ସକାଳୁ ସକାଳୁ ଲୁଚି ଲୁଚି କୈଟରୀନାଙ୍କ ଘରକୁ ଯାଉଥିଲେ ଏହି ଅଭିନେତା, ପାଦ ଥାପି ଯିବା ସମୟର ଫୋଟୋ ଭାଇରାଲ !

ଚଳଚ୍ଚିତ୍ର ମସାନ ଏବଂ ୟୁରୀ ଅଭିନେତା ବିକୀ କୌଶଲ ଏବଂ କୈଟରୀନା କୈଫଙ୍କ ସମ୍ପର୍କର ଖବର ଅଧିକାଂଶ ସମୟରେ ମିଡିଆରେ ଆସିଥାଏ । ଅନେକ ଗୁଡ଼ିଏ ଇଭେଣ୍ଟରେ ଦୁହେଁ ଏକା ସାଥିରେ ନଜର ଆସିଛନ୍ତି । ତଥାପି ଦୁହେଁ କେବେ ହେଲେ ମଧ୍ୟ ନିଜ ସମ୍ପର୍କକୁ ନେଇ କିଛି ଖୁଲାସା କରିନାହାଁନ୍ତି । ଏହା ସତ୍ତ୍ୱେ ମଧ୍ୟ ଲୋକମାନେ ତାଙ୍କ ସମ୍ପର୍କକୁ ନେଇ ବହୁତ ଅନୁମାନ ଲଗାଇଥାନ୍ତି । ନିକଟ ଅତୀତରେ ବିକୀ କୌଶଲ ସକାଳୁ ସକାଳୁ ଲୁଚି ଲୁଚି କୈଟରୀନାଙ୍କ ଆପର୍ଟମେଣ୍ଟରେ ପହଞ୍ଚିଥିଲେ । ସେ ସମସ୍ତଙ୍କ ଠାରୁ ଲୁଚି ସେଠାକୁ ଯିବା ସମୟରେ ଫୋଟୋଗ୍ରାଫର ତାଙ୍କର ଫୋଟୋ ଉଠାଇ ଦେଇଥିଲେ ।

ନିକଟ ଅତୀତରେ ବିକୀ କୌଶଲ ସକାଳୁ ସକାଳୁ ଲୁଚି ଲୁଚି କୈଟରୀନାଙ୍କ ଆପର୍ଟମେଣ୍ଟରେ ପହଞ୍ଚିଥିଲେ । ସେ ସମସ୍ତଙ୍କ ଠାରୁ ଲୁଚି ସେଠାକୁ ଯିବା ସମୟରେ ଫୋଟୋଗ୍ରାଫର ତାଙ୍କର ଫୋଟୋ ଉଠାଇ ଦେଇଥିଲେ ।

ଏହି ଫୋଟୋରେ ବିକୀ କୌଶଲ ବ୍ଲ୍ୟୁ ରଙ୍ଗର ଟୋପି ସହିତ ଧଳା ରଙ୍ଗର ଫୁଲ ସାର୍ଟ ପିନ୍ଧିଥିବା ନଜରରେ ଆସିଛନ୍ତି । ଫୋଟୋ ଟିରୁ ଜଣାପଡୁଛି କି ଫୋଟୋଗ୍ରାଫର ତାଙ୍କର ଫୋଟୋ ଉଠାଇବା ସମୟରେ ବୋଧ ହୁଏ ବିକୀ ମଧ୍ୟ ଦେଖିଛନ୍ତି ।

ବିକୀ କୌଶଲଙ୍କ ପୂର୍ଵ ଚଳଚ୍ଚିତ୍ର “ଭୂତ୍”ର ସ୍ପେଶାଲ ସ୍କ୍ରିନିଂ ସମୟରେ କୈଟରୀନା କୈଫ ମଧ୍ୟ ସେଠାରେ ପହଞ୍ଚି ଥିଲେ । ଏହା ବ୍ୟତୀତ ଅମ୍ବାନୀ ପରିବାରଙ୍କ ଘରେ ହୋଇଥିବା ହୋଲି ପାର୍ଟିରେ ମଧ୍ୟ ଦୁହେଁ ଏକା ସାଥିରେ ନଜର ଆସିଥିଲେ ।

ଏହିପରି ଏମାନଙ୍କ ସମ୍ପର୍କ ବିଷୟରେ ଚର୍ଚ୍ଚା ସେତେବେଳେ ହୋଇଥିଲା ଯେତେବେଳେ ଏହି ଦୁଇ ସିନେକଳାକାର ଦୁହିଁଙ୍କ ଜଣେ ସାଧାରଣ ବନ୍ଧୁଙ୍କ ଦୀପାବଳି ଉତ୍ସବରେ ପହଞ୍ଚିଥିଲେ । ଏହି ପାର୍ଟିରେ କୈଟରୀନା ନାଲି ରଙ୍ଗର ପୋଷାକରେ ବହୁତ ସୁନ୍ଦର ଦେଖା ଯାଉଥିଲେ । ଅପରପକ୍ଷରେ ବିକୀ କୌଶଲ ସିଳ୍କ କୁର୍ତ୍ତା ପାଇଜାମାରେ ନଜର ଆସିଥିଲେ ।

