KBC 12 : କ୍ରିକେଟ କ୍ଲବରେ ଯୋଗଦେବାକୁ ଚାହୁଁଥିଲେ ଅମିତାଭ ! ମା’ଙ୍କଠାରୁ ମାଗିଥିଲେ ୨ ଟଙ୍କା, ମାଆ କହିଥିଲେ ଏମିତି କିଛି…

“କୌନ ବନେଗା କରୋଡ଼ ପତି”ର ସିଜିନ- ୧୨ ଆରମ୍ଭ ହୋଇସାରିଛି । ଏହି ପ୍ରସିଦ୍ଧ ଟିଭି ଶୋ’ରେ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ଦ୍ୱାରା ହୋଷ୍ଟ ହୋଇଆସୁଛି । ଗତ ସୋମବାର ଦିନ ଏକ ନୂଆ ଷ୍ଟାଇଲିରେ ଆରମ୍ଭ ହୋଇଥିଲା KBC । କରୋନା ଭାଇରସ୍ କାରଣରୁ ଏଥର ଶୋ’ର ଆରମ୍ଭ ବହୁତ ବିଳମ୍ବ ହୋଇଛି । ଗତ ସୋମବାର ଦିନ “କୌନ ବନେଗା କରୋଡ଼ ପତି” ସିଜିନ-୧୨ର ପ୍ରଥମ ଏପିସୋଡ ପ୍ରସାରିତ ହେବା ମାତ୍ରେ ପ୍ରଶଂସକମାନେ ଅମିତାଭ ବଚ୍ଚନଙ୍କୁ ଉତ୍ସାହର ସହ ସ୍ୱାଗତ ଜଣାଇଥିଲେ ।

ଅମିତାଭ କହିଥିଲେ ୨ ଟଙ୍କାର ଗୁରୁତ୍ୱ ବିଷୟରେ :

ଶୋ’ର କିଛି ଏପିସୋଡରେ ଦେଖାଯାଇଛି, ଯେଉଁଥିରେ ଅମିତାଭ ବଚ୍ଚନ ଦର୍ଶକଙ୍କ ସହ ତାଙ୍କ ଜୀବନ ସହ ଜଡିତ କିଛି ଖୁସିଭରା ସ୍ମୃତି ବାଣ୍ଟିଛନ୍ତି । କିଛିଦିନ ତଳେ ବିଗ୍ ବି ଶୋ’ରେ ନିଜ ପିଲାଦିନର ଏକ ସ୍ମୃତି ବର୍ଣ୍ଣନା କରିଥିଲେ । ଅମିତାଭ କହିଛନ୍ତି ଯେ ସେ ମଧ୍ୟ ତାଙ୍କ ଜୀବନରେ ସେହି ସମୟ ଦେଖିଛନ୍ତି; ଯେତେବେଳେ ତାଙ୍କ ପାଇଁ ୨ଟଙ୍କା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା । ଅମିତାଭ କହିଛନ୍ତି ଯେ ପିଲାଦିନେ ସେ ନିଜ ପାଇଁ ସ୍ନାକ୍ସ କିଣିବାକୁ ଚାହୁଁଥିଲେ କିନ୍ତୁ ଟଙ୍କା ଅଭାବରୁ କିଣି ପାରିନଥିଲେ ।

ମା’ଙ୍କ ପାଖେ ନଥିଲା ଟଙ୍କା :

ଅମିତାଭ ବଚ୍ଚନ କହିଛନ୍ତି ଯେ ସେ କିଣିବାକୁ ଚାହୁଁଥିବା ସ୍ନାକ୍ସର ମୂଲ୍ୟ ୭ ଟଙ୍କା ଥିବାବେଳେ ତାଙ୍କ ମା’ଙ୍କ ପାଖେ ମାତ୍ର ୫ ଟଙ୍କା ଥିଲା । ପ୍ରତିଯୋଗୀ ଜୟ କୁଲଶ୍ରେଷ୍ଟାଙ୍କ ସହ ବାର୍ତ୍ତାଳାପ ବେଳେ ଅମିତାଭ କହିଛନ୍ତି ଯେ ସେ ସ୍କୁଲରେ ପାଠ ପଢିବା ବେଳେ କ୍ରିକେଟ କ୍ଲବର ସଦସ୍ୟ ହେବାକୁ ଚାହୁଁଥିଲେ କିନ୍ତୁ ଟଙ୍କାର ଅଭାବରୁ ଏହା ସମ୍ଭବ ହୋଇପାରିଲା ନାହିଁ । ବାସ୍ତବରେ ତାଙ୍କୁ ସ୍କୁଲ କ୍ରିକେଟ କ୍ଲବର ସଦସ୍ୟ ହେବାକୁ ୨ ଟଙ୍କା ଦରକାର ଥିଲା । ଯେତେବେଳେ ସେ ତାଙ୍କ ମା’ “ତେଜି ବଚ୍ଚନ”ଙ୍କୁ ୨ ଟଙ୍କା ମାଗିଥିଲେ, ସେତେବେଳେ ତାଙ୍କ ପାଖରେ ଟଙ୍କା ନାହିଁ ବୋଲି ମା’ କହିଥିଲେ । ଅମିତାଭ ବଚ୍ଚନ କହିଛନ୍ତି ଯେ ସେହି ୨ ଟଙ୍କାର ମୂଲ୍ୟ ସେ ଆଜି ପର୍ଯ୍ୟନ୍ତ ବୁଝିଛନ୍ତି ।

