ଅନୁରାଗ ପାୟଲଙ୍କ ଅଭିଯୋଗକୁ କହିଲେ ମିଥ୍ୟା ତେବେ ଅଭିନେତ୍ରୀ କହିଲେ ନାର୍କୋ ଟେଷ୍ଟ କରେଇ ନିଅନ୍ତୁ ସତ୍ୟ….

ନିକଟରେ ବଲିଉଡ଼ର ପ୍ରସିଦ୍ଧ ନିର୍ମାତା-ନିର୍ଦ୍ଦେଶକ ଅନୁରାଗ କଶ୍ୟପ ବିରୁଦ୍ଧରେ ଅଭିନେତ୍ରୀ ପାୟଲ ଘୋଷ ଯୌନ ନିର୍ଯାତନା ଅଭିଯୋଗ କରି ଫିଲ୍ମ ଇଣ୍ଡଷ୍ଟ୍ରିରେ ହଙ୍ଗାମା କରିଦେଇଥିଲେ । ପାୟଲ ଘୋଷ ଏକ ଟ୍ୱିଟ୍ କରି ଅନୁରାଗ କଶ୍ୟପ ଉପରେ ତାଙ୍କ ସହିତ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରିଥିଲେ ଏବଂ ଟ୍ୱିଟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଟ୍ୟାଗ୍ କରିଥିଲେ । ପାୟଲ ମୁମ୍ବାଇର ବରସୋବା ଥାନାରେ ଅନୁରାଗ କଶ୍ୟପ ବିରୁଦ୍ଧରେ FIR ଦାଖଲ କରିଛନ୍ତି, ଏହା ପରେ ମୁମ୍ବାଇ ପୋଲିସ୍ ଅନୁରାଗଙ୍କୁ ପଚରାଉଚରା କରିବା ପାଇଁ ଡାକିଥିଲେ । ଅନୁରାଗଙ୍କ ୮ ଘଣ୍ଟା ପର୍ଯ୍ୟନ୍ତ ପଚରାଉଚରା ଚାଲିଥିଲା ।

ସେପକ୍ଷରେ, ପଚରାଉଚରା ସମୟରେ, ଅନୁରାଗ କଶ୍ୟପ ନିଜ ଉପରେ ଲାଗିଥିବା ସମସ୍ତ ଅଭିଯୋଗକୁ ମିଥ୍ୟା ବୋଲି କହିଛନ୍ତି । ଅନୁରାଗଙ୍କ ଅନୁସାରେ ୨୦୧୩ ଅଗଷ୍ଟ ମାସରେ ସେ ଭାରତରେ ନଥିଲେ । ସେ ତାଙ୍କର କୌଣସି ଚଳଚ୍ଚିତ୍ରର ଶୁଟିଂ ପାଇଁ ଶ୍ରୀଲଙ୍କା ଯାଇଥିଲେ । ଅନୁରାଗ କଶ୍ୟପଙ୍କ ଓକିଲ ପ୍ରିୟଙ୍କା ଖେମାନି କହିଛନ୍ତି ଯେ ଅନୁରାଗ ପୋଲିସଙ୍କୁ ଏହାର ପ୍ରମାଣ ମଧ୍ୟ ଦେଖାଇଛନ୍ତି ଯେଉଁ ବର୍ଷ ଓ ମାସକୁ ନେଇ ତାଙ୍କ ଉପରେ ଅଭିଯୋଗ କରାଯାଇଛି ସେହି ସମୟରେ ସେ ଭାରତରେ ଉପସ୍ଥିତ ନଥିଲେ ।

ଓକିଲଙ୍କ ବୟାନ

ପ୍ରିୟଙ୍କା ଖେମାନି କହିଛନ୍ତି ଯେ, “ଅନୁରାଗ ଏହି ତଥ୍ୟର ଦସ୍ତାବିଜ ପ୍ରମାଣ ପ୍ରଦାନ କରିଛନ୍ତି ଯେ ଅଗଷ୍ଟ, ୨୦୧୩ ମସିହାରେ ସେ ନିଜର ଏକ ଚଳଚ୍ଚିତ୍ରର ଶୁଟିଂ କରିବା ପାଇଁ ଶ୍ରୀଲଙ୍କା ଯାଇଥିଲେ । ଅନୁରାଗ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଏହିପରି କୌଣସି କଥିତ ଘଟଣା କେବେମଧ୍ୟ ହୋଇନାହିଁ ଏବଂ ସେ ନିଜ ଉପରେ ଲାଗିଥିବା ସମସ୍ତ ଅଭିଯୋଗକୁ ମିଥ୍ୟା ବୋଲି ପ୍ରମାଣିତ କରିଦେଇଛନ୍ତି । ଅନୁରାଗ ଦସ୍ତାବିଜ ଗୁଡ଼ିକ ଜାରି କରି ପ୍ରମାଣ କରି ଦେଇଛନ୍ତି ଯେ ଅଗଷ୍ଟ ୨୦୧୩ରେ ସେ ଶ୍ରୀଲଙ୍କାରେ ଥିଲେ ଓ ନିଜ ଚଳଚ୍ଚିତ୍ରର ଶୁଟିଂ କରୁଥିଲେ । ସେ ଏହି କଥାକୁ ସ୍ପଷ୍ଟ ମନା କରିଦେଇଛନ୍ତି ଯେ ପାୟଲ ସାଥିରେ ଏପରି କିଛି ହୋଇ ନଥିଲା ଏବଂ ତାଙ୍କ ଉପରେ ମିଥ୍ୟା ଅଭିଯୋଗ ଲାଗିଛି ।”

