ସୁନା ରୂପା କିଣିବା ପୂର୍ବରୁ ଜାଣନ୍ତୁ ଏହି ନିୟମ, ନଚେତ୍ ହୋଇପାରେ କ୍ଷତି !

ଯଦି ଆପଣ ମଧ୍ୟ ସୁନା ଏବଂ ରୂପା କିଣିବାକୁ ଚିନ୍ତା କରୁଛନ୍ତି, ତେବେ ଥରେ ଆପଣ ଭାରତୀୟ ମାନକ ବ୍ୟୁରୋ ଦ୍ୱାରା ତିଆରି କରାଯାଇଥିବା ଏକ ନିୟମକୁ ଭଲ ଭାବରେ ଜାଣିନିଅନ୍ତୁ । ଏହି ନିୟମକୁ ଜାଣିବା ପରେ ଆପଣଙ୍କ ସହିତ କୌଣସି ପ୍ରକାରର ଠକେଇ ହୋଇପାରିବ ନାହିଁ ।

ଏହି ନୂତନ ନିୟମ କଣ ?

ଜାନୁୟାରୀ ୨୦୨୧ ଠାରୁ ସୁନା ଓ ରୂପା ବିନା ହୋଲମାର୍କରେ ବିକ୍ରୟ ହୋଇପାରିବ ନାହିଁ । ହୋଲମାର୍କ ବ୍ୟତୀତ ସୁନା ଓ ରୂପାରେ ଆଉ ଚାରୋଟି ଚିହ୍ନ ରହିବ । ଏହା ସହିତ ଆପଣ ଏହି ଚିହ୍ନ ଗୁଡିକର ସତ୍ୟତା ମଧ୍ୟ ଯାଞ୍ଚ କରିପାରିବେ, ଯେଉଁଥି ପାଇଁ ଆପଣଙ୍କୁ କେବଳ ୩୫ ଟଙ୍କା ଦେବାକୁ ପଡିବ । ଅଳଙ୍କାରର ବିକ୍ରେତା ଅଳଙ୍କାରରେ ହୋଲମାର୍କ ଏବଂ ଏହି ଚାରୋଟି ଚିହ୍ନ ଅଙ୍କନ କରିବାପାଇଁ ୨୫ରୁ ଅଧିକ ଟଙ୍କା ନେଇ ପାରିବେ ନାହିଁ ।

୩୧ ଜାନୁଆରୀ ପରେ ଏହି ଯୋଜନା ଆରମ୍ଭ ହେବ:-

ସମଗ୍ର ଦେଶରେ ଜାନୁଆରୀ ୩୧ ତାରିଖ ପରଠାରୁ ଏହି ଯୋଜନା କାର୍ଯ୍ୟକାରୀ ହେବା ଆରମ୍ଭ କରିବ । ଭାରତୀୟ ମାନକ ବ୍ୟୁରୋର ହରିୟାଣା ୟୁନିଟ୍ ଏହି ବ୍ୟବସ୍ଥା ଲାଗୁ କରିବା ପୂର୍ବରୁ ଦେଶକୁ ଏହି ନୂତନ ନିୟମ ବିଷୟରେ ଜଣାଇବାକୁ ନିଷ୍ପତ୍ତି ନେଇଛି । ଏହି କାରଣରୁ ଭାରତୀୟ ମାନକ ବ୍ୟୁରୋ ରାଜ୍ୟରେ ଶିବିର ଆୟୋଜନ କରି ଏହାର ବିସ୍ତୃତ ସୂଚନା ବିଷୟରେ ଲୋକଙ୍କୁ ଅବଗତ କରାଇବ । କୁରୁକ୍ଷେତ୍ରର ବାରନା ଗ୍ରାମରୁ ଏହି ଶିବିରର ଆରମ୍ଭ ହୋଇଯାଇଛି । ମହିଳା ମାନଙ୍କର ସ୍ୱୟଂ ସହାୟକ ଗୋଷ୍ଠୀ ସହିତ ମିଳିତ ଭାବରେ ମାନକ ବ୍ୟୁରୋ ଏହି ଅଭିଯାନକୁ ଅନ୍ୟ ଜିଲ୍ଲାରେ ଆଗକୁ ବଢ଼ାଇବ ।

