ନିଜ ସ୍ୱାମୀ ଠାରୁ ଅଲଗା ହେବା ପରେ ବଲିଉଡ଼ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧ ହୋଇଗଲେ ଏହି ଅଭିନେତ୍ରୀ ମାନେ, ଦେଖନ୍ତୁ ଫଟୋ…

ଚଳଚ୍ଚିତ୍ର ଜଗତରେ କିଛି ଅଭିନେତ୍ରୀ ବିବାହିତ ଅଟନ୍ତି, ଆଉ କିଛି ଛାଡ଼ପତ୍ର ନେଇଛନ୍ତି । ବଲିଉଡ଼ ଫିଲ୍ମ ଇଣ୍ଡଷ୍ଟ୍ରିରେ ଯେଉଁଠାରେ ଦୀପିକା ପାଦୁକୋନ, ଅନୁଷ୍କା ଶର୍ମା, ପ୍ରିୟଙ୍କା ଚୋପଡ଼ା ବିବାହ ପୂର୍ବରୁ ଓ ପରେ ଖୁବ୍ ନାମ ଅର୍ଜନ କରି ସାରିଛନ୍ତି । ସେପକ୍ଷରେ କିଛି ଅଭିନେତ୍ରୀ ନିଜ ସ୍ୱାମୀ ଠାରୁ ଅଲଗା ହେବା ପରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ପରିଚୟ ହାସଲ କରିବାରେ ସଫଳ ହୋଇଛନ୍ତି । ତେବେ ଆଜି ଆମେ ଆପଣଙ୍କୁ ସେହି ଅଭିନେତ୍ରୀ ମାନଙ୍କ ବିଷୟରେ ସୁଚାଇବୁ ଯେଉଁମାନେ ସ୍ୱାମୀ ଠାରୁ ଅଲଗା ହେବା ପରେ ବଲିଉଡ଼ ଇଣ୍ଡଷ୍ଟ୍ରିରେ ଖୁବ୍ ନାମ ଅର୍ଜନ କଲେ । ଏତିକିନୁହେଁ ବରଂ ଆଜି ସମ୍ପୂର୍ଣ୍ଣ ଜଗତରେ ତାଙ୍କ ଫ୍ୟାନ୍ସ ମାନଙ୍କ ଅଭାବ ନାହିଁ ।

ଆଦିତି ରାଓ ହେଦ୍ରୀ

ବୋଧହୁଏ ଆପଣ ଏହା ଜାଣିଥିବେ ଯେ ଅଭିନେତ୍ରୀ ଆଦିତି ରାଓ ହେଦ୍ରୀ ‘ଦିଲ୍ଲୀ ୬’ ଚଳଚ୍ଚିତ୍ରରେ ଅଭିନୟ କରିବା ପୂର୍ବରୁ ବୈବାହିକ ଥିଲେ । ସୂଚନା ପାଇଁ ଜଣାଇଦେଉଛୁ ଯେ ଆଦିତି ରାଓ ହେଦ୍ରୀ ୧୭ ବର୍ଷ ବୟସରେ ନିଜ ପିଲା ବେଳର ସାଙ୍ଗ ସହିତ ବିବାହ କରିଥିଲେ । ଦୁଃଖର ବିଷୟ ଏହା ଯେ ଏହି ସମ୍ପର୍କ ଅଧିକ ଦିନ ଧରି ଚାଲିପାରିନଥିଲା ଏବଂ ଦୁହେଁ ଅଲଗା ହୋଇଗଲେ । ଆଦିତି ରାଓ ସ୍ୱାମୀ ଠାରୁ ଅଲଗା ହେବା ପରେ ସାଉଥ ସମେତ ଅନେକ ବଲିଉଡ଼ ଚଳଚ୍ଚିତ୍ର ମାନଙ୍କରେ ଅଭିନୟ କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ । ଆଜି ଆଦିତି ବଲିଉଡ଼ ଚଳଚ୍ଚିତ୍ର ଜଗତରେ ଜଣେ ଜଣାଶୁଣା ଅଭିନେତ୍ରୀ ଅଟନ୍ତି ।

ଚିତ୍ରାଙ୍ଗଦା ସିଂହ

ଚଳଚ୍ଚିତ୍ର ଜଗତରେ ନିଜ ବଳରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ଚିତ୍ରାଙ୍ଗଦା ସିଂହ ମଧ୍ୟ ଏହି ସୂଚୀରେ ସାମିଲ ଅଛନ୍ତି । ଅଭିନୟ ସଙ୍ଗେ ସଙ୍ଗେ ସୁନ୍ଦର ଶୈଳୀରୁ ସମସ୍ତଙ୍କୁ ଦିୱାନା କରୁଥିବା ଅଭିନେତ୍ରୀ ଚିତ୍ରାଙ୍ଗଦା ସିଂହ ୨୦୦୧ ମସିହାରେ ଜ୍ୟୋତି ରନ୍ଧାବା ସହିତ ବିବାହ କରିଥିଲେ କିନ୍ତୁ କିଛି ବର୍ଷ ପର୍ଯ୍ୟନ୍ତ ସାଥିରେ ରହିବା ପରେ ଦୁହେଁ ୨୦୧୪ରେ ଅଲଗା ହୋଇଗଲେ । ଏହା ପରେ ଚିତ୍ରାଙ୍ଗଦା ଦେଶୀ ବଏଜ୍ ପରେ ଅନେକଗୁଡ଼ିଏ ସୁପରହିଟ୍ ଚଳଚ୍ଚିତ୍ର ମାନଙ୍କରେ ନଜର ଆସିଲେ ।

