29 ଅକ୍ଟୋବର 2020, ଗୁରୁବାର- ମାଆ ଲକ୍ଷ୍ମୀଙ୍କ କୃପାରୁ ଆଜି ଏହି ୩ଟି ରାଶିର ବ୍ୟକ୍ତିମାନେ ଉନ୍ନତିର ଶିଖରରେ ପହଞ୍ଚିବେ

29 ଅକ୍ଟୋବର 2020, ଗୁରୁବାର- ମାଆ ଲକ୍ଷ୍ମୀଙ୍କ କୃପାରୁ ଆଜି ଏହି ୩ଟି ରାଶିର ବ୍ୟକ୍ତିମାନେ ଉନ୍ନତିର ଶିଖରରେ ପହଞ୍ଚିବେ । ଉଦ୍ୟମ ସଫଳ ହେବ ଓ ଆର୍ଥିକ ସ୍ଥିତି ମଜବୁତ ରହିବ ।

ଆଜି ଆମେ ଆପଣଙ୍କୁ ୨୯ ଅକ୍ଟୋବର ଗୁରୁବାରର ରାଶିଫଳ କହିବାକୁ ଯାଉଛି । ରାଶିଚକ୍ର ମନୁଷ୍ୟ ଜୀବନ ଉପରେ ଗଭୀର ପ୍ରଭାବ ପକାଇଥାଏ । ଗ୍ରହନକ୍ଷେତ୍ର ଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି, ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଗ୍ରହର ପରିବର୍ତ୍ତନ ଫଳରେ ରାଶିଗୁଡିକ ଉପରେ ମଧ୍ୟ ଭଲ ହେଉ ବା ମନ୍ଦ, କିଛି ନା କିଛି ପ୍ରଭାବ ନିଶ୍ଚୟ ପଡିଥାଏ । ଗ୍ରହର ସ୍ଥିତି ଭଲ ଥିଲେ ବ୍ୟକ୍ତିର ଜୀବନରେ ଏହାର ସୁପ୍ରଭାବ ପଡିଥାଏ ଓ ବ୍ୟକ୍ତି ଉନ୍ନତି କରିଥାଏ କିନ୍ତୁ ଗ୍ରହ ସ୍ଥିତି ଭଲ ନ ଥିଲେ, ବ୍ୟକ୍ତିର ଜୀବନରେ ବିଭିନ୍ନ ପ୍ରକାର ସମସ୍ୟା ଓ ପ୍ରତିବନ୍ଧକ ଲାଗି ରହିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ସମସ୍ୟା ଜାଲରେ ଛନ୍ଦି ହେବା ପରି ଅନୁଭବ କରିବେ । ଦ୍ୱିଜା ନକ୍ଷତ୍ରର ଦୀର୍ଘଦିନରୁ ଅଟକି ରହିଥିବା କାମଗୁଡ଼ିକ ଯୋଗୁ ମାନସିକ ଶାନ୍ତି ବ୍ୟାହତ ହେବ । କର୍ମକ୍ଷେତ୍ରରେ ସ୍ଥିତି ସୁଦୃଢ କରିବେ । କିନ୍ତୁ କାର୍ଯ୍ୟ ହାସଲ କରିବା ନିମନ୍ତେ ଖର୍ଚ୍ଚାନ୍ତ ବଢିବାର ସମ୍ଭାବନା ରହିଛି । ବନ୍ଧୁମାନଙ୍କ ସହ ଆଲୋଚନା ଯୋଗୁଁ ସାମୟିକ ମନକୁ ଆଶ୍ୱସ୍ତି ମିଳିବ ଏବଂ କର୍ମକ୍ଷେତ୍ରରେ ଉପୁଜିଥିବା ସମସ୍ୟାକୁ ବନ୍ଧୁଙ୍କ ନିକଟରେ ଉପସ୍ଥାପନ କରିବାରେ କୁଣ୍ଠାବୋଧ କରିବେ ନାହିଁ । ବନ୍ଧୁଙ୍କ ପରମର୍ଶକୁ ପାଥେୟ କରି କାର୍ଯ୍ୟ କରିବେ ଓ ସମସ୍ୟାରୁ ମୁକ୍ତ ହୋଇପାରିବେ । ଅଫିସରେ କାର୍ଯ୍ୟର ଚାପ ଅଧିକ ରହିବ ତଥାପି ନିଷ୍ଠାର ସହ କାର୍ଯ୍ୟ ସମ୍ପାଦନ କରିବେ କିନ୍ତୁ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି । ବାଦବିବାଦ ଠାରୁ ଦୂରେଇ ରୁହନ୍ତୁ । ଜୀବନସାଥୀଙ୍କ ସହିତ ସମ୍ବନ୍ଧରେ ମଜବୁତ ରହିବ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ମାଆ ଶାରଳା ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ମନରେ ଆତ୍ମବିଶ୍ଵାସ ରଖନ୍ତୁ ଏବଂ ଭଗବାନଙ୍କ ଉପରେ ଭରସା ରଖନ୍ତୁ । ରୋହିଣୀ ନକ୍ଷତ୍ରର ଅଭାବ ପୂରଣ ଦିଗରେ ସହକର୍ମୀ, ବନ୍ଧୁ କିମ୍ବା ପାଖ ପଡ଼ୋଶୀମାନେ ଆଗେଇ ଆସିବେ । ବ୍ୟବସାୟ, ବାଣିଜ୍ୟରେ ବିଭିନ୍ନ ପ୍ରକାର ବାଧାବିଘ୍ନ ମଧ୍ୟ ଦେଇ ଗତି କରିବାକୁ ପଡିବ । ତେଣୁ ଧୌର୍ଯ୍ୟହରା ନ ହୋଇ ନିଜ କର୍ତ୍ତବ୍ୟ ଅନୁଯାୟୀ କାର୍ଯ୍ୟ କରିଚାଳନ୍ତୁ । ଅଫିସରେ ସହକର୍ମୀଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ । ସଭାସମିତିରେ ବିତର୍କଜନିତ ଅସ୍ଥିରତାର ସୂଚନା ମଧ୍ୟ ରହିଛି । ଅର୍ଥାଭାବର ଦୁଃପରିସ୍ଥିତିକୁ ସମ୍ମୁଖୀନ କରିବାକୁ ପଡିବ । ଜଣେ ପଡ଼ୋଶୀ କିମ୍ବା ବନ୍ଧୁଙ୍କ ଜରିଆରେ ଦୀର୍ଘଦିନର ଆଶା ଫଳବତୀ ହେବ । ନିକଟ ସମ୍ପର୍କୀୟମାନେ ସାମୟିକ ସୁଯୋଗକୁ ନିଜର ସ୍ଵାର୍ଥ ସାଧନ ଦିଗରେ ଲଗାଇପାରନ୍ତି । ବନ୍ଧୁମାନେ ଭୁଲ୍‌ ବୁଝାମଣା କାରଣରୁ ଭାଇ, ଭଉଣୀ ଏପରିକି ପରିବାର ସହ ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇପାରେ । ଶୁଭରଙ୍ଗ: ଧଳା। ଆରାଧନା: ମାଆ ତାରିଣୀ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ଲକ୍ଷ୍ୟପ୍ରାପ୍ତ ଦିଗକୁ ଅଗ୍ରସର ହେବେ । ମୃଗଶିରା ନକ୍ଷତ୍ର ପ୍ରଭାବରୁ ଆଜି ଗୃହ, ଜମିଜମା, ବନ୍ଧୁ ସମ୍ପର୍କ ଓ ପାରିବାରିକ ଦିଗରୁ ଅନୁକୂଳ ଫଳ ପାଇବେ । ବ୍ୟବସାୟରେ ଆଶାତୀତ ଲାଭ ପାଇବେ । କର୍ମକ୍ଷେତ୍ରରେ ପରିସ୍ଥିତି ଯେତେ ଜଟିଳ ହେଲେ ମଧ୍ୟ ଆପଣଙ୍କର କୌଣସି ପ୍ରକାର ଅସୁବିଧା ହେବନାହିଁ । ବ୍ୟବସାୟିକ ଦୃଷ୍ଟିକୋଣରୁ ନୂତନ ଚୁକ୍ତିପତ୍ର ସ୍ଵାକ୍ଷରିତ ହୋଇପାରେ । ଗଠନ ମୂଳକ ପ୍ରେରଣା ଦେଇ କର୍ମକ୍ଷେତ୍ରରେ କିମ୍ବା ବନ୍ଧୁ ଗହଣରେ ପ୍ରଶଂସିତ ହେବେ । ଆଶା କରିଥିବା ଦିଗରୁ ଅର୍ଥ କିମ୍ବା ଶୁଭ ଖବର ପାଇ ଖୁସୀ ହେବେ । ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ । ଆନୁଷ୍ଠାନିକ କାମରେ ନୀଚ ମନୋଭାବର ବ୍ୟକ୍ତିିଙ୍କ ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହେବାର ସୂଚନା ରହିଛି । ଶାରୀରିକ ଦୃଷ୍ଟିକୋଣରୁ ସ୍ନାୟବିକ ଦୁର୍ବଳତାର ଶିକାର ହୋଇପାରନ୍ତି । ଶୁଭରଙ୍ଗ: ଗୋଲାପୀ । ଆରାଧନା: ସୂର୍ଯ୍ୟଦେବ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ବିଭିନ୍ନ ପ୍ରତିବନ୍ଧକ ଓ ପରୋକ୍ଷ ଶତ୍ରୁତା ରହିଥିଲେ ମଧ୍ୟ ଆପଣ ନିଜ କାର୍ଯ୍ୟକୁ ସଂପୂର୍ଣ୍ଣ କରିବାରେ କୌଣସି ଅସୁବିଧା ହେବ ନାହିଁ । କିନ୍ତୁ କୌଣସି ବ୍ୟକ୍ତିଙ୍କ ସହ ମନାନ୍ତର ହୋଇପାରେ । ବ୍ୟବସାୟ ବାଣିଜ୍ୟରେ ସ୍ଥିତି ଭଲ ରହିବ । କର୍ମକ୍ଷେତ୍ରରେ ସମସ୍ୟା ଆପେ ଆପେ ଦୂରେଇ ଯିବ । ଆର୍ଥିକ କ୍ଷେତ୍ରରେ ମଧ୍ୟ ପରିବର୍ତ୍ତନ ଆସିବ । ଅଫିସରୁ ଆସିବା ବେଳକୁ ନିଜ ମନ ପସନ୍ଦର ଜିନିଷଟି କିଣି ପାରନ୍ତି । ସାମାଜିକ କାର୍ଯ୍ୟ କରି ଯଥେଷ୍ଟ ସମ୍ମାନ ପାଇବେ । ପ୍ରଶାସନିକ ସ୍ତରରେ ବୁଝାମଣା ନେଇ ତିକ୍ତତା ସୃଷ୍ଟି ହୋଇପାରେ । ଅତୀତର କେତେକ ବିବାଦୀୟ ଘଟଣାକୁ ସ୍ମରଣ କରି ମନ ବିସ୍ତାପ ରହିବ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇପରେ । ଦାମ୍ପତ୍ୟ ଜୀବନ ପ୍ରେମପୂର୍ବକ ବିତିବ କିନ୍ତୁ ଭୁଲ୍‌ ବୁଝାମଣାରୁ ପାରିବାରିକ କଳହକୁ କେନ୍ଦ୍ରକରି ଭାବପ୍ରବଣ ହୋଇପାରନ୍ତି । ଶୁଭରଙ୍ଗ: ନୀଳ । ଆରାଧନା: ମାଆ ହିଙ୍ଗୁଳା ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ଭାଗ୍ୟ ପରିବର୍ତ୍ତେ ନିଜ ପରିଶ୍ରମ ଉପରେ ବିଶ୍ୱାସ ରଖନ୍ତୁ । ମଘା ନକ୍ଷତ୍ର ପ୍ରଭରୁ ସାମୟିକ ପାରିବାରିକ ସମସ୍ୟା ନେଇ ଅନ୍ତର୍ଦ୍ୱନ୍ଦ୍ୱ ଲାଗି ରହିବ । ଆଜିର ଯାତ୍ରା, ବାଣିଜ୍ୟ, ପ୍ରତିଦ୍ୱନ୍ଦ୍ୱିତା ଆପଣଙ୍କ ସକାଶେ ବିଶେଷ ଅନୁକୂଳ ରହି ନ ପାରେ । ପରିବାର ଓ କର୍ମକ୍ଷେତ୍ରରେ ରହିଥିବା ବ୍ୟତିକ୍ରମ ବିଷୟ ଚିନ୍ତାକରି ମନ ବିଚଳିତ ରହିବ । ଅଫିସରେ ସହକର୍ମୀଙ୍କ ସହ ସମ୍ପର୍କ ଭଲ ରହିଲେ ମଧ୍ୟ ମଧ୍ୟାହ୍ନରେ ସହକର୍ମୀମାନେ ମିଥ୍ୟା ଆରୋପରେ ଦୋଷୀ ସାବ୍ୟସ୍ତ କରିପାରନ୍ତି । କୌଣସି କ୍ଷେତ୍ରରେ ପୁଞ୍ଜି ନିବେଶ କରିବା ପୂର୍ବରୁ ଅଭିଜ୍ଞ ବ୍ୟକ୍ତିମାନଙ୍କ ପରାମର୍ଶ ନିଅନ୍ତୁ । ରାଜନୀତିରେ ଓ ସାଂଗଠନିକ କ୍ଷେତ୍ରରେ ବହୁତ ଜନକଲ୍ୟାଣ କାମ ହାତକୁ ନେଇ ପ୍ରଶଂସିତ ହୋଇପାରନ୍ତି । ଆତ୍ମୀୟମାନଙ୍କ ସହ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢିପାରେ । ପରିବାରରେ ହଠାତ ନିଜର ପ୍ରତିକ୍ରିୟା ପ୍ରକାଶ କରନ୍ତୁ ନାହିଁ । ଶୁଭରଙ୍ଗ: ଧଳା । ଆରାଧନା: ବାବା ଆଖଣ୍ତଳମଣି ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ଭଗବାନଙ୍କ ଉପରେ ଭରସା ରଖନ୍ତୁ, ବିଳମ୍ବ ହେଲେ ମଧ୍ୟ କାର୍ଯ୍ୟରେ ସଫଳତା ପ୍ରାପ୍ତ କରିବେ । ଚିତ୍ରା ନକ୍ଷତ୍ର ଯୋଗୁଁ ବିବାଦରୁ ଦୂରେଇ ରହିବା ଭଲ ହେବ । ଯାହା ପାଇବାକୁ ଆଶା ବାନ୍ଧି ବସିଛନ୍ତି ତାହା ନିରର୍ଥକ ହୋଇପାରେ । ବିଭିନ୍ନ ବିଷୟକୁ କେନ୍ଦ୍ର କରି ଅଯଥା ମାନସିକ ଦ୍ୱନ୍ଦ୍ୱର ସମ୍ମୁଖୀନ ହୋଇପାରନ୍ତି । ମିତ୍ରମାନେ ସହଯୋଗର ହାତ ବଢ଼ାଇବେ । କର୍ମକ୍ଷେତ୍ର ଓ ପରିବାରରେ ପୁରୁଣା ସମସ୍ୟାଗୁଡିକ ତୁଟି ଯାଇଥିଲେ ବି ଆକସ୍ମିକ ଭାବେ ନୂତନ ସମସ୍ୟା ଦେଖା ଦେଇପାରେ । ବ୍ୟବସାୟ ଆୟ ବ୍ୟୟ ତାଳମେଳ ରହିବ ନାହିଁ । ଚାକିରିରେ ସାମାନ୍ୟ ଅଶାନ୍ତିର ସାମ୍ନା କରିବେ । ସାମାଜିକ କାର୍ଯ୍ୟକଳାପରେ ସମସ୍ୟା ସମାଧାନ ପରିପ୍ରେକ୍ଷୀରେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସାହାଯ୍ୟ ଲାଭ କରିବେ । ଯାହାଫଳରେ ମନକୁ ସାମୟିକ ମାନସିକ ଶାନ୍ତି ମିଳିବ । ପରିବାର ସଦସ୍ୟଙ୍କ ସହଯୋଗ ପାଇବା ଫଳରେ ମନୋବଳ ଦୃଢ ହେବ । ଶୁଭରଙ୍ଗ: ନୀଳ । ଆରାଧନା: ମାଆ ମାଣିକେଶ୍ଵରୀ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ଦିନଟି ଆପଣଙ୍କ ଲାଗି ମିଶ୍ରଣ ଫଳ ପ୍ରଦାନ କରିବା । ଧନାଧିପ ଶୁକ୍ର ପାପଗ୍ରହ ରାହୁ ନକ୍ଷତ୍ରସ୍ଥ ହେତୁ ଅର୍ଥ ସମ୍ପର୍କିତ ବିବାଦ ସୃଷ୍ଟି ହେବାର ଆଶଙ୍କା ରହିଛି । ବ୍ୟବସାୟ ବାଣିଜ୍ୟରେ ବିଭିନ୍ନ ପ୍ରକାର ପ୍ରତିବନ୍ଧକ ମଧ୍ୟ ଦେଇ ଗତି କରିବାକୁ ପଡିବ । ବନ୍ଧୁମାନଙ୍କ ସହଯୋଗରୁ ସମାଧାନର ସରଳ ସୂତ୍ର ବାହାର କରିବାରେ ସମର୍ଥ ହେବେ । ବହୁତ ବାଦାନୁବାଦ ପରେ ଅଫିସରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ ଓ ଛୋଟ ଛୋଟ କାମ ହାତକୁ ନେଲେ ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି । ଅର୍ଥ ସଂପର୍କିତ କୌଣସି ଚୁକ୍ତିପତ୍ର ସ୍ଵାକ୍ଷର କଲେ, ଅସୁବିଧାରେ ପଡ଼ିପାରନ୍ତି । ନିଜ ଲୋକମାନେ ଈର୍ଷାପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେବାରେ ସମର୍ଥ ହେବେ । ଶାରୀରିକ ଦୁର୍ବଳତା ଯୋଗୁଁ କାର୍ଯ୍ୟ କରିବା ନିମନ୍ତେ ମନରେ ଆଗ୍ରହ ପ୍ରକାଶ କରିବେ ନାହିଁ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ଶାରଳା ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ରହିବ । ଭାଗ୍ୟାଧିପ ଚନ୍ଦ୍ର କର୍ମସ୍ଥାନରେ ରହିଥିବାରୁ ପ୍ରତ୍ୟେକ କ୍ଷେତ୍ରରେ ମନ ବୁଝିଲା ଭଳି କଥା କହି କାମ ହାସଲ କରିବେ । ଆଜି ଶତ୍ରୁମାନେ ମିତ୍ରତାର ହାତ ବଢାଇବେ । କୌଣସି କ୍ଷେତ୍ରରେ ପୁଞ୍ଜି ନିବେଶ କରିବା ପୂର୍ବରୁ ଅଭିଜ୍ଞ ବ୍ୟକ୍ତିମାନଙ୍କ ପରାମର୍ଶ ନିଅନ୍ତୁ । ବ୍ୟବସାୟ ବାଣିଜ୍ୟରେ ନାନା ପ୍ରକାର ସମସ୍ୟା ଦେଖାଦେଇପାରେ । କର୍ମକ୍ଷେତ୍ରରେ ବୀରଙ୍କ ଭଳି ସମସ୍ତ ସମସ୍ୟାର ସମ୍ମୁଖୀନ କରି ସମସ୍ୟାର ସମାଧାନ କରିବାରେ ସମର୍ଥ ହେବେ । ରାଜନୀତିରେ ଓ ସାଂଗଠନିକ କ୍ଷେତ୍ରରେ ବହୁତ ଜନକଲ୍ୟାଣ କାମ ହାତକୁ ନେଇ ପ୍ରଶଂସିତ ହୋଇପାରନ୍ତି । ଆତ୍ମୀୟମାନଙ୍କ ସହ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢିପାରେ । ପରିବାରରେ ଶାନ୍ତଶିଷ୍ଟର ବାତାବରଣ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ବାବା ଆଖଣ୍ତଳମଣି ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ମନ ଉତ୍ସାହ ରହିବ, ନିଜ କାର୍ଯ୍ୟରେ ବ୍ୟସ୍ତ ରହିବେ । କିନ୍ତୁ ରାଶିରେ ପାପଗ୍ରହ ପ୍ରଭାବରୁ ପ୍ରତ୍ୟେକ ସ୍ତରରେ ସରଳ ଭାବେ ଅନ୍ୟମାନଙ୍କୁ ବିଶ୍ୱାସ କରି ହଇରାଣରେ ପଡ଼ିପାରନ୍ତି । ବ୍ୟବସାୟ, ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସଦସ୍ୟଙ୍କ ସହ ଆଲୋଚନା କରନ୍ତୁ । ଅଫିସରେ କାର୍ଯ୍ୟଭାର ଅଧିକ ରହିବ, ତେଣୁ ତରବାରିଆ ହୋଇ କୌଣସି ପଦକ୍ଷେପ ନିଅନ୍ତୁ ନାହିଁ । ଆମଦାନୀ କାରବାର, ଜମିଜମା ସମ୍ବନ୍ଧୀୟ କଥାବାର୍ତ୍ତା ପ୍ରଭୃତିରେ ଉନ୍ନତମାନର ସୁଫଳ ପାଇବେ । ବନ୍ଧୁଟି ପ୍ରତି ସତର୍କ ରୁହନ୍ତୁ, ନଚେତ ଅସୁବିଧାର ସମ୍ମୁଖୀନ ହୋଇ ପାରନ୍ତି । ଦୀର୍ଘଦିନ ପରେ ଆଜି ଶାରୀରିକ ସୁସ୍ଥତା ଫେରିପାଇବେ । ଭୁଲ୍‌ ବୁଝାମଣା କାରଣରୁ ନିକଟ ସମ୍ପର୍କୀୟଙ୍କ ସହ ସମ୍ପର୍କ ହାନୀ ହୋଇପାରେ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ଗୌରୀ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ମାନସିକ ଚାପ ସାଙ୍ଗକୁ ବିଭିନ୍ନ ଦିଗରୁ ପ୍ରତିବନ୍ଧକର ସାମ୍‌ନା କରି କାମ ହାସଲ କରିବାକୁ ପଡ଼ିବ । ଧନିଷ୍ଠା ନକ୍ଷତ୍ର ପ୍ରଭାବରୁ ବ୍ୟବସାୟ, ବାଣିଜ୍ୟରେ ସମସ୍ୟାର ସମ୍ମୁଖୀନ କରିବାକୁ ପଡିବ । ଆଳସ୍ୟ ଓ ଅବହେଳା ଯୋଗୁଁ କେତେକ କାର୍ଯ୍ୟ ହାତଛଡା କରିପାରନ୍ତି । ଅଫିସରେ ଆୟୋଜିତ ବୈଠକରେ ବିପକ୍ଷଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ । ସାମାଜିକ କାର୍ଯ୍ୟରେ ସହଭାଗିତା କରିପାରନ୍ତି । ପାରିବାରିକ କ୍ଷେତ୍ରରେ ଓ ଆର୍ଥିକ କ୍ଷେତ୍ରରେ କିଛି ବ୍ୟତିକ୍ରମ ମଧ୍ୟ ପରିଲକ୍ଷିତ ହୋଇପାରେ । ପରିବାରରେ ସ୍ତ୍ରୀଙ୍କ ସହ ଭୁଲ୍‌ ବୁଝାମଣା ହୋଇପାରେ । ସମ୍ପର୍କ ଭଲ ଥିଲେ ମଧ୍ୟ ବନ୍ଧୁଙ୍କ ଅଶୋଭନୀୟ ଆଚରଣ ମନରେ ସନ୍ଦେହ ସୃଷ୍ଟି କରିବ । ସତର୍କତା ଅଭାବରୁ ଧନହାନି, କଳହ କିମ୍ବା କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ କାଳୀଜାଈ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

କର୍ମକ୍ଷେତ୍ରରେ ନିରପେକ୍ଷ ରହି ଅସଜଡ଼ା ସ୍ଥିତିକୁ ସଜାଡିବାରେ ସମର୍ଥ ହେବେ । ଶୁକ୍ରଙ୍କ ଶୁଭ ପ୍ରଭାବରୁ ମନରେ ନୂଆ ନୂଆ ଉଦ୍ଧିପାନ ଜାଗ୍ରତ ହେବେ । ଅଭିମାନ କରି ରହିଥିବା ବନ୍ଧୁଙ୍କୁ ମନ ବୁଝଲା ଭଳି କଥା କହି ଆପଣାଇ ନେବେ । ନୂତନ ଗୃହ, ଯାନବାହନ, ଯାନ୍ତ୍ରିକ ଜିନିଷ, ଧାତୁ ଅଳଙ୍କାର ପ୍ରଭୃତି ମୂଲ୍ୟବାନ ଜିନିଷ ପାଇଁ ମନ ବଳାଇବେ । କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ସକାଶେ ମନ ବଳାଇପାରନ୍ତି । ସରକାରୀ କ୍ଷେତ୍ରରୁ ଆଶା କରିଥିବା କୌଣସି କାଗଜପତ୍ର ସମ୍ପର୍କିତ ଶୁଭ ସୂଚନା ପାଇ ମନ ଖୁସୀ ହୋଇଯିବ । ସମାଜରେ ବା ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରହିବ । କିଛିଟା ପାରିବାରିକ ସମସ୍ୟା ଥିଲେ ମଧ୍ୟ କାମଗୁଡିକୁ ସମ୍ପନ୍ନ କରିବାରେ କୌଣସି ଅସୁବିଧା ହେବ ନାହିଁ । ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ । ପରିବାରରେ କାହାରି ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତିତ ରହିବେ । ଶୁଭରଙ୍ଗ: ଧୂସର । ଆରାଧନା: ମାଆ ସମଲେଶ୍ଵରୀ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ଆଜି ବନ୍ଧୁମାନଙ୍କ ସାହାଯ୍ୟ ଓ ସହଯୋଗର ଅଭାବ ରହିବ ନାହିଁ । ପୂର୍ବଭାଦ୍ରପବ ନକ୍ଷତ୍ର ଯୋଗୁଁ ଆଶାଜନକ ଅର୍ଥପ୍ରାପ୍ତି ସଙ୍ଗେ ସଙ୍ଗେ କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ପ୍ରାପ୍ତ କରିବେ । ବ୍ୟବସାୟ ବାଣିଜ୍ୟରେ ସମସ୍ୟା ଦୂର ହେବା ସଙ୍ଗେ ସଙ୍ଗେ ଆର୍ଥିକ ସ୍ବଚଳତାରେ ମଧ୍ୟ ଉନ୍ନତି ପରିଲକ୍ଷିତ ହେବ । ସ୍ଵାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣ ରହିବା ଫଳରେ କୌଣସି ନୂତନ କର୍ମାରମ୍ଭ କରିବାକୁ ମନ ବଳାଇବେ । ଅଫିସରେ ସହକର୍ମୀ ଏବଂ ଅଧିକାରୀମାନଙ୍କ ସହିତ ବ୍ୟବହାର ଭଲ ରହିବ କିନ୍ତୁ ମଧ୍ୟାହ୍ନରେ ଆକସ୍ମିକ ଭାବେ ଏକ ସାଧାରଣ କଥାକୁ କେନ୍ଦ୍ରକରି ସହକର୍ମୀଙ୍କ ସହ ତିକ୍ତତା ବା ଯୁକ୍ତିତର୍କ ଲାଗିବାର ସମ୍ଭାବନା ରହିଛି । ଆନୁଷ୍ଠାନିକ କିମ୍ବା ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଲେ ପ୍ରତିଷ୍ଠା ସାଙ୍ଗକୁ ପ୍ରଶଂସିତ ହେବେ । ଅଯଥା ଖର୍ଚ୍ଚ କରନ୍ତୁ ନାହିଁ, ଯଥାସମ୍ଭବ ଚେଷ୍ଟା କରନ୍ତୁ; କିଛି ସଞ୍ଚୟ କରିବା ନିମନ୍ତେ । ପରିବାରରେ ହସଖୁସିର ମହୋଲ ରହିବ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ବାବା ଭୋଳାନାଥ ।

Be the first to comment

Leave a Reply

Your email address will not be published.


*