2 ଜୁଲାଇ 2020, ଗୁରୁବାର- ଆଜି ଗ୍ରହ ସ୍ଥିତିରେ ହେବାକୁ ଯାଉଛି ବଡ ପରିବର୍ତ୍ତନ ! ଏହିସବୁ ରାଶିର ବ୍ୟକ୍ତିଙ୍କ ପାଇଁ ଦିନଟି

2 ଜୁଲାଇ 2020, ଗୁରୁବାର- ଆଜି ଗ୍ରହ ସ୍ଥିତିରେ ହେବାକୁ ଯାଉଛି ବଡ ପରିବର୍ତ୍ତନ ! ଏହିସବୁ ରାଶିର ବ୍ୟକ୍ତିଙ୍କ ପାଇଁ ଦିନଟି ମଙ୍ଗଳମୟ ରହିବ ।

ମନୁଷ୍ୟର ଦୈନନ୍ଦିନ କାର୍ଯ୍ୟକଳାପରେ ଗ୍ରହମାନଙ୍କ ପ୍ରଭାବ ମନୁଷ୍ୟ ଜୀବନ ପାଇଁ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ । ଜ୍ୟୋତିଷଙ୍କ ଅନୁସାରେ ଗ୍ରହ ନକ୍ଷେତ୍ରଙ୍କ ପରିବର୍ତ୍ତନ ସର୍ବଦା ଲାଗି ରହିଥାଏ । ଯାହାଫଳରେ ମନୁଷ୍ୟ ଜୀବନରେ ପରିବର୍ତ୍ତନ ଦେଖା ଯାଇଥାଏ । ଗ୍ରହର ସ୍ଥିତି ଠିକ ଥିଲେ ବ୍ୟକ୍ତିର ଜୀବନ ଠିକ ଚାଲିଥାଏ କିନ୍ତୁ ଗ୍ରହ ସ୍ଥିତି ଠିକ ନ ଥିଲେ, ବ୍ୟକ୍ତିର ଜୀବନରେ ସମସ୍ୟା ଲାଗି ରହିଥାଏ । ଗ୍ରହ ନକ୍ଷେତ୍ରଗୁଡି଼କ ନିରନ୍ତର ପରିବର୍ତ୍ତନ ଘଟିଥାଏ, ଯେଉଁଥି କାରଣରୁ ମନୁଷ୍ୟର ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖା ଦେଇଥାଏ । ଆଜିର ରାଶିଫଳରେ ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

www.livehindustan.com

ଆପଣଙ୍କ ମନରେ ନୂଆ ଚିନ୍ତାଧାରା ଆସିବ । ଦୀର୍ଘଦିନର ଅପୂରଣୀୟ ଆଶା ମନରେ ଦୁଃଖ ଦେଇପାରେ । ତଥାପି ରାଶିରେ ଉତ୍ତର ପୂର୍ବାଫାଲ୍‌ଗୁନୀ ଯୋଗୁଁ ମନୋବଳ ଖୁବ୍‌ ଟାଣ ରହିବ ଏବଂ ଜିଦ୍‌ରେ ଅଟଳ ରହି କାମ ହାସଲ କରିବେ । ଆର୍ଥିକ ସ୍ଥିତି ପୂର୍ବ ଭଳି ରହିବା । ଅଫିସରେ ଆପଣଙ୍କୁ ସମସ୍ତଙ୍କର ସହଯୋଗ ମିଳିବ । ସ୍ଵାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ, ପୂର୍ବ ପରିକଳ୍ପିତ ଯୋଜନାକୁ ନୂଆ ରୂପ ଦେବା ପାଇଁ ଚେଷ୍ଟିତ କରିବେ । କୌଣସି ମୂଲ୍ୟବାନ ଦବ୍ର୍ୟ ନଷ୍ଟ ହୋଇପାରେ । ପରିବାରରେ ଶାନ୍ତଶିଷ୍ଟ ବଜାୟ ରହିବ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ବିରଜା ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

