“Bigg Boss 14″ରେ ଏଣ୍ଟ୍ରି ପାଇଁ ସାରା ଗୁରପାଳ କହିଲେ ମିଛ ! ବିବାହିତା ଅଟନ୍ତି ଗାୟିକା, ସାମ୍ନାକୁ ଆସିଲା ଫଟୋ ଓ ମ୍ୟାରେଜ୍ ସାର୍ଟିଫିକେଟ୍ !

ବିଗ୍ ବୋସ୍ ୧୪ ପାଇଁ ଦର୍ଶକଙ୍କ ଅପେକ୍ଷା ଶେଷ ହୋଇଯାଇଛି । କାରଣ ୩ ଅକ୍ଟୋବର ଠାରୁ ରିୟାଲିଟି ଶୋ ଟିଭିରେ ପ୍ରସାରିତ ହେବାକୁ ଯାଉଛି । ଏହି ଶୋ’ର ଆରମ୍ଭରୁ ହିଁ କଣ୍ଟ୍ରୋଭର୍ସିର ମୋଡ଼ ନେଇ ଯାଇଛି । ବାସ୍ତବରେ, ବିଗ୍ ବୋସରେ ସମସ୍ତ ପ୍ରତିଯୋଗୀଙ୍କ ଆଗମନ ହୋଇ ସାରିଛି ଏବଂ ସମସ୍ତେ ନିଜ ନିଜ ବିଷୟରେ ଖୋଲାଖୋଲି ଭାବେ କହିଛନ୍ତି । ଏଥି ମଧ୍ୟରୁ ଜଣେ ପ୍ରତିଯୋଗୀ ହେଉଛନ୍ତି ସାରା ଗୁରପାଳ । ଯିଏ ସିଙ୍ଗଲ ଥିବା ଦାବି କରିଛନ୍ତି ଏବଂ ଘରକୁ ଆସିଛନ୍ତି କିନ୍ତୁ ତାଙ୍କର ଏହି ଦାବିକୁ ପ୍ରସିଦ୍ଧ ପଞ୍ଜାବୀ ଗାୟକ ମିଛ ବୋଲି କହିଛନ୍ତି । ତାଙ୍କ ଅନୁଯାୟୀ ସାରା ମିଛ କହି ଘରକୁ ଆସିଛନ୍ତି । ହଁ ଗାୟିକା ତୁଷାର କୁମାର ସାରାଙ୍କ ବିବାହିତା ଅଟନ୍ତି ବୋଲି କହିଛନ୍ତି । ଏଥିସହ ପ୍ରମାଣ ଭାବରେ ସେ ଅନେକଗୁଡ଼ିଏ ଫଟୋ ମଧ୍ୟ ଦେଇଛନ୍ତି ।

ବାସ୍ତବରେ ୱେବସାଇଟ୍ ବଲିଉଡ଼ ଲାଇଫ ଡଟ୍ କମ୍ ଅନୁଯାୟୀ ସାରାଙ୍କ ବିବାହ ପ୍ରମାଣ ପତ୍ର ମଧ୍ୟ ସାମ୍ନାକୁ ଆସି ସାରିଛି । ଯାହା ଗାୟିକାଙ୍କ ବିବାହର ସବୁଠାରୁ ବଡ଼ ପ୍ରମାଣ ଅଟେ । ଅର୍ଥାତ ଗାୟିକା ବିବାହିତ ଅଟନ୍ତି । ଆପଣଙ୍କୁ ସୁଚାଇଦେଉଛୁ ଯେ ଶନିବାର ଦିନ ଶୋ’କୁ ଏଣ୍ଟ୍ରି କରି ସାରା ଗୁରପାଳ ସଲମାନଙ୍କୁ କହିଥିଲେ ଯେ ସେ ସିଙ୍ଗଲ ଅଟନ୍ତି । କିନ୍ତୁ ସାରାଙ୍କ ବୟାନ ପରେ ତୁଷାର କୁମାର ଏହି ବୟାନ ମିଛ ବୋଲି ପ୍ରମାଣ ଦେଖାଇଛନ୍ତି ଏବଂ ଏବଂ କହିଛନ୍ତି ଯେ ସିଙ୍ଗର ବା ଗାୟିକା ତାଙ୍କ ସ୍ତ୍ରୀ ଅଟନ୍ତି ଏବଂ ଦୁହେଁ ୨୦୧୪ରେ ବିବାହ କରିଥିଲେ । କୁହାଯାଉଛି ଯେ ଯେତେବେଳେ ଶୋ’ରେ ସାରା ସିଙ୍ଗଲ ହୋଇଥିବାର ଦାବି କଲେ ସେତେବେଳେ ତୁଷାରଙ୍କୁ ଝଟକା ଲାଗିଲା । ଏଥିପାଇଁ ବର୍ତ୍ତମାନ ସେ ଖୋଲାଖୋଲି ଭାବେ କହିଛନ୍ତି ଯେ ସେ ସାରାଙ୍କ ସ୍ୱାମୀ ଅଟନ୍ତି । ନିଜ ବୟାନକୁ ସତ ସାବ୍ୟସ୍ତ କରିବା ପାଇଁ ସେ ସାରା ଗୁରପାଳଙ୍କ ସହିତ ଥିବା ଅନେକଗୁଡ଼ିଏ ଫଟୋ ସେୟାର କରିଛନ୍ତି ଏବଂ ବିବାହ ପ୍ରମାଣ ପତ୍ର ମଧ୍ୟ ଦେଖାଇଛନ୍ତି ।

