ଯଦି ଆପଣଙ୍କର ବ୍ୟାଙ୍କରେ ଖାତା ଅଛି ତେବେ ଏହି ବିଷୟ ନିଶ୍ଚୟ ଜାଣିନ୍ତୁ, ନଚେତ ସବୁ ଟଙ୍କା ହୋଇଯିବ ଗାୟବ୍ !

ବ୍ୟାଙ୍କରୁ ଆସିଛି ଦୁଇଟି ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ତେବେ ଚାଲନ୍ତୁ ସେହି ଦୁଇଟି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ବିଷୟରେ ଜାଣିବା ।

କରୋନା ସମୟରେ ସୁଧ ଦେଇନଥିଲେ, ପଡ଼ିବ ନାହିଁ ଅତିରିକ୍ତ ସୁଧର ବୋଝ । ତେବେ ବନ୍ଧୁଗଣ ସୁଧ ଉପରେ ପଡ଼ିବ ନାହିଁ ବୋଝ । କରୋନା ସଂକ୍ରମିତ କାଳରେ ବ୍ୟାଙ୍କ ଗୁଡ଼ିକ ଋଣ ଉପରେ ମୋରାଟୋରିୟମ୍ ଘୋଷଣା କରିଥିଲେ । ମୋରାଟୋରିୟମ୍ ଅବଧିରେ ୨ କୋଟି ଟଙ୍କାର ଋଣ ପରିଶୋଧ କରି ନ ଥିବା ଗ୍ରାହକଙ୍କୁ ଏହି ସୁବିଧା ମିଳିବ ।

ମାର୍ଚ୍ଚରୁ ବିଗତ ଅଗଷ୍ଟ ମାସ ଏହି ୬ ମାସ ପର୍ଯ୍ୟନ୍ତ ମୋରାଟରିଅମ୍ ଘୋଷଣା କରାଯାଇଥିଲା । ଅର୍ଥାତ ଏହି ସମୟରେ ଲୋକମାନଙ୍କର ରୋଜଗାର ନ ଥିବା ସହିତ ଦରମାରେ ମଧ୍ୟ କିଛି ରିହାତି ଅର୍ଥାତ କାଟ୍ କରାଯାଇଥିବା କାରଣରୁ ଋଣ ପରିଶୋଧ କରିବା ପାଇଁ ଅସମର୍ଥ ଥିଲେ । ତେଣୁ ଗ୍ରାହକମାନେ ଆର୍ଥିକ ସ୍ଥିତି ଦେଖି ଆଗରୁ କିସ୍ତି ସୁଝିବାର ସମୟ ୬ ମାସ ଘୁଞ୍ଚାଇ ଦିଆଯାଇଥିଲା । କିନ୍ତୁ ଆଶଙ୍କା ଥିଲା ସୁଧ ରୁଣ ପରିଶୋଧ ନ କରିଲେ ସୁଧହାର ବଢିବ ଓ ଚକ୍ରବତୀ ସୁଧ ମଧ୍ୟ ଦେବାକୁ ପଡ଼ିବ । ଯାହାକୁ କମ୍ପାଉଣ୍ଡ ସୁଧ ବୋଲି କୁହାଯାଇଥାଏ । ହେଲେ ସୁପ୍ରିମ କୋର୍ଟର ନିର୍ଦ୍ଧେଶ କ୍ରମେ କେନ୍ଦ୍ର ସରକାର ସମସ୍ତ ବ୍ୟାଙ୍କଗୁଡିକୁ ଅବଗତ କରାଇଛନ୍ତ ଯେ, ସୁଧ ଉପରେ ସୁଧ ଆଦାୟ ନ କରିବା । ସୁପ୍ରିମ କୋର୍ଟରେ ସରକାର କହିଛନ୍ତି ଯେ, ଏହି ବିପଦ ସମୟରେ କ୍ଷୁଦ୍ର ଋଣକାରୀଙ୍କ ସହିତ ସରକାର ଅଛନ୍ତି । ତେଣୁ ଦୁଇ କୋଟି ପର୍ଯ୍ୟନ୍ତ ଋଣ ଉପରେ ଏହି ଅତିରିକ୍ତ ସୁଧ, ବା ସୁଧ ଉପରେ ସୁଧ ଆଦାୟ କରାଯିବ ନାହିଁ ।