କଳ୍କୀ କୋଚଲୀନ୍

ନିଜର ସମସ୍ତ କଥାକୁ ସ୍ପଷ୍ଟ ଭାବରେ ସମସ୍ତଙ୍କ ସମ୍ମୁଖରେ ରଖୁଥିବା ଅଭିନେତ୍ରୀ କଳ୍କୀ କୋଚଲୀନ ଅନେକ ବଡ଼ ବଡ଼ ସୁପରହିଟ ଚଳଚ୍ଚିତ୍ରରେ ନଜର ଆସିଛନ୍ତି । ଚଳଚ୍ଚିତ୍ର ଦେବ ଡି ଠାରୁ ନିଜ ଅଭିନୟ କ୍ୟାରିୟରର ଆରମ୍ଭ କରିଥିବା କଲ୍କି କୋଚାଲୀନ ଚଳଚ୍ଚିତ୍ର ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ସହିତ ବିବାହ କରିଥିଲେ । ସେପକ୍ଷେ ଅନୁରାଗଙ୍କ ସହିତ ଅଲଗା ହେବା ପରେ କଳ୍କୀ ସୁପରହିଟ୍ ଚଳଚ୍ଚିତ୍ର ମାନଙ୍କରେ ନଜର ଆସିଲେ ।

ମାହି ଗିଲ୍

ଅଭିନେତ୍ରୀ ମାହି ଗିଲ୍ ବଲିଉଡ଼ ସମେତ ଟଲିଉଡ଼ ଚଳଚ୍ଚିତ୍ର ମାନଙ୍କରେ ମଧ୍ୟ ନଜର ଆସିଛନ୍ତି । ମାହି ଗିଲ୍ ମଧ୍ୟ ଛାଡପତ୍ର ନେଇଛନ୍ତି । କିନ୍ତୁ ସ୍ୱାମୀ ଠାରୁ ଅଲଗା ହେବା ପରେ ମାହି ଗିଲ୍ ଦେବ ଡ଼ି, ସାହେବ, ବିବି ଔର ଗେଙ୍ଗଷ୍ଟର ଭଳି ହିଟ୍ ଚଳଚ୍ଚିତ୍ର ମାନଙ୍କରେ ନଜର ଆସିଲେ ।

ମଲ୍ଲିକା ଶେରାବତ

ନିଜର ହଟନେସ୍ ସହିତ ବୋଲ୍ଡନେସ୍ ପାଇଁ ଖବରରେ ଥିବା ଅଭିନେତ୍ରୀ ମଲ୍ଲିକା ଶେରାବତ ମଧ୍ୟ ଏହି ସୂଚୀରେ ସାମିଲ ଅଛନ୍ତି । ମଲ୍ଲିକା ଶେରାବତଙ୍କୁ ମଧ୍ୟ ସମଗ୍ର ବିଶ୍ୱରେ ସଫଳତା ପ୍ରତି କରନ ସିଂହ ଗିଲ୍ ସହ ଅଲଗା ହେବା ପରେ ମିଳିଲା । ଖୁଆହୀଶ୍ ଓ ମର୍ଡର ଭଳି ସୁପରହିଟ୍ ଚଳଚ୍ଚିତ୍ରରେ ନଜର ଆସୁଥିବା ମଲ୍ଲିକା ସୋସିଆଲ ମିଡ଼ିଆ ଆକାଉଣ୍ଟ ଜରିଆରେ ଫ୍ୟାନ୍ସ ମାନଙ୍କ ଠାରେ ସବୁବେଳେ ସକ୍ରିୟ ରୁହନ୍ତି ।

ରାକ୍ଷୀ ଗୁଲଜାର

ନିଜ ଯୁଗର ସବୁଠାରୁ ସୁନ୍ଦର ଅଭିନେତ୍ରୀ ରାକ୍ଷୀ ଗୁଲଜାରଙ୍କ ଠାରୁ ଆପଣ ସମସ୍ତେ ପରିଚିତ । ଅନେକ ବଡ଼ ବଡ଼ କଳାକାରଙ୍କ ସହିତ କାମ କରିଥିବା ରାକ୍ଷୀ ଗୁଲଜାରଙ୍କୁ ଯେତେବେଳେ ଏହା ବିଷୟରେ ଜଣାପଡ଼ିଲା ଯେ ସ୍ୱାମୀ ଗୁଲଜାରଙ୍କ ସହ ରହି ସେ ନିଜ ସ୍ବପ୍ନ ଗୁଡ଼ିକୁ ପୂରଣ କରି ପାରିବେ ନାହିଁ ସେତେବେଳେ ସେ ଅଲଗା ହେବା ପାଇଁ ନିଷ୍ପତ୍ତି ନେଇଥିଲେ ଓ ପରେ ସଫଳତା ହାସଲ କରିଥିଲେ ।

Be the first to comment

Leave a Reply

Your email address will not be published.


*