ଏକ୍ସ ଗର୍ଲଫ୍ରେଣ୍ଡ ନେହା କକ୍କରଙ୍କ ବିବାହ ଖବର ଉପରେ ଆସିଲା ହିମାଂଶ କୋହଲିଙ୍କ ପ୍ରତିକ୍ରିୟା !

ଆଜିକାଲି ବଲିଉଡ ଗାୟିକା ତଥା ଇଣ୍ଡିଆନ ଆଇଡଲ ଜର୍ଜ ନେହା କକ୍କରଙ୍କ ବିବାହର ଚର୍ଚ୍ଚା ଜୋରସୋରରେ ଚାଲିଛି । ଖବର ଅଛି ଯେ ନେହା କକ୍କର ପଞ୍ଜାବୀ ଗାୟକ ରୋହନପ୍ରୀତ ସିଂଙ୍କ ସହ ୨୪ଅକ୍ଟୋବରରେ ବିବାହ କରିବାକୁ ଯାଉଛନ୍ତି । ରୋହନପ୍ରୀତ ‘ଇଣ୍ଡିୟାନ ରାଇଜିଂ ଷ୍ଟାର’ ସିଜନ ୨ର ପ୍ରଥମ ରନର ଅପ୍ ହୋଇଥିଲେ । ଯଦିଓ ନେହା କକ୍କରଙ୍କ ତରଫରୁ ଏପଯ୍ୟନ୍ତ ବିବାହ ଖବରକୁ ନେଇ କୌଣସି ପ୍ରକାରର ଅଫିସିୟାଲ ବିବୃତ୍ତି ଦିଆଯାଇ ନାହିଁ, ନେହାଙ୍କ ବନ୍ଧୁ ଏବଂ ରୋହନପ୍ରୀତଙ୍କ ମ୍ୟାନେଜର ସ୍ପଷ୍ଟ କରିଛନ୍ତି ଯେ ଦୁହିଁଙ୍କର କୌଣସି ବିବାହ ହେବ ନାହିଁ, ଏହି ଖବର କେବଳ ଗୁଜବ ଅଟେ ।

ଏହି ସମୟ ମଧ୍ୟରେ ନେହାଙ୍କ ବିବାହକୁ ନେଇ ତାଙ୍କର ପୂର୍ବତନ ପ୍ରେମିକ ତଥା ଅଭିନେତା ହିମାଂଶ କୋହଲିଙ୍କ ପ୍ରତିକ୍ରିୟା ଆସିଛି । ହିମାଂଶ କୋହଲି କହିଛନ୍ତି, ‘ଯଦି ନେହା ବିବାହ କରୁଛନ୍ତି ତେବେ ମୁଁ ତାଙ୍କ ପାଇଁ ବହୁତ ଖୁସି ଅଛି । ସେ ଜୀବନରେ ଆଗକୁ ବଢୁଛନ୍ତି । ତାଙ୍କ ଜୀବନରେ କେହି ଜଣେ ଅଛନ୍ତି ଏବଂ ଏହା ଦେଖି ମତେ ବହୁତ ଭଲ ଲାଗୁଛି ।’

କହିଦଉଛୁ ଯେ ନେହା କକ୍କର ଏବଂ ହିମାଂଶ କୋହଲି ୪ବର୍ଷ ପର୍ଯ୍ୟନ୍ତ ୨୦୧୪ ଠାରୁ ୨୦୧୮ ପର୍ଯ୍ୟନ୍ତ ସମ୍ପର୍କରେ ରହିଥିଲେ । ଏପରିକି ଦୁହେଁ ଏକ ମ୍ୟୁଜିକ୍ ଭିଡିଓରେ ଏକାଠି ଅଭିନୟ କରିଥିଲେ ଏବଂ ନେହା ତାଙ୍କ ରିୟାଲିଟି ଶୋ’ରେ ହିମାଂଶଙ୍କ ପାଇଁ ତାଙ୍କ ପ୍ରେମର ଘୋଷଣା କରିଥିଲେ । ୨ବର୍ଷ ପୂର୍ବେ ଉଭୟଙ୍କର ବ୍ରେକପ୍ ହୋଇଥିଲା । ବ୍ରେକପ୍ ପରେ ନେହା ହିମାଂଶଙ୍କୁ ନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ ଲେଖିଥିଲେ, ଯାହା ହିମାଂଶଙ୍କୁ ବହୁତ ଖରାପ ଲାଗିଥିଲା । ସେ କହିଥିଲେ ଯେ ନେହାଙ୍କ ଏହି ପୋଷ୍ଟ ପରେ ତାଙ୍କ ଜୀବନରେ ସବୁକିଛି ଖରାପ ହୋଇଥିଲା । ଲୋକମାନେ ତାଙ୍କୁ ଖଳନାୟକ କରିଦେଲେ । ହିମାଂଶୁ ଏହା ମଧ୍ୟ କହିଥିଲେ ଯେ ଯେତେବେଳେ ନେହା କକ୍କର ଜାତୀୟ ଟେଲିଭିଜନରେ କାନ୍ଦିବା ଆରମ୍ଭ କଲେ, ସେତେବେଳେ ସମସ୍ତେ ବିଶ୍ୱାସ କଲେ ଯେ ହିମାଂଶ କୋହଲି ଠିକ୍ ନୁହଁନ୍ତି । ଲୋକମାନେ ତାଙ୍କୁ ଭୁଲ୍ ବୁଝିବା ଆରମ୍ଭ କଲେ । ଏଥି ସହିତ ନେହା କହିଛନ୍ତି ଯେ ହିମାଂଶ କୋହଲିଙ୍କୁ ସେ ପୂରା ସମୟ ଦେଉଥିଲେ, କିନ୍ତୁ ତଥାପି ତାଙ୍କ ଅଭିଯୋଗ ରହୁଥିଲା କି ସେ ତାଙ୍କୁ ସମୟ ଦେଉ ନାହାଁନ୍ତି ।

ହିମାଂଶଙ୍କ କାର୍ଯ୍ୟ ଫ୍ରଣ୍ଟ ବିଷୟରେ କୁହାଯାଏ ତେବେ ସେ ଫିଲ୍ମ “ୟାରିୟାନ୍” ସହିତ ବଲିଉଡରେ ଡେବ୍ୟୁ କରିଥିଲେ । ଏହା ବ୍ୟତୀତ ସେ ‘ସୁଇଟି ୱେଡ୍ସ ଏନଆରଆଇ’, ‘ଜୀନା ଇସି କା ନାମ ହେ’, ‘ରାଞ୍ଚି ଡାଏରୀ’ ଏବଂ ‘ଦିଲ୍ ଜୋ ନା କହେ ସକେ’ ଭଳି ଫିଲ୍ମରେ ଅଭିନୟ କରିସାରିଛନ୍ତି ।

Be the first to comment

Leave a Reply

Your email address will not be published.


*