ସାରା ଅଲୀ ଖାନ୍ ଖୋଲିଲେ ବଡ଼ ରହସ୍ୟ, କହିଲେ:- ‘ ମୋତେ ଅମୃତାଙ୍କ ଝିଅ କୁହନ୍ତୁ, ଯେତେବେଳେ କେହି ଯଦି ସୈଫଙ୍କ ଝିଅ କୁହନ୍ତି ତେବେ…..

ବୋଲିଉଡ଼ ଅଭିନେତ୍ରୀ ସାରା ଅଲୀ ଖାନ୍ ପ୍ରାୟ ଚର୍ଚ୍ଚାରେ ରହନ୍ତି । ବର୍ତ୍ତମାନ ତାଙ୍କ ନାମ ଡ୍ରଗ୍ସ ମାମଲା ସହିତ ଜଡ଼ିତ ଥିବାର ଦେଖାଯାଉଛି । NCB ସାରା ଅଲୀ ଖାନଙ୍କୁ ପଚରା ଉଚୁରା ମଧ୍ୟ କରିଛି, ଯେଉଁଥିରେ ତାଙ୍କୁ ଡ୍ରଗ୍ସ ଏବଂ ସୁଶାନ୍ତ ସିଂହ ରାଜପୁତଙ୍କୁ ନେଇ କିଛି ପ୍ରଶ୍ନ କରାଯାଇଥିଲା କିନ୍ତୁ ଏଠାରେ ଆମେ ସାରା ଅଲୀ ଖାନଙ୍କର ବ୍ୟକ୍ତିଗତ ଜୀବନ ବିଷୟରେ କହୁଛୁ ଯେଉଁ କାରଣରୁ ସେ ସବୁବେଳେ ଚର୍ଚ୍ଚାରେ ରହନ୍ତି । ସମସ୍ତଙ୍କୁ ଜଣାଅଛି ଯେ ସାରା ଅଲୀ ଖାନଙ୍କ ବାପା ସୈଫ ତାଙ୍କ ମାଁ ଅମୃତାଙ୍କୁ ଛାଡ଼ପତ୍ର ଦେଇଛନ୍ତି ଏବଂ କରୀନା କପୂରଙ୍କୁ ବିବାହ କରିଛନ୍ତି କିନ୍ତୁ ଯେତେବେଳେ ସାରାଙ୍କୁ ତାଙ୍କ ପରିବାର ବିଷୟରେ ପ୍ରଶ୍ନ କରାଯାଏ ସେତେବେଳେ ସେ ଦୃଢ଼ ଭାବରେ ଉତ୍ତର ଦିଅନ୍ତି ।

ବଲିଉଡ଼ର ଚର୍ଚ୍ଚିତ ଅଭିନେତ୍ରୀ ସାରା ଅଲୀ ଖାନ୍ ପ୍ରାୟ ସୋସିଆଲ ମିଡିଆରେ ଆକ୍ଟିଭ ରହିଥାନ୍ତି । ତାଙ୍କର ଫୋଟ ଏବଂ ଭିଡ଼ିଓ ପ୍ରାୟ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହୋଇଥାଏ । ତେଣୁ ଏହି ପରିପ୍ରେକ୍ଷୀରେ ଆଜିକାଲି ସୋସିଆଲ ମିଡିଆରେ ସାରାଙ୍କର ଏକ ଇଣ୍ଟରଭ୍ୟୁ ସୋସିଆଲ ମିଡିଆରେ ଭାଇରାଲ ହେଉଅଛି, ଯେଉଁଥିରେ ସେ ନିଜର ମାଁଙ୍କ ବିଷୟରେ କହୁଥିବାର ନଜର ଆସୁଛନ୍ତି । ଇଣ୍ଟରଭ୍ୟୁରେ ସାରା ଅଲୀ ଖାନ୍ ନିଜର ମାଁଙ୍କୁ ହିଁ ନିଜର ସାରା ଦୁନିଆ ବୋଲି କହିଛନ୍ତି । ଯାହାକୁ ଶୁଣିବା ପରେ ଅମୃତାଙ୍କ ମାଁଙ୍କ ଆଖିରେ ଅଶ୍ରୁ ଆସିଯାଇଥିଲା । ତେଣୁ ଚାଲନ୍ତୁ ସାରା ଅଲୀ ଖାନ୍ ନିଜର ଇଣ୍ଟରଭ୍ୟୁରେ କଣ କହିଛନ୍ତି ।

ମୋତେ ଅମୃତାଙ୍କ ଝିଅ କୁହନ୍ତୁ – ସାରା ଅଲୀ ଖାନ୍ :-

ଏକ ଇଣ୍ଟରଭ୍ୟୁରେ ସାରା ଅଲୀ ଖାନଙ୍କୁ ଯେତେବେଳେ ପ୍ରଶ୍ନ କରାଗଲା ଯେ ସେ କାହାର ଝିଅ ଅଟନ୍ତି ସେତେବେଳେ ସେ ସଙ୍ଗେ ସଙ୍ଗେ ଉତ୍ତର ଦେଇଥିଲେ ଯେ ମୋତେ ଅମୃତା ସିଂହଙ୍କ ଝିଅ ବୋଲି କୁହାଯାଉ । ଏହା ପଛରେ ସେ ତର୍କ ଦେଇଥିଲେ ଯେ ତାଙ୍କ ମାଁ ତାଙ୍କୁ ପିଲାଦିନୁ ପାଳିଛନ୍ତି ଏବଂ କେବେ ମଧ୍ୟ କୌଣସି ଜିନିଷର ଅଭାବ ଅନୁଭବ କରିବାକୁ ଦେଇନାହାନ୍ତି , ଏହିପରି ମୋ ମାଁ ମୋ ପୁରା ଦୁନିଆ ଅଟେ ।

