ସୁଶାନ୍ତଙ୍କ ଫରେନସିକ୍ ରିପୋର୍ଟ ଦେଉଥିବା ଦଳର ମୁଖ୍ୟ ଡାକ୍ତରଙ୍କ ଅଡ଼ିଓ ହେଲା ଲିକ୍, କହିଲେ – ସୁଶାନ୍ତଙ୍କ ହତ୍ୟା…..

ସୁଶାନ୍ତ ସିଂହ ରାଜପୁତ ମାମଲାରେ ପ୍ରତିଦିନ ନୂଆଁ ନୂଆଁ ଖୁଲାସା ହେଉଛି । ଗତ ସୋମବାର (୨୮ ସେପ୍ଟେମ୍ବର) ଏମ୍ସ ସୁଶାନ୍ତଙ୍କ ଫରେନସିକ ରିପୋର୍ଟ ସିବିଆଇକୁ ହସ୍ତାନ୍ତର କରି ଦେଇଛନ୍ତି । ଏହି ରିପୋର୍ଟରେ ସୁଶାନ୍ତଙ୍କ ହତ୍ୟା ହୋଇଥିବା କଥାକୁ ମନା କରି ଦିଆଯାଇଥିଲା । ଏହି ରିପୋର୍ଟରେ ଲେଖାଯାଇଥିଲା ଯେ ଯେଉଁ ଅବସ୍ଥାରେ ସୁଶାନ୍ତଙ୍କ ମୃତ୍ୟୁ ହୋଇଛି ଏହାକୁ ଦେଖି ସେଥିରେ କୌଣସି ପ୍ରକାର ଫ୍ଲୋରେଳ ଦେଖାଯାଏ ନାହିଁ । ଏଥିପାଇଁ ଏହା ଆତ୍ମହତ୍ୟା ଅଟେ ।

ବର୍ତ୍ତମାନ ଏଥି ମଧ୍ୟରେ ସୁଧୀର ଗୁପ୍ତାଙ୍କ ଏକ ଅଡ଼ିଓ ଟେପ୍ ଲିକ୍ ହୋଇଯାଇଛି ଯେଉଁଥିରେ ସେ ଏହା କହୁଛନ୍ତି ଯେ ତାଙ୍କୁ ଏପରି ଲାଗୁଛି ଯେ ସୁଶାନ୍ତଙ୍କ ହତ୍ୟା ହୋଇଛି । ବାସ୍ତବରେ ଏକ ମିଡ଼ିଆ ହାଉସ୍ ରିପୋର୍ଟ ଅନୁଯାୟୀ ଯେତେବେଳେ ସେ ପ୍ରଥମ ଥର ପାଇଁ ସୁଶାନ୍ତଙ୍କ ଶବର ଫଟୋ ପ୍ରଥମ ଥର ପାଇଁ ଦେଖିଥିଲେ, ସେହି ସମୟରେ କୌଣସି ପ୍ରକାର ଯାଞ୍ଚ ହୋଇନଥିଲା । ଯଦିଓ ପରେ ଯେତେବେଳେ ଏମ୍ସ ନିଜ ଫରେନସିକ୍ ରିପୋର୍ଟ ପ୍ରସ୍ତୁତ କଲେ ତେବେ ସେଥିରେ ସୁଶାନ୍ତଙ୍କ ହତ୍ୟା କଥାକୁ ଅସ୍ବୀକାର କରାଯାଇଛି ।

ଆପଣଙ୍କୁ ସୂଚିତ କରିଦେଉଛୁ ଯେ ଡାକ୍ତର ସୁଧୀର ଗୁପ୍ତା ସୁଶାନ୍ତ ମାମଲାର ଫରେନସିକ୍ ରିପୋର୍ଟ ସିବିଆଇକୁ ହସ୍ତାନ୍ତର କରିବା ଟିମର ମୁଖ୍ୟ ଅଟନ୍ତି । ଅନ୍ୟପକ୍ଷରେ ସୁଶାନ୍ତଙ୍କ ପରିବାର ଏମ୍ସର ଏହି ରିପୋର୍ଟରୁ ସନ୍ତୁଷ୍ଟ ନୁହଁନ୍ତି । ସେପକ୍ଷରେ ସୁଶାନ୍ତଙ୍କ ଫ୍ୟାନ୍ସ ମାନେ ମଧ୍ୟ ଏହା ହିଁ କହୁଛନ୍ତି ।

