29 ମାର୍ଚ୍ଚ 2020, ରବିବାର- ଆଜିର ଗ୍ରହ ନକ୍ଷେତ୍ରର ସ୍ଥିତି ଅନୁସାରେ ୩ଟି ରାଶିର ବ୍ୟକ୍ତି ସତର୍କତାର ସହ ଦିନଚର୍ଯ୍ୟା କରନ୍ତୁ । ନଚେତ

29 ମାର୍ଚ୍ଚ 2020, ରବିବାର- ଆଜିର ଗ୍ରହ ନକ୍ଷେତ୍ରର ସ୍ଥିତି ଅନୁସାରେ ୩ଟି ରାଶିର ବ୍ୟକ୍ତି ସତର୍କତାର ସହ ଦିନଚର୍ଯ୍ୟା କରନ୍ତୁ । ନଚେତ ବାଦବିବାଦର ସମ୍ମୁଖୀନ ହୋଇପାରନ୍ତି । ଅନ୍ୟ ରାଶିର ବ୍ୟକ୍ତିଙ୍କ ପାଇଁ ଦିନଟି ଶୁଭଦାୟକ ରହିବ ।

ଦୈନନ୍ଦିନ କାର୍ଯ୍ୟକଳାପରେ ଗ୍ରହମାନଙ୍କ ପ୍ରଭାବ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ, ଜ୍ୟୋତିଷଙ୍କ ଅନୁସାରେ ଗ୍ରହ ନକ୍ଷେତ୍ରଙ୍କ ପରିବର୍ତ୍ତନ ସର୍ବଦା ଲାଗି ରହିଥାଏ । ଯାହାଫଳରେ ମନୁଷ୍ୟ ଜୀବନରେ ପରିବର୍ତ୍ତନ ଦେଖା ଯାଇଥାଏ । ଗ୍ରହର ସ୍ଥିତି ଠିକ ଥିଲେ ବ୍ୟକ୍ତିର ଜୀବନ ଠିକ ଚାଲିଥାଏ କିନ୍ତୁ ଗ୍ରହ ସ୍ଥିତି ଠିକ ନ ଥିଲେ, ବ୍ୟକ୍ତିର ଜୀବନରେ ସମସ୍ୟା ଲାଗି ରହିଥାଏ । ଗ୍ରହ ନକ୍ଷେତ୍ରଗୁଡି଼କ ନିରନ୍ତର ପରିବର୍ତ୍ତନ ଘଟିଥାଏ, ଯେଉଁଠି କାରଣରୁ ମନୁଷ୍ୟର ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖା ଦେଇଥାଏ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

www.livehindustan.com

ଆଜି ଆପଣ ନିଜର ଊର୍ଜାକୁ ଠିକ ରୂପେ ବ୍ୟବହାର କରିବେ । ମୁଖଭାଗରେ ଶୁକ୍ର ଓ ଚନ୍ଦ୍ର ଥିବାରୁ ହସ, ଖୁସି, ମଜାମଉଜରେ ଦିନଟି ଅତିବାହିତ ହେବ । ଆଶା କରୁଥିବା ବନ୍ଧୁଙ୍କ ଠାରୁ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ୱିତ କରିବେ । ଆର୍ଥିକ ସ୍ଥିତିରେ ସୁଧାର ହେବ । ଆର୍ଥିକ ସ୍ଥିତି ମାନ୍ଦା ରହିବ । କର୍ତ୍ତୃପକ୍ଷ ଆପଣଙ୍କୁ ନୂଆ ପରିଯୋଜନା ଅର୍ପଣ କରିପାରନ୍ତି । ପାରିବାରିକ କ୍ଷେତ୍ରରେ ଅତୀତ ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ହେବ । ବାଦବିବାଦ, ଯୁକ୍ତିତର୍କରେ ଆପଣ ଯଶସ୍ୱୀ ହେବେ । ଅପରାହ୍ନ ସମୟ ପରେ ଆପଣ ମାନସିକ ଓ ଶାରୀରିକ ସୁସ୍ଥତା ଅନୁଭବ କରିବେ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: ନୀଳ । ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

