ଏହି ୫ଟି ଜିନିଷକୁ ଧ୍ୟାନରେ ରଖନ୍ତୁ, ହେବ ନାହିଁ ଉଚ୍ଚ ରକ୍ତଚାପ (High blood pressure) ଜନିତ ସମସ୍ୟା ।

“ଶରୀରମ୍ ବ୍ୟାଧଧିଃ” । ଧରାପୃଷ୍ଟରେ ଜନ୍ମ ନେଲେ ଯେପରି ମୃତ୍ୟୁ ଦିନେ ନା ଦିନ ସୁନିଶ୍ଚିତ ଠିକ୍ ସେହିପରି ମନୁଷ୍ୟ ଶରୀରରେ କିଛି ନା କିଛି ରୋଗ ରହିଥାଏ । କେବଳ ପାର୍ଥକ୍ୟ ଥାଏ, କେହି କେହି ମନୁଷ୍ୟ କୌଣସି ବଡ ରୋଗର ଶିକାର ହୋଇଥାନ୍ତି ତ କେହି ଛୋଟ ଛୋଟ ରକ୍ତ ରୋଗରେ ପୀଡିତ ହୋଇଥାନ୍ତି । ଆଜି ଆମେ ଏହି ଅନୁଛେଦରେ ଉଚ୍ଚ ରକ୍ତରୁ ନିଜକୁ କିକପରି ସୁରକ୍ଷିତ ରଖିବେ ସେହି ବିଷୟରେ କିଛି ଟିପ୍ସ ଜଣାଇବୁ । ତେବେ ଆସନ୍ତୁ ଜାଣିବ :

ଉଚ୍ଚ ରକ୍ତଚାପ ଅତ୍ୟନ୍ତ ବିପଜ୍ଜନକ ହୋଇଥାଏ । ଉଚ୍ଚ ରକ୍ତଚାପ ଦ୍ଵାରା ଶିରା ପ୍ରଶିରାରେ ରକ୍ତ ପ୍ରବାହ ଦ୍ରୁତଗତି ହୋଇଥାଏ । କିନ୍ତୁ ଯଦି ଆମେ ସମ୍ୟକ ଯତ୍ନ ନେବା, ତେବେ ଆମେ ଏହି ରୋଗରୁ ରକ୍ଷା ପାଇପାରିବା । ଏଥିପାଇଁ ସର୍ବପ୍ରଥମେ ଆମ ଆମର ଖାଦ୍ୟପେୟ ଉପରେ ଧ୍ୟାନ ଦେବାକୁ ପଡିବ । ଆମେ ଯେଉଁ ଖାଦ୍ୟ ସେବନ କରୁଛୁ, ସେଥିରେ ଧ୍ୟାନ ରଖିବା ଉଚ୍ଚିତ ଯେ, ଚର୍ବିର ପରିମାଣ କମ୍ ରହିବା ଦରକାର । କାରଣ ଅଧିକ ତେଲ ଓ ମସଲା ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଆମର ରକ୍ତଚାପ ବଢ଼ିଯାଇଥାଏ ଏବଂ ଆମକୁ ଏହା ଅସୁବିଧାରେ ପକାଇଥାଏ ।

ଅତ୍ୟାଧିକ ଲୁଣ ସେବନରୁ ଦୂରେଇ ରୁହନ୍ତୁ :-

ଆପଣଙ୍କ ଖାଦ୍ୟରେ ଅଧିକ ପରିମାଣରେ ଲୁଣ ଖାଇବା ଆଦୌ ଠିକ ନୁହେଁ । ଆମ ଖାଦ୍ୟରେ ଆମେ କମ୍ ଲୁଣ ଏବଂ ଲଙ୍କା ଖାଇବା ଉଚିତ୍ ଏବଂ ରାନ୍ଧିବା ସମୟରେ ଯଥାସମ୍ଭବ ଲୁଣ ଖାଇବା ଉଚିତ୍ । ରୋଷେଇ ଖାଦ୍ୟରେ ଅଧିକ ଲୁଣ, ଲଙ୍କା ପକାଇ ଖାଆନ୍ତୁ ନାହିଁ । ଏହା ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ ଅଟେ ।

