ଘରେ ବସି କରନ୍ତୁ ତୁଳସୀ ଚାଷ ! ୩ ମାସରେ ୩ ଲକ୍ଷ ହେବ ରୋଜଗାର ! ବିନିଯୋଗ କେବଳ ୧୫ ହଜାରର…

ଘରେ ବସି କରନ୍ତୁ ତୁଳସୀ ଚାଷ ! ୩ ମାସରେ ୩ ଲକ୍ଷ ହେବ ରୋଜଗାର ! ବିନିଯୋଗ କେବଳ ୧୫ ହଜାରର…

କରୋନା କାଳରେ ଆୟୁର୍ବେଦିକ ଏବଂ ପ୍ରାକୃତିକ ଔଷଧର ବ୍ୟବସାୟ ହଠାତ୍ ବଢିଯାଇଛି । ଲୋକମାନେ ଏହା ଆଡ଼କୁ ତୀବ୍ର ବେଗରେ ଆକର୍ଷିତ ହେଉଛନ୍ତି । ଏହି ଆୟୁର୍ବେଦିକ ଔଷଧକୁ ପ୍ରସ୍ତୁତ କରିବାରେ ତୁଳସୀ ଭଳି ଔଷଧୀୟ ବୃକ୍ଷ ମଧ୍ୟ ବ୍ୟବହାର ହୋଇଥାଏ । କରୋନା ମହାମାରୀ ସମୟରେ ତୁଳସୀର ଚାହିଦା ମଧ୍ୟ ବହୁମାତ୍ରାରେ ବଢି ଯାଇଥିବାର ଦେଖିବାକୁ ମିଳୁଛି । ଏଭଳି ପରିସ୍ଥିତିରେ ଆପଣ ମଧ୍ୟ ତୁଳସୀ ଚାଷ କରି ଭଲ ରୋଜଗାର କରିପାରିବେ ।

ତୁଳସୀ ଚାଷର ବିଶେଷ କଥା ଏହା ଯେ, ଏହାକୁ କରିବାପାଇଁ ଅଧିକ ଟଙ୍କା ମଧ୍ୟ ବିନିଯୋଗ କରିବାକୁ ପଡିବନାହିଁ । ଆପଣ ମାତ୍ର ୧୫ ହଜାର ଟଙ୍କା ଖର୍ଚ୍ଚ କରି ତୁଳସୀ ଚାଷ କରିପାରିବେ । ତିନିମାସ ପରେ ଯେତେବେଳେ ତୁଳସୀ ପ୍ରସ୍ତୁତ ହୋଇଯିବ, ସେତେବେଳେ ଆପଣ ତିନି ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରିବେ । ତୁଳସୀ ଚାଷ ପାଇଁ ଲମ୍ବା ଚଉଡା ଜମିର ଆବଶ୍ୟକତା ପଡିବ ନାହିଁ । ଆପଣ ଚୁକ୍ତିଭିତ୍ତିକ ଚାଷ ଦ୍ୱାରା ମଧ୍ୟ ନିଜର ବ୍ୟବସାୟ ଆରମ୍ଭ କରିପାରିବେ ।

ବାସ୍ତବରେ ବଜାରରେ ଅନେକ ଆୟୁର୍ବେଦିକ କମ୍ପାନୀ ଯେପରିକି ଡାବର୍, ବୈଦନାଥ୍, ପତଞ୍ଜଳୀ ଇତ୍ୟାଦି ରହିଛି, ଯେଉଁମାନେ ଚୁକ୍ତିରେ ତୁଳସୀ ଚାଷ କରାଉଛନ୍ତି । ଏହି କମ୍ପାନୀ ଗୁଡିକୁ ତୁଳସୀ ବିକ୍ରୟ କରି ମଧ୍ୟ ଭଲ ରୋଜଗାର କରାଯାଇପାରିବ । ତୁଳସୀ ଚାଷର ବ୍ୟବସାୟ ଏହି କରୋନା କାଳରେ ବହୁତ ଲାଭଦାୟକ ବ୍ୟବସାୟ ହୋଇପାରେ । ଏହି ମହାମାରୀ ସମୟରେ ଅନେକ ଲୋକଙ୍କର ଚାକିରୀ ଚାଲିଯିବା ସହ ଅନେକଙ୍କର କାମ ଚାଲିଯାଇଛି । ଏଭଳି ଆପତକାଳୀନ ପରିସ୍ଥିତିରେ ତୁଳସୀ ଚାଷ ଅତ୍ୟନ୍ତ ଲାଭକାରୀ ପ୍ରମାଣିତ ହୋଇପାରେ ।

ତେବେ ବିଳମ୍ବ କାହିଁକି ? ଯଦି ଆପଣ ଚାଷ କରିବାକୁ ପସନ୍ଦ କରନ୍ତି ଏବଂ ଆପଣଙ୍କ ପାଖରେ ଅଧିକ ଟଙ୍କା ନାହିଁ, ତେବେ ଆଜି ହିଁ ତୁଳସୀ ଚାଷ ଆରମ୍ଭ କରିଦିଅନ୍ତୁ । ଏଥିପାଇଁ କୌଣସି ବିଶେଷ ଅନୁଭବର ମଧ୍ୟ ଆବଶ୍ୟକତା ନାହିଁ । ତୁଳସୀ ଚାଷ ପାଇଁ ଜମି ନଥିଲେ, ଅନେକ ପାତ୍ରରେ ମଧ୍ୟ ଲଗାଯାଇପାରିବ । ଆପଣଙ୍କୁ କେବଳ ବୁଣିବା ପାଇଁ ତୁଳସୀ ମଞ୍ଜିର ଯୋଗାଡ଼ କରିବାକୁ ପଡିବ । ଏହାପରେ ତିନିମାସର ଅପେକ୍ଷା ଏବଂ ପ୍ରାୟତଃ ୩ ଲକ୍ଷ ଟଙ୍କାର ରୋଜଗାର ହୋଇପାରିବ ।

Leave a Reply

Your email address will not be published. Required fields are marked *