ସୈଫଅଲି ଖାନଙ୍କ ଭଉଣୀ ଅଟନ୍ତି ୨୭୦୦ କୋଟିର ମାଲିକ, ୪୪ ବର୍ଷ ବୟସରେ ମଧ୍ୟ କରିନାହାନ୍ତି ବିବାହ !

ପଟୋଦି ପରିବାର ସବୁବେଳେ ଚର୍ଚ୍ଚିତ ରହିଆସିଛନ୍ତି । ଶର୍ମିଲା ଟାଗୋର, ସୈଫଅଲି ଖାନ୍, କରୀନା କପୁର, ସୋହା ଅଲି ଖାନ୍ ଏବଂ ସାରାଙ୍କ ଭଳି ଷ୍ଟାରରେ ପରିପୂର୍ଣ୍ଣ ଏହି ପରିବାର । ଏହି ପରିବାରର ଆଉ ଏକ ସଦ୍ୟସ୍ୟା ଯାହା ବିଷୟରେ ବହୁତ କମ୍ ଲୋକ ଜାଣନ୍ତି, ସେ ହେଉଛନ୍ତି ସବା ଅଲି ଖାନ୍ । ସବା ସୋହାଙ୍କଠାରୁ ବଡ ଏବଂ ସୈଫଙ୍କ ସାନ ଭଉଣୀ ଏବଂ ସେ ଫିଲ୍ମ ଏବଂ ଲାଇମଲାଇଟ ଠାରୁ ଦୂରରେ ରହିବାକୁ ପସନ୍ଦ କରନ୍ତି । ଲାଇମଲାଇଟ ଠାରୁ ଦୂରରେ ରହୁଥିବା ସବା ଜଣେ ଅଳଙ୍କାର ଡିଜାଇନର ଏବଂ ବ୍ୟବସାୟୀ ଅଟନ୍ତି । ଖବର ଅନୁଯାୟୀ, କେବଳ ସବା ଅଲି ଖାନ୍ ହିଁ ୨୭ଶହ କୋଟି ମୂଲ୍ୟ ସମ୍ପତ୍ତିର ମାଲିକ ଅଟନ୍ତି ।

୪୪ ବର୍ଷୀୟ ଅବିବାହିତ ସବା ଜଣେ ଅଳଙ୍କାର ଡିଜାଇନର ।

ସବା ସ୍ୱଭାବରେ ଟିକେ ରିସର୍ଭ ଏବଂ କେବଳ ପାରିବାରିକ ପାର୍ଟିରେ ହିଁ ଦେଖାଯାଆନ୍ତି । ଏହା ବ୍ୟତୀତ ସବା ବହୁତ କ୍ୱଚିତ ଦେଖାଯାଆନ୍ତି । ୪୪ ବର୍ଷୀୟ ସବା ଏପର୍ଯ୍ୟନ୍ତ ବିବାହ କରି ନାହାନ୍ତି । ସବା ଜଣେ ଅଳଙ୍କାର ଡିଜାଇନର ଏବଂ ନିଜର ବ୍ୟବସାୟ ମଧ୍ୟ କରନ୍ତି । ସେ କିଛିଦିନ ପୂର୍ବରୁ ଏକ ହୀରାଚେନ ମଧ୍ୟ ଆରମ୍ଭ କରିଛନ୍ତି । ଏପରିକି ସୈଫ କରୀନାଙ୍କ ଜନ୍ମଦିନରେ କରୀନାଙ୍କ ପାଇଁ ଏକ ସୁନ୍ଦର ହୀରା ସେଟ୍ ଡିଜାଇନ କରିବାକୁ ସବାଙ୍କୁ କହିଥିଲେ । ଜଣାଯାଉଛି ଯେ ସବା କରୀନା କପୁରଙ୍କ ସହ ଅତି ନିକଟତର ଏବଂ ସେ ତାଙ୍କ ପାଇଁ ଅଳଙ୍କାର ମଧ୍ୟ ଡିଜାଇନ କରିଛନ୍ତି । ସବା ପ୍ରାୟତ କରୀନାଙ୍କ ସହ ସମୟ ବିତାଉଥିବାର ଦେଖାଯାଏ ।

