଞ୍ଚରେ ବେଶୀ କିଛି ସୂଚନା ମିଳି ନାହିଁ । ସିବିଆଇ ଗତ ଦିନ ମାନଙ୍କରେ ବୟାନ ଜାରି କରି କହିଛନ୍ତି ଯେ ସୁଶାନ୍ତ ଆତ୍ମହତ୍ୟା ମାମଲାରେ ସେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ନିକର୍ଷରେ ପହଞ୍ଚି ନାହାଁନ୍ତି । ବର୍ତ୍ତମାନ ସମସ୍ତ ଦିଗରୁ ବିଚାର କରାଯାଇ ତଦନ୍ତ ଜାରି ରହିଛି ।

ସିବିଆଇ ଯାଞ୍ଚ ଉପରେ ଉଠାଇଲେ ପ୍ରଶ୍ନ

ସେପକ୍ଷେ, ସୁଶାନ୍ତଙ୍କ ପିତାଙ୍କ ଓକିଲ ବିକାଶ ସିଂହ ଏକ ଟ୍ୱିଟ୍ କରି ସିବିଆଇ ଯାଞ୍ଚ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଛନ୍ତି । ସେ ଏହାକୁ ନେଇ ଟ୍ୱିଟ୍ କରିଥିଲେ, ଯେଉଁଥିରେ ଲେଖିଥିଲେ, “ସୁଶାନ୍ତ ସିଂହ ରାଜପୁତଙ୍କୁ ଆତ୍ମହତ୍ୟା ପାଇଁ ବାଧ୍ୟ କରିବା ମାମଲାକୁ ସିବିଆଇ ହତ୍ୟା ମାମଲାରେ ବଦଳାଇବାକୁ ବିଳମ୍ବ କରୁଛନ୍ତି ଏଥିରୁ ନିରାଶା ବଢ଼ିଚାଲିଛି । ଏମ୍ସ ଦଳର ଅଂଶ ଥିବା ଜଣେ ଡାକ୍ତର ମୋତେ ଖୁବ୍ ଆଗରୁ କହିଥିଲେ ଯେ ମୋ ଦ୍ୱାରା ପଠାଯାଇଥିବା ଫଟୋଗୁଡିକ ୨୦୦% ଏହି ଦିଗକୁ ସୁଚାଉଛି ଯେ ଏହି ମୃତ୍ୟୁ ଗଳା ଦବାଇବା ଯୋଗୁଁ ହୋଇଛି ଏବଂ ଆତ୍ମହତ୍ୟା ନୁହେଁ ।”

Be the first to comment

Leave a Reply

Your email address will not be published.


*