ସ୍ୱାମୀ ଅକ୍ଷୟଙ୍କ କଥା ଶୁଣି ଏଥିପାଇଁ ରାଗିଗଲେ ଟ୍ୱିଙ୍କଲ, ପିଲାମାନଙ୍କ ସମ୍ମୁଖରେ କହିଲେ ଏହା ତୁ….

ଅକ୍ଷୟ କୁମାରଙ୍କ ପତ୍ନୀ ଟ୍ଵିଙ୍କଲ ଖାନ୍ନା ସୋସିଆଲ ମିଡ଼ିଆରେ ଖୁବ୍ ସକ୍ରିୟ ରୁହନ୍ତି । ନିକଟରେ ଟ୍ଵିଙ୍କଲ ଏକ ଭିଡ଼ିଓ ସେୟାର କରିଛନ୍ତି, ଯେଉଁଥିରେ ସେ ଅକ୍ଷୟ କୁମାରଙ୍କ ସହ ଥଟ୍ଟା କରୁଥିବାର ନଜର ଆସୁଛନ୍ତି । ଯଦିଓ ଅକ୍ଷୟ କୁମାର ମଧ୍ୟ କାହାଠାରୁ କମ୍ ନୁହଁନ୍ତି ଏବଂ ସେ ମଧ୍ୟ ତାଙ୍କ ସ୍ତ୍ରୀଙ୍କ ସହ ମଜା କରୁଛନ୍ତି । ଭିଡ଼ିଓରେ ଅକ୍ଷୟ କୁମାର କୁହନ୍ତି ଯେ ପୂରା ପରିବାରରେ ମୁଁ ସବୁଠାରୁ ଭଲ କୁକ୍ । ଏତିକିନୁହେଁ, ଅକ୍ଷୟ ଟ୍ଵିଙ୍କଲଙ୍କୁ ଥଟ୍ଟା କରି କୁହନ୍ତି ଯେ ତାଙ୍କୁ ତ ଅମଲେଟ ମଧ୍ୟ ତିଆରି କରି ଆସେ ନାହିଁ ।

ଅକ୍ଷୟ କୁମାରଙ୍କ କଥା ଶୁଣି ଟ୍ଵିଙ୍କଲ ରାଗିଯାଆନ୍ତି ଓ କୁହନ୍ତି – ହଁ ଅକ୍ଷୟ ବହୁତ ଭଲ କୁକ୍ ଅଟନ୍ତି । ଏମାନେ ମୋର ମୁଣ୍ଡ ଖରାପ କରିବାରେ ଆଗୁଆ ।

ଟ୍ଵିଙ୍କଲ ଆଗକୁ କହିଲେ ଯେ ମୋର ପରିବାରରେ ସବୁଠାରୁ ଭଲ କୁକ୍ ମୋ ପୁଅ ଆରବ ଅଟେ । ସେ ରାଜମା ଠାରୁ ଆରମ୍ଭ କରି ପିଜା ସବୁକିଛି ବହୁତ ଭଲ ଭାବରେ ତିଆରି କରି ଜାଣେ ।

ପୁଅ ଆରବ ଭଲ କୁକ୍ ଅଟନ୍ତି ଏହା ଉପରେ ଅକ୍ଷୟ ମଧ୍ୟ ସହମତି ପ୍ରଦାନ କଲେ । ଅକ୍ଷୟ କୁହନ୍ତି – ଆରବ ଆମ ଘରର ବେଷ୍ଟ କୁକ୍ ଅଟେ, ମୁଁ ଦ୍ୱିତୀୟ ସ୍ଥାନରେ ଆସେ ଏବଂ ଏ (ଟ୍ଵିଙ୍କଲ) କେବଳ କୁକିଙ୍ଗ ଷ୍ଟୋରି ହିଁ ତିଆରି କରି ପାରନ୍ତି ।

ଏତିକିନୁହେଁ, ଅକ୍ଷୟ କୁମାର ଟ୍ଵିଙ୍କଲଙ୍କୁ ଆହୁରି ଥଟ୍ଟା କରି କୁହନ୍ତି ଯେ ଟ୍ଵିଙ୍କଲ ଛୁଆ ମାନଙ୍କୁ ଖୁବ୍ ଡରାନ୍ତି । ସେପକ୍ଷରେ ଟ୍ଵିଙ୍କଲ କୁହନ୍ତି ହଁ ଆଉ ଏମାନେ ଅର୍ଥାତ ଅକ୍ଷୟ ମଧ୍ୟ ଛୁଆ ମାନଙ୍କୁ ଦୁଷ୍ଟ କରିବାରେ ପଛରେ ନାହାଁନ୍ତି ।

ଜଣାଇଦେଉଛୁ ଯେ ଟ୍ୱିଙ୍କଲ ଯେଉଁ ଭିଡ଼ିଓ ସେୟାର କରିଛନ୍ତି ତାହା ଅନ୍ୟ ଶିଶୁମାନଙ୍କ ସହିତ ତାଙ୍କ ଚିଟ୍ ଚେଟ୍ ଭିଡ଼ିଓ ଅଟେ । ଏହି ଭିଡ଼ିଓରେ ଛୋଟ ଛୋଟ ଶିଶୁମାନେ ପ୍ରଶ୍ନ ପଚାରୁଥିଲେ ଯେବେକି ଅକ୍ଷୟ ଓ ଟ୍ଵିଙ୍କଲ ଉତ୍ତର ଦେଉଥିଲେ ।

ଡିସ୍କଭରି ଚ୍ୟାନେଲର ପ୍ରୋଗ୍ରାମ୍ ‘ଇନଟୁ ଦ ୱାଈଲ୍ଡ ୱିଥ୍ ବୀୟର ଗ୍ରିଲ୍ସ’ ଶୋ’ର କଥାବାର୍ତ୍ତା ସମୟରେ ଅକ୍ଷୟ କହିଥିଲେ – ମୋ ପୁଅ ଟିକିଏ ଭିନ୍ନ ଅଟେ । ଅକ୍ଷୟଙ୍କ ଅନୁସାରେ, ଆରବ ମିଡ଼ିଆରୁ ଦୁରେଇ ରହିବା ସଙ୍ଗେ ସଙ୍ଗେ ନିଜର ଏକ ପରିଚୟ ସୃଷ୍ଟି କରିବା ପାଇଁ ଚାହେଁ ।

ଆରବ କେବଳ କୁକିଙ୍ଗରେ ବାପା ଭଳି ନୁହେଁ ବରଂ ସେ ଅକ୍ଷୟଙ୍କ ଭଳି ମାର୍ଶାଲ ଆର୍ଟସ ତାଲିମ ମଧ୍ୟ ପ୍ରାପ୍ତ କରିଛନ୍ତି । ଆରବ ୨୦୧୬ରେ ହିଁ ଜାପାନୀ ମାର୍ଶାଲ ଆର୍ଟସ କଳା ଜୁଡୋରେ ବ୍ଲେକ୍ ବେଲ୍ଟ ହାସଲ କରିଥିଲେ ।

କିଛି ମାସ ଆଗରୁ ଆରବଙ୍କ ମାଁ ଟ୍ଵିଙ୍କଲ ଖାନ୍ନା ଇଂଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଥିଲେ । ଏଥିରେ ସେ କହିଥିଲେ ଯେ ତାଙ୍କ ପୁଅ ନିଜ ମୋବାଇଲରେ ତାଙ୍କ ନମ୍ବରକୁ ପୋଲିସ୍ ଲେଖି ସେଭ କରିଛନ୍ତି ।

ଜଣାଇଦେଉଛୁ ଯେ ଅକ୍ଷୟ କୁମାର ବହୁତ ଭଲ କଳାକାର ହେବା ସଙ୍ଗେ ସଙ୍ଗେ ଏକ ବହୁତ ଭଲ ସ୍ୱାମୀ ଓ ପିତା ଅଟନ୍ତି । ଅନେକ ଥର ଟ୍ଵିଙ୍କଲ ଖାନ୍ନା ନିଜେ ମଧ୍ୟ ଏହାକୁ ସ୍ୱୀକାର କରିଛନ୍ତି ।

Be the first to comment

Leave a Reply

Your email address will not be published.


*