ପାୟଲ କଲେ ଟ୍ୱିଟ୍

ଅନୁରାଗ କଶ୍ୟପଙ୍କ ଓକିଲଙ୍କ ବୟାନ ପରେ ପାୟଲ ଘୋଷ ଏକ ଟ୍ୱିଟ୍ କରିଛନ୍ତି । ପାୟଲ ନିଜର ଟ୍ୱିଟରେ ଲେଖିଛନ୍ତି ଯେ, “ମିଷ୍ଟର କଶ୍ୟପ ପୋଲିସ୍ ସମ୍ମୁଖରେ ନିଜ ବୟାନରେ ମିଛ କହିଛନ୍ତି । ମୋ ଓକିଲ ନାରକୋ ଟେଷ୍ଟ, ମିଷ୍ଟର କଶ୍ୟପଙ୍କ ଲାଇ ଡ଼ିଟେକ୍ଟର ଟେଷ୍ଟ ଓ ପାଲିଗ୍ରାଫ ଟେଷ୍ଟ ପାଇଁ ଏକ ପ୍ରାର୍ଥନା ପତ୍ର ଦାଖଲ କରିବାକୁ ଯାଉଛନ୍ତି । ଆଜି ଏହି ପତ୍ର ପୋଲିସଙ୍କୁ ଦିଆଯିବ । ଏଥିରୁ ଆମକୁ ନ୍ୟାୟ ମିଳିବ ।” ନିଜର ଏହି ଟ୍ୱିଟରେ ପାୟଲ ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅମିତ ଶାହାଙ୍କୁ ଟ୍ୟାଗ୍ କରିଛନ୍ତି ।

କଣ ଅଟେ ମାମଲା ?

ଗତ ଦିନ ଗୁଡ଼ିକରେ ପାୟଲ ଘୋଷ ଫିଲ୍ମ ମେକର ଅନୁରାଗ କଶ୍ୟପଙ୍କ ଉପରେ ଯୌନ ଶୋଷଣର ଅଭିଯୋଗ କରିଥିଲେ । ପାୟଲଙ୍କ ଅନୁଯାୟୀ ପ୍ରଥମ ଥର ୨୦୧୩ରେ ଅନୁରାଗ କଶ୍ୟପଙ୍କ ପାଖରେ ସେ କାମ ମାଗିବା ଆଶାରେ ଯାଇଥିଲେ । ଦ୍ୱିତୀୟ ଥର ନିଜେ ଅନୁରାଗ କଶ୍ୟପ ତାଙ୍କୁ ଡିନର ପାଇଁ ଡାକିଥିଲେ । ତୃତୀୟ ଥର ଯେତେବେଳେ ଅନୁରାଗ ପାୟଲଙ୍କୁ ଦେଖା କରିବା ପାଇଁ ଡାକିଲେ ସେତେବେଳେ ସେ ନିଶାରେ ଥିଲେ ଏବଂ ପାୟଲଙ୍କୁ ଅଶ୍ଲୀଳ ଭିଡ଼ିଓ ଦେଖାଇ ତାଙ୍କ ସହିତ ଦୁର୍ବ୍ୟବହାର କରିବାକୁ ଆରମ୍ଭ କରିଦେଲେ । ପାୟଲ ଅନୁଯାୟୀ ସେ ଏହା ବିଷୟରେ ନିଜ ପରିବାର ଓ ବନ୍ଧୁ ମାନଙ୍କୁ ଜଣାଇଥିଲେ, କିନ୍ତୁ ସେମାନେ କ୍ୟାରିୟର କଥା ଚିନ୍ତା କରି ଚୁପ୍ ରହିବା ପାଇଁ ପରାମର୍ଶ ଦେଇଥିଲେ ।

Be the first to comment

Leave a Reply

Your email address will not be published.


*