www.livehindustan.com

ଭାଗ୍ୟର ପୂର୍ଣ୍ଣ ସହଯୋଗ ପାଇବେ । ତୃତୀୟ ବ୍ୟୟାଧିପତି ବୁଧ ଧନ ଲାଭାଧିପତି ଯୁକ୍ତ ହେତୁ ବନ୍ଧୁଙ୍କୁ ଅର୍ଥ ସାହାଯ୍ୟ ପ୍ରଦାନ କରିପାରନ୍ତି । କର୍ମକ୍ଷେତ୍ରରେ କିମ୍ବା ଆନୁଷ୍ଠାନିକ କ୍ଷେତ୍ରରେ ବିଶିଷ୍ଟ ବ୍ୟକ୍ତିମାନଙ୍କ ସାନ୍ନିଧ୍ୟ ଲାଭର ସୌଭାଗ୍ୟ ପାଇବେ । ସମାଜରେ ମାନ ସମ୍ମାନ ବଢ଼ିବ । ଚାକିରି କରୁଥିବା କର୍ମଜୀବିମାନେ ନିଜ ନିଜ କାର୍ଯ୍ୟକୁ ସୂଚାରୁ ରୂପେ ସମ୍ପାଦନ କରିବା ସତ୍ତ୍ୱେ ପରୋକ୍ଷ ଶତ୍ରୁତା ଯୋଗୁଁ ସମ୍ୟକ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ମାନସିକ ବିଷାଦ, ଦାମ୍ପତ୍ୟ କଳହ, ଭୟ ଆଶଙ୍କା ଗ୍ରସ୍ତ ହୋଇପାରେ । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ପ୍ରଭୁ ହନୁମାନ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

www.livehindustan.com

ଆପଣଙ୍କ ମନରେ ନୂଆ ଚିନ୍ତାଧାରା ଆସିବ । ଦୀର୍ଘଦିନର ଅପୂରଣୀୟ ଆଶା ମନରେ ଦୁଃଖ ଦେଇପାରେ । ତଥାପି ରାଶିରେ ଉତ୍ତର ପୂର୍ବାଫାଲ୍‌ଗୁନୀ ଯୋଗୁଁ ମନୋବଳ ଖୁବ୍‌ ଟାଣ ରହିବ ଏବଂ ଜିଦ୍‌ରେ ଅଟଳ ରହି କାମ ହାସଲ କରିବେ । ଆର୍ଥିକ ସ୍ଥିତି ପୂର୍ବ ଭଳି ରହିବା । ଅଫିସରେ ଆପଣଙ୍କୁ ସମସ୍ତଙ୍କର ସହଯୋଗ ମିଳିବ । ସ୍ଵାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ, ପୂର୍ବ ପରିକଳ୍ପିତ ଯୋଜନାକୁ ନୂଆ ରୂପ ଦେବା ପାଇଁ ଚେଷ୍ଟିତ କରିବେ । କୌଣସି ମୂଲ୍ୟବାନ ଦବ୍ର୍ୟ ନଷ୍ଟ ହୋଇପାରେ । ପରିବାରରେ ଶାନ୍ତଶିଷ୍ଟ ବଜାୟ ରହିବ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ବିରଜା ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

www.livehindustan.com

ଦିନଟି ଆପଣଙ୍କ ଲାଗି ଅତି ଉତ୍ତମ ରହିବ । ଚନ୍ଦ୍ର ଗୁରୁଦୃଷ୍ଟିରେ ରହିଥିବାରୁ ଯାତ୍ରାରେ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ସମସ୍ତ କାର୍ଯ୍ୟ ସହଜରେ ସମ୍ପନ୍ନ ହେବ । ଅଫିସରେ ଲାଗି ରହିଥିବା ଦ୍ଵନ୍ଦ ଦୂର ହେବ ଏବଂ ସହକର୍ମୀଙ୍କ ସହଯୋଗ ମଧ୍ୟ ପାଇବେ । ଆର୍ଥିକ ସ୍ଥିତି କ୍ରମଶଃ ବୃଦ୍ଧି ପାଇବା ଯୋଗୁଁ ମନରେ ସରସତା ରହିବା ନାହିଁ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ନଚେତ ଆଗାମୀ ଦିନରେ ଅସୁବିଧାରେ ପଡ଼ିପାରନ୍ତି । ଜୀବନସାଥୀ ଆପଣଙ୍କ କଥାରେ ପ୍ରଭାବିତ ହେବେ । ବୈବାହିକ ଜୀବନ ଆନନ୍ଦମୟ ହେବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଦୁର୍ଗା ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