www.livehindustan.com

ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ରହିବ । ଗ୍ରହସ୍ଥିତି ଆପଣଙ୍କ ମନରେ ପ୍ରସନ୍ନତା ଭରିଦେବ । କର୍ମକ୍ଷେତ୍ରସ୍ଥ ପ୍ରତ୍ୟେକ ସ୍ଥଗିତ କାମକୁ ପୂର୍ଣ୍ଣ କରିବାରେ ଆଶା ବାନ୍ଧିବେ ଓ ମନ୍ଥର ଗତିରେ ଅଗ୍ରସର ହେବାକୁ ଚେଷ୍ଟା କରିବେ । ପରୋକ୍ଷଭାବେ ଶତ୍ରୁତା କରୁଥିବା ଅନେକ ଲୋକ ଆପଣଙ୍କ ପଛରେ କିନ୍ତୁ କିଛି ଅସୁବିଧା କରିବାକୁ ଚେଷ୍ଟା କରିପାରନ୍ତି, ସେଥିପ୍ରତି ଜାଗ୍ରତ ରୁହନ୍ତୁ । ଆର୍ଥିକ ସ୍ଥିତି ପୂର୍ବଭଳି ରହିବ । ଜୀବନ ସାଥୀଙ୍କ ସହିତ ସମ୍ବନ୍ଧ ଭଲ ରହିବ । ପାରିବାରିକ କ୍ଷେତ୍ରରେ ଧୈର୍ଯ୍ୟ ଓ ସହନଶୀଳତା ବଜାୟ ରହିବ । ପୂରାତନ ରୋଗ ନେଇ ବିଚଳିତ ହୋଇପାରନ୍ତି । ଶୁଭରଙ୍ଗ: ଗୋଲାପୀ । ଆରାଧନା: ମାଆ ନାରାୟଣୀ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

www.livehindustan.com

ନକାରାତ୍ମକ ଚିନ୍ତା ମନରୁ ବାହାର କରି ଦିଅନ୍ତୁ । ସ୍ଵସ୍ଥାନହନ୍ତା ବୃହସ୍ପତି ପାପଯୁକ୍ତ ହେତୁ ପରିବାରରେ ଭୁଲ୍‌ ବୁଝାମଣାଜନିତ ଟିକିଏ ଟିକିଏ କଥାରେ କଳହ ଲାଗିପାରେ । ଅବହେଳା କାରଣରୁ ଅଟକି ରହିଥିବା କେତେକ କାମ ପାଇଁ ଆଜି ଅନୁତାପ କରିବାକୁ ପଡିବ । ଆର୍ଥିକ ସମ୍ପର୍କିତ ଝମେଲାର ସମ୍ମୁଖୀନ ହେବାର ସମ୍ଭାବନା ରହିଛି । ସାମାଜିକ ସ୍ତରରେ ସ୍ଵେଚ୍ଛାସେବୀ କାର୍ଯ୍ୟ କରିବା ପାଇଁ ତତ୍ପର ହେବେ । ସଭାସମିତି, ଜମିଜମା, ଆଲୋଚନା ସ୍ଥଗିତ ରହିବ । ସହିପଡୋଶୀଙ୍କ ସହ ଅସହିଷ୍ଣୁ ମନୋଭାବରୁ ମାନସିକ ଶାନ୍ତି ବ୍ୟାହତ ହୋଇପାରେ । ଜୀବନସାଥୀଙ୍କ ସହ ସମ୍ବନ୍ଧ ଭଲ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମହାଲକ୍ଷ୍ମୀ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

www.livehindustan.com

ମନରେ ନୂଆ ନୂଆ ଭାବନା ଭାବନା ଉତ୍ପନ ହେବ । ଶୁଭଭାବରେ ଗ୍ରହଙ୍କ ସ୍ଥିତି ଆପଣଙ୍କ ଦୈହିକ ଏବଂ ମାନସିକ ସ୍ଥିତିକୁ ଋଦ୍ଧିମନ୍ତ କରିବ । କର୍ମକ୍ଷେତ୍ରରେ ଆପଣଙ୍କ କାର୍ଯ୍ୟ ଦେଖି ଉଚ୍ଚାଧିକାରୀ ସହକର୍ମୀ ସମସ୍ତେ ପ୍ରଶଂସା କରିବେ । ଆର୍ଥିକ ସ୍ଥିତିକୁ ନେଇ ସମ୍ୟକ ଚିନ୍ତିତ ରହିବେ । ପୂର୍ବ ବିବାଦକୁ କେନ୍ଦ୍ରକରି ନିଜର ଲୋକମାନେ ଦୂରେଇ ଯିବା କାରଣରୁ ମନ ଭଲ ଲାଗିବ ନାହିଁ । ସ୍ଵାସ୍ଥ୍ୟ ପ୍ରତି ସାବଧାନତା ଅବଲମ୍ବନ କରନ୍ତୁ, ନତୁବା ଅସୁବିଧାର ସମ୍ମୁଖୀନ ହେବେ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ସୂର୍ଯ୍ୟଦେବ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

www.livehindustan.com

ଧାର୍ମିକ କାର୍ଯ୍ୟରେ ସେବା କରିବାର ଅବସର ମିଳିପାରେ । ଶନିଙ୍କ ଶୁଭଦୃଷ୍ଟି ପ୍ରଭାବରେ କର୍ମକ୍ଷେତ୍ରରେ ପ୍ରବଳ ଇଚ୍ଛାଶକ୍ତି ଆପଣଙ୍କୁ ସାହାଯ୍ୟ କରିବାରେ ସମର୍ଥ ହେବ । କିନ୍ତୁ ଘରୋଇ ସମସ୍ୟା ଓ ବିବାଦ ମନବଳକୁ ଦୁର୍ବଳ କରିପାରେ । ଆର୍ଥିକ ସ୍ଥିତିରେ ଲାଗି ରହିଥିବା ଚିନ୍ତା ସମ୍ୟକ ଦୂର ହେବ । ଗଠନମୂଳକ କାର୍ଯ୍ୟରେ ନେତୃତ୍ୱ ଗ୍ରହଣ କରି ଉଚ୍ଚପ୍ରଶଂସିତ ହେବେ । ସାମାଜିକ ସ୍ତରରେ ଜିଦ୍‌ରେ ଅଟଳ ରହି ସମସ୍ୟାକୁ ନିମନ୍ତ୍ରଣ କରି ପାରନ୍ତି । ଜୀବନସାଥୀଙ୍କ ପ୍ରେମ ଓ ସୁଖ ପାଇବେ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ହର ପାର୍ବତୀ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

www.livehindustan.com

ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ । ଦୀର୍ଘଦିନର ପ୍ରଚେଷ୍ଟା ପରେ ଋଣ ସୂତ୍ରରେ ଆଜି ହିଁ ଅର୍ଥଲାଭ କରିବେ । ଅସମର୍ଥିତ ସୂତ୍ରରୁ ବିଭ୍ରାନ୍ତିକର ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି । କର୍ମକ୍ଷେତ୍ରରେ ଅଟକି ରହିଥିବା କାର୍ଯ୍ୟ ସକାଶେ ଅନୁତାପ କରିବେ । ଶତ୍ରୁତା କରୁଥିବା ବ୍ୟକ୍ତିମାନେ ଆଗରେ ନ ହେଲେ ମଧ୍ୟ ପଛରେ ବିଭିନ୍ନ ପ୍ରକାର ଆକ୍ଷେପୋକ୍ତି କରିପାରନ୍ତି । ପରିବାରର ଛୋଟ ଛୋଟ କଥାରେ ମଧ୍ୟସ୍ଥତା କଲେ ଅପମାନିତ ହେବାକୁ ପଡ଼ିପାରେ । ଦାମ୍ପତ୍ୟ ଜୀବନ ଆନନ୍ଦମୟ ହେବ । ଶରୀରପୀଡ଼ା କଷ୍ଟକର ହେବ । ଶୁଭରଙ୍ଗ: ନୀଳ । ଆରାଧନା: ମାଆ ମଝିଘରିଆଣୀ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

www.livehindustan.com

ଜରୁରୀ କାମରେ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ । ଅଷ୍ଟମସ୍ଥ ଚନ୍ଦ୍ର ଆପଣଙ୍କ କାମକୁ ପ୍ରତିହତ କଲେ ମଧ୍ୟ ଅର୍ଥସଂକଟରୁ ମୁକ୍ତ କରାଇବ । ବନ୍ଧୁଙ୍କ ମାଧ୍ୟମରେ ଅର୍ଥ ଲାଭ ସଙ୍ଗକୁ ସମସ୍ୟା ସମାଧାନ କରିବା ସମର୍ଥ ହୋଇପାରନ୍ତି । ମହତ୍ବପୂର୍ଣ୍ଣ ଲୋକଙ୍କ ସହିତ ସାକ୍ଷାତ୍‌ ଆଲୋଚନା କରିବେ । ରାଜନୈତିକ ପ୍ରଭାବ ବୃଦ୍ଧି ହେବ । ଶନି କ୍ଷେତ୍ରସ୍ଥ ଶୁକ୍ର କୋଣଭାବସ୍ଥ ଯୋଗୁଁ ଯେଉଁ ଜିନିଷଟି ପାଇବା ପାଇଁ ଅପେକ୍ଷାରେ ଅଛନ୍ତି ତାହା ବହୁ ବିଳମ୍ବରେ ପାଇବେ । ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ନିଜ ଲୋକମାନେ ଈର୍ଷାପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେଇପାରନ୍ତି । ପାରିବାରିକ ଓ ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ସନ୍ତୋଷୀମାତା ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