ଅକାଫ-ଏ-ଶାହିର ମୁଖ୍ୟ ଅଟନ୍ତି ସବା ଅଲି ଖାନ୍

ଅକାଫ-ଏ-ଶାହି ନାମକ ଏକ ଅନୁଷ୍ଠାନ ଅଛି । ସବା ଏହି ଅନୁଷ୍ଠାନର ମୁଖ୍ୟ ଅଟନ୍ତି । ଏହି କାରଣରୁ, ସେ ପଟୋଦି ପରିବାରର ସମସ୍ତ ସମ୍ପତ୍ତିର ସମ୍ପୂର୍ଣ୍ଣ ହିସାବ ରଖନ୍ତି । କହିଦେବା ଉଚିତ ହେବ ଯେ ଭାରତ ସରକାର ଏବଂ ଭୋପାଳ ରିଆସତର ସେ ସମୟର ନବାବ ହମିଦୁଲ୍ଲା ଖାନଙ୍କ ମଧ୍ୟରେ ଏକ ଚୁକ୍ତି ହୋଇଥିଲା, ଯେଉଁଥିରେ ଏହା ସ୍ପଷ୍ଟ ଭାବେ ଲେଖାଯାଇଛି ଯେ, ନବାବ ପରିବାର ଦ୍ୱାରା ଗଠିତ ଅକାଫ-ଏ-ଶାହି ଏକ ସ୍ୱାଧୀନ ଅନୁଷ୍ଠାନ, ଯାହା ଉପରେ ବୋର୍ଡର କୋୖଣସି ଅଧିକାର ରହିବ ନାହିଁ । ସବା ଅଲି ଖାନ୍ ଏହି ଅନୁଷ୍ଠାନର ମୁଖ୍ୟ ଅଟନ୍ତି । ଏହି କାରଣରୁ, ସବା ତାଙ୍କର ବ୍ୟସ୍ତତା ପାଇଁ କ୍ୱଚିତ ଦେଖାଯାଆନ୍ତି ।

ତାଙ୍କ କାର୍ଯ୍ୟରେ ଖୁସି ଅଛନ୍ତି ସବା, ତାଙ୍କ ମାଁଙ୍କ ଠାରୁ ନିଅନ୍ତି ପ୍ରେରଣା

ସବୁବେଳେ କ୍ୟାମେରା ପଛରେ ଲୁଚି ରହୁଥିବା ସବା ଫିଲ୍ମ ଦୁନିଆକୁ ଆସିବାକୁ କେବେ ଭାବି ନଥିଲେ । କାରଣ ସେ ବହୁତ ଲାଜୁକୁରି ଥିଲେ । ଏକ ସାକ୍ଷାତକାରରେ ସାବା କହିଛନ୍ତି ଯେ, ସେ ଅଭିନୟ ଦୁନିଆକୁ ଆସିବାକୁ କେବେ ଭାବି ନାହାଁନ୍ତି । ସେ କରୁଥିବା କାର୍ଯ୍ୟରେ ସେ ଖୁସି ଅଛନ୍ତି । ସେଥିରେ ତାଙ୍କର ଅନେକ ନାମ ଅଛି । ନିଜର ଅଳଙ୍କାର ଡିଜାଇନ ବିଷୟରେ ସବା କହିଛନ୍ତି ଯେ ତାଙ୍କ ମାଁଙ୍କ ଠାରୁ ସେ ଅଳଙ୍କାର ଡିଜାଇନ ପାଇଁ ସେ ପ୍ରେରଣା ପାଆନ୍ତି ।

ସାବାଙ୍କ ଅନୁଯାୟୀ, ତାଙ୍କ ମାଁ ନିଜକୁ ବହୁତ ଭଲ ଭାବରେ ମେଣ୍ଟନ କରନ୍ତି ଏବଂ ଷ୍ଟାଇଲିସ୍ ରୁହନ୍ତି । ଶର୍ମିଲା ଟାଗୋରଙ୍କ ଏହି କଥା ତାଙ୍କୁ ଅଳଙ୍କାର ଡିଜାଇନ ଆଡକୁ ପ୍ରେରଣା ଦିଏ । ଏକ ସାକ୍ଷାତକାରରେ ଶର୍ମିଲା ଟାଗୋର କହିଥିଲେ ଯେ ତାଙ୍କ ପିଲାମାନଙ୍କ ମଧ୍ୟରେ ସୈଫ ଅଲି ଖାନ୍ ପିଲାଦିନରୁ ଅତ୍ୟନ୍ତ ଦୁଷ୍ଟ ଥିଲେ, ସୋହା ଅଧ୍ୟୟନରେ ବହୁତ ଭଲ ଥିଲେ ଏବଂ ସବା ଅଲି ଖା ନ୍ ପିଲାଦିନରୁ ସୃଜନଶୀଳ ଥିଲେ ଏବଂ ବର୍ତ୍ତମାନ ସବା ପରିବାରର ସମସ୍ତ ବ୍ୟବସାୟ ପରିଚାଳନା କରୁଛନ୍ତି ।

Be the first to comment

Leave a Reply

Your email address will not be published.


*