ବର୍ତ୍ତମାନ ଏମ୍ସ ନିଜ ରିପୋର୍ଟରେ ସୁଶାନ୍ତଙ୍କ ହତ୍ୟା କଥାକୁ ହଟାଇ ଆତ୍ମହତ୍ୟା କହିଛନ୍ତି, ଏଥିପାଇଁ ସିବିଆଇ ମଧ୍ୟ ଏହି ମାମଲାରେ ଆତ୍ମହତ୍ୟା ମାମଲାରେ ଯାଞ୍ଚ କରିବେ । ସେମାନେ ଏହା ଜାଣିବା ପାଇଁ ଚେଷ୍ଟା କରିବେ ଯେ ସୁଶାନ୍ତଙ୍କ ଆତ୍ମହତ୍ୟା ପଛରେ କାରଣ କଣ ଥିଲା ? ତାକୁ ଆତ୍ମହତ୍ୟା କରିବା ପାଇଁ କିଏ ବାଧ୍ୟ କରିଥିଲେ ?

ସୁଶାନ୍ତ ୧୪ ଜୁନ ୨୦୨୦ କୁ ନିଜ ମୁମ୍ବାଇର ବାନ୍ଦ୍ରାସ୍ଥିତ ଘରେ ମୃତ ଅବସ୍ଥାରେ ଉଦ୍ଧାର ହୋଇଥିଲେ । ତାଙ୍କ ଶବ ପଙ୍ଖାରେ ଲଟକି ରହିଥିଲା । ଏଥିପାଇଁ ସେ ଫାଶୀ ଭାବରେ ନିଜ ସବୁଜ ରଙ୍ଗର କୁର୍ତ୍ତାକୁ ବ୍ୟବହାର କରିଥିଲେ । ସୁଶାନ୍ତଙ୍କ କୋଠରୀରୁ କୌଣସି ପ୍ରକାର ସୁସାଇଡ଼ ନୋଟ୍ ମିଳିନାହିଁ । ଏଥିରୁ ଲୋକଙ୍କ ମସ୍ତିଷ୍କରେ ସନ୍ଦେହ ଜାତ ହୋଇଥିଲା ।

ସେପକ୍ଷରେ ମୁମ୍ବାଇ ପୋଲିସ୍ ତଦନ୍ତ ଆରମ୍ଭରେ ଏହାକୁ ଏକ ଆତ୍ମହତ୍ୟା ବୋଲି କହିଥିଲେ । ସେତେବେଳେ ପୋଷ୍ଟମର୍ଟମରେ ମଧ୍ୟ ସୁଶାନ୍ତଙ୍କ ମୃତ୍ୟୁର କାରଣ ଶ୍ୱାସରୁଦ୍ଧ ବୋଲି କୁହାଯାଇଛି। ଯଦିଓ ତାଙ୍କ ପରିବାରକୁ ଏଥିରୁ ସନ୍ତୁଷ୍ଟି ନଥିଲା ଓ ସେ ସିବିଆଇ ଯାଞ୍ଚର ଦାବି କରିଥିଲେ । ସେପକ୍ଷରେ ସୁଶାନ୍ତଙ୍କ ଫ୍ୟାନ୍ସ ମାନେ ମଧ୍ୟ ଏହି ସିବିଆଇ ଯାଞ୍ଚର ଦାବି କରୁଥିଲେ । ବର୍ତ୍ତମାନ ଏହି ମାମଲାରେ ସିବିଆଇ ବ୍ୟତୀତ ଏନସିବି ଡ୍ରଗ୍ସ ପ୍ରସଙ୍ଗର ତଦନ୍ତ କରୁଛନ୍ତି ।

Be the first to comment

Leave a Reply

Your email address will not be published.


*