www.livehindustan.com

ପୂରା ଦିନ ଖୁସି ମନରେ ରହିବେ । ଆଜି ଖର୍ଚ୍ଚାନ୍ତ ହୋଇ କାମ ହାସଲ କରିବେ, କିନ୍ତୁ ଶୁକ୍ରଙ୍କ ଶୁଭତ୍ୱରୁ କାରଣରୁ ପରିବାରରେ ଖୁସିର ବାତାବରଣ ରହିବ । ଜୀବନସାଥୀଙ୍କ ଆବଶ୍ୟକତା ଠାରୁ ଅଧିକ ସୁଖ ପାଇବେ । କିନ୍ତୁ ବ୍ୟୟ ଅଧିକ ଯୋଗୁଁ ମନରେ ସରସତା ରହିବ ନାହିଁ । କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାରର ପ୍ରତିବନ୍ଧକ ମଧ୍ୟ ଦେଇ ଗତି କରିବାକୁ ପଡିବ । ଜନକଲ୍ୟାଣ କାର୍ଯ୍ୟ, ପ୍ରଶାସନିକ ସ୍ତରରେ ସାହସିକତା ପ୍ରଦର୍ଶନ କରି ଉଚ୍ଚପ୍ରଶଂସିତ ହୋଇପାରନ୍ତି । ସମାଜରେ ଆପଣଙ୍କୁ ମାନ ସମ୍ମାନ ମିଳିବ । ପିଲା ଦିନର ବନ୍ଧୁଙ୍କ ସହ ଯୋଗାଯୋଗ ସ୍ଥାପନ ହୋଇପାରେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭୈରବୀ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

www.livehindustan.com

ଦିନଟି ମହତ୍ତ୍ବପୂର୍ଣ୍ଣ ରହିବ । ଚନ୍ଦ୍ରଙ୍କ ସ୍ଥିତି ପ୍ରଭାବରେ ଆପଣଙ୍କ ବିଚାରଧାରାର ପରିବର୍ତ୍ତନ ପ୍ରତ୍ୟେକ କ୍ଷେତ୍ରରେ ଅଶାନ୍ତ ପରିସ୍ଥିତି ସୃଷ୍ଟି କରିବ । ସମସ୍ୟାର ସମାଧାନ ବଦଳରେ ନୂଆ ନୂଆ ସମସ୍ୟମାନ ଦେଖାଦେଇପାରେ, ଯାହା ଭବିଷ୍ୟତର ଉନ୍ନୟନମୂଳକ କାମ ପାଇଁ ବାଧକସାଜିର ସମ୍ଭାବନା ରହଛି । ମାନସିକ ଅଶାନ୍ତିକୁ ଦୂରେଇବାରେ ପ୍ରିୟବନ୍ଧୁଙ୍କ ଅବଦାନକୁ ଭୁଲି ପାରିବେ ନାହିଁ । ପାରିବାର ସଦସ୍ୟଙ୍କ ମଧ୍ୟ ସୁସମ୍ପର୍କ ବଜାୟ ରହିବ । ରାଜନୀତି, କଳା, ସାହିତ୍ୟ, ଚଳଚ୍ଚିତ୍ର ଓ ସଙ୍ଗୀତ ଚର୍ଚ୍ଚା ପାଇଁ ଦିନଟି ବହୁତ ଭଲ । ଶୁଭରଙ୍ଗ: ଧଳା । ଆରାଧନା: ମହାଲକ୍ଷ୍ମୀ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

