ଆସନ୍ତୁ ଜାଣିବା :- ପୋଲିସ୍ ପଛରେ ଦୌଡ଼ିଲେ ୩୦୦ ଶିଖ୍ ? ଦେଖନ୍ତୁ ହୃଦୟସ୍ପର୍ଶୀ ଭିଡିଓ…

ଆସନ୍ତୁ ଜାଣିବା :- ପୋଲିସ୍ ପଛରେ ଦୌଡ଼ିଲେ ୩୦୦ ଶିଖ୍ ? ଦେଖନ୍ତୁ ହୃଦୟସ୍ପର୍ଶୀ ଭିଡିଓ…

କରୋନା ଜୀବାଣୁ ବୃଦ୍ଧି ହେତୁ ଦେଶରେ ଶୋଭାଯାତ୍ରା କରିବା କିମ୍ବା ଭିଡ଼ ଜମାଇବା ଉପରେ ନିଷେଧାଦେଶ ରହିଛି, କିନ୍ତୁ ଏହି ସମୟରେ ମହାରାଷ୍ଟ୍ରର ନାନ୍ଦେଡ଼ରେ ପ୍ରାୟ ୩୦୦ ଲୋକ ହୋଲା ମୋହଲ୍ଲା ଶୋଭାଯାତ୍ରା କରିବାକୁ ଜିଦ୍ ଧରିଥିଲେ । ଯେତେବେଳେ ପୋଲିସ୍ ଏହାକୁ ଅନୁମତି ଦେଲା ନାହିଁ ଏହି ୩୦୦ ଜଣ ଲୋକ ଖଣ୍ଡା ଧରି ଯବାନମାନଙ୍କ ପଛରେ ଦୌଡ଼ିଲେ । ଏହି ସଂଗ୍ରାମରେ ଅନେକ ପୋଲିସ କର୍ମଚାରୀ ଆହତ ହୋଇଥିବାବେଳେ ଜଣେ ଯବାନଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି ।

ଏହି ପୁରା ଘଟଣାର ଭିଡିଓ ମଧ୍ୟ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଏହି ଭିଡ଼ିଓରେ ଦେଖାଯାଉଛି ଭିଡ଼ କିପରି ଅନିୟନ୍ତ୍ରିତ ହେଉଛି । ସୂଚନାନୁସାରେ, ‘କୋଭିଡ-୧୯’ ହେତୁ ଶିଖମାନଙ୍କୁ ହୋଲା ମୋହଲ୍ଲା ଶୋଭାଯାତ୍ରା କରିବାକୁ ଅନୁମତି ଦିଆଯାଇନଥିଲା । ଏହାର ପ୍ରତିବାଦରେ ପ୍ରାୟ ୩୦୦ ଶିଖ୍ ପୋଲିସ୍ ଉପରେ ଆକ୍ରମଣ କରିଥିଲେ ।

ହାତରେ ଖଣ୍ଡା ଧରି ଶିଖଙ୍କ ଏହି ଦଳ ପୋଲିସର ବ୍ୟାରିକେଡ୍ ମଧ୍ୟ ଭାଙ୍ଗି ଦେଇଥିଲେ । ଏହି ଘଟଣା ପରେ ନାନ୍ଦେଡ୍ ରେଞ୍ଜର ଡେପୁଟି ଇନ୍ସପେକ୍ଟର୍ ଜେନେରାଲ୍ ନିସାର ତାମ୍ବୋଲି କହିଛନ୍ତି ଯେ ଦୋଷୀମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସୋମବାର (ମାର୍ଚ୍ଚ ୨୯)ରେ ଏହି ଆକ୍ରମଣ ହୋଇଥିଲା ।

ଏହି ପ୍ରସଙ୍ଗରେ ସୂଚନା ଦେଇ ନାନ୍ଦେଡ୍ ‘ACP’ କହିଛନ୍ତି ଯେ ଆମେ ଧାର୍ମିକ ଶୋଭାଯାତ୍ରାକୁ ନେଇ ଗୁରୁଦ୍ୱାର କମିଟିକୁ ନିର୍ଦ୍ଦେଶ ଦେଇସାରିଛୁ । କମିଟିର ଲୋକମାନେ କହିଥିଲେ ଯେ ସେମାନେ କ୍ୟାମ୍ପସ୍ ଭିତରେ ସେମାନଙ୍କ କାର୍ଯ୍ୟକ୍ରମ କରିବେ । ତେବେ ପୋଲିସର ବ୍ୟାରିକେଡ୍ ଜନଗହଳି ଦ୍ୱାରା ଭାଙ୍ଗି ଯାଇଥିଲା । ସୋମବାର ସନ୍ଧ୍ୟା ୪ଟା ସମୟରେ ଏହି ଘଟଣା ଘଟିଛି । ନିଶାନ ସାହେବଙ୍କୁ ଫାଟକକୁ ଆଣିବା ମାତ୍ରେ ଅନେକ ଲୋକ ଯୁକ୍ତିତର୍କ ଆରମ୍ଭ କରିଥିଲେ । ଠିକ୍ ଏହାର ପରେ ୩୦୦ରୁ ଅଧିକ ଲୋକ ପୋଲିସ୍ ଉପରେ ଆକ୍ରମଣ କରିଥିଲେ ।

ଏହି ଆକ୍ରମଣରେ କେବଳ ଅନେକ ପୋଲିସ୍ କର୍ମଚାରୀ ଆହତ ହୋଇନାହାଁନ୍ତି, ଅନେକ ଗାଡି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ବର୍ତ୍ତମାନ ଭାରତୀୟ ଦଣ୍ଡବିଧି ଆଇନର ଧାରା ୩୦୭, ୩୨୪, ୧୮୮, ୨୬୯ ଅନୁଯାୟୀ ୨୦୦ଜଣଙ୍କ ବିରୋଧରେ ମାମଲା ରୁଜୁ ହେବ ଏବଂ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କୁ ମଧ୍ୟ ଗିରଫ୍ କରାଯାଇ ଜେଲକୁ ପଠାଯିବ ।

ତେବେ ଏହି ସମଗ୍ର ବିଷୟ ଉପରେ ଆପଣଙ୍କର ମତାମତ କ’ଣ, ଦୟାକରି ମନ୍ତବ୍ୟ ବିଭାଗରେ ଆମକୁ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *