ସୁଶାନ୍ତ ମାମଲାରେ ପ୍ରଥମଥର ପାଇଁ ମୁଁହ ଖୋଲିଲେ ଅକ୍ଷୟ କୁମାର – କିପରି ମିଛ କହିଦେବି ଯେ ଡ୍ରଗ୍ସର ସମସ୍ୟା ଆମ ବଲିଉଡରେ ନାହିଁ, କିନ୍ତୁ…..

ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ଆରମ୍ଭ ହୋଇଥିବା ଯାଞ୍ଚରେ ବଲିଉଡରେ ବ୍ୟାପିଥିବା ଡ୍ରଗ୍ସର ମହାଜାଲର ଖୁଲାସା ଆରମ୍ଭ କରିଦେଇଛି । ସୁଶାନ୍ତଙ୍କ ମୃତ୍ୟୁ ପରଠାରୁ ହିଁ ବଲିଉଡ଼କୁ ନେଇ ଦର୍ଶକଙ୍କ ମନରେ କ୍ରୋଧ ଦେଖାଯାଉଛି ଏବଂ ଲୋକେ ଅନେକ ଫିଲ୍ମକୁ ବହିଷ୍କାର ମଧ୍ୟ କରୁଛନ୍ତି । ଏହିପରି ଅକ୍ଷୟ କୁମାର ଏହି ମାମଲା ଉପରେ କହି ନିଜର ଏକ ଭିଡ଼ିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଅକ୍ଷୟ ନିଜର ଏହି ଭିଡ଼ିଓରେ କହିଛନ୍ତି ଯେ ବଲିଉଡ଼ରେ ଡ୍ରଗ୍ସ ସମସ୍ୟା ନାହିଁ ବୋଲି ଆମେ କହି ପାରିବୁନି କିନ୍ତୁ ଏହାର ଏହି ଅର୍ଥ ଆଦୋୖ ନୁହେଁ ଯେ ଏଥିପାଇଁ ସମଗ୍ର ବଲିଉଡ଼କୁ ଟାର୍ଗେଟ କରାଯିବ । ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ( NCB )ର ଯାଞ୍ଚରେ ଅନେକ ବଡ଼ କଳାକାର ନାମ ଆସିବା କଥା ।

ଅକ୍ଷୟ କୁମାର ନିଜର ଭିଡ଼ିଓ ଆରମ୍ଭ କରି କହିଛନ୍ତି, ‘ ଆଜି ଖୁବ୍ ଭାରି ମନରେ ଆପଣଙ୍କ ସହିତ କଥା ହେଉଛି । ଗତ କିଛି ସପ୍ତାହରେ କହିବାକୁ ଅନେକ କଥା ମନରେ ଆସିଛି କିନ୍ତୁ ସବୁଠାରେ ଏତେ ନେଗେଟିଭିଟିରେ ବୁଝା ପଡୁନାହିଁ ଯେ କଣ କହିବି , କାହାକୁ କହିବି ଏବଂ କେତେ କହିବି……ହୁଏତ ଷ୍ଟାର ଆମେ ହୋଇପାରୁ କିନ୍ତୁ ବଲିଉଡ଼କୁ ଆପଣ ନିଜର ସ୍ନେହରେ ସୃଷ୍ଟି କରିଛନ୍ତି । ଆମେ କେବଳ ଗୋଟିଏ ଇଣ୍ଡଷ୍ଟ୍ରି ନୁହଁ, ଆମେ ଫିଲ୍ମ ଜରିଆରେ ନିଜର ଚାଲି ଚଳଣୀକୁ ଦୁନିଆର କୋଣଅନୁକୋଣକୁ ପହଞ୍ଚାଇଥାଉ । ଯେଉଁ ସମୟରେ ଆମର ଦେଶର ଜନତାଙ୍କର ଭାବନା ବିଷୟ ଆସିଛି, ଯାହା ମଧ୍ୟ ଆପଣ ଅନୁଭବ କରୁଛନ୍ତି, ସିନେମା ହିଁ ତାହାକୁ ଦେଖାଇବାରେ ପ୍ରୟାସ କରିଛି । ପୁଣି ତାହା ଏଙ୍ଗ୍ରୀ ୟଙ୍ଗ ମ୍ୟାନ୍ ବାଲା ନିନ୍ଦା ହେଉ କିମ୍ବା ଦୁର୍ନୀତି, ଦାରିଦ୍ର୍ୟ, ବେରୋଜଗାର, ସମସ୍ତ ବିଷୟକୁ ସିନେମା ନିଜ ଢଙ୍ଗରେ ଦେଖାଇବାକୁ ପ୍ରୟାସ କରିଛି । ‘ ଯଦି ଆଜି ଆପଣଙ୍କ ମନରେ କ୍ରୋଧ ଅଛି ତେବେ ତାହା ଆମ ଠାରେ ମଧ୍ୟ ରହିଛି । ‘

