ଭୁଲରେ ମଧ୍ୟ ନିଜ ପର୍ସରେ ରଖନ୍ତୁ ନାହିଁ ଏହି ୮ଟି ଜିନିଷ, ନଚେତ୍ ହୋଇଯିବ କାଙ୍ଗାଳ !

ପର୍ସ ହେଉଛି ଏହିପରି ଏକ ଜିନିଷ ଯାହାକୁ ପ୍ରତ୍ୟେକ ବ୍ୟକ୍ତି ସର୍ଵଦା ନିଜ ସହିତ ରଖିଥାନ୍ତି । ଲୋକ ମାନଙ୍କ ପାଖରେ ଥିବା ପର୍ସରେ ସମସ୍ତ ଜରୁରୀ ଜିନିଷ ଏବଂ ତଥ୍ୟ ରହିଥାଏ ତାହା ଏଟିଏମ୍ କାର୍ଡ ହେଉ କିମ୍ବା ଡ୍ରାଇଭିଂ ଲାଇସେନ୍ସ । କିନ୍ତୁ ଏହିପରି ମଧ୍ୟ କିଛି ଲୋକ ଅଛନ୍ତି ଯେଉଁ ମାନେ ନିଜ ପର୍ସରେ ଆଦୌ ଟଙ୍କା ରଖନ୍ତି ନାହିଁ । ପର୍ସରେ ଟଙ୍କା ନରଖିବା ପଛର କାରଣରେ ଲୋକମାନେ କହିଥାନ୍ତି କି, ସେମାନଙ୍କ ପର୍ସରେ ଅଧିକ ସମୟ ପର୍ଯ୍ୟନ୍ତ ଟଙ୍କା ରହିନଥାଏ । ଯଦି ଆପଣ ମଧ୍ୟ ସେହି ଲୋକ ମାନଙ୍କ ମଧ୍ୟରୁ ଜଣେ ଅଟନ୍ତି, ଯାହାଙ୍କ ପର୍ସରେ ଟଙ୍କା ଅଧିକ ପର୍ଯ୍ୟନ୍ତ ରହିନଥାଏ, ତେବେ ଏହି ବିଷୟଟି କେବଳ ଆପଣଙ୍କ ପାଇଁ ଅଟେ । ଆଜି ଆମେ ଆପଣଙ୍କୁ ଏହି ବିଷୟ ମାଧ୍ୟମରେ ଏହିପରି ହିଁ କିଛି ଜିନିଷ ବିଷୟରେ କହିବାକୁ ଯାଉଛୁ । ଯଦି ଆପଣ ଏହି ଜିନିଷ ଗୁଡିକୁ ଆପଣଙ୍କ ପର୍ସରେ ରଖିଥାନ୍ତି, ତେବେ ଆପଣଙ୍କ ପର୍ସରେ ଆପଣଙ୍କର କଷ୍ଟ ଉପାର୍ଜିତ ଟଙ୍କା କେବେ ହେଲେ ମଧ୍ୟ ଅଧିକ ଦିନ ପର୍ଯ୍ୟନ୍ତ ରହିବ ନାହିଁ । ତେବେ ଆସନ୍ତୁ ବିସ୍ତୃତ ଭାବେ ସେହି ଜିନିଷ ଗୁଡ଼ିକ ବିଷୟରେ ଜାଣିବା-

ଭଗବାନଙ୍କ ଫୋଟୋ ରଖନ୍ତୁ ନାହିଁ

ହିନ୍ଦୁ ଧର୍ମରେ ବିଶ୍ବାସ ରଖୁଥିବା ଅଧିକାଂଶ ଲୋକ ମାନେ ପର୍ସରେ ଭଗବାନଙ୍କ ଫଟୋ ରଖିବା ଶୁଭ ବୋଲି ମନେ କରିଥାନ୍ତି । କିନ୍ତୁ ଆପଣଙ୍କ ଜ୍ଞାତସାର ପାଇଁ ଆମେ କହିରଖୁଛୁ କି ଏହପରି କରିବା ଗୋଟିଏ ପ୍ରକାର ବାସ୍ତୁ ଦୋଷ ବୋଲି ବିବେଚନା କରାଯାଇଛି । ବାସ୍ତୁ ଶାସ୍ତ୍ରର ସୂଚନା ମୁତାବିକ ଯଦି କୌଣସି ବ୍ୟକ୍ତି ନିଜ ପର୍ସରେ ଭଗବାନଙ୍କ ଫୋଟୋ ରଖିଥାନ୍ତି ତେବେ ତାଙ୍କ ପର୍ସରେ ଟଙ୍କା ଅଧିକ ଦିନ ପର୍ଯ୍ୟନ୍ତ ରହିପାରିବ ନାହିଁ ।