ଆର୍.ବି.ଆଇ ପକ୍ଷରୁ କରାଯାଇଛି ବହୁତ ବଡ଼ ଚେତାବନୀ । ଆର୍.ବି.ଆଇ ନାମରେ ଆସୁଥିବା କୌଣସି ମଧ୍ୟ ଇ-ମେଲ୍ ଖୋଲନ୍ତୁ ନାହିଁ । ରିଜର୍ବ ବ୍ୟାଙ୍କ ଓଫ୍ ଇଣ୍ଡିଆ ନାମରେ ଆସୁଥିବା ଇ-ମେଲ୍ ଆପଣଙ୍କ ବ୍ୟାଙ୍କ ଏକାଉଣ୍ଟରେ ଥିବା ଜମା ଟଙ୍କାକୁ ଖାଲି କରିଦେଇପାରେ । ଆର୍.ବି.ଆଇ କହିଛି ଯେ, ଆର୍.ବି.ଆଇ ନାମରେ ବହୁତ ମିଛ ଇ-ମେଲ୍ ସର୍ବସାଧାରଣଙ୍କ ନିକଟକୁ ଆସିଥାଏ । ଏହି ଇ-ମେଲରେ କୁହାଯାଉଛି ଯେ ଆପଣ ପୁରସ୍କାର ଜିତିଛନ୍ତି ଓ ଲକ୍ଷ-ଲକ୍ଷ ଟଙ୍କାର ପୁରସ୍କାର ପାଇବା ପାଇଁ ଆପଣଙ୍କୁ ପ୍ରୋସେସିଙ୍ଗ୍ ଫିଜ୍ ଓ ଅନ୍ୟ ଚାର୍ଜ ପାଇଁ ମଧ୍ୟ ଟଙ୍କା ମଗାଯାଇଥାଏ । ଏହା ଉପରେ ରିଜର୍ବ ବ୍ୟାଙ୍କ ଓଫ୍ ଇଣ୍ଡିଆ କହିଛି ଯେ, ଆର୍.ବି.ଆଇ ଏଭଳି ଇ-ମେଲ୍ କେବେ ମଧ୍ୟ କାହାକୁ ପଠାଇ ନଥାଏ ।

Google

ଲୋଟେରୀ ଜିତିବା କିମ୍ବା ବିଦେଶୀ ଟଙ୍କା ଜିତିବାକୁ ନେଇ କୌଣସି ଇ-ମେଲ୍ କିମ୍ବା ମେସେଜ୍ ଆର୍.ବି.ଆଇ ପଠାଇ ନଥାଏ । ରିଜର୍ବ ବ୍ୟାଙ୍କ ଓଫ୍ ଇଣ୍ଡିଆ ନାମରେ ଆସୁଥିବା ମେସେଜ୍ ଗୁଡ଼ିକ ମିଛ ଅଟେ । ଲୋକମାନେ ପ୍ରାୟତଃ ଏହା ଉପରେ ଧ୍ୟାନ ଦେଇନଥାନ୍ତି । ଯଦି ଆପଣ ଅନ୍-ଲାଇନ୍ ଫ୍ରଡ଼୍ ରୁ ବଞ୍ଚିବାକୁ ଚାହୁଁଛନ୍ତି, ତେବେ ନିଶ୍ଚୟ ଧ୍ୟାନ ଦିଅନ୍ତୁ । ଇ-ମେଲ୍ କେଉଁ ଆଡ୍ରେସରୁ ଆସିଛି ଦେଖନ୍ତୁ । କିଛି ସନ୍ଦେହ ଆସିଲେ ସେହି ଇ-ମେଲରେ କୌଣସି ସୂଚନା ଦିଅନ୍ତୁ ନାହିଁ । ଏଭଳି ଇ-ମେଲ୍ କିମ୍ବା ମେସେଜର କୌଣସି ଉତ୍ତର ନ ଦେବା ପାଇଁ ଆର୍.ବି.ଆଇ ସର୍ବସାଧାରଣକୁ କହିଛି ।

Be the first to comment

Leave a Reply

Your email address will not be published.


*