ମହିଳା ମାନଙ୍କୁ ନୂତନ ଆଇନ ପରେ ମିଳିବ ପୁରୁଷ ମାନଙ୍କ ସହିତ ସମାନ ଦରମା ଏବଂ ଆଗକୁ ବଢିବାର ସୁଯୋଗ, ପ୍ରଧାନମନ୍ତ୍ରୀ ମୋଦୀ ନିଜେ ଦେଇଛନ୍ତି ସୂଚନା !

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହିମାଚଳ ପ୍ରଦେଶର ରୋହତାଙ୍ଗରେ ଥିବା ଅଟଳ ଟନେଲ (Atal Tunnel, Rohtang)ର ଉଦଘାଟନ କରିବା ପରେ ଲୋକମାନଙ୍କୁ ସମ୍ବୋଧିତ କରି ନୂତନ ଶ୍ରମ ଆଇନ ବିଷୟରେ ମଧ୍ୟ କହିଥିଲେ । ସେ କହିଥିଲେ ଯେ ନୂତନ ଆଇନ ପରେ ମହିଳାମାନେ ପୁରୁଷଙ୍କ ପରି ସମାନ ଦରମା ପାଇବେ । ଏଥିସହ ସେମାନଙ୍କୁ ପୁରୁଷ ମାନଙ୍କ ଭଳି ଆଗକୁ ବଢ଼ିବାର ସୁଯୋଗ ମିଳିବ । କହିରଖୁଛୁ ଯେ ମୋଦୀ ସରକାର ୪୪ଟି ଶ୍ରମ ଆଇନ ପରିବର୍ତ୍ତନ କରି ଚାରୋଟି ଶ୍ରମ ସଂହିତା (Labour Code) ପ୍ରସ୍ତୁତ କରିଛନ୍ତି । ଏଥିସହ ୧୨ଟି ଆଇନକୁ ବାତିଲ କରି ପୁରୁଣା ୪୪ଟି ଆଇନ ମଧ୍ୟରୁ ୩ଟି ନୂତନ ଶ୍ରମ ସଂହିତାରେ ଅନ୍ତର୍ଭୂକ୍ତ କରିଛନ୍ତି ।

କେବଳ ରାଜନୈତିକ ଲାଭ ପାଇଁ କାମ କରୁଥିବା ଲୋକଙ୍କୁ ଚିନ୍ତିତ କରୁଛି ସୁଧାର:-

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଯଦି ଆମକୁ ଆତ୍ମନିର୍ଭର ଭାରତ (AatmaNirbhar Bharat)ର ଲକ୍ଷ୍ୟକୁ ହାସଲ କରିବାକୁ ହେବ, ତେବେ ନୂତନ ଶତାବ୍ଦୀରେ ପୁରୁଣା ଶତାବ୍ଦୀର ନିୟମ କାମ କରିବ ନାହିଁ । ଏଥିପାଇଁ ଆମ ସରକାର ଶ୍ରମ ସୁଧାର ପ୍ରକ୍ରିୟାକୁ ଆହୁରି ଆଗକୁ ଜାରି ରଖିବେ । ବିରୋଧୀ ମାନଙ୍କୁ ଲକ୍ଷ୍ୟ କରି ସେ କହିଛନ୍ତି ଯେ ଆମର ସୁଧାର କେବଳ ରାଜନୈତିକ ଲାଭ (Political Benefitss) ପାଇଁ କାମ କରୁଥିବା ଲୋକଙ୍କୁ ଚିନ୍ତିତ କରୁଛି । ଏହିପରି ଲୋକଙ୍କୁ ବୁଝିବାକୁ ପଡିବ ଯେ ଆପଣ ପୁରୁଣା ଶତାବ୍ଦୀର ଚିନ୍ତାଧାରା ସହିତ ପରବର୍ତ୍ତୀ ଶତାବ୍ଦୀରେ ପ୍ରବେଶ କରିପାରିବେ ନାହିଁ ।

କେନ୍ଦ୍ର ସରକାରଙ୍କ ଦ୍ଵାରା ଗଠିତ କାଉନସିଲ ପ୍ରତ୍ୟେକ ବର୍ଷ କରିବ ସର୍ବନିମ୍ନ ଦରମାର ଆକଳନ:-

ନୂତନ ଶ୍ରମ ନିୟମ ଅନୁଯାୟୀ, ବେତନ ସଂହିତା (Wage Code)ରେ ସ୍ପଷ୍ଟ କରାଯାଇଛି ଯେ ପୁରୁଷ ଓ ମହିଳାଙ୍କୁ ସମାନ ଦରମା ମିଳିବ । ଏହା ସହିତ କୁହାଯାଇଛି ଯେ ଜାତୀୟ ସ୍ତରରେ ସର୍ବନିମ୍ନ ଦରମା ମଧ୍ୟ ସ୍ଥିର କରାଯିବ । କେନ୍ଦ୍ର ସରକାରଙ୍କ ଦ୍ଵାରା ଗଠିତ କାଉନସିଲ ପ୍ରତିବର୍ଷ ସର୍ବନିମ୍ନ ଦରମା ଆକଳନ କରିବ । ସେହି ସମୟରେ ଭୌଗୋଳିକ ଅବସ୍ଥାନ ଏବଂ ବ୍ୟକ୍ତିଙ୍କ ଦକ୍ଷତା ଉପରେ ଆଧାର କରି ଦରମା ସ୍ଥିର କରାଯିବ । ଏଥି ସହିତ ବେତନ ସଂହିତା ଅନୁଯାୟୀ କମ୍ପାନୀଗୁଡିକ ପାଇଁ କର୍ମଚାରୀମାନଙ୍କୁ ଠିକ୍ ସମୟରେ ଦରମା ଦେବା ବାଧ୍ୟତାମୂଳକ କରାଯାଇଛି ।