ସାରାଙ୍କ ଫଟୋଗୁଡିକ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ଯେଉଁଥିରେ ଆପଣ ଦେଖିପାରୁଥିବେ ଯେ ସାରା ହାତରେ ଚୁଡି ପିନ୍ଧିଛନ୍ତି ଓ ମଥାରେ ସିନ୍ଦୂର ଲଗାଇ ତୁଷାରଙ୍କ ସହିତ ନଜର ଆସୁଛନ୍ତି । ଏଥିସହ ଦୁହିଁଙ୍କ ବିବାହ ପ୍ରମାଣ ପତ୍ର ମଧ୍ୟ ଖୁବ୍ ଭାଇରାଲ ହେଉଛି । ଯେଉଁଥିରେ ସାରା ଗୁରପାଳଙ୍କ ନାମ ରଚନା ଦେବୀ ବୋଲି ଲିଖିତ ରହିଛି । ସୁଚାଇଦେଉଛୁ ଯେ ସାର୍ଟିଫିକେଟ ଓ ଫଟୋ ବଲିଉଡ଼ ଲାଇଫ ଡଟ୍ କମ୍ ପକ୍ଷରୁ ସେୟାର କରାଯାଇଥିଲା ।

ନାମ ଓ ପ୍ରସିଦ୍ଧି ଅର୍ଜନ କରିବା ପାଇଁ କଲେ ବିବାହ ?

ଏତିକିନୁହେଁ ତୁଷାର କୁମାର ସାରା ଉପରେ ଅନେକ ଅଭିଯୋଗ କରିଛନ୍ତି । ସେ ନିଜ ବୟାନରେ ଉଲ୍ଲେଖ କରିଛନ୍ତି ଯେ ସାରା ଗୁରପାଳ ତାଙ୍କୁ ଏଥିପାଇଁ ବିବାହ କରିଥିଲେ କାରଣ ସେ ନାମ ଓ ପ୍ରସିଦ୍ଧି ଲାଭ କରିବା ପାଇଁ ଚାହୁଁଥିଲେ । ଏହି ବିବାହ କେବଳ ଏକ ଲୋଭ ଥିଲା । ଯାହା ଜରିଆରେ ସାରା ଆମେରିକାର ନାଗରିକତା ଓ ପ୍ରସିଦ୍ଧି ଲାଭ କରିବା ପାଇଁ ଚାହୁଁଥିଲେ । କିନ୍ତୁ ପରେ ଯେତେବେଳେ ସେ ଏହା କରିବାରେ ସଫଳ ହେଲେ ସେ ଏହି ସମ୍ପର୍କକୁ ଭାଙ୍ଗି ଦେଇଥିଲେ ଏବଂ ବର୍ତ୍ତମାନ ସେ ସ୍ପଷ୍ଟ ମିଛ କହି ‘ବିଗ୍ ବୋସ୍’ରେ ଯାଇ ପହଞ୍ଚିଛନ୍ତି ।

Be the first to comment

Leave a Reply

Your email address will not be published.


*