ମାଁଙ୍କ ବିଷୟରେ କହି ସାରା ଅଲୀ ଖାନ୍ କହିଥିଲେ ଯେ ମୋ ମାଁଙ୍କ ପାଖରେ ବାପାଙ୍କ ଭଳି ଭାବନା ଏବଂ ମାଁ ଭଳି ହୃଦୟ ଅଛି । ଯେଉଁ କାରଣରୁ ମୁଁ ଏବଂ ମୋ ଭାଇ ଭଲ ଜୀବନ ବିତାଉଛୁ । ସାରା ଅଲୀ ଖାନ୍ ନିଜ ମାଁଙ୍କ ସହିତ ଖୁବ୍ ଖୁସିରେ ରହନ୍ତି ଏବଂ ନିଜ ମାଁଙ୍କୁ ପଚାରି ହିଁ ନିଜ ଜୀବନର ସବୁ ନିଷ୍ପତ୍ତି ନିଅନ୍ତି ।

ସାରା ଅଲୀ ଖାନ୍ ଆହୁରି ମଧ୍ୟ କହିଥିଲେ ଯେ, ‘ ମୁଁ କିପରି ଡ୍ରେସ୍ ପିନ୍ଧିବି କେଉଁ ପୁଅ ସହିତ ରହିବି, ଏସବୁ ଜିନିଷରେ ମୋ ପାଇଁ ମୋ ମାଁଙ୍କ ନିଷ୍ପତ୍ତି ସବୁଠାରୁ ଅଧିକ ମହତ୍ୱପୂର୍ଣ୍ଣ । ଏହାର ଅର୍ଥ ଏହା ଯେ ସାରା ନିଜ ମାଁଙ୍କର ଖୁବ୍ ନିକଟତର । ଏବଂ ସେ ସ୍ପଷ୍ଟ କରି ଦେଇଛନ୍ତି ଯେ ତାଙ୍କୁ ସୈଫଙ୍କ ଝିଅ ବୋଲି ଡାକିବା ଠାରୁ ଅଧିକ ଅମୃତା ସିଂହଙ୍କ ଝିଅ ବୋଲି ଡାକିବାକୁ ଅଧିକ ପସନ୍ଦ କରିବେ । ସାରା ଅଲୀ ଖାନ୍ ଅମୃତା ଏବଂ ସୈଫଙ୍କ ଛାଡ଼ପତ୍ର ବିଷୟରେ କହିଲେ ଯେ, ଯେତେବେଳେ ଦୁଇଜଣ ଲୋକ ପରସ୍ପର ସହିତ ଖୁସରେ ରହି ପାରନ୍ତି ନାହିଁ, ସେତେବେଳେ ସେମାନଙ୍କୁ ଅଲଗା ହୋଇଯିବା ଉଚିତ୍, ଯାହାଦ୍ଵାରା ଦୁହେଁ ନିଜ ନିଜର ଖୁସିର କାରଣ ଖୋଜି ପାରିବେ । ସାରା କହିଛନ୍ତି ଯେ ମୁଁ ବହୁତ ଖୁସି, କାରଣ ମୋ ବାପା କରୀନା କପୂରଙ୍କ ସହିତ ଖୁସିରେ ଅଛନ୍ତି ।

କଠିନ ସମୟରେ ଅମୃତା ସିଂ ତାଙ୍କ ଝିଅ ସପକ୍ଷରେ ଠିଆ ହୋଇଛନ୍ତି

ବର୍ତ୍ତମାନ ଯେହେତୁ ସାରା ଅଲୀ ଖାନଙ୍କ ନାମ ଡ୍ରଗ୍ସ ମାମଲାରେ ଆସିଛି, ତେଣୁ ତାଙ୍କ ମାଁ ତାଙ୍କ ସପକ୍ଷରେ ଠିଆ ହୋଇଛନ୍ତି । ପୁଣି ଅନ୍ୟ ପକ୍ଷରେ ତାଙ୍କ ବାପା ସୈଫ ଅଲୀ ଖାନ୍ ଏସବୁ ଠାରୁ ନିଜକୁ ଦୂରେଇ ରଖିଛନ୍ତି ଏବଂ ନିଜର ଦ୍ୱିତୀୟ ପତ୍ନୀଙ୍କ ସହିତ ବିବାହ ବାର୍ଷିକୀ ପାଳନ ପାଇଁ ଆୟୋଜନରେ ବ୍ୟସ୍ତ ଅଛନ୍ତି । NCBର ପଚରା ଉଚୁରାରେ ସାରା ଏହା ମାନିଛନ୍ତି ଯେ ସେ ସୁଶାନ୍ତଙ୍କ ଖୁବ୍ ନିକଟତର ହୋଇ ଯାଇଥିଲେ । ଫିଲ୍ମ କେଦାରନାଥ ଠାରୁ ହିଁ ଦୁହିଁଙ୍କର ଅଫେୟାରର ଖବର ଶୁଣାଯାଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଏହାକୁ ମିଥ୍ୟା ବୋଲି କୁହାଯାଇଥିଲା ।

Be the first to comment

Leave a Reply

Your email address will not be published.


*