02 ଡିସେମ୍ବର 2020, ବୁଧବାର :- ପ୍ରଭୁ ଗଣେଶଙ୍କ କୃପାରୁ ତୁଳା ରାଶି ସମେତ ଏହି ୪ଟି ରାଶିର ବ୍ୟକ୍ତିଙ୍କ ଜୀବନରେ

02 ଡିସେମ୍ବର 2020, ବୁଧବାର :- ପ୍ରଭୁ ଗଣେଶଙ୍କ କୃପାରୁ ତୁଳା ରାଶି ସମେତ ଏହି ୪ଟି ରାଶିର ବ୍ୟକ୍ତିଙ୍କ ଜୀବନରେ

02 ଡିସେମ୍ବର 2020, ବୁଧବାର :- ପ୍ରଭୁ ଗଣେଶଙ୍କ କୃପାରୁ ତୁଳା ରାଶି ସମେତ ଏହି ୪ଟି ରାଶିର ବ୍ୟକ୍ତିଙ୍କ ଜୀବନରେ ହେବ ବିରାଟ ପରିବର୍ତ୍ତନ । ପୂରଣ ହେବ ସମସ୍ତ ମନୋବାଞ୍ଛା ଓ ଦୂର ହେବ ଦୁଃଖ କଷ୍ଟ !

ଆଜି ଆମେ ଆପଣଙ୍କୁ ୦୨ ଡିସେମ୍ବର ବୁଧବାରର ରାଶିଫଳ କହିବାକୁ ଯାଉଛି । ପ୍ରତ୍ୟେକ ମନୁଷ୍ୟ ଜୀବନରେ ରାଶିଚକ୍ରର ମହତ୍ଵ ରହିଛି । ରାଶିଫଳ ମାଧ୍ୟମରେ ଆମ୍ଭେମାନେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରିପାରିବ । ଗ୍ରହନକ୍ଷେତ୍ର ଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି, ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ଆପଣଙ୍କ ଚେଷ୍ଟା ଅବ୍ୟାହତ ରଖନ୍ତୁ, ବିଳମ୍ବି ହେଲେ ମଧ୍ୟ ଲକ୍ଷ୍ୟପ୍ରାପ୍ତି ଅବଶ୍ୟ କରିବେ । ବ୍ୟୟଭାବସ୍ଥ ମଙ୍ଗଳ ହେତୁ ଦୈହିକ ଦୁର୍ବଳତା ସଙ୍ଗକୁ ଧୈର୍ଯ୍ୟହରା ଓ ନୈରାଶ୍ୟ ଆପଣଙ୍କୁ ବ୍ୟସ୍ତ ଓ ବିବ୍ରତ କରାଇବ । କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ ହେବ । ବ୍ୟବସାୟିକ କାରବାର ବୃଦ୍ଧି ହେତୁ ଆର୍ଥିକ ସ୍ଵଚ୍ଛଳତା ଫେରି ଆସିବା କାରଣରୁ ସାମୟିକ ଆତ୍ମତୃପ୍ତି ଲାଭ କରିବେ । ଅଫିସରେ ଜଣେ ବନ୍ଧୁଙ୍କ ଉପସ୍ଥିତିକୁ ନେଇ ଝଗଡା ଲାଗିପାରେ । କର୍ମକ୍ଷେତ୍ରରେ ବିବାଦୀୟ ପରିସ୍ଥିତିର ଦୃଢ ମୁକାବିଲା କରିବେ । ପରୋକ୍ଷ ଶତ୍ରୁତା କରୁଥିବା ବ୍ୟକ୍ତିଙ୍କ ପ୍ରତି ସତର୍କ ରୁହନ୍ତୁ । ଘରଭଡା, ବକେୟା ଅର୍ଥକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ ହେବାର ସମ୍ଭାବନା ରହିଛି । ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରହିବ । ଜୀବନ ସାଥୀଙ୍କ ସହିତ ସମୟ ଭଲରେ କଟିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ବିରଜା ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ଉନ୍ନତି ଓ ଅଗ୍ରଗତିର ସୁଯୋଗ ପାଇବେ । ରାଶିରେ ଏକାଧିକ ଗ୍ରହ ଅବସ୍ଥାନ କରିଥିବା ଯୋଗୁଁ କର୍ମକ୍ଷେତ୍ରରେ ସିଦ୍ଧି ଲାଭ କରିବେ । ବ୍ୟବସାୟ ସମ୍ବନ୍ଧୀୟ କୌଣସି ନୂଆ ପ୍ରସ୍ତାବ ଉପରେ ରୂପରେଖା ଦିଅନ୍ତୁ, ଭବିଷ୍ୟତରେ ଶୁଭଫଳ ପାଇବେ । ତଥାପି ସାମୟିକ ଭାବରେ ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ସାମାନ୍ୟ ମନ୍ଥର କରିପାରେ । କର୍ମକ୍ଷେତ୍ରରେ ଅଟକି ରହିଥିବା କାମର ଚିନ୍ତା ମନକୁ ଆନ୍ଦୋଳିତ କରିପାରେ । ଆର୍ଥିକ ପରିସ୍ଥିତି ଭଲ ରହିବ । ଚାକିରୀରେ ଆପଣଙ୍କ ଅଫିସର୍ ଓ ସହକର୍ମୀମାନେ କାମର ପ୍ରଶଂସା କରିବେ । ନିର୍ମାଣାଧୀନ କାର୍ଯ୍ୟ କିଛି ଅଂଶ ପୂର୍ଣ୍ଣ କରିବା ପାଇଁ ଚେଷ୍ଟା କରିବେ । ଠିକ୍‌ ଭାବରେ ନ ବୁଝି କଥା କଥାରେ ମଉଜିଆ କଥା କହିବାକୁ ନେଇ ପରିବାରରେ କଳହ ଲାଗିବାର ସମ୍ଭାବନା ରହିଛି । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ଆଜି ଦିନଟି ଭାବୁଥିବା କାମଟି ପୂର୍ଣ୍ଣାଙ୍ଗ କରିବାରେ ସମର୍ଥ ହେବେ । ଶୁକ୍ରଙ୍କ ସ୍ଥିତିଜନିତ ଆଜି ପ୍ରତ୍ୟେକ କ୍ଷେତ୍ରରେ ଯୁକ୍ତିଯୁକ୍ତ କଥା କହି ବିଜୟଲାଭ କରିବେ । କର୍ମକ୍ଷେତ୍ରରେ ଆଶାତୀଟି ସଫଳତା ପାଇବେ । ବ୍ୟବସାୟ ବାଣିଜ୍ୟରେ ଆର୍ଥିକ ସ୍ଥିତି ଭଲ ରହିବ । ଅଫିସରେ ଉଚ୍ଚଧିକାରୀ ସାନ୍ନିଧ୍ୟ ପାଇବେ ଓ ସହକର୍ମୀଙ୍କ ସହଯୋଗରେ ସ୍ଥଗିତ କାର୍ଯ୍ୟକୁ ତ୍ବରିନ୍ଵିତ କରିବେ । ନିଜ ପରିସରରେ ଆୟୋଜିତ ବୈଠକରେ ଯୁକ୍ତିଯୁକ୍ତ କଥା କହି ସମସ୍ତଙ୍କ ଆଦରଣୀୟ ହୋଇପାରିବେ । ଆର୍ଥିକ ସ୍ଥିତି ଭଲ ରହିବ । ବିଭିନ୍ନ ଯୋଜନା, ସାଙ୍ଗଠନିକ କାର୍ଯ୍ୟ କ୍ଷେତ୍ରରେ ଅନୁକୂଳ ବାତାବରଣ ସୃଷ୍ଟି ହେବ । ପରକଥାକୁ ଅନୁସରଣ କରି କାର୍ଯ୍ୟ କରିଲେ ଅସୁବିଧାରେ ପଡ଼ିପାରନ୍ତି । ସ୍ଵସ୍ଥ୍ୟାବସ୍ଥା ଦୃଷ୍ଟିକୋଣରୁ ସୁସ୍ଥ ଥିଲେ ମଧ୍ୟ ପରିବାର ଭିତରେ ସମ୍ପର୍କ ହାନି ଫଳରେ ଚିନ୍ତା ପ୍ରକଟ କରିପାରନ୍ତି । ସ୍ତ୍ରୀଙ୍କ ସହ ମତଭେଦ ହୋଇପାରେ । ଶୁଭରଙ୍ଗ: ମେରୁନ । ଆରାଧନା: ମାଆ ଶାରଳା ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଇଷ୍ଟଦେବୀଙ୍କୁ ଆରୋଧନ କରନ୍ତୁ, ସମ୍ଭାବ୍ୟ ସଙ୍କଟ ଦୂର ହେବ । ରାହୁଯୁକ୍ତ ଚନ୍ଦ୍ର କାରଣରୁ ଆଜି ବନ୍ଧୁଙ୍କ ସହ ବିବାଦ ସୃଷ୍ଟି ହୋଇପାରେ, କର୍ମକ୍ଷେତ୍ରରେ ପ୍ରତିବନ୍ଧକ ଏବଂ ସମସ୍ୟାର ସମ୍ମୁଖୀନ ହେବାକୁ ମଧ୍ୟ ପଡିପାରେ । କେତେକ କ୍ଷେତ୍ରରେ ଧର୍ମ ସଙ୍କଟରେ ପଡ଼ି କ’ଣ କରିବେ କିମ୍ବା ନ କରିବେ, ନିଷ୍ପତ୍ତି ନେବା କଷ୍ଟକର ହୋଇପାରେ । ବନ୍ଧୁ ଓ ନିକଟ ସମ୍ପର୍କୀୟଙ୍କ ସହଯୋଗରେ କେତେକ ସମସ୍ୟାର ସମାଧାନ ହୋଇପାରିବ । ବ୍ୟବସାୟରେ ପ୍ରଚାର ଓ ପ୍ରସାର କରିବା ପାଇଁ ମନସ୍ଥ କରିବେ । ଅଫିସରେ ଆପଣଙ୍କ କଥାକୁ ଉଚ୍ଚାଧିକାରୀ ଗୁରୁତ୍ଵରୋ ସହ ବିଚାର ବିମର୍ଶ କରିବେ । ସମାଜର ବିରିଷ୍ଠ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିବେ । ପ୍ରତିକୁଳ ପରିସ୍ଥିତି ଯୋଗୁ ଯୋଜନାଗୁଡିକ ସମ୍ପୂର୍ଣ୍ଣ ହେବ ନାହିଁ । ଧାର୍ମିକ କାର୍ଯ୍ୟପ୍ରତି ଆଗ୍ରହୀ ହେବେ । ପରିବାର ସଦସ୍ୟଙ୍କ ସହଯୋଗ ମିଳିବ ଫଳରେ ମନୋବଳ ଦୃଢ ହେବ । ସ୍ଵାସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହେବ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ଭୈରବୀ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ବିଭିନ୍ନ ସମସ୍ୟା ବିଷୟରେ ଚିନ୍ତାକରି ମାନସିକ ସ୍ଥିତି ସେତେଟା ଭଲ ରହି ନ ପାରେ । ବନ୍ଧୁଙ୍କ ସାହାଯ୍ୟ ଓ ପାରସ୍ପରିକ ସହଯୋଗ ପାରିବାରିକ ଜୀବନକୁ ମଧୁମୟ କରିବ । ବ୍ୟବସାୟରେ କେତେକ ସମସ୍ୟାର ସମ୍ମୁଖୀନ ହେଲେ ମଧ୍ୟ ଆର୍ଥିକ ସ୍ଥିତିରେ କୌଣସି ପ୍ରଭାବ ପଡିବ ନାହିଁ । ଅଫିସରେ କାର୍ଯ୍ୟର ଚାପ ଅଧିକ ରହିବା ସତ୍ତ୍ଵ ସହକର୍ମୀମାନେ ସହଯୋଗ କରିବା ବଦଳରେ ଅସହଯୋଗ କରିବେ । ସାମାଜିକ ସ୍ତରରେ ସମ୍ମାନନୀୟ ବ୍ୟକ୍ତି ବିଶେଷଙ୍କ ସହାୟତା ଲାଭ କରିବେ । ଆନୁଷ୍ଠାନିକ କାମରେ ସହଯୋଗ କରି