ଫୋରେନସିକକ୍ ରିପୋର୍ଟରେ ହେଲା ଖୁଲାସା, ପୋଷ୍ଟମର୍ଟମର ଏତିକି ଘଣ୍ଟା ପୂର୍ବରୁ ହୋଇଥିଲା ସୁଶାନ୍ତଙ୍କ ମୃତ୍ୟୁ !

ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଜୀବନର ଶେଷ ସେହିଦିନ, ଯେଉଁଦିନ ସେ ମୃତ୍ୟୁକୁ ଗଳାରେ ଲଗାଇଥିଲେ । ଆଜି ପର୍ଯ୍ୟନ୍ତ ସେହି କଥା ଜଣାପଡି ନାହିଁ ଯେ ସୁଶାନ୍ତ କାହିଁକି ସେଦିନ ଫାଶୀକୁ ନିଜ ଗଳାରେ ଲଗାଇ ଦେଲେ । ସୁଶାନ୍ତ ସିଂହ ଜଣେ ଜ୍ଞାନୀ ମଣିଷ ଥିଲେ, ସେଥିପାଇଁ ଆତ୍ମହତ୍ୟାର ପଦକ୍ଷେପକୁ ନେଇ ଲୋକମାନେ ଆଜି ପର୍ଯ୍ୟନ୍ତ ଆଶ୍ଚର୍ଯ୍ୟ ହୋଇ ରହିଛନ୍ତି । ତେବେ ଅନେକେ ବିଶ୍ୱାସ କରୁଥିଲେ ଯେ ସେ ଆତ୍ମହତ୍ୟା କରିନାହାଁନ୍ତି, ବରଂ ତାଙ୍କୁ ହତ୍ୟା କରାଯାଇଛି। ମାସ ମାସର ଅନୁସନ୍ଧାନ ପରେ ଏମ୍ସର ରିପୋର୍ଟ ଲୋକଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛି । ସୁଶାନ୍ତ ସିଂହଙ୍କ ଏମ୍ସ ରିପୋର୍ଟରୁ ଜଣାପଡିଛି ଯେ ସୁଶାନ୍ତ ଆତ୍ମହତ୍ୟା କରିଛନ୍ତି । ହତ୍ୟା କରାଯାଇଥିବା ଅଭିଯୋଗକୁ ଡାକ୍ତରମାନେ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି ।

ଯେତେବେଳେ ସୁଶାନ୍ତ ଆତ୍ମହତ୍ୟା କରିଥିଲେ, ସେତେବେଳେ ସୋସିଆଲ ମିଡିଆରେ ଅନେକ ଦାବି ଭାଇରାଲ ହେବାରେ ଲାଗିଥିଲା, ସେଥିମଧ୍ୟରୁ ସୁଶାନ୍ତଙ୍କ ପରି ଜଣେ ବ୍ୟକ୍ତି କିପରି କୁର୍ତ୍ତୀ କପଡ଼ାରେ ଝୁଲି ପାରିବେ । ଯାହା ଉପରେ ସିବିଆଇ ଅନୁସନ୍ଧାନ କଲା ପରେ ଜଣାପଡିଥିଲା ଯେ ସେହି କପଡା ୨୦୦ କିଲୋଗ୍ରାମ ଓଜନ ବହନ କରିପାରିବ । ସୁଶାନ୍ତ ସିଂହ ୨୦୦ରୁ ବହୁତ କମ୍ ଓଜନ ଥିଲେ । ଏପରି ପରିସ୍ଥିତିରେ ସେହି କପଡା ଦ୍ୱାରା ସହଜରେ ଫାଶୀ ଲଗା ଯାଇପାରିବ ଏବଂ ସୁଶାନ୍ତଙ୍କ ବେକରୁ ସେହି କପଡ଼ାର ଫାଇବର ମିଳିଥିବାର ଜଣାପଡିଛି । ଏହି ଖୋଲାସା ଜୁଲାଇ ମାସରୁ ହିଁ କରି ଦିଆଯାଇଥିଲା । ଏଥି ସହିତ ସୁଶାନ୍ତଙ୍କ ପୋଷ୍ଟମର୍ଟମ ରିପୋର୍ଟକୁ ନେଇ ମଧ୍ୟ ଅନେକ କଥା କୁହାଯାଇଥିଲା ।

ବାସ୍ତବରେ , ସୁଶାନ୍ତଙ୍କ ପୋଷ୍ଟମର୍ଟମ ବିଷୟରେ ସବୁଠାରୁ ବଡ ପ୍ରଶ୍ନ ଏହା ଥିଲା ଯେ ତାଙ୍କ ପୋଷ୍ଟମର୍ଟମ ରିପୋର୍ଟରେ ମୃତ୍ୟୁ ହେବାର ସମୟ କାହିଁକି ନଥିଲା ? ତେଣୁ ମୁମ୍ବାଇ ପୋଲିସ୍ ସୁଶାନ୍ତଙ୍କ ପୋଷ୍ଟମର୍ଟମ କରିଥିବା ମୁମ୍ବାଇର କୁପର ହସ୍ପିଟାଲର ପୋଷ୍ଟମର୍ଟମ କରିଥିବା ଡାକ୍ତର ମାନଙ୍କୁ ସେହି ପ୍ରଶ୍ନ ପଚାରିଥିଲେ । ଡାକ୍ତରମାନେ ଉତ୍ତର ଦେଇଥିଲେ ଯେ ପୋଷ୍ଟମର୍ଟମ ସମୟର ପ୍ରାୟ ୧୦ ଠାରୁ ୧୨ ଘଣ୍ଟା ପୂର୍ବରୁ ସୁଶାନ୍ତଙ୍କର ମୃତ୍ୟୁ ହୋଇଥିଲା । ପୋଷ୍ଟ ମର୍ଟମ ରାତି ୧୧.୩୦ ମିନିଟରେ କରାଯାଇଥିଲା । ଏହି ଅନୁଯାୟୀ ସୁଶାନ୍ତଙ୍କ ମୃତ୍ୟୁ ୧୨ ଠାରୁ ୨ଟା ସମୟ ମଧ୍ୟରେ ହୋଇଥିଲା ।

Be the first to comment

Leave a Reply

Your email address will not be published.


*