ସଲମାନ ଖାନଙ୍କ ସହିତ କାମ କରିବାକୁ ଚାହୁଁନଥିଲେ ଏହି ଅଭିନେତ୍ରୀ, ଜଣେ ସାମ୍ନାରେ ହିଁ ମନା କରି ଦେଇଥିଲେ !

ଏହିପରି ଦେଖିବାକୁ ଗଲେ ବଲିଉଡ଼ ଅଭିନେତା ସଲମାନ ଖାନଙ୍କ ସହିତ କାମ କରିବାକୁ ଅଭିନେତ୍ରୀ ମାନେ ପ୍ରାୟ ଆଗ୍ରହ ଥାନ୍ତି । କିନ୍ତୁ କିଛି ଏପରି ମଧ୍ୟ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଦବଙ୍ଗ ଖାନଙ୍କ ସହିତ କାମ କରିବାକୁ ସିଧାସଳଖ ମନା କରିଦେଇଛନ୍ତି । ବଲିଉଡ଼ରେ ଏପରି ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ସଲମାନ ଖାନଙ୍କ ସହ ଫିଲ୍ମ ଅଫରକୁ ଛାଡ଼ି ଦେଇଛନ୍ତି । କେବଳ ଏତିକି ନୁହେଁ ସେହି ଅଭିନେତ୍ରୀ ମାନେ କେବେ ମଧ୍ୟ ସଲମାନ ଖାନଙ୍କ ସହିତ ଫିଲ୍ମ ନକରିବାକୁ ପ୍ରତିଜ୍ଞା ମଧ୍ୟ କରିଛନ୍ତି । ଏହି ଲିଷ୍ଟରେ କିଛି ଏପରି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ପ୍ରଥମେ ସଲମାନ ଖାନଙ୍କ ସହିତ କାମ କରିଛନ୍ତି, କିନ୍ତୁ ପରେ ସେମାନେ ତାଙ୍କ ସହିତ କାମ କରିବାକୁ ସ୍ପଷ୍ଟ ଭାବରେ ମନା କରିଦେଇଛନ୍ତି । ତେଣୁ ଚାଲନ୍ତୁ ଜାଣିବା ଯେ ସେହି ଅଭିନେତ୍ରୀଙ୍କ ବିଷୟରେ, ଯେଉଁମାନେ ସଲମାନ ଖାନଙ୍କ ସହିତ କାମ କରିବାକୁ ଚାହାନ୍ତି ନାହିଁ ।

୧. ଦୀପିକା ପାଦୁକୋନ :-

ବଲିଉଡ଼ର ଲୋକପ୍ରିୟ ଅଭିନେତ୍ରୀ ଦୀପିକା ପାଦୁକୋନ ସଲମାନ ଖାନଙ୍କ ସହିତ କାମ କରିବାକୁ ମନା କରିଦେଇଥିଲେ । ଏପରି କୁହାଯାଇଥାଏ ଯେ ସଲମାନ ଖାନ୍ ରଣବୀର ସିଂହଙ୍କୁ ଉପହାସ କରିଥିଲେ । ଯେଉଁ କାରଣରୁ ଦୀପିକା ପାଦୁକୋନ ଦବଙ୍ଗ ଖାନଙ୍କ ସହିତ କାମ କରିବାକୁ ମନା କରିଦେଇଥିଲେ । ଦୀପିକା ପାଦୁକୋନଙ୍କୁ ସଲମାନଙ୍କ ସହିତ ୫ଟି ଫିଲ୍ମ ଅଫର ହୋଇଥିଲା, କିନ୍ତୁ ସେ ତାହାକୁ କରିବାକୁ ମନା କରିଦେଇଥିଲେ । କିନ୍ତୁ ବର୍ତ୍ତମାନ ଦୀପିକା ପାଦୁକୋନ ଡ୍ରଗ୍ସ ମାମଲା ସହିତ ଜଡ଼ିତ ଅଛି, ଯେଉଁଥିରେ NCB ତାଙ୍କୁ ପଚରା ଉଚୁରା କରିଛି ।

୨. ସୋନାଲୀ ବେନ୍ଦ୍ରେ :-

ସୋନାଲୀ ବେନ୍ଦ୍ରେ ସଲମାନ ଖାନଙ୍କ ସହିତ ଅନେକ ଫିଲ୍ମରେ କାମ କରିଛନ୍ତି, କିନ୍ତୁ ପରେ ସେ ତାଙ୍କ ସହିତ କାମ କରିବାକୁ ମନା କରିଦେଇଥିଲେ । ଏବଂ ତା’ପରଠାରୁ ଦୁହିଁଙ୍କୁ ଅନସ୍କ୍ରିନରେ ଦେଖାଯାଇନାହିଁ । ଏପରି କୁହାଯାଏ ଯେ କଳା ହରିଣ ମାମଲା କାରଣରୁ ସୋନାଲୀ ବେନ୍ଦ୍ରେ ସଲମାନଙ୍କ ସହିତ କାମ କରିବାକୁ ମନା କରିଥିଲେ । କିନ୍ତୁ ସୋନାଲୀ ବେନ୍ଦ୍ରେ ଏହି ବିଷୟକୁ ନେଇ କେବେ ମଧ୍ୟ ସ୍ପଷ୍ଟ ଭାବରେ କହିନାହାନ୍ତି ।

୩. କଙ୍ଗନା ରାନାୱତ :-

ବଲିଉଡ଼ ଅଭିନେତ୍ରୀ କଙ୍ଗନା ରାନାୱତ ପ୍ରାୟ ଚର୍ଚ୍ଚାରେ ରହିଥାନ୍ତି । ଗତ କିଛିଦିନରୁ କଙ୍ଗନା ମହାରାଷ୍ଟ୍ର ସରକାର ଏବଂ ବଲିଉଡ଼ ସହିତ ଏକ କାରଣରୁ ସମ୍ନାସାମ୍ନୀ ହୋଇଥିଲେ । କିନ୍ତୁ କଙ୍ଗନା ମଧ୍ୟ ଏହି ଲିଷ୍ଟରେ ସାମିଲ ଅଛନ୍ତି ଯେଉଁମାନେ ସଲମାନ ଖାନଙ୍କ ସହିତ କାମ କରିବାକୁ ବାରଣ କରିଥିଲେ । ପ୍ରକୃତରେ କଙ୍ଗନା ରାନାୱତଙ୍କ କହିବା କଥା ଯେ ସଲମାନ ଖାନଙ୍କର ସବୁ ଫିଲ୍ମ ର ଶ୍ରେୟ କେବଳ ଦବଙ୍ଗ ଖାନଙ୍କୁ ହିଁ ମିଳିଥାଏ ଏବଂ ଅଭିନେତ୍ରୀଙ୍କୁ କିଛି ମିଳିନଥାଏ । ଏଥିପାଇଁ ସେ ସଲମାନ ଖାନଙ୍କ ସହିତ କାମ କରିବାକୁ ମନା କରିଥିଲେ । କେବଳ ଏତିକି ନୁହେଁ ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ କେବେ ମଧ୍ୟ ସଲମାନ ଖାନଙ୍କ ସହିତ କାମ କରିବାକୁ ଚାହାନ୍ତି ନାହିଁ ବୋଲି ।

୪. ଅମିଷା ପଟେଲ :-

ବଲିଉଡ଼ ଅଭିନେତ୍ରୀ ଅମିଷା ପଟେଲ ଫିଲ୍ମ କାହୋ ନା ପ୍ୟାର ହେ ଫିଲ୍ମରୁ ବଲିଉଡ଼ରେ ପାଦ ଦେଇଥିଲେ, ଯେଉଁ କାରଣରୁ ସେ ରାତାରାତି ଷ୍ଟାର ହୋଇଯାଇଥିଲେ । ଏହାପରେ ସେ ଅନେକ ହିଟ୍ ଫିଲ୍ମରେ କାମ କରିଛନ୍ତି, କିନ୍ତୁ ସଲମାନ ଖାନଙ୍କ ସହିତ ତାଙ୍କର ଫିଲ୍ମ ‘ ୟେ ଜଲୱା ହେ ‘ ଫ୍ଲୋପ୍ ହୋଇଯାଇଥିଲା । ଯାହା ପରଠାରୁ ସେ ଦବଙ୍ଗ ଖାନଙ୍କ ସହିତ କାମ କରିବାକୁ ମନା କରି ଦେଇଥିଲେ । ଏବଂ ଏହି କାରଣ ଅଟେ ଯେ ସେହି ଫିଲ୍ମ ପରେ ସଲମାନ ଖାନ୍ ଏବଂ ଅମିଷା ପଟେଲଙ୍କ ଯୋଡ଼ି ପରଦାରେ ନଜର ଆସିନାହିଁ । କେବଳ ଏତିକି ନୁହେଁ, ଅମିଷା ପଟେଲଙ୍କ କ୍ୟାରିଅର ମଧ୍ୟ ଫ୍ଲୋପ୍ ହୋଇଗଲା ଏବଂ ଫିଲ୍ମ ଦୁନିଆ ଛାଡ଼ିଦେଲେ ।

୫. ଟ୍ଵିଙ୍କିଲ ଖାନ୍ନା :-

ବଲିଉଡ଼ ଅଭିନେତ୍ରୀ ଟ୍ଵିଙ୍କିଲ ଖାନ୍ନା ନିଜର କ୍ୟାରିଅରରେ ଅନେକ ହିଟ୍ ଫିଲ୍ମରେ କାମ କରିଛନ୍ତି, ଯାହାକୁ ବର୍ତ୍ତମାନ ସୁଦ୍ଧା ମଧ୍ୟ ତାଙ୍କ ପ୍ରଶଂସକ ମାନେ ମନେ ରଖିଛନ୍ତି । କିନ୍ତୁ କ୍ୟାରିଅର ଗଢ଼ିବା ସମୟରେ ସେ ଅଧିକ ସିଲେକ୍ଟିଭ ହୋଇଯାଇଥିଲେ । ଏବଂ ଏହି କାରଣରୁ ସେ ସଲମାନ ଖାନଙ୍କ ସହିତ କାମ କରିବାକୁ ମନା କରି ଦେଇଥିଲେ । ସଲମାନ ଏବଂ ଟ୍ଵିଙ୍କିଲଙ୍କ ଫିଲ୍ମ “ଜବ୍ ପ୍ୟାର କିସି ସେ ହୋତା ହେ”କୁ ଲୋକେ ଅଧିକ ପସନ୍ଦ କରିଥିଲେ, କିନ୍ତୁ ଟ୍ଵିଙ୍କିଲ ଆଗାମୀ ସମୟରେ ସଲମାନ ଖାନଙ୍କ ସହିତ କାମ କରିବାକୁ ମନା କରି ଦେଇଥିଲେ ଏବଂ ଅନେକ ଫିଲ୍ମ କରିବାକୁ ମନା କରି ଦେଇଥିଲେ ।

୬. ଐଶ୍ଵର୍ଯ୍ୟା ରାୟ :-

ସଲମାନ ଖାନଙ୍କ ଖୁବ୍ ପ୍ରିୟ ଥିବା ଐଶ୍ଵର୍ଯ୍ୟା ରାୟ ମଧ୍ୟ ତାଙ୍କୁ ପସନ୍ଦ କରୁନଥିଲେ । ପ୍ରକୃତରେ ଫିଲ୍ମ “ହମ୍ ଦିଲ ଦେ ଚୁକେ ସନମ”ରେ ଦୁହିଁଙ୍କ ଯୋଡ଼ିକୁ ଖୁବ୍ ପସନ୍ଦ କରାଯାଇଥିଲା ଏବଂ ସେତେବେଳେ ଦୁହେଁ ପରସ୍ପରକୁ ଭଲ ପାଉଥିଲେ । କିନ୍ତୁ ପରେ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହେବାରୁ ଐଶ୍ଵର୍ଯ୍ୟା ଏବଂ ସଲମାନ ପରସ୍ପର ଠାରୁ ଦୂରେଇ ରହିବା ଉଚିତ ମନେକଲେ । କେବଳ ଏତିକି ନୁହେଁ ଐଶ୍ଵର୍ଯ୍ୟା ସଲମାନଙ୍କ ଠାରୁ କେବଳ ବ୍ୟକ୍ତିଗତ ଜୀବନରୁ ନୁହେଁ ବରଂ ପ୍ରଫେସନଲ ଲାଇଫରୁ ମଧ୍ୟ ଦୂରେଇ ଯାଇଥିଲେ ଏବଂ ସେହି ପରଠାରୁ ସେ କେବେବି ସଲମାନଙ୍କ ସହିତ ବଡ଼ ପରଦାରେ ଦେଖାଯାଇ ନାହାନ୍ତି ।

୭. ଉର୍ମିଳା ମାତୋଣ୍ଡକର :-

ଉର୍ମିଳା ମାତୋଣ୍ଡକର ସଲମାନ ଖାନଙ୍କ ସହିତ ଫିଲ୍ମ ‘ ଜାନମ୍ ସମଝା ‘ରେ କାମ କରିଥିଲେ । ଏହି ଫିଲ୍ମ ପରଦାରେ ଫ୍ଲୋପ୍ ହୋଇଥିଲା । ଯେଉଁ କାରଣରୁ ଉର୍ମିଳା ମାତୋଣ୍ଡକର ସଲମାନ ଖାନଙ୍କ ସହିତ କାମ କରିବାକୁ ମନା କରିଦେଇଥିଲେ ଏବଂ ପରେ ଷ୍ଟୋରୀ କୁ ନେଇ ଖୁବ ସିଲେକ୍ଟିଭ ହୋଇ ଯାଇଥିଲେ ।

୮. ଦୀପଶିଖା :-

ଅଭିନେତ୍ରୀ ଦୀପଶିଖାଙ୍କୁ ଫିଲ୍ମ “କରନ୍ ଅର୍ଜୁନ”ରେ ସଲମାନଙ୍କର ଅଭିନେତ୍ରୀର ଚରିତ୍ର ଅଫର ହୋଇଥିଲା କିନ୍ତୁ ସେ ଏହି ଅଫରକୁ ସିଧାସଳଖ ମନା କରିଦେଇଥିଲେ ।

Be the first to comment

Leave a Reply

Your email address will not be published.


*