ବଲିଉଡ଼ର ଏହି ଅଭିନେତ୍ରୀଙ୍କୁ ଥିଲା ଅଣ୍ଡରୱାଲର୍ଡ଼ର ଭୟ । ପ୍ରାଣ ଭୟରେ ଛାଡିଯାଇଥିଲେ ଫିଲ୍ମ ଇଣ୍ଡଷ୍ଟ୍ରି

ବଲିଉଡ଼ ଓ ଅଣ୍ଡରୱାଲର୍ଡ଼ର ବହୁତ ଗଭୀର ସମ୍ପର୍କ ରହିଥାଏ, ବାସ୍ତବରେ, ଚଳଚ୍ଚିତ୍ରରେ ସୁଯୋଗ ଦେବା ଓ ଚଳଚ୍ଚିତ୍ରରେ ଟଙ୍କା ବିନିଯୋଗ କରିବାକୁ ନେଇ ପୂର୍ବେ ଅଣ୍ଡରୱାଲର୍ଡ଼ ଡନ୍ ମାନେ ହସ୍ତକ୍ଷେପ କରୁଥିଲେ । ସୁନ୍ଦରୀ ଅଭିନେତ୍ରୀ ମାନଙ୍କ ସହିତ ମଧ୍ୟ ଅଣ୍ଡରୱାଲର୍ଡ଼ର ସମ୍ପର୍କ ରହିଥିଲା, ଯାହା ଫଳରେ ଅନେକ ଅଭିନେତ୍ରୀ କ୍ୟାରିୟର ନଷ୍ଟ ହୋଇଯାଇଥିଲା । ଅଣ୍ଡରୱାଲର୍ଡ଼ ସହିତ ନାମ ଜଡ଼ିତ ହେବା ପରେ କିଛି ଅଭିନେତ୍ରୀ ବଲିଉଡ଼କୁ ଛାଡ଼ିବା ଉଚିତ ମନେ କଲେ । ଏତିକିନୁହେଁ, କିଛି ଅଭିନେତ୍ରୀ ଡନଙ୍କ ପ୍ରେମରେ ପଡ଼ି ଯାଇଥିଲେ । ତେବେ ଚାଲନ୍ତୁ କେଉଁ କେଉଁ ଅଭିନେତ୍ରୀ ଅଛନ୍ତି, ଯେଉଁମାନେ ଅଣ୍ଡରୱାଲର୍ଡ଼ ଭୟରେ ନିଜ କ୍ୟାରିୟର ଛାଡ଼ି ଦେଇଥିଲେ ?

ସାକ୍ଷୀ ଶିବାନନ୍ଦ

ସାକ୍ଷୀ ଶିବାନନ୍ଦ ୯୦ ଦଶକର ସୁନ୍ଦରୀ ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଜଣେ ଅଟନ୍ତି, କିନ୍ତୁ ହଠାତ ସେ କୁଆଡ଼େ ଉଭେଇ ଗଲେ । କୁହାଯାଏ ଯେ ଅଣ୍ଡରୱାଲର୍ଡ଼ ଭୟରେ ସେ ନିଜ କ୍ୟାରିୟର ଛାଡ଼ିବାକୁ ନିଷ୍ପତ୍ତି ନେଲେ ଓ ପରେ ଏପରି ସ୍ଥାନକୁ ଚାଲିଗଲେ, ଯେଉଁ ସ୍ଥାନରେ ତାଙ୍କୁ କେହି ଜାଣି ନଥିଲେ । ସୂଚନାଥାଉକି ସାକ୍ଷୀ ୧୯୯୪ ରେ ଆସିଥିବା ଚଳଚ୍ଚିତ୍ର’ଜନ୍ମ କୁଣ୍ଡଳୀ’ରୁ ନିଜ କ୍ୟାରିୟରର ଆରମ୍ଭ କରିଥିଲେ, କିନ୍ତୁ ୨୦୦୨ ମସିହାରେ ଆସିଥିବା ଚଳଚ୍ଚିତ୍ର ‘ଆପକୋ ପହଲେ ଭି କହି ଦେଖା ହେ’ ତାଙ୍କ କ୍ୟାରିୟରରେ ଏକ ବଡ଼ ପରିବର୍ତ୍ତନ ନେଇ ଆସିଲା, ଯାହା ବିଷୟରେ ସେ କେବଳ ସ୍ୱପ୍ନରେ ହିଁ ଭାବିଥିବେ । ବାସ୍ତବରେ, ଏହି ଚଳଚ୍ଚିତ୍ରଟି ଖୁବ୍ ହିଟ୍ ହୋଇଥିଲା ଏବଂ ତାଙ୍କ କ୍ୟାରିୟର ମଧ୍ୟ ଟ୍ରେକରେ ଆସିଯାଇଥିଲା ।