ତେବେ ଏହି ପାର୍ଟିରେ ଅଚାନକ ଗଣମାଧ୍ୟମ ରିପୋର୍ଟର ମାନଙ୍କୁ ଦେଖିବା ପରେ କୈଟରୀନା କୈଫ ଏବଂ ବିକୀ କୌଶଲ ଅଲଗା ଅଲଗା ଆଗ ପଛ ହୋଇ ନିଜ ନିଜ କାରରେ ବାହାରି ଥିଲେ ।

ଚଳିତ ବର୍ଷ ଜାନୁୟାରୀ ମାସରେ କୈଟରୀନା କୈଫ ଏବଂ ବିକୀ କୌଶଲ ନିର୍ଦ୍ଦେଶକ ଅଲୀ ଅବ୍ବାସଙ୍କ ଜନ୍ମଦିନ ପାର୍ଟିରେ ନଜର ଆସିଥିଲେ। ଏହା ସହିତ କୈଟରୀନା ବିକୀ କୌଶଲଙ୍କ ଭାଇ ସନୀ କୌଶଲଙ୍କ ୱେବ୍ ସିରିଜର ପ୍ରିମୀୟମରେ ମଧ୍ୟ ପହଞ୍ଚି ଥିଲେ ।

କହିରଖୁଛୁ କି ବିକୀ କୌଶଲ ଅନେକ ଥର ଏହି କଥାକୁ ସ୍ୱୀକାର କରିସାରିଛନ୍ତି କି କୈଟରୀନାଙ୍କୁ ଦେଖିବା ମାତ୍ରେ ତାଙ୍କ ହୃଦୟର ସ୍ପନ୍ଦନ ବଢି ଯାଇଥାଏ । ସେ କରନ ଜୌହରଙ୍କ ଶୋ “କଫି ୱିଥ କରନ୍”ରେ ମଧ୍ୟ ଏହି କଥାକୁ ସ୍ୱୀକାର କରିଛନ୍ତି ।

ଗୋଟିଏ ନ୍ୟୁଜ ପୋର୍ଟାଲ ରିପୋର୍ଟ ଅନୁସାରେ କୈଟରୀନା ପୂର୍ବରୁ ବିକୀଙ୍କ ସହିତ ନିଜ ସମ୍ପର୍କକୁ ନେଇ ବିବାଦରେ ଥିଲେ କିନ୍ତୁ ବର୍ତ୍ତମାନ ସେ ଅନୁଭବ କରିପାରୁଛନ୍ତି କି, ଯେଉଁପରି ବ୍ୟକ୍ତିଙ୍କୁ ସେ ତାଙ୍କ ଜୀବନସାଥୀ ରୂପେ ଚାହୁଁଥିଲେ, ବିକୀ ସେହିପରି ହିଁ ଭରଷାବାନ ଏବଂ ବିଶ୍ୱସନୀୟ ବ୍ୟକ୍ତି ଅଟନ୍ତି ।

କହିରଖୁଛୁ କି ଯେତେବେଳେ ଦୁହେଁ ପରସ୍ପରଙ୍କୁ ଡେଟ୍ କରିବା ପାଇଁ ଖବର ଆସିଥିଲା ସେତେବେଳେ ବିକୀ କହିଥିଲେ କି ବର୍ତ୍ତମାନ କହିବାକୁ ଆଉ କିଛି ବାକି ରହି ଯାଇ ନାହିଁ । ବିକୀ କହିଥିଲେ କି, ସେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ବହୁତ ଖୋଲା ରହିଥାନ୍ତି । ତେବେ ଏହି କଥା (କୈଟରୀନାଙ୍କ ସହିତ ସମ୍ପର୍କ)କୁ ନେଇ କୌଣସି ସତ୍ୟତା ନାହିଁ । ପ୍ରେମ ଗୋଟିଏ ବହୁତ ଭଲ ଅନୁଭବ ଅଟେ ।

ଚଳଚ୍ଚିତ୍ର କାର୍ଯ୍ୟ ବିଷୟରେ କହିବାକୁ ଗଲେ କୈଟରୀନା କୈଫ ଅକ୍ଷୟ କୁମାରଙ୍କ ସହିତ ବହୁତ ଶୀଘ୍ର ଚଳଚ୍ଚିତ୍ର “ସୂର୍ଯ୍ୟବଂଶୀ”ରେ ନଜର ଆସିବେ । ଅପର ପକ୍ଷରେ ବିକୀ କୌଶଲ ସରଦାର ଉଦ୍ଧମ ସିଂ ବ୍ୟତୀତ ମାନେକଶୋ ଏବଂ ତଖ୍ତରେ ନଜର ଆସିବେ ।

Be the first to comment

Leave a Reply

Your email address will not be published.


*