ବାପା ରୁଷରୁ ଆଣିଦେଇଥିଲେ କ୍ୟାମେରା :

ଏହା ଛଡା, ବିଗ୍ ବି ଦର୍ଶକଙ୍କ ସହ ଆଉ ଏକ ପୁରୁଣା ସ୍ମୃତି ବାଣ୍ଟିଥିଲେ । ଅମିତାଭ କହିଥିଲେ ଯେ ସେ ଥରେ କ୍ୟାମେରା ଚାହୁଁଥିଲେ ଏବଂ ପରବର୍ତ୍ତୀ ସମୟରେ ସେ ଏହାକୁ ପାଇଥିଲେ କିନ୍ତୁ କ୍ୟାମେରା ପାଇବା ପାଇଁ ତାଙ୍କୁ ଅନେକ ବର୍ଷ ଲାଗିଯାଇଥିଲା । ଯେତେବେଳେ ଅମିତାଭ ଅଭିନୟ ଜଗତରେ ପାଦ ଦେଇଥିଲେ ସେତେବେଳେ କ୍ୟାମେରା ପାଇଥିଲେ । ଅମିତାଭଙ୍କ ବାପା (ହରିବଂଶ ରାୟ ବଚ୍ଚନ) ତାଙ୍କୁ ରୁଷରୁ ଏକ କ୍ୟାମେରା ଆଣି ଦେଇଥିଲେ । ଅମିତାଭ କହିଛନ୍ତି ଯେ ସେ ଆଜି ମଧ୍ୟ ସେହି କ୍ୟାମେରାକୁ ତାଙ୍କ ପାଖରେ ରଖିଛନ୍ତି । ଏହି କ୍ୟାମେରା ତାଙ୍କ ପାଇଁ ଅତ୍ୟନ୍ତ ମୂଲ୍ୟବାନ ଅଟେ । ବିଗ୍ ବି କହିଛନ୍ତି, “କେତେକ ଜିନିଷର ମୂଲ୍ୟ ଜୀବନ ସାରା ଆମ ସହିତ ରହିଥାଏ” ।

KBC ମାଧ୍ୟମରେ ଅମିତାଭଙ୍କ ଲୋକପ୍ରିୟତା ବଢିଯାଇଛି କିନ୍ତୁ ଏହା ପୂର୍ବରୁ ଅମିତାଭ ଚଳଚିତ୍ର ଜଗରରେ ପ୍ରସିଦ୍ଧି ଲାଭ କରି ଦର୍ଶକଙ୍କ ପାଇଁ ଏକ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି । ତଥାପି KBCରେ ଅମିତାଭ ବେଳେବେଳେ ଏପରି କେତେକ ସ୍ମୃତି ପ୍ରତିଯୋଗୀଙ୍କ ସହ ସେୟାର କରିଥାନ୍ତି । ଏହି କାହାଣୀ ଶୁଣି ଏହା ଜଣାପଡେ ଯେ ଅମିତାଭ ବଚ୍ଚନ ନିଜ ଜୀବନରେ କେଉଁସବୁ ଅସୁବିଧା ଦେଇ ଆଜି ଏହି ସ୍ଥାନରେ ପହଞ୍ଚି ପାରିଛନ୍ତି । ଆଜି ଅମିତାଭ ଯେଉଁ ସଫଳତାର ଶିଖରରେ ପହଞ୍ଚିଛନ୍ତି, ସେଠାରେ ପହଞ୍ଚିବା ପାଇଁ ସେ ଯେଉଁ କଠିନ ସଂଘର୍ଷ କରିଛନ୍ତି, ତାହା ଉଲ୍ଲେଖିନୀୟ କରିବା ପାଇଁ ଶବ୍ଦର ଅଭାବ ପଡିବ । ତାଙ୍କ ଦ୍ୱାରା ସେୟାର କରାଯାଇଥିବା ଛୋଟବଡ କାହାଣୀ ମଧ୍ୟ ଲୋକଙ୍କୁ ପ୍ରେରଣା ଯୋଗାଏ । KBC ବ୍ୟତୀତ ଅମିତାଭଙ୍କ ଏହି ପ୍ରେରଣାଦାୟକ କାହାଣୀକୁ ଜାଣିବା ନିମନ୍ତେ ପ୍ରଶଂସକମାନେ ଅପେକ୍ଷା କରିରହିଥାନ୍ତି ।

Be the first to comment

Leave a Reply

Your email address will not be published.


*