ଯେତେବେଳେ ସାକ୍ଷୀଙ୍କ କ୍ୟାରିୟର ବହୁତ ଭଲ ଚାଲୁଥିଲା, ସେତେବେଳେ ତାଙ୍କ ନାମ ଅଣ୍ଡରୱାଲର୍ଡ଼ ସହ ଜଡ଼ିତ ହେଲା,ଯାହା ଫଳରେ ସେ ଖୁବ୍ ଡରି ଗଲେ ଓ ସେ ରାତାରାତି ନିଜର ରହିବା ଠିକଣା ବଦଳିଦେଲେ । ଯଦିଓ, ବର୍ତ୍ତମାନ ସେ ସାଉଥ ଚଳଚ୍ଚିତ୍ର ମାନଙ୍କରେ ନଜର ଆସନ୍ତି, କିନ୍ତୁ ଆଜି ମଧ୍ୟ ସେ ଅଣ୍ଡରୱାଲର୍ଡ଼ ନାମ ଶୁଣିଲେ ଥରି ଉଠନ୍ତି ।

ଜସ୍ମୀନ୍

ବିରାନା ଚଳଚ୍ଚିତ୍ରର ସୁନ୍ଦରୀ ଭୂତ ଆପଣଙ୍କୁ ମନେଥିବ । ସେ ଏପରି ଏକ ଭୂତ ଥିଲେ, ଯାହାକୁ ଦେଖି ଲୋକମାନେ ଡରିଲେ କମ୍ ଓ ତାଙ୍କ ସୁନ୍ଦରତା ଦେଖି ପ୍ରଶଂସା କରିଥିଲେ । ଅଭିନେତ୍ରୀ ଜଶ୍ମୀନ୍ ଏତେ ସୁନ୍ଦରୀ ଥିଲେ ଯେ ତାଙ୍କ ଉପରେ ଅଣ୍ଡରୱାଲର୍ଡ଼ଙ୍କ ଗୋଟିଏ ଡନ୍ ଦିୱାନା ହୋଇଯାଇଥିଲେ । ଏହାର ଚର୍ଚ୍ଚା ମିଡ଼ିଆରେ ହେବାକୁ ଲାଗିଲା ଓ ଏହା ପରେ ଜଶ୍ମୀନ୍ ନିଜର ଅଣ୍ଡରୱାଲର୍ଡ଼ କନେକ୍ସନ ଖବରରୁ ଚିନ୍ତିତ ରହିବାକୁ ଲାଗିଲେ । ଏହା ପରେ ସେ ଦିନେ ଦେଶ ଛାଡ଼ିବାକୁ ସ୍ଥିର କରିନେଲେ ଏବଂ ସବୁଦିନ ପାଇଁ କୁଆଡ଼େ ଉଭେଇ ଗଲେ । ଜଣାଇଦେଉଛୁ ଯେ କିଛି ବର୍ଷ ପରେ ମଧ୍ୟ ଆଜି ପର୍ଯ୍ୟନ୍ତ ଜଶ୍ମୀନଙ୍କ ଠିକଣା ଜାଣି ପାରି ନାହାଁନ୍ତି । ଯଦିଓ କିଛି ଖବର ଆସିଥିଲା ଯେ ଜଶ୍ମୀନ ଆମେରିକାରେ ବିବାହ କରି ଆମେରିକାରେ ସେଟଲ ହୋଇଯାଉଛନ୍ତି । ସେପକ୍ଷେ କିଛି କୁହନ୍ତି ଯେ ଜଶ୍ମୀନ୍ ବର୍ତ୍ତମାନ ଦୁନିଆରେ ନାହାଁନ୍ତି । ଏହା ମଧ୍ୟ କୁହାଯାଏ ଯେ ୧୯୯୮ରେ ଜଶ୍ମୀନ ଜର୍ଡ଼ନକୁ ଯାଇ ବସିଗଲେ ।

