ନୂତନ ବର୍ଷ ପାଳନ ପାଇଁ ବାନ୍ଧବୀ କିୟାରା ଆଡବାଣୀଙ୍କ ସହିତ ମାଲଦ୍ଵୀପ ଗଲେ ସିଦ୍ଧାର୍ଥ ମାଲହୋତ୍ରା !

ନୂତନ ବର୍ଷ ପାଳନ ପାଇଁ ବାନ୍ଧବୀ କିୟାରା ଆଡବାଣୀଙ୍କ ସହିତ ମାଲଦ୍ଵୀପ ଗଲେ ସିଦ୍ଧାର୍ଥ ମାଲହୋତ୍ରା !

ନୂତନ ବର୍ଷକୁ ଆନନ୍ଦ ଉଲ୍ଲାସର ସହିତ ପାଳନ କରିବା ନିମନ୍ତେ ସମସ୍ତେ ପ୍ରସ୍ତୁତ ହେଉଛନ୍ତି । ଚଳିତ ୨୦୨୦ ବର୍ଷର ଆଜି ହେଉଛି ଅନ୍ତିମ ଦିନ । ଏହିପରି ଲାଗୁଛି ଯେପରି ସମ୍ପୁର୍ଣ୍ଣ ବଲିଉଡ ନୂତନ ବର୍ଷ ୨୦୨୧କୁ ମହାଆଡମ୍ବରରେ ପାଳନ କରିବା ପାଇଁ ମୁମ୍ବାଇରୁ ବାହାରକୁ ଯାଉଛି । ଏହାପୂର୍ବରୁ ଆଲିଆ ଭଟ୍ଟ ଏବଂ ରଣବୀର କପୂର, ଦୀପିକା ପାଦୁକୋଣ ଏବଂ ରଣବୀର ସିଂଙ୍କ ସହିତ ବାହାରୁକୁ ଯାଇଥିବା ବେଳେ ପୁଣି ଆଉ ଏକ ଯୋଡି ବାହାରକୁ ଯାଇସାରିଛନ୍ତି ଏବଂ ସେହି ଦମ୍ପତି ହେଉଛନ୍ତି ସିଦ୍ଧାର୍ଥ ମାଲହୋତ୍ରା ଏବଂ କିୟାରା ଆଡବାଣୀ ।

ପ୍ରେମୀଯୁଗଳ ସିଦ୍ଧାର୍ଥ ମାଲହୋତ୍ରା ଏବଂ କିୟାରା ଆଡବାଣୀ ବୁଧବାର ଦିନ ପ୍ରାତଃ ସମୟରେ ବିମାନବନ୍ଦରରେ ନଜର ଆସିଥିଲେ । ଯେଉଁମାନେ ନୂତନ ବର୍ଷ ପୂର୍ବରୁ ହିଁ ସହରରୁ ବାହାରକୁ ଯାଉଥିଲେ । ବଲିଉଡରେ ଛୁଟିଦିନ ଆସିବା ପରେ ଏହି ଦମ୍ପତି ମଧ୍ୟ ମାଲଦ୍ୱୀପ ଭ୍ରମଣ ନିମନ୍ତେ ବାହାରି ଯାଇଛନ୍ତି ।

ବାସ୍ତବରେ କିୟାରା ଏବଂ ସିଦ୍ଧାର୍ଥଙ୍କୁ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା ।

ଯେଉଁଠାରେ କିୟାରା ନିଜର ଟାଇ-ଡାଏ ପ୍ୟାଣ୍ଟରେ ଷ୍ଟାଇଲିସ୍ ଦେଖାଯାଉଥିଲା ଏବଂ ଏକ ଧଳା ରଙ୍ଗର ଟପ୍ ପରିଧାନ କରିଥିଲେ ।

ଅପରପକ୍ଷରେ ସିଦ୍ଧାର୍ଥ ମାଲହୋତ୍ରା ନିଜର ଗ୍ଳାମର୍ ଲୁକ୍ ନିମନ୍ତେ କମଳା ରଙ୍ଗର ଏକ ଟ୍ରାକ୍ ପ୍ୟାଣ୍ଟ ସହିତ ଏକ କାଜ୍ୟୁଆଲ୍ ଗନମେଟାଲ୍ ଜ୍ୟାକେଟ୍ ପରିଧାନ କରିଥିଲେ ।

ଗୁରୁତ୍ୱପୂର୍ଣ୍ଣ କଥା ଏହିକି ଯେ, ନୂତନ ବର୍ଷ ୨୦୨୧ ପୂର୍ବରୁ ସିଦ୍ଧାର୍ଥ ଏବଂ କିୟାରା ଛୁଟି ମନାଇବା ପାଇଁ ଏକା ସାଥିରେ ଆଫ୍ରିକା ଯାଇଛନ୍ତି । ସିଦ୍ଧାର୍ଥ ଏବଂ କିୟାରାଙ୍କ ଡେ଼ଟିଂ ଦୀର୍ଘଦିନ ଧରି ଚର୍ଚ୍ଚାର ବିଷୟ ପାଲଟିଛି ଏବଂ ଯେତେବେଳେ ମଧ୍ୟ ସେମାନଙ୍କୁ ଗୋଟିଏ ସାଥିରେ ଦେଖାଯାଆନ୍ତି, ସେମାନଙ୍କ ପ୍ରଶଂସକମାନେ ବହୁତ ଆତ୍ମବିଭୋର ହୋଇଯାଆନ୍ତି ।

ବୃତ୍ତିଗତ କର୍ମକ୍ଷେତ୍ରରେ ବିଷୟରେ ଯଦି କଥାବାର୍ତ୍ତା କରାଯାଏ, ତେବେ କିୟାରା ଆଡବାଣୀଙ୍କୁ ଶେଷଥର ପାଇଁ ଆଦିତ୍ୟ ସିଲଙ୍କ “ଇନ୍ଦୁ କି ଜାୱାନୀ”ରେ ଦେଖିବାକୁ ମିଳିଥିଲା । ଏହାବ୍ୟତୀତ ତାଙ୍କର ଆଗାମୀ ପ୍ରୋଜେକ୍ଟରେ “ଭୁଲ ଭୁଲେୟା-୨”, କାର୍ତ୍ତିକ ଆର୍ଯ୍ୟନଙ୍କ ବିପକ୍ଷରେ ଏବଂ “ଯୁଗ ଯୁଗ ଜିୟୋ”ରେ ଅନିଲ କପୂର, ନୀତୁ କପୂର ଏବଂ ବରୁଣ ଧାୱନ ସାମିଲ ଅଟନ୍ତି । ସିଦ୍ଧାର୍ଥ ମାଲହୋତ୍ରାଙ୍କୁ ଶେଷଥର ପାଇଁ ମ୍ୟୁଜିକ୍ ଭିଡିଓ “ମସକଲୀ-୨”ରେ ତାରା ସୂତରିଆଙ୍କ ବିପକ୍ଷରେ ଦେଖିବାକୁ ମିଳିଥିଲା । “ମିଶନ ମଜନୁ” ହେଉଛି ତାଙ୍କର ପରବର୍ତ୍ତୀ ପ୍ରକଳ୍ପ ।

କିୟାରା ଓ ସିଦ୍ଧାର୍ଥଙ୍କୁ ଖୁବ୍ ଶୀଘ୍ର ଚଳଚ୍ଚିତ୍ର “ଶେରଶାହା”ରେ ଦେଖିବାକୁ ମିଳିବ । ଏହି ଚଳଚ୍ଚିତ୍ରଟି କ୍ୟାପଟେନ୍ ବିକ୍ରମ ବତ୍ରାଙ୍କ ଜୀବନୀ ଉପରେ ଆଧାରିତ ଅଟେ, ଯିଏକି କାର୍ଗିଲ ଯୁଦ୍ଧର ଜଣେ ହିରୋ ଅଟନ୍ତି । ଏହି ଚଳଚ୍ଚିତ୍ରରେ କିୟାରା ମୁଖ୍ୟ ଲେଡି ଭୂମିକାରେ ଅଭିନୟ କରୁଥିବା ନଜରରେ ଆସିବେ ଏବଂ ସିଦ୍ଧାର୍ଥ ଯୁଦ୍ଧ ହିରୋ ଭୂମିକାରେ ଅଭିନୟ କରିବେ ।

Leave a Reply

Your email address will not be published. Required fields are marked *