ଅକ୍ଷୟ କୁମାର ନିଜର ଭିଡ଼ିଓରେ ଆହୁରି ମଧ୍ୟ କହିଛନ୍ତି ଯେ, ‘ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ଏହିପରି ଅନେକ ସମସ୍ୟା ସମ୍ନାକୁ ଆସିଛି, ଯାହା ଆମକୁ ସେତିକି କଷ୍ଟ ଦେଇଛି, ଯେତିକି ଆପଣଙ୍କୁ । ଏବଂ ଏହି ବିଷୟ ଆମ ନିଜର ଦୋଷ ଦେଖାଇବା ପାଇଁ ଆମକୁ ବାଧ୍ୟ କରିଛି ଏବଂ ଆମ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏହିପରି ଅନେକ ତ୍ରୁଟିକୁ ଦେଖିବାରେ ବାଧ୍ୟ କରିଛି ଏହା ଉପରେ ଧ୍ୟାନ ଯିବା ଜରୁରୀ ଅଟେ । ଯେପରି ନାରକୋଟିକ୍ସ କିମ୍ବା ଡ୍ରଗ୍ସ ବିଷୟରେ ଆଜିକାଲି ଆଲୋଚନା ହେଉଛି । ମୁଁ ଆଜି ସଚ୍ଚା ମନରେ କିପରି ଆପଣଙ୍କୁ କହିଦେବି ଯେ ଏହି ସମସ୍ୟା ବିଦ୍ୟମାନ କରେନାହିଁ ବୋଲି । ନିଶ୍ଚିତ ଭାବରେ କରୁଛି । ଠିକ୍ ସେହିପରି ଯେପରି ଇଣ୍ଡଷ୍ଟ୍ରି ରେ ହେଉଥିବ , କିନ୍ତୁ ସବୁ ଇଣ୍ଡଷ୍ଟ୍ରି ରେ ସବୁ ମଣିଷ ସେଥିରେ ଲିପ୍ତ ଥିବେ ତାହା ଜରୁରୀ ନୁହେଁ । ଡ୍ରଗ୍ସ ଏକ କାନୁନିକ ମାମଲା ଅଟେ ଏବଂ ମୋତେ ଭରସା ଅଛି ଯେ ଏଜେନ୍ସି ମାନେ ଯାହା ମଧ୍ୟ ଯାଞ୍ଚ କରିବେ ତାହା ସମ୍ପୂର୍ଣ୍ଣ ଠିକ୍ ହେବ ଏବଂ ଏହା ମଧ୍ୟ ଜାଣିଛି ଯେ ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରତ୍ୟେକ ମଣିଷ ତାଙ୍କୁ ସାହାଯ୍ୟ କରିବେ । କିନ୍ତୁ ଦୟାକରି ଆପଣଙ୍କୁ ହାତ ଯୋଡୁଛି ଯେ, ଏପରି ଆଦୋୖ କରନ୍ତୁ ନାହିଁ ଯେ ଲୋକମାନେ ସମଗ୍ର ଇଣ୍ଡଷ୍ଟ୍ରିକୁ ହିଁ ଏକ ବଦନାମ୍ ଇଣ୍ଡଷ୍ଟ୍ରି ଭାବରେ ଦେଖିବେ, ଏହା ତ ସମ୍ପୂର୍ଣ୍ଣ ଭାବରେ ଭୁଲ ନା ….. । ‘

ଅକ୍ଷୟ କୁମାର ମିଡିଆର ସାମ୍ୟର୍ଥରେ ନିଜର ବିଶ୍ଵାସ ଯୋଗାଇ କହିଛନ୍ତି ଯେ ନିଜର ଦାବି ଜାରି ରଖନ୍ତୁ କିନ୍ତୁ ସମ୍ବେଦନଶୀଳତା ଦେଖାନ୍ତୁ । କାରଣ ତାଙ୍କର ଗୋଟିଏ ନେଗେଟିଭ ନ୍ୟୁଜ୍ କୌଣସି ମଣିଷର ବର୍ଷ ବର୍ଷ ଧରି କମାଇ ଥିବା ଇଜ୍ଜତକୁ ନଷ୍ଟ କରିପାରେ ।

Be the first to comment

Leave a Reply

Your email address will not be published.


*