ପିଲାଦିନେ ସଲମାନଙ୍କ ସହିତ ଖେଳିଛନ୍ତି ଏହି ଅଭିନେତ୍ରୀଙ୍କର ମାଁ, ଆଜି ଝିଅ ଅଟନ୍ତି ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ !

ଚଳଚ୍ଚିତ୍ରରେ କାମ କରୁଥିବା ଅଭିନେତ୍ରୀମାନଙ୍କର ସମ୍ପର୍କ କୌଣସି ନା କୌଣସି ତାରକାଙ୍କ ସହିତ ରହିବା ଜରୁରୀ ନୁହେଁ । କିନ୍ତୁ କିଛି କଳାକାର ମାନଙ୍କର ପିତାମାତା କିଛି କଳାକାରଙ୍କ ସହିତ ପୂର୍ବରୁ ହିଁ ସଂଯୁକ୍ତ ହୋଇସାରିଛନ୍ତି ଏବଂ ଏହା ଜାଣିବା ସମସ୍ତଙ୍କ ପାଇଁ ଆଶ୍ଚର୍ଯ୍ୟଜନକ ହୋଇପାରେ । ଏହି ଅଭିନେତ୍ରୀଙ୍କ ମାଁ ପିଲାଦିନରେ ସଲମାନଙ୍କ ସହ ଖେଳିଥିଲେ, ଆପଣ ଜାଣିଛନ୍ତି କି ଏହି ଅଭିନେତ୍ରୀ କିଏ ?

ପିଲାଦିନରେ ସଲମାନଙ୍କ ସହିତ ଖେଳିଛନ୍ତି ଏହି ଅଭିନେତ୍ରୀଙ୍କ ମାଁ:-

ଆଜିକାଲି ବଲିଉଡରେ ଅଭିନେତ୍ରୀ କିଆରା ଆଡଭାନୀ ଅତ୍ୟନ୍ତ ଚର୍ଚ୍ଚିତ ଅଟନ୍ତି । କବୀର ସିଂହ ଚଳଚ୍ଚିତ୍ରର ସଫଳତା ପରେ ତାଙ୍କୁ ଗୋଟିଏ ପରେ ଗୋଟିଏ ଚଳଚ୍ଚିତ୍ର ମିଳିଥିଲା ଓ ସେଥିମଧ୍ୟରୁ ଗୋଟିଏ ଚଳଚ୍ଚିତ୍ର ଗୁଡ୍ ନ୍ୟୁଜ୍ ଅଟେ, ଯାହା ନିକଟରେ ରିଲିଜ୍ ହେବାକୁ ଯାଉଛି । ଡିସେମ୍ବର ୨୭ ତାରିଖରେ ସଲମାନ ଖାନଙ୍କ ଜନ୍ମଦିନ ଅବସରରେ ଏହି ଚଳଚ୍ଚିତ୍ର ରିଲିଜ୍ ହେବ ଏବଂ ଏହା ବହୁତ ବଡ କଥା ଅଟେ କାରଣ ସଲମାନଙ୍କ ଫିଲ୍ମ ଦବଙ୍ଗ ୩ ମଧ୍ୟ କିଛି ଦିନ ପୂର୍ବରୁ ରିଲିଜ୍ ହୋଇଥିଲା ଏବଂ ଅକ୍ଷୟଙ୍କ ଫିଲ୍ମ କିଛି ଦିନ ପରେ ଆସିବ । ବର୍ତ୍ତମାନ ଏହା ଜାଣିବା ମଜାଳିଆ ହେବ ଯେ ସଲମାନ ଖାନଙ୍କ ସହିତ କିଆରାଙ୍କ ମାଁ’ଙ୍କର କେଉଁ ବିଶେଷ ସମ୍ପର୍କ ରହିଛି । ତେବେ ବିଳମ୍ବ ନକରି ଆପଣଙ୍କୁ କହିରଖୁଛୁ ଯେ ଉଭୟ ସଲମାନ ଖାନ୍ ଏବଂ କିଆରାଙ୍କ ମାଁ ଜେନିଭିଭ ଜାଫରି ପିଲାଦିନେ ଏକାଠି ଖେଳିଥିଲେ । ଜେନିଭିଭ ଜାଫରି ପିଲାଦିନେ ତାଙ୍କ ପିତାମାତାଙ୍କ ସହ ମୁମ୍ବାଇର ବାନ୍ଦ୍ରାଠାରେ ରହୁଥିଲେ ଏବଂ ସଲମାନ ଖାନଙ୍କ ପିଲାଦିନ ମଧ୍ୟ ବାନ୍ଦ୍ରାଠାରେ ବିତିଥିଲା । ଜେନିଭିଭ ଜାଫରି ଏବଂ ସଲମାନ ଖାନ୍ ପିଲାଦିନରୁ ପରସ୍ପରକୁ ଜାଣିଛନ୍ତି ଏବଂ ଏକାଠି ଖେଳିଛନ୍ତି କିନ୍ତୁ ସମୟ ସହିତ ସେମାନେ ନିଜ କାର୍ଯ୍ୟରେ ବ୍ୟସ୍ତ ହୋଇ ଯାଇଛନ୍ତି ଏବଂ ବର୍ତ୍ତମାନ ଏହା ପ୍ରଚଳିତ ଯେ ସଲମାନ ଖାନଙ୍କ ଆଗକୁ ଜେନିଭିଭ ଜାଫରିଙ୍କ ଝିଅ ଆସି ଯାଇଛନ୍ତି ଏବଂ ସଲମାନ ଖାନ ନିଜେ ଏହି ବିଷୟକୁ ନେଇ ବହୁତ ହସିଥାନ୍ତି ।

