ଭୁଲରେ ମଧ୍ୟ ତକିଆ ନିକଟରେ ରଖନ୍ତୁ ନାହିଁ ଏହିସବୁ ଜିନିଷ , ଧନହାନୀ ସହିତ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପଡ଼ିଥାଏ କୁପ୍ରଭାଵ !

ବାସ୍ତୁ ଶାସ୍ତ୍ରୀଙ୍କ ଅନୁସାରେ ତକିଆ ତଳେ କିଛି ଜିନିଷ ରଖିବା ଆପଣଙ୍କ ପାଇଁ ବିପଦଜନକ ସାବ୍ୟସ୍ତ ହୋଇପାରେ । ଏହା ଦ୍ୱାରା କେବଳ ଆପଣଙ୍କ ଜୀବନ ଉପରେ ହିଁ ନୁହେଁ ବରଂ ଆପଣଙ୍କ ପରିବାରର ଜୀବନଶୈଳୀ ଉପରେ ମଧ୍ୟ ନକାରାତ୍ମକ ପ୍ରଭାବ ପକାଇଥାଏ । ତେବେ ଆସନ୍ତୁ ଜାଣିବା ଏହିପରି କେଉଁ କେଉଁ ଜିନିଷ ଅଛି ଯାହାକୁ ତକିଆ ତଳେ ରଖିବା ଉଚିତ ନୁହେଁ ।

ଅଧିକାଂଶ ଲୋକ ମାନେ ଶୋଇବା ସମୟରେ ତକିଆର ବ୍ୟବହାର କରିଥାନ୍ତି । ଏହିପରି ମଧ୍ୟ ଅନେକ ଲୋକ ଅଛନ୍ତି ଯେଉଁ ମାନେ ବିନା ତକିଆରେ ଶୋଇ ପାରନ୍ତି ନାହିଁ କିନ୍ତୁ ଏହା ସେମାନଙ୍କର ବ୍ୟକ୍ତିଗତ ପସନ୍ଦ ଉପରେ ନିର୍ଭର କରିଥାଏ । ଏହିଅପରି ଏହିପରି ମଧ୍ୟ ଅନେକ ଲୋକ ଅଛନ୍ତି ଯେଉଁ ମାନେ ତକିଆ ନିକଟରେ ହେୟାର ବ୍ୟାଣ୍ଡ, ମୋବାଇଲ ଏବଂ ଘଣ୍ଟା ପରି ଅନେକ ଜିନିଷ ରଖି ଶୋଇ ଯିବାର ଅଭ୍ୟାସ ରହିଛି ।

ବାସ୍ତୁ ଶାସ୍ତ୍ରଙ୍କ ଅନୁସାରେ ତକିଆ ତଳେ କୌଣସି ଜିନିଷ ରଖିବା ଆପଣଙ୍କ ପାଇଁ ବିପଦଜନକ ସାବ୍ୟସ୍ତ ହୋଇପାରେ । ଏହା ଦ୍ୱାରା କେବଳ ଆପଣଙ୍କ ଜୀବନ ଉପରେ ହିଁ ନୁହେଁ ବରଂ ଆପଣଙ୍କ ପରିବାରର ଜୀବନ ଉପରେ ମଧ୍ୟ ନକାରାତ୍ମକ ପ୍ରଭାବ ପଡିଥାଏ । ତେବେ ଆସନ୍ତୁ ଜାଣିବା ଏହିପରି କେଉଁ କେଉଁ ଜିନିଷ ଅଛି ଯାହାକୁ ତକିଆ ତଳେ ରଖିବା ଉଚିତ ନୁହେଁ ।

ତକିଆ ନିକଟରେ ଏହି ସମସ୍ତ ଜିନିଷ ରଖନ୍ତୁ ନାହିଁ

ଘଣ୍ଟା

ତକିଆ ତଳେ ଘଣ୍ଟା ରଖି ଶୋଇବା ଦ୍ୱାରା ତାହାର ଶବ୍ଦ ନିଦ୍ରାରେ ବ୍ୟାଘାତ କରିବା ସହିତ ସେଥିରୁ ନିର୍ଗତ ହେଉଥିବା ଇଲେକ୍ଟ୍ରୋ ଚୁମ୍ବକୀୟ ତରଙ୍ଗ ଆମର ମସ୍ତିଷ୍କ ଏବଂ ହୃଦୟ ଉପରେ ଖରାପ ପ୍ରଭାବ ପକାଇଥାଏ । ଏହି ତରଙ୍ଗ ହେତୁ ସମଗ୍ର କୋଠରୀରେ ନକାରାତ୍ମକ ଶକ୍ତି ଉତ୍ପନ୍ନ ହୋଇ ଯାଇଥାଏ ଯାହା ଆପଣଙ୍କ ମାନସିକ ଶାନ୍ତିକୁ ଭଙ୍ଗ କରିବା ସହିତ ଆପଣଙ୍କୁ ଚାପଗ୍ରସ୍ତ କରିଥାଏ । ଏହା ସହିତ ଆପଣଙ୍କ ବିଚାରଧାରାକୁ ମଧ୍ୟ ନକାରାତ୍ମକ କରିଥାଏ ।

ପର୍ସ

ବାସ୍ତୁ ଅନୁସାରେ କେବେ ମଧ୍ୟ ପର୍ସ ରଖି ଶୋଇବା ଉଚିତ ନୁହେଁ । କାରଣ ଏହା ମାତା ଲକ୍ଷ୍ମୀଙ୍କ ବାସସ୍ଥାନ ହୋଇଥାଏ । ଯାହାଙ୍କ ଅବସ୍ଥାନ ଆଲମାରୀ ବୋଲି ବିବେଚନା କରାଯାଇଥାଏ । ଏହାକୁ ବିଛଣାରେ ରଖି ଶୋଇବା ଦ୍ୱାରା ଆପଣଙ୍କ ଅନାବଶ୍ୟକ ଖର୍ଚ୍ଚ ବୃଦ୍ଧି ହୋଇଥାଏ । ଏହା ସହିତ ହିଁ ଆପଣଙ୍କ ସମ୍ପର୍କର ମଧୁରତା ହ୍ରାସ ପାଇଥାଏ ।

ବହି

ଅନେକ ଲୋକଙ୍କର ଅଭ୍ୟାସ ଥାଏକି ଶୋଇବା ସମୟରେ ବହି ପଢିବା ପରେ ତକିଆ ତଳେ ରଖି ଦେଇଥାନ୍ତି । ଏହିପରି କରିବା ଦ୍ୱାରା ଆପଣଙ୍କ ଶରୀର ଉପରେ ନକାରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ । ଏହା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ । କାରଣ ବହି, ପତ୍ରିକା, ଖବରକାଗଜ ଇତ୍ୟାଦି ବୁଦ୍ଧ ସହିତ ଜଡିତ ଅଟେ । ଏହିପରି ପରିସ୍ଥିତିରେ ଯଦି ସେଥିରେ ପ୍ରଭାବ ପଡେ ତେବେ ଆପଣଙ୍କ ବୁଦ୍ଧି ସହିତ କ୍ୟାରିଅର ଉପରେ ମଧ୍ୟ ଖରାପ ପ୍ରଭାବିତ ପଡ଼ିବ ।

ଜୋତା-ଚପଲ

ବାସ୍ତୁ ଅନୁସାରେ ଶୋଇବା ସମୟରେ ଚପଲକୁ ପାଖରେ ରଖି ଶୋଇବା ଉଚିତ ନୁହେଁ । ଏହା ଦ୍ୱାରା ଆପଣଙ୍କ ମନ ଏବଂ ହୃଦୟ ବିବ୍ରତଗ୍ରସ୍ତ ହୋଇପାରେ । ଏହା ସହିତ ଆପଣଙ୍କ ନିଦ ଉପରେ ମଧ୍ୟ ପ୍ରଭାବ ପକାଇପାରେ ।

ପାଣି ଗ୍ଲାସ୍

ଅନେକ ଲୋକଙ୍କର ତକିଆ ନିକଟରେ ପାଣି ଗ୍ଲାସ୍ ରଖି ଶୋଇବାର ଅଭ୍ୟାସ ରହିଛି କିନ୍ତୁ ଆପଣଙ୍କୁ କହିରଖୁଛୁ କି ଏହା ଆପଣଙ୍କ ଜୀବନ ଉପରେ ଖରାପ ପ୍ରଭାବ ପକାଇଥାଏ । ଏହା ସହିତ ଆପଣ ଚାପଗ୍ରସ୍ତ ମଧ୍ୟ ହୋଇପାରନ୍ତି । ଆପଣଙ୍କୁ କୌଣସି ଗୋଟିଏ କାର୍ଯ୍ୟରେ ଧ୍ୟାନ ଦେବାରେ ସମସ୍ୟା ସୃଷ୍ଟି ହୋଇପାରେ ।

Be the first to comment

Leave a Reply

Your email address will not be published.


*