ପ୍ରଶଂସିତ ହୋଇପାରନ୍ତି । ଅନ୍ୟମାନଙ୍କ ଦ୍ଵାରା ପ୍ରଭାବିତ ହୋଇ ଧାର୍ମିକ କାର୍ଯ୍ୟ, ସତ୍‌ସଙ୍ଗ, ଦେବାର୍ଚ୍ଚନା କରିବାକୁ ମନ ବଳାଇବେ । ପରିବାରର ଖର୍ଚ୍ଚଭାର ଅଧିକ ହେବ ଯୋଗୁଁ ଚିନ୍ତାପ୍ରକଟ କରିବେ । ପାଖପଡ଼ୋଶୀଙ୍କ ସହ ସୁସମ୍ପର୍କ ରକ୍ଷା କରିବାରେ ସମର୍ଥ ହେବେ । ଉଭୟ ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ଭଲ ରହିବ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ଚର୍ଚ୍ଚିକା ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ଆଜି ପ୍ରତ୍ୟେକ କ୍ଷେତ୍ରରେ ଠିକ ନିଷ୍ପତ୍ତି ନେଇପାରିବେ ନାହିଁ । କିନ୍ତୁ ରାଶିରେ ଗ୍ରହମାନଙ୍କ ଶୁଭଦୃଷ୍ଟି ଫଳରେ ଆପଣଙ୍କ ଆଶା ଓ ଅଭିଳାଷ ପୂରଣ ହେବାରେ କୌଣସି ଅସୁବିଧା ହେବ ନାହିଁ । ବ୍ୟବସାୟ ସ୍ଥିତି ମାଧ୍ୟମ ଧାରଣର ରହିବ ଓ କେତେକାଂଶରେ ଋଣମୁକ୍ତ ହେବାର ସୂଚନା ରହିଛି । କର୍ମକ୍ଷେତ୍ରରେ ଉଚ୍ଚ ପଦାଧିକାରୀଙ୍କ ସାନ୍ନିଧ୍ୟ ପ୍ରାପ୍ତ କରିବେ । ଅଫିସରେ ଏକ ସାଧାରଣ ଘଟଣାକୁ କେନ୍ଦ୍ର କରି ସହକର୍ମୀଙ୍କ ସହ ଉଚ୍ଚବାଚ ହୋଇପାରେ । କୌଣସି ମିଥ୍ୟା ଗୁଜବ ଖବର ମନକୁ ଦୋହଲାଇ ଦେବ । ଅର୍ଥକ ନେଣଦେଣକୁ କେନ୍ଦ୍ରକରି ନିକଟ ସମ୍ପର୍କୀୟ ମଧ୍ୟରେ ସାମାନ୍ୟ ମୁହଁ ଫୁଲାଫୁଲି ହୋଇପାରେ । ଗୃହରେ ଆଗାମୀ ଦିନର କୌଣସି ମାଙ୍ଗଳିକ କାର୍ଯ୍ୟ ନିମନ୍ତେ ପରିବାର ସଦସ୍ୟଙ୍କ ସହ ଆଲୋଚନା କରିବେ । ସ୍ୱାସ୍ଥ୍ୟ ସମସ୍ୟା ସୁଧୁର ଆସିବା ଯୋଗୁଁ ସାମୟିକ ଖୁସୀ ଅନୁଭବ କରିବେ । ଶୁଭରଙ୍ଗ: ମେରୁନ । ଆରାଧନା: ମାଆ ବିରଜା ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ନୂତନ ପରିବେଶ ଓ ପାରପାଶ୍ୱିର୍କ ସ୍ଥିତିର ପରିବର୍ତ୍ତନ ମନକୁ ସାମୟିକ ସରସ ସୁନ୍ଦର କରିବ । କେନ୍ଦ୍ରସ୍ଥ ଶୁକ୍ରଙ୍କ ସୁପ୍ରଭାବରୁ ନୂତନ ବନ୍ଧୁ ସମ୍ପର୍କ ସୃଷ୍ଟି ହେବା ସଙ୍ଗେ ସଙ୍ଗେ ସୁଚିନ୍ତିତ କାର୍ଯ୍ୟଧାରା ଯୋଗୁଁ କର୍ମକ୍ଷେତ୍ରରେ ଉନ୍ନତିର ପଥରେ ଅଗ୍ରସର ହେବେ । ମନରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ମନୋରଞ୍ଜନ ନିମନ୍ତେ ଅତ୍ୟଧିକ ଖର୍ଚ୍ଚାନ୍ତ ହେବାର ସମ୍ଭାବନା ରହିଛି । ଇ-ମେଲ୍ ଜରିଆରେ କୌଣସି ଶୁଭ ଖବର ପାଇବେ । ବ୍ୟବସାୟ ବାଣିଜ୍ୟରେ ଆର୍ଥିକ ଭଲ ରହିବ । ନିଜର କଥା ଚତୁରୀ ମାଧ୍ୟମରେ ଗ୍ରହଣଙ୍କ ମନ ଜିଣିପାରିବେ । କିନ୍ତୁ ଅଫିସରେ ଉଚ୍ଚାଧିକାରୀଙ୍କ କଥାକୁ ଠିକ ଭାବରେ ବୁଝିବା କଷ୍ଟକର ହେବ । ଜଣେ ପଡୋଶୀ କିମ୍ବା ବନ୍ଧୁଙ୍କ ଜରିଆରେ ଦୀର୍ଘଦିନର ଆଶା ଫଳବତୀ ହେବ । ପାରିବାରିକ ଜୀବନରେ କେତେକ ବ୍ୟତିକ୍ରମ ରହିଥିଲେ ମଧ୍ୟ କିଛି ଅସୁବିଧା ହେବ ନାହିଁ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ମାଆ ଗାୟତ୍ରୀ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ଧୈର୍ଯ୍ୟହରା ନ ହୋଇ ପରିସ୍ଥିତିର ମୁକାବିଲା କରନ୍ତୁ । ଶନିଦୃଷ୍ଟ ମଙ୍ଗଳ ଯୋଗୁଁ ଯାହା ଖୋଜୁଛନ୍ତି ତାହା ଅବଶ୍ୟ ପାଇବେ । ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବେ । କର୍ମକ୍ଷେତ୍ରରେ ଜଣେ ବନ୍ଧୁଙ୍କ ଅବଦାନ ଅବିସ୍ମରଣୀୟ ରହିଯିବ । ବ୍ୟବସାୟ ବାଣିଜ୍ୟରେ ବାଧାବିଘ୍ନର ସମ୍ମୁଖୀନ କରିବାକୁ ପଡିବ । ପରୋକ୍ଷ ଶତ୍ରୁତା କରୁଥିବା ବ୍ୟକ୍ତିମାନେ ଆପଣଙ୍କ କାର୍ଯ୍ୟକୁ ନେଇ ସମାଲୋଚିତ କରିବେ । ଆର୍ଥିକ ସ୍ଥିତି ମାନ୍ଦା ରହିଲେ ମଧ୍ୟ ଅର୍ଥକୁ କେନ୍ଦ୍ର କରି ପରିବାରରେ କୌଣସି ଅସୁବିଧା ହେବ ନାହିଁ । ଅଫିସରେ କାର୍ଯ୍ୟଭାର ଅଧିକ ରହିବ । ପ୍ରଶାସନିକ ସ୍ତରରେ ସମସ୍ୟା ଦୂର ହୋଇଯିବ । କଳା, ସାହିତ୍ୟ, ସଭା ସମିତିରେ ଆଗ୍ରହୀ ହେବେ । ପରିବାର ପରିସରରେ ସାଧାରଣ କଥାକୁ କେନ୍ଦ୍ର କରି ଟେନ୍‌ସନ୍‌ ବଢିପାରେ । ପ୍ରେମ ପ୍ରସଙ୍ଗରେ ସଫଳତା ମିଳିବ । ଶୁଭରଙ୍ଗ: ଧଳା । ଆରାଧନା: ବାବା କପିଳାସ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ଆଜି ପ୍ରତିକୂଳ ପରିସ୍ଥିତିରେ ପରିପୂର୍ଣ୍ଣ ରହିବ ଦିନଟି । ଅଷ୍ଟମସ୍ଥ ସ୍ଵଗୃହୀ ଶୁକ୍ର ଶାରୀରିକ ଦୁର୍ବଳତା ସଙ୍ଗକୁ ସାମୟିକ ଅଭାବବୋଧ ଯୋଗୁଁ ଚିନ୍ତିତ ରହପାରନ୍ତି । କର୍ମକ୍ଷେତ୍ରରେ କୌଶଳପୂର୍ଣ୍ଣ କଥା କାମକୁ ସହଜ କରିବ । ଶିଳ୍ପ, ବାଣିଜ୍ୟ, ରାଜନୀତି ସ୍ତରରେ କିଛିଟା ବ୍ୟତିକ୍ରମ ପରିଲକ୍ଷିତ ହୋଇପାରେ । ଆୟ ବ୍ୟୟରେ ତାଳମେଳ ରହିବ ନାହିଁ । ଉଚ୍ଚ ପଦସ୍ଥ ବ୍ୟକ୍ତି ବିଶେଷମାନଙ୍କ ନିକଟରୁ ଆନୁଷ୍ଠାନିକ କାମରେ ପ୍ରେରଣା ମିଳିବ । ବିବାଦୀୟ ଘଟଣାରେ ଦୁଃସାହସିକ ପଦକ୍ଷେପ ନେବା ଠିକ୍‌ ହେବ ନାହିଁ । ଅତି ଦରକାରୀ ଜିନିଷଗୁଡିକ ପରକୁ ଦେଇ ଅପଦସ୍ଥ ହୋଇପାରନ୍ତି । ପଡୋଶୀଙ୍କ ସହାୟତା ଲାଭ କରି ମାନସିକ ଅସୁସ୍ଥିକୁ ଦୂରେଇବାର ଚେଷ୍ଟା କରିପାରନ୍ତି । ଶୁଭରଙ୍ଗ: ଧଳା । ଆରାଧନା: ମାଆ ବିରଜା ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ସତର୍କତାର ସହ କାମ ନ କଲେ ନିଜ ଲୋକମାନେ ଶତ୍ରୁତା କରି ବସିବେ । ରବି କେନ୍ଦ୍ରକୋଣାଧିପ ଶନି ନକ୍ଷତ୍ରସ୍ଥ ହୋଇ ଷଡାଷ୍ଟକ ସ୍ଥିତିରେ ଥିବାରୁ ଆଲୋଚନାନୁଯାୟୀ କାର୍ଯ୍ୟସାଧନ କରିପାରିବା କଷ୍ଟକର ହେବ । ଅବଶ୍ୟ ସ୍ଵାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବା କାରଣରୁ ସାମୟିକ ଆଶ୍ୱସ୍ତିି ଅନୁଭବ କରିବେ । ବ୍ୟବସାୟ ବାଣିଜ୍ୟରେ ଉତ୍ଥାନପତନ ଲାଗିରହିବ । ଆର୍ଥିକ ସ୍ଥିତି ଅତି ଶୋଚନୀୟ ରହିବ । କିନ୍ତୁ ବନ୍ଧୁ ଓ ସହକର୍ମୀଙ୍କ ସାହାଯ୍ୟରେ ଆର୍ଥିକ ସ୍ଥିତିରେ ସମ୍ୟକ ସୁଧାର ଆସିବ । ପରିହାସଯୁକ୍ତ କଥା କର୍ମକ୍ଷେତ୍ରରେ ସମସ୍ୟା ସୃଷ୍ଟି କରିବାରେ ସାହାଯ୍ୟ କରିବ । ସମାଜିକ ଜନକଲ୍ୟାଣ କାର୍ଯ୍ୟରେ ନିଜକୁ ସାମିଲ ହେବାର ସୁଯୋଗ ମିଳିବ । ନିକଟ ସମ୍ପର୍କୀୟମାନେ କାଳେ ଦେବାକୁ ପଡିବ,ଏହି କାରଣରୁ ପାଖ ମାଡିବେ ନାହିଁ । ବାଦବିବାଦ, ଯୁକ୍ତିତର୍କ ଠାରୁ ଦୂରେଇ ରୁହନ୍ତୁ । ଉଭୟ ପତି ଓ ପତ୍ନୀଙ୍କ ମଧ୍ୟରେ ଉତ୍ତମ ବୁଝାମୁଣା ରହିବ । ଶୁଭରଙ୍ଗ: ହଳଦିଆ । ଆରାଧନା: ପ୍ରଭୁ ହନୁମାନ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ଦୀର୍ଘ ଦିନରୁ ଅଟକିଥିବା ଅମୀମାଂଶିତ ସମସ୍ୟାର ସ୍ଥାୟୀ ସମାଧାନ କରିବାରେ ସମର୍ଥ ହେବ । ଗୁରୁକ୍ଷେତ୍ରସ୍ଥ ଚନ୍ଦ୍ର ଯୋଗୁଁ ଆପଣଙ୍କ କର୍ମକ୍ଷେତ୍ରରେ କୌଣସି ପ୍ରତିବନ୍ଧକର ସମ୍ମୁଖୀନ ହେବାକୁ ପଡିବ ନାହିଁ । ଆଜି ଆପଣଙ୍କ ଆଶା ପୂରଣ ହେବ, ଅର୍ଥ ପାଇବେ ଓ କାର୍ଯ୍ୟ ପୂର୍ଣ୍ଣାଙ୍ଗ କରିବାରେ କୌଣସି ଅସୁବିଧା ହେବ ନାହିଁ । କର୍ମକ୍ଷେତ୍ରରେ ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ସମ୍ମୁଖୀନ ହେବାକୁ ପଡିପାରେ । ଅଫିସରେ ସହକର୍ମମାନଙ୍କ ସହଯୋଗ ପାଇଁ ସ୍ଥଗିତ କାର୍ଯ୍ୟକୁ ପୂର୍ଣ୍ଣାଙ୍ଗ କରିବାରେ ସମର୍ଥ ହେବେ । ସଭାସମିତିରେ ଯୋଗ ଦେଇପାରନ୍ତି । ଆର୍ଥିକ ସ୍ଥିତି ମଜବୁତ ରହିବ କିନ୍ତୁ ଦେଖି ଚାହିଁ ଖର୍ଚ୍ଚ କରନ୍ତୁ । ପରିବାରରେ ହସଖୁସିର ମହୋଲ ରହିବ । ସ୍ଵାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ମାଆ ତାରିଣୀ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ନାନା ପ୍ରକାର ସମସ୍ୟାକୁ କେନ୍ଦ୍ର କରି ମନରେ ସରସତା ରହିବ ନାହିଁ । ସପ୍ତମରେ ଶୁକ୍ର ଓ ପାପଗ୍ରହ ରହିଥିବାରୁ ଆଜିର ଯାତ୍ରାରେ ସାମାନ୍ୟ ହଇରାଣ ହେବାକୁ ପଡ଼ିପାରେ । ବ୍ୟବସାୟରେ କ୍ଷତି ସହିବାକୁ ପଡିବ । କିନ୍ତୁ ନିୟମାନୁବର୍ତ୍ତିତା ଓ କାର୍ଯ୍ୟଦକ୍ଷତା କାରଣରୁ କର୍ମକ୍ଷେତ୍ରରେ କେତେକାଂଶରେ ଉପକୃତ ନିଶ୍ଚୟ ପାଇବେ । ଅଫିସରେ ଉପୁଜିଥିବା ବିବାଦୀୟ ପରିସ୍ଥିତିରେ ମିଠା କଥା କହି ପରିସ୍ଥିତିକୁ ନିୟନ୍ତ୍ରନ୍ତଧୀନ କରିପାରିବେ । ବନ୍ଧୁ ଓ ସହକର୍ମୀଙ୍କ ସାହାଯ୍ୟରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ । ମନ ପାଉ ନ ଥିଲେ ମଧ୍ୟ ସଭାସମିତିରେ ଅନ୍ୟମାନଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ । ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରନ୍ତୁ । ଅଯଥାରେ ଜୀବନସାଥିଙ୍କ ସହ ପାଟିତୁଣ୍ଡ ହୋଇପାରେ । ସ୍ଵାସ୍ଥ୍ୟ ସମସ୍ୟାରେ ସମ୍ୟକ ସୁଧାର ଆସିବ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ଶାରଳା ।

Leave a Reply

Your email address will not be published. Required fields are marked *