29 ଜୁଲାଇ 2020, ବୁଧବାର- ଆଜି ଏହି ୩ଟି ରାଶିର ବ୍ୟକ୍ତିଙ୍କ ଉପରକୁ ସଙ୍କଟ ଆସିପାରେ । ବିବାଦ, ଦୁର୍ଘଟଣା କିମ୍ବା

29 ଜୁଲାଇ 2020, ବୁଧବାର- ଆଜି ଏହି ୩ଟି ରାଶିର ବ୍ୟକ୍ତିଙ୍କ ଉପରକୁ ସଙ୍କଟ ଆସିପାରେ । ବିବାଦ, ଦୁର୍ଘଟଣା କିମ୍ବା ଆର୍ଥିକ ହାନି ହୋଇପାରେ ।

ମନୁଷ୍ୟର ଦୈନନ୍ଦିନ କାର୍ଯ୍ୟକଳାପରେ ଗ୍ରହମାନଙ୍କ ପ୍ରଭାବ ମନୁଷ୍ୟ ଜୀବନ ପାଇଁ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ । ଜ୍ୟୋତିଷଙ୍କ ଅନୁସାରେ ଗ୍ରହ ନକ୍ଷେତ୍ରଙ୍କ ପରିବର୍ତ୍ତନ ସର୍ବଦା ଲାଗି ରହିଥାଏ । ଯାହାଫଳରେ ମନୁଷ୍ୟ ଜୀବନରେ ପରିବର୍ତ୍ତନ ଦେଖା ଯାଇଥାଏ । ଗ୍ରହର ସ୍ଥିତି ଠିକ ଥିଲେ ବ୍ୟକ୍ତିର ଜୀବନ ଠିକ ଚାଲିଥାଏ କିନ୍ତୁ ଗ୍ରହ ସ୍ଥିତି ଠିକ ନ ଥିଲେ, ବ୍ୟକ୍ତିର ଜୀବନରେ ସମସ୍ୟା ଲାଗି ରହିଥାଏ । ଗ୍ରହ ନକ୍ଷେତ୍ରଗୁଡି଼କ ନିରନ୍ତର ପରିବର୍ତ୍ତନ ଘଟିଥାଏ, ଯେଉଁଥି କାରଣରୁ ମନୁଷ୍ୟର ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖା ଦେଇଥାଏ । ଆଜିର ରାଶିଫଳରେ ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

www.livehindustan.com

ପ୍ରତିଟି କାର୍ଯ୍ୟରେ ବାଦବିବାଦ ଦେଖାଯିବା, ସାବଧାନତା ଅବଲମ୍ବନ କରନ୍ତୁ । ରାହୁ ଯୁକ୍ତ ମଙ୍ଗଳ ହେତୁ ପ୍ରତ୍ୟେକ କାର୍ଯ୍ୟରେ ବିବାଦୀୟ ସ୍ଥିତି ଉତ୍ପନ୍ନ ହୋଇପାରେ । ଯେକୌଣସି କାର୍ଯ୍ୟ ତରବରିଆ ନ ହୋଇ ଧୀରସ୍ଥିର କରନ୍ତୁ । ବ୍ୟବସାୟରେ ଆର୍ଥିକ ସ୍ଥିତି ସାମାନ୍ୟ ଭଲ ରହିବ । ଅଫିସରେ ସହକର୍ମୀ ମାନଙ୍କ ସହ ବାଦ ବିବାଦର ଅବସାନ ଘଟିବ । ଆଲୋଚନା ମାଧ୍ୟମରେ ପାରିବାରିକ ବୁଝାମଣା ସମ୍ପର୍କରେ ଉନ୍ନତି ଘଟିବାର ଆଶା କରାଯାଇପାରେ କିନ୍ତୁ କେତେକ କ୍ଷେତ୍ରରେ ଜିଦ୍‌ଖୋର ପ୍ରବୃତ୍ତି ଯୋଗୁ ହଇରାଣ ହୋଇପାରନ୍ତି । ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । ଶୁଭରଙ୍ଗ: ଗୋଲାପି । ଆରାଧନା: ମାଆ ତାରିଣୀ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

