ବିବାଦର ଅନ୍ୟ ନାମ ବିଗ୍ ବୋସ୍ ଶୋ’ର ଅଂଶଗ୍ରହଣକାରୀ ରାଧେ ମାଁ, ଲାଗିସାରିଛି ନିଜ ଭାଉଜଙ୍କର ହତ୍ୟା ଅଭିଯୋଗ !

ଲୋକପ୍ରିୟ ଟେଲିଭିଜନ ଶୋ “ବିଗ୍ ବୋସ୍”କୁ ବିବାଦୀୟ ଟିଭି ଶୋ ମଧ୍ୟ କୁହାଯାଏ । ଏହାର ଗୋଟିଏ କାରଣ ହେଉଛି ଏଥିରେ ଅଂଶଗ୍ରହଣ କରୁଥିବା ଅଧିକାଂଶ ଅଂଶଗ୍ରହଣକାରୀ ବିବାଦ କାରଣରୁ ଅନେକ ବର୍ଷ ଧରି ଚର୍ଚ୍ଚାରେ ରହିଥାନ୍ତି । ସେ ରାଖୀ ସାୱନ୍ତ, ଡଲି ବିନ୍ଦ୍ରା କିମ୍ବା “ବିଗ୍ ବୋସ୍ ୧୪”ରେ ଆସିଥିବା ରାଧେ ମାଁ ହୁଅନ୍ତୁ । ଆଜ୍ଞା ହଁ, ଏଥର ରାଧେ ମାଁ ବିଗ୍ ବୋସ୍ ଘରେ ମଧ୍ୟ ଦେଖିବାକୁ ମିଳୁଛନ୍ତି, ଯାହାଙ୍କର ଉପସ୍ଥିତି ବର୍ତ୍ତମାନ ସମୟରେ ଅନେକ ଚର୍ଚ୍ଚାରେ ରହିଛି । କହିରଖୁଛୁ ଯେ ଅନେକ ରିପୋର୍ଟ ଦାବି କରିଛି ରାଧେ ମାଁ ଏହି ଶୋ’ରେ ସର୍ବାଧିକ ଫି ନେଉଛନ୍ତି । ବର୍ତ୍ତମାନ ଏହା ଦେଖିବାକୁ ବାକି ଅଛି ଯେ, ରାଧେ ମାଁ ଯେତିକି ଫି ନେଉଛନ୍ତି, ସେତିକି ଆଉଟ ପୁଟ୍ ସେ ଶୋ’କୁ ଦେବାକୁ ସମର୍ଥ ହେବେ କି ନାହିଁ ? ଅନ୍ୟପକ୍ଷରେ ଯଦି ଆମେ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କଥା ହେବା, ତେବେ ଲାଲ ରଙ୍ଗର ଜୋଡ଼ା ଏବଂ ହାତରେ ତ୍ରିଶୁଳ ଧରିଥିବା ରାଧେ ମାଁ ନିଜକୁ ଦେବୀଙ୍କର ଅବତାର ବୋଲି କହିଥାନ୍ତି । ଆସନ୍ତୁ ଜାଣିବା ୨୩ ବର୍ଷର ବିବାହିତା ସୁଖବିନ୍ଦର କୌର କିପରି ହେଲେ ରାଧେ ମାଁ ଏବଂ କିପରି ଆଧ୍ୟାତ୍ମିକତା ସହିତ ତାଙ୍କର ସମ୍ପର୍କ ଜଡିତ ହେଲା ।

ପ୍ରଥମେ ଆଲୋଚନା କରିବା ରାଧେ ମାଁଙ୍କ ପୋଷାକ ବିଷୟରେ କହିବ ତେବେ ରାଧେ ମାଁ କେବଳ ଲାଲ ରଙ୍ଗର ଜୋଡ଼ା ପରିଧାନ କରନ୍ତି, କପାଳରେ ଲାଲ୍ ବିନ୍ଦୁ ଲଗାନ୍ତି, ହାତରେ ଲାଲ୍ ରଙ୍ଗର ଚୁଡ଼ି ପିନ୍ଧନ୍ତି, କେଶରେ ଲାଲ୍ ରଙ୍ଗର ଗୋଲାପ ଏବଂ ହାତରେ ଏକ ଛୋଟ ତ୍ରିଶୁଳ ଧରିଥାନ୍ତି । ରାଧେ ମାଁଙ୍କର ଏହି ସୁନ୍ଦର ସାଜସଜ୍ଜା ଅନେକ ଲୋକଙ୍କୁ ପସନ୍ଦ ଆସିଥାଏ ।

୪ ଏପ୍ରିଲ ୧୯୬୫ ମସିହାରେ ଗୁରୁସାପୁରର ଦୋରାଙ୍ଗଲା ଗ୍ରାମରେ ଜନ୍ମଗ୍ରହଣ କରିଥିବା ସୁଖବିନ୍ଦର କୌରଙ୍କର ପ୍ରାୟତଃ ୧୭ ବର୍ଷ ବୟସରେ ଏକ ମିଠା ପ୍ରସ୍ତୁତ କରୁଥିବା ବ୍ୟକ୍ତିଙ୍କର ପୁଅଙ୍କ ସହିତ ବିବାହ ହୋଇ ଯାଇଥିଲା । ବିବାହର କିଛି ଦିନ ପରେ ହିଁ ତାଙ୍କ ସ୍ୱାମୀ ଚାକିରୀ କରିବାପାଇଁ କତରକୁ ଚାଲି ଯାଇଥିଲେ । ସୁଖବିନ୍ଦରଙ୍କ ଆର୍ଥିକ ଅବସ୍ଥା ଭଲ ନଥିଲା, କୁହାଯାଏ ଯେ ସେ ନିଜ ପରିବାରର ପୋଷଣ ସିଲେଇ କରି କରୁଥିଲେ ।

