ଗାର୍ଲସ ହଷ୍ଟେଲରେ ୩ଜଣ ଯୁବତୀଙ୍କୁ ଜୀବିତ ଜଳି ଯାଇଛନ୍ତି । ମୃତ୍ୟୁକୁ ସାମ୍ନାରେ ଦେଖି ଚିତ୍କାର କରିଥିଲେ କିନ୍ତୁ ରକ୍ଷା କରିବା ପାଇଁ କେହି ମଧ୍ୟ ପାଖରେ ନଥିଲେ ।

ଗାର୍ଲସ ହଷ୍ଟେଲରେ ୩ଜଣ ଯୁବତୀଙ୍କୁ ଜୀବିତ ଜଳି ଯାଇଛନ୍ତି । ମୃତ୍ୟୁକୁ ସାମ୍ନାରେ ଦେଖି ଚିତ୍କାର କରିଥିଲେ କିନ୍ତୁ ରକ୍ଷା କରିବା ପାଇଁ କେହି ମଧ୍ୟ ପାଖରେ ନଥିଲେ ।

ଦେଶରେ ପ୍ରତିଦିନ କେହି ନା କେହି ଜୀବିତ ଜଳିଯିବା ଘଟଣା ଶୁଣିବା ପାଇଁ ମିଳିଥାଏ । ଏହିପରି ହୃଦୟ ସ୍ପଂଦିତ ଏକ ଘଟଣା ଚଣ୍ଡୀଗଡ଼ ସହରରେ ଘଟିଛି । ଏଠାରେ ହଠାତ ଏକ ଗାର୍ଲସ ହଷ୍ଟେଲରେ ଅଗ୍ନି ସଂଯୋଗ ହୋଇଯାଇଥିଲା ଯାହାଫଳରେ ୩ଜଣ ଯୁବତୀ ଜୀବିତ ଜଳି ଯାଇଥିଲେ ।

୩ ଜଣଙ୍କ ମୃତ୍ୟୁ ହୋଇଯାଇଛି, ଅନ୍ୟଜଣେ ଯୁବତୀ ଛାତରୁ ଡେଇଁ ପଡିଥିଲେ :

Google

ଏହି ଭୟାନକ ଘଟଣା ଚଣ୍ଡୀଗଡ଼ର ସେକ୍ଟର ୩୨ରେ ଆଜି ଘଟିଛି । ଘଟଣାରେ ମୃତ୍ୟୁବରଣ କରିଥିବା ଯୁବତୀମାନଙ୍କ ନାମ ହେଉଛି ରିୟା, ପାକ୍ଷି ଏବଂ ମୁସ୍କାନ । ଏହି ୩ଜଣ ଯୁବତୀ ଏଠାରେ ପିଜି ରୂପେ ଭଡାରେ ରହୁଥିଲେ । ଏମାନଙ୍କ ବୟସ ୨୦ ରୁ ୨୧ ବର୍ଷ ହୋଇଥିବା ଅନୁମାନ କରାଯାଉଛି । ଅନ୍ୟଜଣେ ଯୁବତୀ ପ୍ରଥମ ମହଲାରୁ ଲମ୍ପ ପ୍ରଦାନ କରି ନିଜର ଜୀବନ ବଞ୍ଚାଇବାରେ ସଫଳ ହୋଇଛନ୍ତି । ଆଘାତ ପ୍ରାପ୍ତ ଯୁବତୀଙ୍କୁ ଡାକ୍ତରଖାନା ନେଇ ଚିକିତ୍ସା କରାଯାଉଛି । ଯୁବତୀମାନଙ୍କ ଚିତ୍କାର ଶୁଣି ପାଖପଡ଼ୋଶୀ ଘଟଣା ସ୍ଥଳରେ ପହଞ୍ଚିଥିଲେ କିନ୍ତୁ ୩ଜଣ ଯୁବତୀଙ୍କୁ ଅଗ୍ନି ଧାସରୁ ବଞ୍ଚାଇ ପାରିନଥିଲେ ।

ବହୁତ ଦୁଃଖଦାୟକ ଏହି ଘଟଣା :

Google

ସୂଚନା ମିଳିବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲେ ଏବଂ ଦମକଳ ବାହିନୀ ଡାକି ଅଗ୍ନିକୁ ଆୟତ୍ତ କରିବାରେ ସଫଳ ହୋଇଥିଲେ ।ପୋଲିସ ଅଧିକାରୀ କହିଥିଲେ, ଅଗ୍ନି ସଂଯୋଗ ବହୁତ ଭୀଷଣ ଥିଲା ଯାହାଫଳରେ ଏହି ଘଟଣା ଘଟିଥିଲା ଏବଂ ସେହି ସମୟରେ ଅନେକ ଯୁବତୀ କଲେଜ ଚାଲି ଯାଇଥିଲେ । ନଚେତ ମୃତ୍ୟୁ ବରଣ କରିଥିବା ଯୁବତୀଙ୍କ ମଧ୍ୟରେ ଅନେକ ସଂଖ୍ୟା ଯୋଡି ହୋଇଯାଇଥାନ୍ତା । ବର୍ତ୍ତମାନ ପର୍ଯ୍ୟନ୍ତ ଅଗ୍ନି ସଂଯୋଗର ପ୍ରକୃତ କାରଣ ଜଣାପଡ଼ି ନାହିଁ ।

Be the first to comment

Leave a Reply

Your email address will not be published.


*