ଚଉଠି ରାତିରେ କନ୍ୟାଙ୍କ ଶରୀର ଦେଖି ବର ଅଚେତ୍, ଚେତା ଆସିବା ପରେ ପ୍ରକାଶ କରିଥିଲେ ପତ୍ନୀଙ୍କ ସତ୍ୟତା !

ଉତ୍ତରପ୍ରଦେଶର ଉନ୍ନାଓ ଅଞ୍ଚଳରୁ ଗୋଟିଏ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସୁଛି । ବାସ୍ତବରେ ଏଠାରେ ଜଣେ ନବବିବାହିତ ସ୍ୱାମୀ ତାଙ୍କ ପତ୍ନୀଙ୍କ ସହ ବାସର ରାତି ପାଳନ କରିବାକୁ ବହୁତ ଉତ୍ସାହିତ ଥିଲେ । ବର ନିଜର ଧୈର୍ଯ୍ୟ ରକ୍ଷା କରିବାରେ ସକ୍ଷମ ହୋଇ ପାରିନଥିଲେ ଏବଂ ଯଥା ଶୀଘ୍ର ସେ ନିଜ ସ୍ୱପ୍ନର ଝିଅକୁ ତାଙ୍କ କୋଳକୁ ନେବାକୁ ଚାହୁଁଥିଲେ, କିନ୍ତୁ ଯେପରି ହିଁ ସେ ବାସର ରାତ୍ର ପାଳନ କରିବା ଆରମ୍ଭ କରଥିଲେ ଅଚାନକ ତାଙ୍କ ସ୍ୱପ୍ନ ଧୂଳିସାତ ହୋଇଯାଇଥିଲା ଏବଂ ସେ ଅଚେତ ହୋଇ ତଳେ ପଡ଼ି ଯାଇଥିଲେ । ବାସ୍ତବରେ ଯେଉଁ ମହିଳାଙ୍କ ସହ ସେ ତାଙ୍କ ଗୃହସ୍ତ ଜୀଵନ ଅତିବାହିତ କରିବାକୁ ଚାହୁଁଥିଲେ, ସେ ଜଣେ ମହିଳା ପରିବର୍ତ୍ତେ କିନ୍ନର ହୋଇଥିଲେ ।

ବିଚରା ବର ବହୁତ କିଛି ଆଶା କରି ଶଯ୍ୟା ନିକଟକୁ ଆସିଥିଲେ କିନ୍ତୁ ତାଙ୍କ ସହ ବିଧାତା ଏହିପରି ଭାବେ ଥଟ୍ଟା ପରିହାସ କରିଥିଲେ ଯେ ତାଙ୍କର ହୋଶ୍ ଉଡ଼ି ଯାଇଥିଲା । ବର୍ତ୍ତମାନ ଯେତେବେଳେ ଏହିପରି ଗୋଟିଏ ସତ ସାମ୍ନାକୁ ଆସିଥିଲା, ସେତେବେଳେ ଆଶା କରିଥିବା ପ୍ରେମ ଏବଂ ରୋମାନ୍ସ ସବୁକିଛି ଧୂଳିସାତ ହୋଇଯାଇ ସର୍ବତ୍ର ଉତ୍ତେଜନା ଖେଳି ଯାଇଥିଲା । ଏହାପରେ ସ୍ୱାମୀ ଚିତ୍କାର କରିବାକୁ ଲାଗିଲେ, ତାଙ୍କୁ ଦେଖି ପତ୍ନୀ ମଧ୍ୟ ଜୋରରେ ଚିତ୍କାର କରିବାକୁ ଲାଗିଲେ । ନିଜ ବୋହୂଙ୍କୁ ଏହି ପରିସ୍ଥିତିରେ ଦେଖି ଶାଶୁଘର ଲୋକମାନେ ବହୁତ କ୍ରୋଧିତ ହୋଇଯାଇଥିଲେ ।

ଅପର ପକ୍ଷରେ ବର ତାଙ୍କ ଶାଶୁଘର ଲୋକଙ୍କୁ ଫୋନ୍ କରିଥିଲେ, କାରଣ ଶାଶୁଘର ଲୋକମାନଙ୍କୁ ଏହି କଥାର ସତ୍ୟତା ପୂର୍ବରୁ ହିଁ ଜ୍ଞାତ ଥିଲା । କିନ୍ତୁ ଯେତେବେଳେ ବର ତାଙ୍କୁ ଫୋନ୍ କରି ତୁରନ୍ତ ସେଠାକୁ ଡ଼କାଇବାରୁ ଝିଅ ଘର ଲୋକମାନେ ମଧ୍ୟ ସେଠାରେ ପହଞ୍ଚି ବହୁତ ଉତ୍ତେଜନା ସୃଷ୍ଟି କରିଥିଲେ । ସେମାନେ ପୁଅ ଘର ପରିବାର ଉପରେ ଚାପ ପ୍ରୟୋଗ କରିଥିଲେ କି ବିବାହ ତ ହୋଇଯାଇଛି ବର୍ତ୍ତମାନ ଝିଅ ଜଣେ କିନ୍ନର ଅଟନ୍ତି, ତେବେ ସେଥିରେ ଅସୁବିଧା କ’ଣ ଅଟେ ? ଆପଣ ଏହି ବିବାହକୁ ଭାଙ୍ଗନ୍ତୁ ନାହିଁ ଏବଂ ତାଙ୍କ ସହିତ ହିଁ ରୁହନ୍ତୁ ।

ବିଚରା ବରକୁ ଶକ୍ତ ଝଟକା ଲାଗିଥିଲା, ତା’ ଉପରେ ପୁଣି ଝିଅ ଘର ପରିବାର ସଦସ୍ୟଙ୍କ ଚାପ, ଏହି ଦୁଇ ପରିସ୍ଥିତିକୁ ସେ ସହ୍ୟ କରିପାରିଲା ନାହିଁ ଏବଂ ଶେଷରେ ବାଧ୍ୟ ହୋଇ ତାଙ୍କୁ ପୋଲିସର ସାହାଯ୍ୟ ଲୋଡିବାକୁ ପଡିଥିଲା । ବର୍ତ୍ତମାନ ପୋଲିସ୍ ଏହି ମାମଲାକୁ ବୁଝି ଉଭୟ ପକ୍ଷଙ୍କୁ ବୁଝାଇବାକୁ ପ୍ରୟାସ କରିଛି । ତଥାପି ଶାଶୁଘର ଲୋକମାନେ କୌଣସି ପ୍ରକାରେ କିନ୍ନର ବୋହୂଙ୍କୁ ଗ୍ରହଣ କରିବାକୁ ରାଜି ନୁହଁନ୍ତି ।

Be the first to comment

Leave a Reply

Your email address will not be published.


*