www.livehindustan.com

ମନରେ ଧାର୍ମିକ ଭାବନା ଉଦୟ ହେବ । ପ୍ରତ୍ୟେକ କ୍ଷେତ୍ରରେ ସମସ୍ୟାକୁ ସମାଧାନ କରି କାମ ହାସଲ କରିବାରେ ସମର୍ଥ ହେବେ । ଅଫିସରେ ଆପଣଙ୍କ କଥାକୁ କର୍ତ୍ତୃପକ୍ଷ ଗୁରୁତ୍ବ ଦେବେ । କିନ୍ତୁ କର୍ମକ୍ଷେତ୍ରରେ ଅପ୍ରିୟ ସତ କଥା କହି ସମସ୍ୟା ଘେରରେ ଛନ୍ଦି ହୋଇପାରନ୍ତି । ଆର୍ଥିକସ୍ଥିତି ସୁଧାର ଆସିବା କିନ୍ତୁ ଗୁରୁତ୍ୱପୂର୍ଣ୍ଣ କାମଟିକୁ କରିନପାରି ଦୁଃଖ ଅନୁଭବ କରିପାରନ୍ତି । ଘରେ ସନ୍ତାନଙ୍କ ସଙ୍ଗେ ମିଳିମିଶି ମନୋରଞ୍ଜନ କାର୍ଯ୍ୟ ପ୍ରତି ଆକର୍ଷିତ ହେବେ । ବୈବାହିକ ଜୀବନରେ ସୁଖଶାନ୍ତି ଦ୍ଵିଗୁଣିତ ହେବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭୈରବୀ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

www.livehindustan.com

ଇଷ୍ଟଦେବୀଙ୍କୁ ସ୍ମରଣ କରନ୍ତୁ, ସଙ୍କଟ ଆପଣା ଛାଏଁ ଦୂର ହୋଇଯିବ । ଆପଣଙ୍କ ନିଜ ପରିଶ୍ରମର ବଢ଼ିଆ ପରିଣାମ ପାଇବେ । ବନ୍ଧୁଙ୍କ ସହାୟତାରେ ଆଜି ଦିନଟିରେ ପାରିବାରିକ, ପ୍ରଶାସନ କ୍ଷେତ୍ରରୁ ସୁଫଳ ପାଇବେ । ଅଫିସ୍‌ କାମରେ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିବେ । ସାମାଜିକ ସ୍ତରରେ ଦୃଢ଼ ପଦକ୍ଷେପ ନେଇ କାର୍ଯ୍ୟ ହାସଲ କରିବେ । ସକାଳୁ ସକାଳୁ ଅପେକ୍ଷା କରି ରହିଥିବା ଖବର ପାଇ ସାମୟିକ ଖୁସୀ ହୋଇଯିବେ । ପାରିବାରିକ କ୍ଷେତ୍ରରେ ସମସ୍ୟାକୁ ସହଜରେ ସମାଧାନ କରିବାରେ ସଫଳ ହେବେ । ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ଚର୍ଚ୍ଚିକା ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

www.livehindustan.com

ଦିନଟି ଆପଣଙ୍କ ପାଇଁ ମିଶ୍ରଣ ଫଳ ପ୍ରଦାନ କରିବ । ବିଭିନ୍ନ ସମସ୍ୟା ଲାଗି ରହିଥିବା କାରଣରୁ କୈାଣସି ନିଶ୍ଚିତ କାର୍ଯ୍ୟପନ୍ଥା ଗ୍ରହଣ କରିପାରିବେ ନାହିଁ । ଅଫିସରେ କାହାକୁ କିଛି ନକହି ମନ କଥା ମନରେ ମାରି ରହିବାକୁ ବାଧ୍ୟ ହେବେ । ଉଚ୍ଚ ପଦସ୍ଥ ବ୍ୟକ୍ତିଙ୍କ ସହ ମନୋମାଳିନ୍ୟ ମେଣ୍ଟିଯିବ । ସାମାଜିକ କାର୍ଯ୍ୟରେ ଅଂଶ ଗ୍ରହଣ କରିବେ । ଅର୍ଥ ଅଭାବ ଥିଲେ ମଧ୍ୟ ତାହାକୁ ବନ୍ଧୁଙ୍କ ସାହାଯ୍ୟକ୍ରମେ ସୁଧାରି ନେଇବେ । ଆପଣଙ୍କ ନିଜ ଲୋକ କେହି ହଇରାଣରେ ପକାଇବାକୁ ଚେଷ୍ଟା କରିପାରନ୍ତି । ଦାମ୍ପତ୍ୟ ଜୀବନରେ ସମ୍ୟକ ଝଡ ଦେଖା ଦେଇପାରେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ତାରିଣୀ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