www.livehindustan.com

ଦିନଟି ଆପଣଙ୍କ ବଢିଆ ରହିବ । ରାଶ୍ୟାଧିପତିଙ୍କ ସୁପ୍ରଭାବ ଯୋଗୁଁ କାର୍ଯ୍ୟସିଦ୍ଧି, ଆରୋଗ୍ୟ ଲାଭ, ଆର୍ଥିକ ଉନ୍ନତି ହେତୁ ମନରେ ଖୁସି ଅନୁଭବ କରିବେ । ସମାଜରେ ଲୋକପ୍ରିୟତା ବଢ଼ିବ । ରାଜନୀତିରେ ଥିବା ଲୋକମାନେ ଜନସଚେତନା ବା ସମାଜ ସେବାରେ ନିଜକୁ ନିୟୋଜିତ କରାଇବେ । ଅଫିସରେ କୌଣସି କାମ ଲାଗି ଆପଣଙ୍କୁ ପ୍ରଶଂସା ମିଳିବ । ପଡୋଶୀଙ୍କ ମାଧ୍ୟମରେ ଆନନ୍ଦ ଦାୟକ ଖବର ପାଇ ବିସ୍ମିତ ହୋଇପାରନ୍ତି । ପ୍ରେମ ଆଳାପ ପାଇଁ ଭଲ ଦିନଟିଏ । ସ୍ଵାସ୍ଥ୍ୟ ପ୍ରାୟତଃ ଭଲ ରହିବାରୁ ମାନସିକ ଶାନ୍ତି ଫେରି ଆସିବ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ପାଟଣେଶ୍ଵରୀ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

www.livehindustan.com

ଆପଣ ଶାନ୍ତ ଓ ଚିନ୍ତା ମୁକ୍ତ ରହିବେ । ମଙ୍ଗଳଯୁକ୍ତ ଶନିଙ୍କ ପ୍ରଭାବରେ ଘରେ ରହି ସମସ୍ୟା ସମାଧାନ କରିବାରେ ସମର୍ଥ ହେବେ । ସ୍ଵାସ୍ଥ୍ୟ ମୋଟାମୋଟି ଭଲ ରହିବ ଏବଂ ଚିନ୍ତା କରୁଥିବା କାର୍ଯ୍ୟରେ ବାଧାବିଘ୍ନ ଦୂରେଇଯିବ । କର୍ମକ୍ଷେତ୍ରରେ ସହକର୍ମୀ ଓ ଉପରିସ୍ଥ କର୍ମଚାରୀଙ୍କଠାରୁ ପ୍ରଶଂସିତ ହେବେ । ରାଜନୀତିରେ ଖ୍ୟାତି ବଢ଼ିବ । ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରନ୍ତୁ । ଜନକଲ୍ୟାଣ କାମ କରିବା ପରିପ୍ରେକ୍ଷୀରେ ଜନପ୍ରିୟ ହେବେ । କିଛି ସମୟ ପାଇଁ ନିଜ ଲୋକମାନଙ୍କ କାର୍ଯ୍ୟକଳାପ ଦେଖି ସମ୍ୟକ ବ୍ୟସ୍ତ ବିବ୍ରତ ହୋଇପାରନ୍ତି । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ମାଆ ଗାୟତ୍ରୀ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

www.livehindustan.com

ଦିିନଟି ଆପଣଙ୍କ ପାଇଁ ଖୁବ୍‌ ଭଲ । ମୁଖଭାବରେ ଚନ୍ଦ୍ର ଥିବାରୁ ଆପଣଙ୍କ ମଧୁରବୋଳା ମନଲୋଭା କଥାରେ ଅନ୍ୟମାନଙ୍କର ମନକୁ ସହଜରେ କିଣିନେବେ । କିନ୍ତୁ ବନ୍ଧୁଙ୍କ ସହ ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନେ ମତାନ୍ତର ସୃଷ୍ଟି ହୋଇପାରେ । କର୍ମକ୍ଷେତ୍ରରେ ଅତ୍ୟାଧିକ କାର୍ଯ୍ୟଭାର ଯୋଗୁଁ ମନ ବିଚଳିତ ହୋଇଉଠିବ । ଆର୍ଥିକସ୍ଥିତି ପୂର୍ବପରି ରହିବ । ଈର୍ଷାପରାୟଣ ଆତ୍ମୀୟଙ୍କ ମିଥ୍ୟା ଗୁଜବ ସାମୟିକ ମାନସିକ ସ୍ଥିତିକୁ ଦୋହଲାଇ ଦେଇପାରେ । ପାରିବାରିକ ଜୀବନ ଅତ୍ୟନ୍ତ ସୁଖଦାୟକ ରହିବ । ଶୁଭରଙ୍ଗ: ବାଦାମୀ । ଆରାଧନା: ମାଆ ଭଦ୍ରକାଳୀ ।

Leave a Reply

Your email address will not be published. Required fields are marked *