ମହିଳାମାନଙ୍କ ପାଇଁ ସକାଳ ୬ ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ କାର୍ଯ୍ୟ ସମୟ, ଓଭରଟାଇମ୍ ପାଇଁ ଦୁଇଗୁଣ ଟଙ୍କା:-

ବ୍ୟବସାୟିକ ସୁରକ୍ଷା ଏବଂ ସ୍ୱାସ୍ଥ୍ୟ ସଂହିତା (ଓଏସଏଚ କୋଡ/OSH Code) ଅନୁଯାୟୀ ମହିଳାମାନଙ୍କୁ ସମସ୍ତ କ୍ଷେତ୍ରରେ କାର୍ଯ୍ୟ କରିବାକୁ ଅନୁମତି ଦିଆଯାଇଛି । ଏଥି ସହିତ କମ୍ପାନୀ ଗୁଡିକର ମହିଳା କର୍ମଚାରୀଙ୍କ ପାଇଁ କ୍ରେଚ ଏବଂ କ୍ୟାଣ୍ଟିନ ସୁବିଧା ଯୋଗାଇବା ବାଧ୍ୟତାମୂଳକ କରାଯାଇଛି । ଏହା ବ୍ୟତୀତ ୪୫ ବର୍ଷରୁ ଅଧିକ କର୍ମଚାରୀ ମାନଙ୍କୁ କମ୍ପାନୀ ଦ୍ୱାରା ବର୍ଷକୁ ଥରେ ମାଗଣା ସ୍ୱାସ୍ଥ୍ୟ ଯାଞ୍ଚର ସୁବିଧା ଦିଆଯିବ । ମହିଳାମାନଙ୍କ ପାଇଁ କାର୍ଯ୍ୟ ସମୟ ସକାଳ ୬ଟା ରୁ ସନ୍ଧ୍ୟା ୭ଟା ମଧ୍ୟରେ ରହିବ । ଯଦି ସନ୍ଧ୍ୟା ୭ଟା ପରେ କାମ କରାଯାଉଥାଏ , ତେବେ ସୁରକ୍ଷାର ଦାୟିତ୍ୱ କମ୍ପାନୀର ହେବ ।ଓଭରଟାଇମ କରାଇବା ଦ୍ୱାରା ଦୁଇଗୁଣ ଟଙ୍କା ମିଳିବ ।

ପ୍ରଥମ ଥର ପାଇଁ ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ମହିଳାମାନଙ୍କୁ ମଧ୍ୟ ଇଏସଆଇ ସହିତ ସଂଯୁକ୍ତ କରାଯାଇଛି:-

ସାମାଜିକ ସୁରକ୍ଷା ସଂହିତା (Social Security Code) ଅନୁଯାୟୀ ମହିଳା ମାନଙ୍କୁ ଇଏସଆଇସିESIC ବିସ୍ତାର କରାଯିବ । ଦେଶର ୭୪୦ଟି ଜିଲ୍ଲାରେ ଇଏସଆଇସି ସୁବିଧା ଉପଲବ୍ଧ କରାଯିବ । ପ୍ରଥମ ଥର ପାଇଁ ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ମହିଳାମାନଙ୍କୁ ମଧ୍ୟ ଇଏସଆଇସି ସହିତ ସଂଯୁକ୍ତ କରାଯିବ । ବର୍ତ୍ତମାନ ଆସାମର ଚା ବଗିଚା କିମ୍ବା କାଶ୍ମୀରର ଆପଲ ବଗିଚାରେ କାର୍ଯ୍ୟ କରୁଥିବା ମହିଳା ଶ୍ରମିକମାନେ ମଧ୍ୟ ଇଏସଆଇ ଅଧୀନରେ ଆସିବେ । ଚୁକ୍ତିରେ କାର୍ଯ୍ୟ କରୁଥିବା ମହିଳା କର୍ମଚାରୀମାନଙ୍କୁ ମଧ୍ୟ ଗ୍ରାଚ୍ୟୁଟିର ଲାଭ ମିଳିବ । ଏଥିପାଇଁ ସର୍ବନିମ୍ନ କାର୍ଯ୍ୟକାଳର ବାଧ୍ୟତା ହେବ ନାହିଁ । ଯେଉଁମାନଙ୍କୁ ନିର୍ଦ୍ଦିଷ୍ଟ ଅବଧି ଭିତ୍ତିରେ ଚାକିରୀ ମିଳିବ , ସେମାନଙ୍କୁ ସେତିକି ଦିନ ଆଧାରରେ ଗ୍ରାଚ୍ୟୁଟି ମିଳିବାର ଅଧିକାର ରହିବ , ଅର୍ଥାତ ବର୍ତ୍ତମାନ ପାଞ୍ଚ ବର୍ଷ ପୂରଣ କରିବାର କୌଣସି ଆବଶ୍ୟକତା ନାହିଁ ।

Be the first to comment

Leave a Reply

Your email address will not be published.


*