ନେହା କକ୍କରଙ୍କ ବିବାହ ଠିକ୍ ହୋଇସାରିଛି, ସେ ଚଳିତ ମାସ ଶେଷ ସୁଦ୍ଧା ପଞ୍ଜାବୀ ଗାୟକଙ୍କୁ କରିବେ ବିବାହ !

ବଲିଉଡର ବରିଷ୍ଠ ଗାୟକ ନେହା କକ୍କରଙ୍କ ବିବାହକୁ ନେଇ ଫୁଣିଥରେ ଚର୍ଚ୍ଚା ଜୋରସୋରରେ ହେଉଛି । ଏହାପୂର୍ବରୁ ମଧ୍ୟ ତାଙ୍କ ବିବାହକୁ ନେଇ ଅନେକଥର ଚର୍ଚ୍ଚା ହୋଇସାରିଛି । ଉଦାହରଣ ସ୍ୱରୂପ, ସିଙ୍ଗିଙ୍ଗ ରିୟାଲିଟି ଟିଭି ଶୋ ଇଣ୍ଡିଆନ ଆଇଡଲର ଶେଷ ସିଜନରେ ଅନେକଥର ଏହି ଗୁଜବ ଆସିଥିଲା ଯେ ନେହା କକ୍କର ଏବଂ ଆଦିତ୍ୟ ନାରାୟଣ ବିବାହ କରିବାକୁ ଯାଉଛନ୍ତି , ଯଦିଓ ପରବର୍ତ୍ତୀ ସମୟରେ ଏହା ଜଣାପଡିଥିଲା ​​ଯେ ଶୋ ’ପାଇଁ ଜାଣିଶୁଣି ଏହିପରି କଥା କୁହାଯାଇଥିଲା । ଦୁହିଁଙ୍କ ମଧ୍ୟରେ ଏହିପରି କିଛି ନାହିଁ ।

ଏହାପୂର୍ବରୁ ନେହା କକ୍କର ଅଭିନେତା ହିମାଂଶ କୋହଲିଙ୍କ ସହ ମଧ୍ୟ ଦୀର୍ଘ ଦିନ ଧରି ସମ୍ପର୍କରେ ରହିଥିଲେ । ବିଶ୍ୱାସ କରାଯାଉଥିଲା ଯେ ଉଭୟଙ୍କ କଥା ବିବାହ ପଯ୍ୟନ୍ତ ପହଁଞ୍ଚିଥିଲା କିନ୍ତୁ ପରେ ଉଭୟଙ୍କ ମଧ୍ୟରେ ବ୍ରେକପ୍ ହୋଇଥିଲା ଏବଂ ସୋସିଆଲ ମିଡିଆରେ ଦୁହେଁ ପରସ୍ପର ବିରୁଦ୍ଧରେ କଠୋର ଅଭିଯୋଗ କରିଥିଲେ । ବର୍ତ୍ତମାନ ଫୁଣିଥରେ ନେହା କକ୍କରଙ୍କ ବିବାହ ଖବର ଆସୁଛି ।

ଏଥର କୁହାଯାଉଛି ଯେ ନେହା କକ୍କର ବିବାହ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି । ଅନେକ ଗଣମାଧ୍ୟମ ରିପୋର୍ଟରେ କୁହାଯାଉଛି ଯେ ଗାୟକ ରୋହନପ୍ରୀତ ସିଂ ଏବଂ ନେହା ଚଳିତ ମାସ ଶେଷ ସୁଦ୍ଧା ବିବାହ କରିପାରନ୍ତି । ଉଭୟଙ୍କ ମଧ୍ୟରେ ବିବାହକୁ ନେଇ ଆଲୋଚନା ମଧ୍ୟ ଫାଇନାଲ ହୋଇସାରିଛି ।

ରୋହନପ୍ରୀତ ସିଂ ‘ରାଇଜିଂ ଷ୍ଟାର’ ସିଙ୍ଗିଙ୍ଗ ରିଆଲିଟି ଶୋ’ରେ ପ୍ରଥମ ରନରଅପ୍ ରହିଆସିଛନ୍ତି । ଏଥିସହିତ ତାଙ୍କୁ ବିଗ୍ ବୋସ୍ ଖ୍ୟାତି ଶେହନାଜ ଗିଲଙ୍କ ସ୍ୱୟମ୍ବର ଟିଭି ରିୟାଲିଟି ଶୋ ‘ମୁଜସେ ଶାଦୀ କରୋଗେ’ରେ ମଧ୍ୟ ଦେଖିବାକୁ ମିଳିଥିଲା । ରୋହନଙ୍କ ସ୍ୱର ସହିତ ତାଙ୍କର ସ୍ଵଭାଵ ମଧ୍ୟ ବହୁତ ନରମ ଅଟେ । ଏପରିକି ଶାହନାଜଙ୍କୁ ମଧ୍ୟ ରୋହନ ପସନ୍ଦ ଆସୁଥିଲେ , କିନ୍ତୁ ବର୍ତ୍ତମାନ କିଛି ମାସ ପରେ ଏପରି ଖବର ଆସୁଛି କି ରୋହନ ନେହାଙ୍କୁ ବାଛି ସାରିଛନ୍ତି । ଆଜିକାଲି ସେ ନେହାଙ୍କ ସହ ଇନଷ୍ଟାଗ୍ରାମରେ ପୋଷ୍ଟ ମଧ୍ୟ କରୁଛନ୍ତି ।

Be the first to comment

Leave a Reply

Your email address will not be published.


*