29 ସେପ୍ଟେମ୍ବର 2020, ମଙ୍ଗଳବାର- ୭ଟିର ବ୍ୟକ୍ତିଙ୍କୁ ସତର୍କତାର ସହ ଦିନଚର୍ଯ୍ୟା କରିବାକୁ ପଡିବ । ବିଭିନ୍ନ ପ୍ରକାର ବାଧାବିଘ୍ନର

29 ସେପ୍ଟେମ୍ବର 2020, ମଙ୍ଗଳବାର- ୭ଟିର ବ୍ୟକ୍ତିଙ୍କୁ ସତର୍କତାର ସହ ଦିନଚର୍ଯ୍ୟା କରିବାକୁ ପଡିବ । ବିଭିନ୍ନ ପ୍ରକାର ବାଧାବିଘ୍ନର ସମ୍ମୁଖୀନ ହେବା ସଙ୍ଗେ ସଙ୍ଗେ ମନରେ ଅଜସ୍ର ଚିନ୍ତା ଲରିରହିବ ।

ଆଜି ଆମେ ଆପଣଙ୍କୁ ୨୯ ସେପ୍ଟେମ୍ବର ମଙ୍ଗଳବାରର ରାଶିଫଳ କହିବାକୁ ଯାଉଛି । ରାଶିଚକ୍ର ମନୁଷ୍ୟ ଜୀବନ ଉପରେ ଗଭୀର ପ୍ରଭାବ ପକାଇଥାଏ । ଗ୍ରହନକ୍ଷେତ୍ର ଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି, ଏହାର ପ୍ରଭାବ ବ୍ୟକ୍ତିଙ୍କ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଗ୍ରହର ପରିବର୍ତ୍ତନ ଫଳରେ ରାଶିଗୁଡିକ ଉପରେ ମଧ୍ୟ ଭଲ ହେଉ ବା ମନ୍ଦ କିଛି ନା କିଛି ପ୍ରଭାବ ନିଶ୍ଚୟ ପଡିଥାଏ । ଗ୍ରହର ସ୍ଥିତି ଭଲ ଥିଲେ ବ୍ୟକ୍ତିର ଜୀବନରେ ଏହାର ସୁପ୍ରଭାବ ପଡିଥାଏ ଓ ବ୍ୟକ୍ତି ଉନ୍ନତି କରିଥାଏ କିନ୍ତୁ ଗ୍ରହ ସ୍ଥିତି ଭଲ ନ ଥିଲେ, ବ୍ୟକ୍ତିର ଜୀବନରେ ବିଭିନ୍ନ ପ୍ରକାର ସମସ୍ୟା ଓ ପ୍ରତିବନ୍ଧକ ଲାଗି ରହିଥାଏ । ଜୋତିଷଙ୍କ ଅନୁସାରେ ରାଶିଗୁଡିକ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ରହିବ । ଆଜି ଗୁରୁଚନ୍ଦ୍ର ଯୋଗ ପ୍ରଭାବରୁ ସକାଳୁ ସକାଳୁ ଅର୍ଥ ଲାଭ କରିବେ ଓ କର୍ମକ୍ଷେତ୍ରରେ କାର୍ଯ୍ୟସିଦ୍ଧି ହେବ । ବ୍ୟବସାୟ ବାଣିଜ୍ୟରେ ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଆର୍ଥିକ ଅଭିବୃଦ୍ଧି, ସକାଳୁଆ ଯାତ୍ରା କେତେକାଂଶରେ ଶାନ୍ତି ପ୍ରଦାୟକ ହେବ । ବନ୍ଧୁମାନଙ୍କ ସହ ଶୁଭ କାର୍ଯ୍ୟ ପରିପ୍ରେକ୍ଷୀରେ ଦିନଟି ବିତାଇବେ । ଅଫିସ କାର୍ଯ୍ୟକୁ ନେଇ ସାମୟିକ ଚିନ୍ତିତ ରହିବେ । ସାଧାରଣ ଆଲୋଚନା କ୍ଷେତ୍ରରେ ମାନସିକ ଦ୍ୱନ୍ଦ୍ୱ ଲାଗି ରହିବ । ଆକସ୍ମିକ ଭାବେ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ । ସହକର୍ମୀ କିମ୍ବା ଅନ୍ୟର ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ । ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଧୁର ହେବ । ପରିବାରରେ ସ୍ନେହ, ଶ୍ରଦ୍ଧା ଅତୁଟ ରହିବ । ମଧ୍ୟାହ୍ନରେ ସାମୟିକ ପେଟ ଯନ୍ତ୍ରଣା ହୋଇପାରେ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ପ୍ରଭୁ ଗଣେଶ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ଦିନଟି ଭଲ ରହିଲେ ମଧ୍ୟ ସ୍ଵସ୍ଥ୍ୟାବସ୍ଥାକୁ ସାମୟିକ ଚିନ୍ତିତ ରହିବେ । ଭାଗ୍ୟସ୍ଥାନରେ ଶୁକ୍ର ଅବସ୍ଥାନ କରିଥିବା ଯୋଗୁଁ ପୂର୍ବ ପରିକଳ୍ପିତ ନୂତନ ଗୃହ, ଅନୁଷ୍ଠାନ, ବାଣିଜ୍ୟାରମ୍ଭ କରିପାରନ୍ତି । ବ୍ୟବସାୟରେ ସ୍ଥିତି ଭଲ ରହିବ । ଅଫିସରେ ଉଚ୍ଚାଧିକାରୀଙ୍କ ସହ ଯୋଗାଯୋଗ କରିବେ ଓ ଦୃଢ ମନୋବଳ ନେଇ ମନ କଥା କହିବାରେ ସକ୍ଷମ ହେବେ । ସାମାଜିିକ ସ୍ତରରେ ବନ୍ଧୁଙ୍କ ନିକଟରୁ ଯାହା ଓ ଯେତିକି ପାଉଛନ୍ତି ତାହାକୁ ଆଦରର ସହିତ ଗ୍ରହଣ କରିବା ଭଲ ହେବ । ପାରିବାରିକ କ୍ଷେତ୍ରରେ ନିଜର ସମ୍ପର୍କୀୟମାନଙ୍କ ସହଯୋଗରୁ ଉପକୃତ ହେବେ ଓ କାର୍ଯ୍ୟସିଦ୍ଧି ଅବଶ୍ୟ ଘଟିବ । ଦୂରଦର୍ଶିତା ଅଭାବରୁ କୌଣସି କ୍ଷେତ୍ରରେ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ । ପରିବାରର ସଦସ୍ୟଙ୍କ ଠାରୁ ସ୍ନେହ ଶ୍ରଦ୍ଧା ପାଇବେ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଶାରଳା ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ଦିନଟି ମାଶ୍ରଣ ଫଳ ପ୍ରଦାନ କରିବ । ଶନିଙ୍କ ଦଶମଦୃଷ୍ଟି ପ୍ରଭାବରୁ ପରିବାରର ଅଭିଯୋଗକୁ ନେଇ ଅନୁତାପ କରିବାକୁ ପଡିପାରେ । ଆଜି ଘର କାମ ସାଙ୍ଗକୁ ଅଫିସ କାମର ଜଞ୍ଜାଳ ବଢିଯିବବ, ଫଳରେ ମାନସିକ ବ୍ୟସ୍ତତା ବୃଦ୍ଧି ପାଇବ । କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା ଯୋଗୁଁ ପାଦେ ପାଦେ ସମସ୍ୟା ଓ ପ୍ରତିବନ୍ଧକର ସମ୍ମୁଖୀନ ହେବେ । ବ୍ୟବସାୟିକ କ୍ଷେତ୍ରରେ ଆର୍ଥିକ ସ୍ଥିତି ଦୁର୍ବଳ ରହିବ । ସହକର୍ମୀଙ୍କ ସହ ଅର୍ଥକୁ କେନ୍ଦ୍ର କରି ଅନର୍ଥ ସୃଷ୍ଟି ହୋଇପାରେ । ଅଫିସରେ କୌଣସି କାମର ଟିକେ ଗତିରୋଧ ହୋଇପାରେ । ଉଚ୍ଚାଧିକାରୀ ଆପଣଙ୍କ କାର୍ଯ୍ୟକୁ ତର୍ଜମା କରିପାରନ୍ତି । ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ନୂତନପନ୍ଥା ଅନୁସରଣ କରିବେ । ଦାମ୍ପତ୍ୟ ଜୀବନ ପ୍ରେମମୟ ରହିବ । ସହଧର୍ମୀଙ୍କ ସହଯୋଗ ଫଳରେ ମନୋବଳ ଦୃଢ ହେବ । ସ୍ୱାସ୍ଥ୍ୟ ଦ୍ରୁଷ୍ଟିରୁ ଅସୁସ୍ଥତା ଅନୁଭବ କରିପାରନ୍ତି । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ବଗଳାମୁଖୀ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଆପଣଙ୍କ ଲାଗି ଦିନଟି ଉତ୍ସାହପୂର୍ଣ୍ଣ ରହିବ । ଚତୁର୍ଥ ଏକାଦଶାଧିପ ରାଶିରେ ଥିବାରୁ ଚେଷ୍ଟା ସଫଳ ହେବାରେ କୌଣସି ଅସୁବିଧା ହେବ ନାହିଁ । ବନ୍ଧୁମାନଙ୍କ ସହ କୈାଣସି ଗୁରୁତ୍ୱପୂର୍ଣ୍ଣ ବିଷୟୟକୁ ନେଇ ଆଲୋଚନା କରିବେ । କର୍ମକ୍ଷେତ୍ରରେ ବିଶିଷ୍ଟ ବ୍ୟକ୍ତିମାନଙ୍କ ସାନ୍ନିଧ୍ୟ ଲାଭର ସୌଭାଗ୍ୟ ପାଇବେ । ବିଗତ ଦିନମାନଙ୍କରେ ଅଟକି ଯାଇଥିବା କାମଗୁଡିକ ସହଜ ଓ ସୁବିଧାରେ ସମ୍ପାଦନ କରିପାରିବେ । ବ୍ୟବସାୟରେ ଆର୍ଥିକ ସ୍ଥିତି ଭଲ ରହିବ । ଅଫିସରେ ସୁସ୍ଥ ବାତାବରଣ ରହିବ । ଆନୁଷ୍ଠାନିକ କାର୍ଯ୍ୟରେ ବ୍ୟସ୍ତ ରହିବେ ଏବଂ ଚେଷ୍ଟା କରୁଥିବା କାମରେ ସମ୍ମାନ ଲାଭ କରିବେ । ପରିବାରରେ ସୁଖଶାନ୍ତି ବଜାୟ ରହିବ । ସ୍ଵାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ଆଶ୍ୱସ୍ଥି ଅନୁଭବ କରିପାରନ୍ତି । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ବିମଳା ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ମନରେ ଆତ୍ମ ବିଶ୍ଵାସ ରଖନ୍ତୁ, ଇଷ୍ଟଦେବୀଙ୍କୁ ସ୍ମରଣ କରନ୍ତୁ । ପାପଗ୍ରହ ମଧ୍ୟସ୍ଥ ଚନ୍ଦ୍ରଙ୍କ ଯୋଗୁଁ କଥାବାର୍ତ୍ତାରେ ସଂଯମତା ନ ରଖିଲେ ବିଭିନ୍ନ ପ୍ରକାରର ସମସ୍ୟା ଜାଲରେ ଛନ୍ଦି ହୋଇପାରନ୍ତି । ଖଳ ଲୋକମାନଙ୍କ ଦ୍ୱାରା ଗୁଜବ ମାନସିକ ସ୍ଥିତିକୁ ଦୋହଲାଇ ଦେଇପାରେ । ଅତୀତର କିଛି ଘଟଣାକୁ ସ୍ମରଣ କରିବା ଫଳରେ କର୍ମକ୍ଷେତ୍ରରେ କାର୍ଯ୍ୟ କରିବାର ଶୈଳୀରେ ମନ୍ଥର ହୋଇପାରେ । କର୍ମକ୍ଷେତ୍ରରେ ସହକର୍ମୀମାନଙ୍କ ସହ ଶତ୍ରୁତା ବଢିପାରେ । ରାଜନୀତି ସ୍ତରରେ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ । ଆନୁଷ୍ଠାନିକ କାମ, ଗୃହ, ଜମିଜମା, ଗାଡ଼ି ମୋଟର, ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ମାନସିକତା ଅକ୍ଷୁର୍ଣ୍ଣତା ରହିବ । ପ୍ରତ୍ୟେକ କ୍ଷେତ୍ରରେ କୌଶଳପୂର୍ଣ୍ଣ କଥା କହି ପଡ଼ୋଶୀଙ୍କ ସହ ସୁସମ୍ପର୍କ ରକ୍ଷା କରିବାରେ ସମର୍ଥ ହେବେ । ପ୍ରେମ ସମ୍ବନ୍ଧ ଭଲ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ବାବା ଭୋଳାନାଥ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ନିରାଶ ହୁଅନ୍ତୁ ନାହିଁ, ବିଳମ୍ବ ହେଲେ ମଧ୍ୟ କାର୍ଯ୍ୟରେ ସଫଳତା ନିଶ୍ଚୟ ମିଳିବ । ରାଶିରେ ଶନିଙ୍କ ପ୍ରଭାବ ଯୋଗୁଁ କାମଗୁଡିକ ବିଳମ୍ବରେ ସମ୍ପାଦିତ ହେବ । କର୍ମକ୍ଷେତ୍ରରେ ଅନ୍ୟମାନଙ୍କ କଥାକୁ ଗ୍ରହଣ କରି ଉପକୃତ ହେବେ । କାମଗୁଡିକ ସମୀକ୍ଷା କରି ବ୍ୟସ୍ତତା ଅନୁଭବ କରିପାରନ୍ତି । ଅଫିସରେ ଆୟୋଜିତ ବୈଠକରେ ନୀରବତାର ସହ ସମସ୍ତଙ୍କ ମନ୍ତବ୍ୟକୁ ଶୁଣନ୍ତୁ । ନିଜର ଆତ୍ମୀୟସ୍ଵଜନଙ୍କ ଅକାଟ୍ୟ ଉକ୍ତି ଯୋଗୁଁ ମନରେ ଚିନ୍ତା ବଢିପାରେ । ଅଭାବନୀୟ ପରିସ୍ଥିତି କ୍ରମଶଃ ବଦଳିଯିବ ଓ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ଅବଶ୍ୟ ପାଇବେ । ଅଯଥା ଯୁକ୍ତିତର୍କ କିମ୍ବା ଅନ୍ୟର ବ୍ୟକ୍ତିଗତ ଜୀବନରେ ହସ୍ତକ୍ଷେପ କରନ୍ତୁ ନାହିଁ । କେତେକ ସ୍ଥଳରେ ସହଧର୍ମୀଙ୍କ ପରାମର୍ଶ ନେଇ କାର୍ଯ୍ୟ କଲେ ଉପକୃତ ହେବ । ନିର୍ଦ୍ଧାରିତ ସମୟରେ ଖାଦ୍ୟପେୟ କରନ୍ତୁ, ଅନ୍ୟଥା ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇପାରେ । ଶୁଭରଙ୍ଗ: ହଳଦିଆ । ଆରାଧନା: ମାଆ ଶାରଳା ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ଧାର୍ମିକ କାର୍ଯ୍ୟରେ ପ୍ରତି ମନରେ ଆଗ୍ରହ ଜନ୍ମିବ । କର୍ମାଧିପ ନିଜ ଭାବରୁ ଅଷ୍ଟମସ୍ଥ ଯୋଗୁଁ କାମରେ ସଫଳତା ପାଇବା କଷ୍ଟକର ହୋଇପାରେ । ବ୍ୟବସାୟ ବାଣିଜ୍ୟକୁ ଭିତ୍ତି କରି ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି । କର୍ମକ୍ଷେତ୍ରରେ ଅସମ୍ପୂର୍ଣ୍ଣ କାମକୁ ପୂର୍ଣ୍ଣାଙ୍ଗ କରିବାରେ ଜଣେ ବ୍ୟକ୍ତି ସାହାଯ୍ୟ କରିବେ । କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି । ଦୀର୍ଘ ଦିନରୁ କର୍ମକ୍ଷେତ୍ରରେ ଲାଗିଥିବା ସମସ୍ୟାର ସମଧାନ ହୋଇଯିବ । ସାମାଜିକ କାର୍ଯ୍ୟରେ ସହଭାଗିତା କରିପାରନ୍ତି । ଗୋଟିଏ ପଟେ ଆଜି ପିଲା ମାନଙ୍କର ସ୍ଵାସ୍ଥ୍ୟ ବାରମ୍ବାର ଖରାପ ହେଉଥିବାରୁ ମନ ଭଲ ରହିବ ନାହିଁ । ଅନ୍ୟପକ୍ଷରେ ଆପଣ ସ୍ନାୟବିକ ଦୁର୍ବଳତା ଯୋଗୁଁ ଯନ୍ତ୍ରଣା ଅନୁଭବ କରିବେ । ପରିବାରରେ ଆର୍ଥକୁ କେନ୍ଦ୍ର କରି କିଛିଟା ବ୍ୟତିକ୍ରମ ଦେଖାଦେଇପାରେ । ଶୁଭରଙ୍ଗ: ବାଦାମୀ । ଆରାଧନା: ପ୍ରଭୁ ହନୁମାନ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ମନରେ ସକାରାତ୍ମକ ଭାବନା ରଖନ୍ତୁ । ରାଶିରେ କେତୁର ଅବସ୍ଥାନ ଯୋଗୁଁ ସାବଧାନତା ସହକାରେ କାମ କରିବା ଭଲ ହେବ, ଅନ୍ୟଥା କେତେକ ସାମାନ୍ୟ ଭୁଲ୍‌ରୁ କାମଗୁଡିକ ବିଶୃଙ୍ଖଳିତ ହୋଇପାରେ । ଆପଣଙ୍କ ପ୍ରତ୍ୟକ କଥାକୁ ବନ୍ଧୁମାନେ ଭୁଲ ବୁଝିବେ । ପରୋକ୍ଷ ଶତ୍ରୁତା ଆଚରଣ କରୁଥିବା ବ୍ୟକ୍ତିମାନେ ଆପଣଙ୍କୁ ଅସୁବିଧାରେ ପକାଇବା ପାଇଁ ଚେଷ୍ଟା କରିବେ । ବ୍ୟବସାୟ କ୍ଷେତ୍ରରେ ପ୍ରଚାର ପ୍ରସାର କରିବା ଲାଗି ଚେଷ୍ଟା କରିବେ । କୌଣସି ମିଥ୍ୟା ଗୁଜବ ମାନସିକ ସ୍ଥିତିକୁ ଦୋହଲାଇ ଦେଇପାରେ । ସମାଜରେ ଜନହିତ କାର୍ଯ୍ୟରେ ଯୋଗେ ଦେବେ । ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା କାରଣରୁ ସ୍ତ୍ରୀଙ୍କ ସହ ମନାନ୍ତର ଘଟିବାର ସୂଚନା ରହିଛି । ସାମାଜିକ କାର୍ଯ୍ୟରେ ଆପଣଙ୍କର ରୁଚି ବଢ଼ିବ । ଖାଦ୍ୟପାନୀୟ ପ୍ରତି ସଜାଗ ରହନ୍ତୁ । ଶୁଭରଙ୍ଗ: ହଳଦିଆ । ଆରାଧନା: ମାଆ ଅମ୍ବିକା ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ବିଭିନ୍ନ ପ୍ରକାରରର ସମସ୍ୟାକୁ କେନ୍ଦ୍ରକରି ବିଶେଷ କିଛି ଅସୁବିଧା ନ ଥିଲେ ମଧ୍ୟ ମାନସିକ ସ୍ଥିତି ଭଲ ରହିବ ନାହିଁ । ଆଜିର ଗ୍ରହଯୋଗରୁ ଦୀର୍ଘଦିନରୁ ପ୍ରତିକ୍ଷିତ କାର୍ଯ୍ୟ ସକାଶେ ଆତ୍ମୀୟ ସ୍ୱଜନମାନଙ୍କ ଉପସ୍ଥିତି ଯୋଗୁଁ ଖୁସୀ ହେବେ । ବ୍ୟବସାୟ କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଅଫିସରେ ସହକର୍ମୀଙ୍କ ସହଯୋଗ ପାଇବେ ଓ ଉଚ୍ଚାଧିକାରୀ ଆପଣଙ୍କ କାମରେ ସନ୍ତୁଷ୍ଟ ରହିବେ । ଅନ୍ୟମାନଙ୍କ ଘରୋଇ କଥାର ଆଲୋଚନା ସମ୍ପର୍କୀୟ ଅଯଥା ଚିନ୍ତା କରିପାରନ୍ତି । ଦେହ ଭଲ ରହିଲେ ମଧ୍ୟ ସାମୟିକ ପେଟ ଓ ମୁଣ୍ଡର ରୋଗରେ କଷ୍ଟ ପାଇବେ । ପାରିବାରିକ ଜଞ୍ଜାଳ ବୃଦ୍ଧି ଯୋଗୁଁ ମନରେ ବିସ୍ତାପ ସୃଷ୍ଟି ହେବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ତାରିଣୀ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ପ୍ରଭୁଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ । ପାପଗ୍ରହ ମଧ୍ୟସ୍ଥ ଗୁରୁ ହେତୁ କର୍ମକ୍ଷେତ୍ରରେ ଭୁଲ୍‌ ବୁଝାମଣାରୁ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ । ମାନସିକ ସ୍ଥିତି ଦୁର୍ବଳ ରହିବା କାରଣରୁ ମନ ଭଲ ରହିବ ନାହିଁ । ପରୋକ୍ଷଶତ୍ରୁତା କାରଣରୁ କାମ ହାସଲ କରିବାରେ କେତେକ ପ୍ରତିବନ୍ଧକ ଦେଖାଦେବ କିନ୍ତୁ ସାମାନ୍ୟ ବ୍ୟତିକ୍ରମ ଲାଗି ରହିଲେ ମଧ୍ୟ ବ୍ୟବସାୟ, ବାଣିଜ୍ୟରେ ଉନ୍ନତି କରିବେ । କର୍ମକ୍ଷେତ୍ରରେ କୌଣସି ମିଥ୍ୟା ଅଭିଯୋଗରେ ଫସି ପାରନ୍ତି । ଇଚ୍ଛା ନ ଥିଲେ ମଧ୍ୟ କେତେକ ପରିସ୍ଥିତିରେ ହାତରୁ ଖାଇ ପର ପାଇଁ ଖଟିବାକୁ ପଡିପାରେ । ଜମିଜମା କିମ୍ବା ଘରସୀମାକୁ କେନ୍ଦ୍ରକରି ଟଣାଓଟରା ଦେଖା ଦେଇପାରେ । ପରିବହନ ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ ଦୂର ହେବ । ପାରିବାରିକ କ୍ଷେତ୍ରରେ ମନକୁ ଆଘାତ ଲାଗିଲା ପରି କଥା ଶୁଣିବେ । ଶୁଭରଙ୍ଗ: ସବୁଜ । ଆରାଧନା: ସୂର୍ଯ୍ୟଦେବ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ରହିବ । ରାଶିରେ ଶୁକ୍ର ପ୍ରଭାବ ଯୋଗୁଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇ କେତେକ କାମ ସହଜରେ ହାସଲ କରିବେ । କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତିବିଶେଷ ସହାୟତା କରିବେ । ଆଜିର ବ୍ୟବସାୟ, ବାଣିଜ୍ୟରେ ଆଶାତୀତ ଉନ୍ନତି କରିବେ । ଅଫିସରେ କାର୍ଯ୍ୟର ଚାପ ଅଧିକ ରହିଲେ ମଧ୍ୟ ସହକର୍ମୀଙ୍କ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ । ପଡୋଶୀଙ୍କ ସହ ସୁସମ୍ପର୍କ ରକ୍ଷା କରିବାରେ ସମର୍ଥ ହେବେ । ପାରିବାରିକ ଜୀବନରେ ଉଚିତ୍‌ ବୁଝାମଣା ରହିବା ହେତୁ ସାମୟିକ ଶାନ୍ତି ଲାଭ କରିବେ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ, ପୁରାତନ ରୋଗର ପାଦୁର୍ଭାବ ଦେଖାଦେଇପାରେ । ଶୁଭରଙ୍ଗ: ମେରୁନ । ଆରାଧନା: ମାଆ ଗାୟତ୍ରୀ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ଭଗବାନଙ୍କୁ ସ୍ମରଣ କରନ୍ତୁ, ସମ୍ଭାବ୍ୟ ସଙ୍କଟ ଦୂର ହେବ । ବୁଧ ରାଶିଠାରୁ ଅଷ୍ଟମସ୍ଥ ହେତୁ ପରିବାରରେ ସମସ୍ୟା ସମାଧାନ ନ ହେବା କାରଣରୁ ଟେନସନ୍‌ ବଢିଯିବ । ଆପଣ ଯେତେ ଭଲ କାମ କଲେ ମଧ୍ୟ ଅନ୍ୟମାନଙ୍କ ଦୋଷ ଖୋଜି ବୁଲିବେ । ବ୍ୟବସାୟ ଓ କର୍ମକ୍ଷେତ୍ରରେ ତରବରିଆ ପଦକ୍ଷେପ ନିଅନ୍ତୁ ନାହିଁ । ପରୋକ୍ଷ ଶତ୍ରୁତା ଯୋଗୁଁ କର୍ମକ୍ଷେତ୍ରରେ ନାନା ପ୍ରକାର ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । ଅଫିସରେ ସହଯୋଗ ଭିତ୍ତିରେ କାମ କଲେ ଉପକୃତ ପାଇବେ । ଚେଷ୍ଟା କରୁଥିବା କାମରେ ବିଳମ୍ବରେ ସଫଳତା ପାଇବେ । ପାରିପାର୍ଶ୍ୱିକ ସ୍ଥିତି କେତେକାଂଶରେ ବଦଳିଯିବା କାରଣରୁ ସାମାନ୍ୟ ଚିନ୍ତିତ ରହିପାରନ୍ତି । ପରିବାରରେ ହସଖୁସିର ବାତାବରଣ ରହିବ । କଠିନ ପରିଶ୍ରମ ହେତୁ ସାମୟିକ ଅସୁସ୍ଥତା ଅନୁଭବ କରିପାରନ୍ତି । ଶୁଭରଙ୍ଗ: ବାଦାମୀ । ଆରାଧନା: ମାଆ ମଙ୍ଗଳା ।

Be the first to comment

Leave a Reply

Your email address will not be published.


*