କ୍ୟାରେଟ୍ ଠକେଇରେ ହ୍ରାସ ଘଟିବ:-

ଆପଣଙ୍କୁ କହିରଖୁଛୁ ଯେ ସୁନା ଅଳଙ୍କାରରେ କ୍ୟାରେଟ୍ ନାମରେ ଠକେଇ ହୋଇଥାଏ । ୧୪, ୧୮ ଏବଂ ୨୨ କ୍ୟାରେଟ୍ ଅଳଙ୍କାରର କ୍ରୟର ଠକେଇ ହେଉଥିଲା ​​ଏବଂ ଲୋକମାନେ ଏହାକୁ ଜାଣି ପାରୁନଥିଲେ । କିନ୍ତୁ ବର୍ତ୍ତମାନ ହୋଲମାର୍କ ସହିତ ଅନ୍ୟ ଚାରୋଟି ଚିହ୍ନ ଅଙ୍କିତ ହେବା ଦ୍ୱାରା ଠକେଇରେ କିଛି ପରିମାଣରେ ହ୍ରାସ ଘଟିବ ଏବଂ ଅଳଙ୍କାରର ଗୁଣବତ୍ତା ଉଚ୍ଚତର ରହିବ ।

ଶିବିର ଲଗାଇ ଲୋକଙ୍କୁ ସଚେତନ କରାଗଲା:-

ଭାରତୀୟ ମାନକ ବ୍ୟୁରୋର ବୈଜ୍ଞାନିକ ‘ଇ’ ରାଜୀବ ବତ୍ସ କହିଛନ୍ତି ଯେ ଶିବିରରେ ଲୋକଙ୍କୁ ସଚେତନ କରାଇବା ପାଇଁ ଏକ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି । ସଚେତନ କରାଉଥିବା ବୈଜ୍ଞାନିକ ଦଳ ସହିତ ବୈଜ୍ଞାନିକ ‘ସି’ ଦୀପକ୍ କୁମାର ମଧ୍ୟ ଅନ୍ତର୍ଭୁକ୍ତ ହୋଇଛନ୍ତି । ଜନସାଧାରଣଙ୍କୁ ସଚେତନ କରାଇ “ଇ” ରାଜୀବ ବତ୍ସ କହିଛନ୍ତି ଯେ ସୁନା ଓ ରୂପାରେ ହୋଲମାର୍କ ଚିହ୍ନ ସହିତ କ୍ୟାରେଟ୍ ପ୍ରଦର୍ଶନ, ଭାରତୀୟ ମାନକ ବ୍ୟୁରୋର ଲୋଗୋ ଏବଂ ସମ୍ପୃକ୍ତ ବିକ୍ରେତାଙ୍କ ଫର୍ମର ଚିହ୍ନ ଅଙ୍କନ କରାଯିବ ।

ବିକ୍ରେତାମାନେ ଏହି ଚାରୋଟି ଚିହ୍ନ ନକଲି ଲଗାଇ ନାହାଁନ୍ତି ବୋଲି ଜାଣିବାପାଇଁ ମାତ୍ର ୩୫ ଟଙ୍କା ପଡିବ । ବୈଜ୍ଞାନିକ ବତ୍ସଙ୍କ ଅନୁଯାୟୀ, ଲୋକଙ୍କୁ କୁହାଯିବ ଯେ ହୋଲମାର୍କ ସମେତ ଅନ୍ୟ ଚାରୋଟି ଚିହ୍ନର ଶୁଳ୍କ କେବଳ ୨୫ ଟଙ୍କା ଧାର୍ଯ୍ୟ କରାଯାଇଛି । ଏହି ୨୫ ଟଙ୍କା ମଧ୍ୟ ଅଳଙ୍କାର ବିଲରେ ପୃଥକ ଭାବରେ ଜଡିତ କରି ପ୍ରଦର୍ଶିତ କରାଯିବ । ଏଥିସହ ଏହି ଶିବିରରେ ମହିଳାମାନଙ୍କର ସ୍ୱଚ୍ଛତା ଏବଂ ସ୍ୱାସ୍ଥ୍ୟର ମହତ୍ୱକୁ ବୁଝାଯିବ ।

ଭାରତୀୟ ମାନକ ବ୍ୟୁରୋର ବୈଜ୍ଞାନିକ ‘ସୀ’ କୁଶ ଶର୍ମା ଗ୍ରାମାଞ୍ଚଳର ମହିଳାମାନଙ୍କୁ ସ୍ୱଚ୍ଛତା ବିଷୟରେ ସୂଚନା ପ୍ରଦାନ କରିବେ । ଆବର୍ଜନାର ବିଭିନ୍ନ ରଙ୍ଗର ଡ଼ବାର ଉପଯୋଗିତା ମଧ୍ୟ ବର୍ଣ୍ଣନା କରାଯିବ ।

Be the first to comment

Leave a Reply

Your email address will not be published.


*