ମେଡିଟେସନ୍ କରନ୍ତୁ :-

ଯେଉଁମାନଙ୍କର ଉଚ୍ଚ ରକ୍ତଚାପ ଥାଏ, ସେମାନେ ଧ୍ୟାନ କରିବା କରିବା ଉଚିତ୍ । ଧ୍ୟାନ କରିବା ଦ୍ଵାରା ମନକୁ ଶାନ୍ତ ମିଳିଥାଏ, ଯାହାଦ୍ୱାରା ଆମର ରକ୍ତଚାପ ଅଧିକ ହୋଇନଥାଏ । ଏହା ସହିତ ଆମ ମସ୍ତିଷ୍କରେ ହରମୋନ ସୃଷ୍ଟି ହୋଇଥାଏ, ଯାହାଦ୍ୱାରା ଏହା ବର୍ଦ୍ଧିତ ରକ୍ତଚାପକୁ ମଧ୍ୟ ନିୟନ୍ତ୍ରଣ କରେ ।

ନିୟମିତ ଔଷଧ ଖାଆନ୍ତୁ :-

ଯଦି ଆପଣ ରକ୍ତଚାପ ଜନିତ ସମସ୍ୟାରେ ପୀଡିତ ଅଛନ୍ତି ଓ ରକ୍ତଚାପ ଅଧିକ ରହୁଛି, ତେବେ ପ୍ରତିଦିନ ନିୟମିତ ସମୟରେ ରକ୍ତଚାପର ଔଷଧ ଖାଇବା ଉଚିତ୍ । ଯଦି ରକ୍ତଚାପ ଅଧିକ ଥାଏ, ତେବେ ଜୀବନ ପ୍ରତି ବିପଦ ଆସିପାରେ, ଏହାକୁ ହାଲୁକା ଭାବେ ଗ୍ରହଣ କରନ୍ତୁ ନାହିଁ । ଟିକିଏ ସତର୍କ ରହି ଆପଣ ଆପଣଙ୍କ ଜୀବନକୁ ଅସୁବିଧାରୁ ରକ୍ଷା କରିପାରିବେ ।

କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ :-

ଅତ୍ୟାଧିକ କ୍ରୋଧ ଆସିବାର କାରଣ ହେଉଛି, ଉଚ୍ଚ ରକ୍ତଚାପ । ବେଳେବେଳେ ଏହି ରକ୍ତଚାପ ଯୋଗୁଁ ବ୍ୟକ୍ତି ନିଜକୁ ଦୁର୍ବଳତା ମଧ୍ୟ ଅନୁଭବ କରିଥାଏ । ଯଦି ଆମେ ଆମ ଖାଦ୍ୟରେ କିଛି ଜିନିଷ ନ ଖାଇବା ତେବେ ଆମେ ଉଚ୍ଚ ରକ୍ତଚାପରୁ ରକ୍ଷା ପାଇପାରିବ ଯେପରିକି କାଜୁ, ଲଙ୍କା, ମସାଲା ଯୁକ୍ତ ଖାଦ୍ୟ ଇତ୍ୟାଦି ।

ହାଲୁକା ଖାଦ୍ୟ ଖାଇବା ଉଚିତ୍ :-

ଖାଦ୍ୟରେ ହାଲୁକା ଖାଦ୍ୟ ଗ୍ରହଣ କରିବା ଉଚିତ୍ । ଉଦାହରଣ ସ୍ୱରୂପ, ଜଳଖିଆରେ କଦଳୀ, ଯବ କିମ୍ବା ଖାଦ୍ୟଶସ୍ୟର ଚୂନକୁ କ୍ଷୀର ବା ପାଣିରେ ସିଝାଇ କ୍ଷୀର ସହିତ ସେବନ କରିବା ଉଚିତ । ଅପରାହ୍ନରେ ମଧ୍ୟାହ୍ନ ଭୋଜନରେ ସବୁଜ ପନିପରିବା ଖାଆନ୍ତୁ ଏବଂ ଡାଲି ମଧ୍ୟ ଖାଇ ପରିବେ ।

Be the first to comment

Leave a Reply

Your email address will not be published.


*