ସୋନମ୍

୯୦ ଦଶକର ସବୁଠାରୁ ବୋଲ୍ଡ ଓ ସୁନ୍ଦରୀ ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଜଣେ ସୋନମ୍ ତ୍ରିଦେବ ଓ ବିଶ୍ବାତ୍ମା ଭଳି ଚଳଚ୍ଚିତ୍ର ମାନଙ୍କରେ ବହୁତ ଭଲ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ର ପାଇଁ ଆଜି ମଧ୍ୟ ତାଙ୍କ ଫ୍ୟାନ୍ସ ମାନେ ଖୁବ୍ ପସନ୍ଦ କରନ୍ତି । ସୋନମଙ୍କ ବୋଲ୍ଡ ସିନ୍ସ ଗୁଡ଼ିକ ଦେଖିବା ପାଇଁ ଦର୍ଶକ ମାନେ ସିନେମା ହଲ୍ ଆଡ଼କୁ ଆକର୍ଷିତ ହୋଇଯାଉଥିଲେ । ସେହି ଦିନ ଗୁଡ଼ିକରେ ସୋନମଙ୍କ ଏତେ କ୍ରେଜ୍ ଥିଲା ଯେ ଫିଲ୍ମ ପ୍ରଯୋଜକ ମାନେ ଫିଲ୍ମ ସାଇନ କରାଇବା ପାଇଁ ତାଙ୍କ ଘର ଚାରିପଟେ ଘୁରୀ ବୁଲୁଥିଲେ ।

୧୯୯୧ ମସିହାରେ ସୋନମ ଚଳଚ୍ଚିତ୍ର ତ୍ରିଦେବର ନିର୍ଦ୍ଦେଶକ ରାଜୀବ ରାୟଙ୍କୁ ବିବାହ କରିନେଲେ, କିନ୍ତୁ ଅଣ୍ଡରୱାଲର୍ଡ଼ର ଜଣାଶୁଣା ଡ଼ନ୍ ଅବୁ ସଲେମ୍ ତରଫରୁ ବାରମ୍ବାର ସୋନମ୍ ଓ ତାଙ୍କ ସ୍ୱାମୀ ରାଜୀବ ରାୟଙ୍କୁ ଜୀବନରୁ ମାରି ଦେବା ପାଇଁ ଧମକ୍ ଦିଆଯାଇଥିଲା । ଏହା ପରେ ସୋନମ୍ ଓ ରାଜୀବ ୧୯୯୭ ମସିହାରେ ଦେଶକୁ ଛାଡ଼ିଦେଲେ ଓ ବିଦେଶକୁ ଚାଲିଗଲେ । ଯଦିଓ ବିବାହର ୧୬ ବର୍ଷ ପରେ ଦୁହିଁଙ୍କ ଛାଡ଼ପତ୍ର ହୋଇଗଲା, ଏହା ପରେ ସୋନମ୍ ଜଣେ ଡାକ୍ତରଙ୍କୁ ଦେଖାକଲେ । ବର୍ତ୍ତମାନ ଲାଇମଲାଇଟ ଓ ମିଡ଼ିଆରୁ ଦୂର ସୋନମ୍ ଉଟିରେ ନିଜ ସ୍ୱାମୀ ସହିତ ଖୁସିରେ ଅଛନ୍ତି ।

Be the first to comment

Leave a Reply

Your email address will not be published.


*