୩୧ ଜୁଲାଇ ୧୯୯୨ ମସିହାରେ ମୁମ୍ବାଇରେ ଜନ୍ମ ହୋଇଥିବା କିଆରା ଆଡଭାନୀ ଜୟ ହିନ୍ଦ କଲେଜରୁ ନିଜର ଅଧ୍ୟୟନ ସମାପ୍ତ କରିଛନ୍ତି । ତାଙ୍କର ପିତା ଭାରତୀୟ ଏବଂ ମାଁ ବିଦେଶୀ ଅଟନ୍ତି, କିନ୍ତୁ ବିବାହ ପରେ ତାଙ୍କ ମାଁ ମୁମ୍ବାଇ ଆସି ରହିଥିଲେ । ସୋସିଆଲ ମିଡିଆରେ କିଆରା ଆଡଭାନୀ ବହୁତ ସକ୍ରିୟ ରହିଥାନ୍ତି ଏବଂ ପ୍ରାୟତଃ ତାଙ୍କର ସର୍ବତ୍ତମ ଫୋଟ ସେୟାର କରିଥାନ୍ତି । କିଆରା ବଲିଉଡ ବ୍ୟତୀତ ସାଉଥ ସିନେମାରେ ମଧ୍ୟ କାମ କରିଛନ୍ତି । ହିନ୍ଦୀ ସିନେମା ମଧ୍ୟରେ କିଆରା କବୀର ସିଂହ, ଲୋଭ ଷ୍ଟୋରୀଜ୍, କଳଙ୍କ, ଏମଏସ୍ ଧୋନି, ଫଗଲି ଇତ୍ୟାଦି ଚଳଚ୍ଚିତ୍ରରେ କାମ କରିଛନ୍ତି । କିଆରା ଆଡଭାନୀଙ୍କ ଆଗାମୀ ଚଳଚ୍ଚିତ୍ରଗୁଡ଼ିକ ମଧ୍ୟରେ ଭୁଲ୍ ଭୁଲେୟା-୨, ଲକ୍ଷ୍ମୀ ବୋମ୍ବ ଏବଂ ଗୁଡ୍ ନ୍ୟୁଜ୍ ଇତ୍ୟାଦି ରହିଛି ।

Be the first to comment

Leave a Reply

Your email address will not be published.


*