ସୁଖବିନ୍ଦର କୌରଙ୍କ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ ଆସିଥିଲା, ଯେତେବେଳେ ସେ ୨୧ ବର୍ଷ ବୟସର ଥିଲେ, ସେହି ସମୟରେ ମହନ୍ତ ଶ୍ରୀ ରାମଦୀନ ଦାସଙ୍କ ସହିତ ତାଙ୍କର ସାକ୍ଷାତ ହୋଇଥିଲା । ରାମଦୀନ ଦାସଙ୍କଠାରୁ ସେ ୬ ମାସ ପାଇଁ ଏକ ନିର୍ଦ୍ଦେଶନା ନେଇଥିଲେ, ସେଠାରୁ ହିଁ ତାଙ୍କୁ ଏକ ନୂତନ ନାମ ରାଧେ ମାଁ ମିଳିଥିଲା ଏବଂ ତା’ପରେ ସେ ଏହି ନାମରେ ପରିଚିତ ହେବାକୁ ଲାଗିଲେ । ନୂତନ ନାମ ମିଳିବା ପରେ ରାଧା ମାଁ ସତସଙ୍ଗ ଦେବା ଆରମ୍ଭ କରିଥିଲେ ଏବଂ ଏହା ପରେ ସେ ମୁମ୍ବାଇ ଆସି ଏଠାରେ ସତସଙ୍ଗ ଦେବା ଆରମ୍ଭ କରିଥିଲେ ।

ଏଥିସହିତ ତାଙ୍କ ପୋଷାକ ହେତୁ କିଛି ବର୍ଷ ପୂର୍ବେ ତାଙ୍କୁ ଅନେକ ସମାଲୋଚନାର ସମ୍ମୁଖୀନ ହେବାକୁ ପଡିଥିଲା । ଯେତେବେଳେ ରାଧେ ମାଁ ଲାଲ ରଙ୍ଗର ମିନି ସ୍କର୍ଟ, ଲାଲ୍ ଟପ୍, ଲାଲ୍ କ୍ୟାପ୍ ଏବଂ ଲାଲ୍ ବୁଟରେ ବୋଲ୍ଡ ଅବତାର ଦେଖାଇଥିଲେ, ସମସ୍ତେ କେବଳ ତାଙ୍କୁ ଚାହିଁ ରହି ଯାଇଥିଲେ। ଏହି ପରିପ୍ରେକ୍ଷୀରେ ଗଣମାଧ୍ୟମ ଏହି କଥାଟିକୁ ଅତ୍ୟନ୍ତ ଆଲୋଚନା କରିଥିଲା ତେଣୁ ରାଧା ମାଁଙ୍କୁ ନିଜେ ସାମ୍ନାକୁ ଆସି ଏହି କଥାକୁ ବୁଝାଇବାକୁ ପଡିଥିଲା । ସେ କହିଥିଲେ ଯେ ଜଣେ ଭକ୍ତ ତାଙ୍କୁ ଏହି ପୋଷାକ ଉପହାର ଦେଇଥିଲେ ଏବଂ ଏହାକୁ ପିନ୍ଧିବାକୁ ଜିଦ୍ ଧରିଥିଲେ, ତେଣୁ ତାଙ୍କୁ ଏହାକୁ ପିନ୍ଧିବାକୁ ପଡିଥିଲା ।

କେବଳ ଏତିକି ନୁହେଁ, ରାଧେ ମାଙ୍କ ଉପରେ ଅନେକ ଆଇନଗତ ମାମଲା ଚାଲିଛି । ରାଧେ ମାଙ୍କ ଭାଇ ଏବଂ ବାପା ତାଙ୍କୁ ଭାଉଜଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଜେଲ୍ ଦଣ୍ଡ ଭୋଗୁଛନ୍ତି । ଏହି ମାମଲାରେ ରାଧେ ମାଁ ମଧ୍ୟ ହତ୍ୟା ଷଡଯନ୍ତ୍ରରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି । ଏଥି ସହିତ “ବିଗ୍ ବୋସ୍”ର ପୁରୁଣା ପ୍ରତିଯୋଗୀ ଡଲି ବିନ୍ଦ୍ରା ମଧ୍ୟ ତାଙ୍କ ଉପରେ ହତ୍ୟା କରିବାର ଧମକ୍ ଦେଇଥିବାର ଅଭିଯୋଗ କରିଥିଲେ । ବର୍ତ୍ତମାନ ରାଧେ ମାଁ ବିଗ୍ ବୋସରେ କେଉଁ ଚମତ୍କାର ପ୍ରଦର୍ଶନ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା

Be the first to comment

Leave a Reply

Your email address will not be published.


*