ରାହୁଲଙ୍କୁ ସାମୁହିକ ବଳତ୍କାର ପୀଡିତାଙ୍କ ପ୍ରଶ୍ନ :- କହିଲେ – ମୁଁ ମଧ୍ୟ ହାଥରସର ଝିଅ ପରି ଅଟେ , ଆଜି ପର୍ଯ୍ୟନ୍ତ ଏଠାକୁ କାହିଁକି ଆସୁନାହାଁନ୍ତି !

ରାଜସ୍ଥାନର ବାରନ ଜିଲ୍ଲାରେ ଗୋଟିଏ ଝିଅ ସହ ସାମୁହିକ ବଳାତ୍କାର କରିବାର ମାମଲା ଆଗକୁ ଆସିଛି । କୁହାଯାଉଛି ଯେ ପୀଡିତାଙ୍କୁ ଦୁଇ ଜଣ ଅପହରଣ କରି ଏକ ମାସ ପର୍ଯ୍ୟନ୍ତ ବନ୍ଦୀ କରି ରଖିଥିଲେ । ଏହି ସମୟରେ ପୀଡିତାଙ୍କୁ ସାମୁହିକ ବଳାତ୍କାର କରାଯାଇଥିଲା । କୌଣସି ପ୍ରକାରେ ଏହି ପୀଡିତା ଖସି ପଳାଇବାରେ ସଫଳ ହୋଇଥିଲେ ଏବଂ ତୁରନ୍ତ ପୋଲିସ୍ ନିକଟରେ ଏକ ମାମଲା ଦାଖଲ କରିଥିଲେ । ଏଥି ସହ ବର୍ତ୍ତମାନ ଏହି ପୀଡିତା କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କୁ ପ୍ରଶ୍ନ ପଚାରିଛନ୍ତି ଏବଂ କହିଛନ୍ତି କି, ସେ ତାଙ୍କୁ ଦେଖାକରିବାକୁ କାହିଁକି ଆସିନାହାନ୍ତି । ବାସ୍ତବରେ ରାହୁଲ ଏବଂ ପ୍ରିୟଙ୍କା ଗାନ୍ଧୀ ଉତ୍ତରପ୍ରଦେଶର ହାଥରସରେ ହୋଇଥିବା ସାମୁହିକ ବଳାତ୍କାର ମାମଲାରେ ଅନେକ ବିବୃତ୍ତି ଦେଉଛନ୍ତି ଏବଂ ଯୋଗୀ ସରକାରଙ୍କୁ ଅନେକ ପ୍ରଶ୍ନ ପଚାରୁଛନ୍ତି । ଅନ୍ୟପକ୍ଷରେ, ନିଜ ଶାସିତ ରାଜ୍ୟରେ ଜଣେ ଝିଅ ସହିତ ୧ ମାସରୁ ଅଧିକ ସମୟ ଧରି ବଳାତ୍କାର ମାମଲାରେ କଂଗ୍ରେସର ଏହି ଦୁଇ ନେତା ଚୁପ୍ ଚାପ୍ ବସିଛନ୍ତି ।

ଏହି ପୀଡିତା ଏକ ନ୍ୟୁଜ୍ ଚ୍ୟାନେଲ ସହିତ କଥାବାର୍ତ୍ତା ବେଳେ ତାଙ୍କ ଦୁଃଖଦ ଘଟଣା ବିଷୟରେ ବର୍ଣ୍ଣନା କରିଥିଲେ ଏବଂ ନିଜ ପାଇଁ ନ୍ୟାୟ ଦାବି କରିଥିଲେ । ପୀଡିତା କହିଛନ୍ତି ଯେ ଜୁଲାଇ ୧ରେ ଗାଁର ଦୁଇଜଣ ଲୋକ ମୋତେ ମିଛ କହିଥିଲେ ଏବଂ କହିଥିଲେ ଯେ ତୁମ ପିତାମାତା ତୁମକୁ ଚାଷ ଜମିକୁ ଡାକିଛନ୍ତି । ଯାହା ପରେ ଏହି ଝିଅଟି ତାଙ୍କ ସହ ବାଇକରେ ବସି ଚାଲିଗଲେ​​ କିନ୍ତୁ ଏହି ଦୁଇ ଅଭିଯୁକ୍ତ ତାଙ୍କୁ ସୟୋପୁରକୁ ନେଇଥିଲେ । ଅଭିଯୁକ୍ତମାନେ ତାଙ୍କୁ ଏକ କୋଠରୀରେ ବନ୍ଦ କରି ତାଙ୍କ ସହିତ ସାମୁହିକ ବଳାତ୍କାର କରିଥିଲେ । ଏକ ମାସ ଧରି ଅଭିଯୁକ୍ତମାନେ ପୀଡିତାଙ୍କୁ ବଳାତ୍କାର କରିଥିଲେ । ଅନ୍ୟପକ୍ଷରେ , କୌଣସି ପ୍ରକାରେ ପୀଡିତା ଅଭିଯୁକ୍ତଙ୍କ ବନ୍ଦୀତ୍ୱରୁ ରକ୍ଷା ପାଇ ଅଗଷ୍ଟ ୭ରେ ସିସୱାଲି ପୋଲିସ୍ ଷ୍ଟେସନରେ ଅଭିଯୋଗ କରିଥିଲେ କିନ୍ତୁ ପୋଲିସ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା । ପୀଡିତାଙ୍କ ଅନୁଯାୟୀ ସେ ୭ ଅଗଷ୍ଟରେ ଏକ ମାମଲା ଦାଖଲ କରିଥିଲେ କିନ୍ତୁ ପୋଲିସ୍ ଏପର୍ଯ୍ୟନ୍ତ ଅଭିଯୁକ୍ତକୁ ଗିରଫ କରିନାହିଁ ।