www.livehindustan.com

ଆପଣ ପୂରାଦିନ ନୂଆ ଊର୍ଜା ଭରା ରହିବେ । ଅନ୍ୟମାନଙ୍କ ପ୍ରେରଣା ଦ୍ୱାରା ପ୍ରଭାବିତ ହୋଇ ସମ୍ମାନିତ ହୋଇ ପାରନ୍ତି । ଅଫିସ ଆଲୋଚନାରେ ଆପଣଙ୍କ କଥାକୁ ଠିକ୍‌ ଭାବେ ଉପସ୍ଥାପନ କରିପାରିବେ । କର୍ମକ୍ଷେତ୍ରରେ ସମସ୍ୟାର ସ୍ଥାୟୀ ସମାଧାନ କରିବାରେ ସଫଳ ହେବେ । ସମାଜରେ ପ୍ରତିପତ୍ତି ବଢ଼ିବ । ଅଫିସରେ କାର୍ଯ୍ୟଭାର ଅଧିକ ଯୋଗୁଁ ମନରେ ସରସତା ରହିବ ନାହିଁ । ସନ୍ତାନ ହେତୁକ ସମସ୍ୟାରେ କିମ୍ବା ବିବାଦୀୟ ମନ୍ତବ୍ୟ ଦେବା କାରଣରୁ ଦୁଃଶ୍ଚିନ୍ତାଗ୍ରସ୍ଥ ହୋଇପାରନ୍ତି । ପ୍ରଭୁଙ୍କର ଭକ୍ତି ଏବଂ ଯୌଗିକ ଧ୍ୟାନରେ ମନକୁ ଶାନ୍ତି ପ୍ରାପ୍ତି ହେବ । ପଡୋଶୀଙ୍କ ସହିତ ସମ୍ପର୍କ ଭଲ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

www.livehindustan.com

ଦିନଟି ଆପଣଙ୍କ ଲାଗି ଠିକ୍‌ଠାକ୍‌ ରହିବ । କୋଣଭାବସ୍ଥ ଚନ୍ଦ୍ର ପ୍ରଭାବରୁ ମାନସିକ ସ୍ଥିତି ବଦଳିବା କାରଣରୁ ଗତକାଲି ଠାରୁ ଯେଉଁ ବିଷୟ ସକାଶେ ଚିନ୍ତିତ ରହିଛନ୍ତି ସେଥିରେ କିଛି ଅସୁବିଧା ହେବନି । କର୍ମକ୍ଷେତ୍ରରେ ଅପୂର୍ବ ସାହସିକତା ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହୋଇପାରନ୍ତି । ଅଫିସରେ ଲାଗି ରହିଥିବା ବିଶୃଙ୍ଖଳା ସମାଧାନ ହୋଇଯିବ । ଆଜି ଆପଣ କୌଣସି ଆତ୍ମୀୟ କିମ୍ବା ଅଜଣା ବ୍ୟକ୍ତିଙ୍କ ପାଖରୁ କିଛି ଶିକ୍ଷା ଲାଭ କରି ପାରନ୍ତି ଯାହା ଆପଣଙ୍କ ପାଇଁ ଜରୁରୀ ଥିଲା । ବିବାହିତଙ୍କ ଲାଗି ଦିନଟି ଭଲ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ସମଲେଶ୍ଵରୀ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

www.livehindustan.com

ଆଜି ଆପଣଙ୍କର ଅଶାନ୍ତି ଟିକେ ବଢ଼ିପାରେ । ମଙ୍ଗଳଙ୍କ ପୂର୍ଣ୍ଣଦୃଷ୍ଟି କାରଣରୁ ପରିବାରରେ ସୁଖ ଶାନ୍ତି ଫେରିବା ଦିଗରେ ପ୍ରଯତ୍ନ କଲେ ଚେଷ୍ଟା ସଫଳ ହେବ । କର୍ମାରମ୍ଭର ପ୍ରାଥମିକ ଅବସ୍ଥାରେ ସହକର୍ମୀମାନେ ବିରୋଧାଭାଷ ପ୍ରଦର୍ଶନ କରିପାରନ୍ତି । କୌଣସି ମାମଲାରେ ଫଇସଲା ନେବାର ଅସୁବିଧା ହୋଇପାରେ । ଅଫିସ ଅଧିକାରୀଙ୍କ ବିରୁଦ୍ଧାଚରଣ କରୁଥିବା ପରି ଏପରି କିଛି କାର୍ଯ୍ୟ କରନ୍ତୁ ନାହିଁ । ସାଧାରଣ କଥାରେ ସ୍ତ୍ରୀଙ୍କ ସହ ମତ ପାର୍ଥକ୍ୟ ଦେଖା ଦେଇପାରେ । ଶାରୀରିକ ଏବଂ ମାନସିକ ରୂପରେ ଆଜି ସୁସ୍ଥ ରହିବେ । ଶୁଭରଙ୍ଗ: କଫିରଙ୍ଗ । ଆରାଧନା: ମାଆ ବିରଜା ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