କ୍ରମ ଅନୁସାରେ ଟଙ୍କା ନରଖିବା

ଏହିପରି ଅଧିକାଂଶ ଲୋକ ଅନେକାଂଶରେ ନିଜ ପର୍ସରେ ଟଙ୍କା ଗୁଡିକୁ କ୍ରମ ଅନୁସାରେ ରଖିବା ପରିବର୍ତ୍ତେ ଏପଟ ସେପଟ କରି ରଖିଥାନ୍ତି । ନିଜ ପର୍ସରେ ଏହିପରି ଭାବେ ଟଙ୍କା ରଖୁଥିବା ସେହି ଲୋକମାନଙ୍କୁ ବୋଧହୁଏ ଜ୍ଞାତ ନଥାଏ କି ଏହିପରି କରିବା ଦ୍ୱାରା ମାତା ଲକ୍ଷ୍ମୀ ସେମାନଙ୍କ ଉପରେ କ୍ରୋଧିତ ହୋଇଥାନ୍ତି । ମାତା ଲକ୍ଷ୍ମୀଙ୍କ କ୍ରୋଧିତ ହେବା କାରଣରୁ ସେମାନଙ୍କ ପର୍ସରେ ଅଧିକ ସମୟ ପର୍ଯ୍ୟନ୍ତ ଟଙ୍କା ରହିନଥାଏ । ତେଣୁ ଲୋକମାନଙ୍କୁ ସର୍ବଦା ନିଜ ପର୍ସରେ ଟଙ୍କା ଗୁଡ଼ିକୁ ଛୋଟରୁ ବଡ଼ କ୍ରମରେ ସଜାଇ ରଖିବା ଉଚିତ୍ ।

ବିଲ୍ ରଖିବା ମହଙ୍ଗା ସାବ୍ୟସ୍ତ ହୋଇପାରେ

କିଛି ଲୋକ ବିଦ୍ୟୁତ ବିଲ୍ କିମ୍ବା ଟେଲିଫୋନ ବିଲକୁ ସୁରକ୍ଷିତ ରଖିବା ପାଇଁ ନିଜ ପର୍ସରେ ରଖିଥାନ୍ତି କିନ୍ତୁ ବାସ୍ତୁ ଶାସ୍ତ୍ର ମୁତାବକ ଯଦି କୌଣସି ବ୍ୟକ୍ତି ଏହିପରି କରିଥାନ୍ତି ତେବେ ସେହି ବ୍ୟକ୍ତି ଅତ୍ୟଧିକ ଋଣଗ୍ରସ୍ତ ହୋଇଯାଇଥାନ୍ତି ।

ମୃତ ଲୋକମାନଙ୍କର ସ୍ମୃତିକୁ ସାଉଣ୍ଟି ରଖିବା

କିଛି ଲୋକ ସେମାନଙ୍କ ପୂର୍ବପୁରୁଷଙ୍କ ସ୍ମୃତିକୁ ସାଉଣ୍ଟି ରଖିବା ପାଇଁ ନିଜ ପର୍ସରେ ସେମାନଙ୍କ ଫୋଟୋ ରଖିଥାନ୍ତି ଯାହା ଅତ୍ୟନ୍ତ ଅଶୁଭ ବୋଲି ବିବେଚନା କରାଯାଇଥାଏ । ଏହିପରି କରିବା ଦ୍ୱାରା ଲୋକଙ୍କ ଜୀବନରେ ଅନେକ ଖରାପ ପ୍ରଭାବ ପଡିଥାଏ ।

ପର୍ସରେ ତୀକ୍ଷ୍ଣ ଜିନିଷ ଗୁଡ଼ିକୁ ରଖିବା ଦ୍ୱାରା

ବେଳେବେଳେ କିଛି ଲୋକ ମାନେ ସେମାନଙ୍କ ଅଜାଣତରେ କିଛି ତୀକ୍ଷ୍ଣ ଜିନିଷକୁ ମଧ୍ୟ ନିଜ ପର୍ସରେ ରଖି ଦେଇଥାନ୍ତି । ଯେଉଁମାନେ ନିଜ ପର୍ସରେ ତୀକ୍ଷ୍ଣ ଜିନିଷ ରଖୁଥାନ୍ତି ସେହି ଲୋକମାନଙ୍କୁ ଏହି କଥାର ଜ୍ଞାତ ନଥାଏ କି ଏହିପରି କରିବା ଦ୍ୱାରା ନକାରାତ୍ମକତା ବୃଦ୍ଧି ହୋଇଥାଏ । ନକାରାତ୍ମକତା ବୃଦ୍ଧି ପାଇବା ହେତୁ ସେମାନଙ୍କ ପର୍ସରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଟଙ୍କା ରହିନଥାଏ ।

ଅନାବଶ୍ୟକ ଜିନିଷ ରଖିବା

କିଛି ଲୋକ ବେଳେବେଳେ ପର୍ସରେ ଅନାବଶ୍ୟକ କାଗଜପତ୍ର ମଧ୍ୟ ରଖିଥାନ୍ତି । ପର୍ସରେ ଅନାବଶ୍ୟକ କାଗଜପତ୍ର ରଖୁଥିବା ଲୋକମାନଙ୍କ ଉପରେ ମାତା ଲକ୍ଷ୍ମୀଙ୍କ ପ୍ରାୟତଃ ଅସନ୍ତୋଷ ହୋଇଥାନ୍ତି । ମାତା ଲକ୍ଷ୍ମୀଙ୍କ ଅସନ୍ତୋଷ ହେତୁ ସେହି ଲୋକମାନଙ୍କୁ ନିଜ ଜୀବନରେ ଧନ ସମ୍ୱନ୍ଧୀୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ ।

ଘର ଚାବି

ଅନେକ ଲୋକ ନିଜ ଘରର ଚାବିକୁ ସୁରକ୍ଷିତ ରଖିବା ପାଇଁ ନିଜ ପର୍ସରେ ରଖିଥାନ୍ତି, କିନ୍ତୁ ଆମେ ଆପଣଙ୍କ ଜ୍ଞାତସାର ପାଇଁ କହିରଖୁଛୁ କି ଏହା କରିବା ଅତ୍ୟନ୍ତ ଅଶୁଭ ବୋଲି ବିବେଚନା କରାଯାଇଛି । ଏହିପରି କରିବା ଦ୍ୱାରା ଲୋକମାନଙ୍କ ଜୀବନରେ ନକାରାତ୍ମକତା ପ୍ରାଧାନ୍ୟ ଦେବା ଆରମ୍ଭ କରିଥାଏ, ଯେଉଁ କାରଣ ହେତୁ ସେହି ବ୍ୟକ୍ତିଙ୍କ ଖର୍ଚ୍ଚ ବହୁ ପରିମାଣରେ ବଢି ଯାଇଥାଏ ।

ଚିରି ଯାଇଥିବା ପୁରୁଣା ନୋଟଗୁଡିକୁ ରଖିବା ଦ୍ୱାରା

କିଛି ଲୋକ ନିଜ ପର୍ସରେ ଚିରା-ଫଟା ପୁରୁଣା ନୋଟକୁ ମଧ୍ୟ ରଖିଥାନ୍ତି ପରନ୍ତୁ ଏହିପରି କରିବା ଦ୍ୱାରା ମାତା ଲକ୍ଷ୍ମୀ ଅସନ୍ତୋଷ ପରିବ୍ୟକ୍ତ କରିଥାନ୍ତି । ମାତା ଲକ୍ଷ୍ମୀଙ୍କ ଅସନ୍ତୋଷ ହେବା ହେତୁ ସେହି ବ୍ୟକ୍ତିଙ୍କୁ ସର୍ଵଦା ସେମାନଙ୍କ ଜୀବନରେ ଆର୍ଥିକ ସଙ୍କଟର ସମ୍ମୁଖୀନ ହେବାକୁ ପଡ଼ିଥାଏ ।

Be the first to comment

Leave a Reply

Your email address will not be published.


*