ନ୍ୟୁଜ ନେସନ ସହ କଥାବାର୍ତ୍ତା ବେଳେ ପୀଡିତା କହିଛନ୍ତି ଯେ ଅଭିଯୁକ୍ତମାନେ ତାଙ୍କୁ ଧମକ୍ ଦେବା ଆରମ୍ଭ କରିଥିଲେ ।
ଯାହା ପରେ ତାଙ୍କୁ ନିଜ ଘର ଛାଡିବାକୁ ପଡ଼ିଥିଲା । ତାଙ୍କର ପୁରା ପରିବାର ଜଣେ ସମ୍ପର୍କୀୟଙ୍କ ଘରକୁ ଯାଇ ରହିଲେ , ଦୁଇମାସ ଧରି ସେଠାରେ ରହିଛନ୍ତି । ଅଭିଯୁକ୍ତମାନେ ମୁକ୍ତ ଭାବରେ ବୁଲୁଛନ୍ତି ଏବଂ ପୋଲିସ୍ କିଛି କରୁନାହିଁ । ପୀଡିତାଙ୍କ କହିବାନୁସାରେ, ଅଭିଯୁକ୍ତ ତାଙ୍କୁ ବଳାତ୍କାର କରିବା ପରେ ବିବାହ କାଗଜରେ ଜବରଦସ୍ତ ଦସ୍ତଖତ କାରାଇଥିଲେ । ଯାହାଫଳରେ ସେମାନେ ସମସ୍ତ ଦୋଷ ତାଙ୍କ ଉପରେ ପକେଇଦେବେ ।

* ଗେହଲୋତ ସରକାର ଉପରେ ପ୍ରଶ୍ନ ଉଠାଇଛନ୍ତି ।

ପୀଡିତା ନିଜ ସହ ଘଟିଥିବା ଘଟଣା ବିଷୟରେ କଥାବାର୍ତ୍ତା କରିବାବେଳେ ଗେହଲୋତ ସରକାରଙ୍କ ଉପରେ ଅନେକ ପ୍ରଶ୍ନ ଉଠାଇଥିଲେ । ହାଥରସ ଘଟଣା ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ । ପୀଡିତା କଂଗ୍ରେସ ହାଇକମାଣ୍ଡଙ୍କୁ ପଚାରିଛନ୍ତି ଯେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବାରାନକୁ କାହିଁକି ଆସୁନାହାଁନ୍ତି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ ମଧ୍ୟ ଉତ୍ତରପ୍ରଦେଶକୁ ଯାଉଛନ୍ତି । କିନ୍ତୁ ନିଜ ରାଜ୍ୟର ବାରାନକୁ ଆସନ୍ତି ନାହିଁ । ମୁଁ ମଧ୍ୟ ହାଥରସ ପରି ଏକ ଝିଅ ଅଟେ । ପୀଡିତାଙ୍କ ଅନୁଯାୟୀ, ତାଙ୍କୁ ଏବେ ମଧ୍ୟ ଅଭିଯୁକ୍ତମାନେ ଧମକ ଦେଉଛନ୍ତି କିନ୍ତୁ ପୋଲିସ୍ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ।

ଉଲ୍ଲେଖନୀୟ କଥା ହେଉଛି, ରାହୁଲ ଏବଂ ପ୍ରିୟଙ୍କା ଗାନ୍ଧୀ ଉତ୍ତରପ୍ରଦେଶର ହାଥରସରେ ହୋଇଥିବା ସାମୁହିକ ବଳାତ୍କାର ବିଷୟରେ ଅନେକ ବକ୍ତବ୍ୟ ରଖିଛନ୍ତି । କିନ୍ତୁ ରାଜସ୍ଥାନ, ଯେଉଁଠାରେ ତାଙ୍କର ସରକାର ଅଛନ୍ତି, ସେଠାରେ ଘଟିଥିବା ଘଟଣା ଉପରେ ଏହି ଦୁଇ ନେତା ନୀରବ ବସିଛନ୍ତି । ପୀଡିତା ୨ମାସ ଧରି ତାଙ୍କ ଅଭିଯୁକ୍ତକୁ ଗିରଫ କରିବା ପାଇଁ ପୋଲିସ୍ ଷ୍ଟେସନକୁ ଯାତ୍ରା କରୁଛନ୍ତି । କିନ୍ତୁ ପୀଡିତାଙ୍କୁ ସାହାଯ୍ୟ କରିବାକୁ କୌଣସି କଂଗ୍ରେସ ନେତା ଆଗକୁ ଆସୁନାହାଁନ୍ତି । ଅନ୍ୟପକ୍ଷରେ , ହାଥରସକୁ ଯାଇ ରାହୁଲ ଏବଂ ପ୍ରିୟଙ୍କା ମୃତକଙ୍କ ପରିବାର ସଦସ୍ୟଙ୍କୁ ଭେଟି ସେମାନଙ୍କ ପାଇଁ ନ୍ୟାୟ ଦାବି କରୁଛନ୍ତି ।

Be the first to comment

Leave a Reply

Your email address will not be published.


*