www.livehindustan.com

ଆପଣଙ୍କ ଜୀବନରେ କିଛି ନୂଆ ପରିବର୍ତ୍ତନ ହେବାର ସମ୍ଭାବନା । ଆଜି ଶୁକ୍ରଙ୍କ ସ୍ଥାନ ପ୍ରଭାବରୁ କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ଆର୍ଥିକ ସ୍ୱଚ୍ଛଳତା ଫେରି ପାଇବେ । ସଫଳତା ପାଇବା ଦିଗରେ ଅଗ୍ରସର ହେବେ । ଚାକିରିରେ କୌଣସି ମହତ୍ଵପୂର୍ଣ୍ଣ କାର୍ଯ୍ୟ ନିଜ ହାତକୁ ନେବେ । ସାମୂହିକ କାର୍ଯ୍ୟରେ ନିଜକୁ ସାମିଲ୍‌ କରି ପରିବାର ପାଇଁ ସମୟ ଦେଇପାରିବେ ନାହିଁ । ପାରିବାରିକ କ୍ଷେତ୍ରରେ ସାହାଯ୍ୟ ଓ ସହଯୋଗ ମାନସିକ ସ୍ଥିତିକୁ ମଜଭୁତ୍ କରିବ । ମିତ୍ରମାନଙ୍କ ସହ ସୁସମ୍ପର୍କ ରହିବା ଫଳରେ ଅନେକ କାର୍ଯ୍ୟରେ ସଫଳ ହେବେ । ପୁରାତନ ରୋଗର ସାମାନ୍ୟ ଉନ୍ନତି ପରିଲକ୍ଷିତ ହେବ । ଶୁଭରଙ୍ଗ: ନୀଳ । ଆରାଧନା: ମାଆ ଶାରଳା ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

www.livehindustan.com

ଶାରୀରିକ ଓ ମାନସିକ ଦୃଷ୍ଟି କୋଣରୁ ମନ ଭଲ ରହିଲେ ମଧ୍ୟ ଆର୍ଥିକ ଦୃଷ୍ଟି କୋଣରୁ ମନ ଅସ୍ଥିର ରହିବ । ଦ୍ୱାଦଶରେ ମଙ୍ଗଳଙ୍କ ଯୋଗୁଁ ଆଜି ଅର୍ଥ ସଂକଟ ଦେଖାଦେବା କାରଣରୁ ଚାହୁଁଥିବା ଜିନିଷ ପାଇବେ ନାହିଁ । କାର୍ଯ୍ୟସ୍ଥଳରେ ସୁଧାର ଆସିବ ଓ ପରିବର୍ତ୍ତନ ମଧ୍ୟ ଆସିବା ଯାହା ଭବିଷ୍ୟତରେ ଲାଭ ହୋଇପାରେ । ଚାକିରି କରୁଥିବା କର୍ମଜୀବିଙ୍କ ଉପରେ ମଧ୍ୟ କାର୍ଯ୍ୟର ଚାପ ବୃଦ୍ଧି ପାଇବ, ଯାହାଫଳରେ କର୍ମବିମୁଖୀ ମନୋଭାବ ଦେଖାଯାଇପାରେ । ଭଲ ସମ୍ପର୍କ ରହିଥିବା କୌଣସି ଭଦ୍ର ମହିଳାଙ୍କ ଦ୍ୱାରା ଉପକୃତ ହୋଇପାରନ୍ତି । ପାରିବାରିକ କ୍ଷେତ୍ରରେ ଶାନ୍ତି ବିରାଜମାନ କରିବ । ଜୀବନସାଥୀଙ୍କ ସହିତ ସମ୍ବନ୍ଧ ବଢ଼ିଆ ରହିବ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ମାଆ ଭୈରବୀ ।

Leave a Reply

Your email address will not be published. Required fields are marked *