www.livehindustan.com

ମନରେ ସକାତ୍ମକ ଭାବନା ନେଇ କାର୍ଯ୍ୟ କରନ୍ତୁ, ସଫଳତା ନିଶ୍ଚୟ ମିଳିବ । ଶନିଙ୍କ ଶୁଭଦୃଷ୍ଟିରୁ ସ୍ଵାସ୍ଥ୍ୟ ସମସ୍ୟା ପୂର୍ଣ୍ଣ ମାତ୍ରାରେ ଉପଶମ ନ ହେଲେ ମଧ୍ୟ କେତେକାଂଶରେ ପୂର୍ବାପେକ୍ଷା ନିୟନ୍ତ୍ରଣ ମଧ୍ୟରେ ରହିବ । ପ୍ରତ୍ୟେକ କ୍ଷେତ୍ରରେ ବିନୟପୂର୍ଣ୍ଣ କଥା କହି ପରିସ୍ଥିତିକୁ ହାଲୁକା କରିବେ । ଆର୍ଥିକ ସ୍ଥିତି କ୍ରମଶଃ ଦୁର୍ବଳ ରହିବା କାରଣରୁ ସାମୟିକ ଚିନ୍ତା କରିବାକୁ ପଡିବ । ବ୍ୟବସାୟୀମାନେ ଅଧିକ ପରିଶ୍ରମ କରି ଆଶାତୀତ ଲାଭ ପାଇଁ ଯେଉଁ ଆଶା ରଖିଥିଲେ ତାହା ଆଶାରେ ହିଁ ରହିଯିବ । ମାନସିକ ବିଷାଦ, ଦାମ୍ପତ୍ୟ କଳହ, ଭୟ ଆଶଙ୍କା ଗ୍ରସ୍ତ ହେବେ । ସ୍ଵାସ୍ଥ୍ୟ କେତେକାଂଶରେ ଭଲ ରହିବ । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ପ୍ରଭୁ ହନୁମାନ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

www.livehindustan.com

ମନ ଉଦାସୀନରେ ଦିନଟି ଅତିବାହିତ କରିବେ । ନବମ ଚନ୍ଦ୍ର ହେତୁ ଚିନ୍ତା ନ କରି ନିର୍ଭୟରେ ଆଗକୁ ମାଡି ଚାଲନ୍ତୁ, ଦେଖିବେ ଚେଷ୍ଟା ନିଶ୍ଚିତ ଫଳବତୀ ହେବ । ସ୍ଵାସ୍ଥ୍ୟ ସମସ୍ୟା କ୍ରମଶଃ ସୁଧୁରି ଯିବାର ଲକ୍ଷ୍ୟ କରି ସାମୟିକ ଆଶ୍ୱସ୍ତି ଲାଭ କରିପାରନ୍ତି । ବ୍ୟବସାୟ ବାଣିଜ୍ୟରେ ଆର୍ଥିକ ସ୍ଥିତିରେ ମଜବୁତ ରହିବ । ଶତ୍ରୁ ଦୃଷ୍ଟିରେ ରବି ରହିଥିବାରୁ ପଦସ୍ଥବ୍ୟକ୍ତିଙ୍କ ସହ ମତପାର୍ଥ୍ୟକ୍ୟ ଜନିତ କଳହର ଆଶଙ୍କା ରହିଛି । ବନ୍ଧୁଙ୍କ ସାହାଯ୍ୟରୁ କୌଣସି ନୂତନ ଯୋଜନା ଆରମ୍ଭ କରିପାରନ୍ତି । ପାରିବାରିକ ସମ୍ପର୍କ ଭଲ ରହିବ । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ମାଆ ବିରଜା ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

www.livehindustan.com

ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ । ବୁଧ ଦୃଷ୍ଟି ପ୍ରଭାବରେ କର୍ମକ୍ଷେତ୍ରରେ ମଉଜିଆ କଥା କହି ଅନ୍ୟମାନଙ୍କୁ ନିଜର କରିବାରେ ସକ୍ଷମ ହେବେ । ଅତି ନିକଟରେ ରହୁଥିବା ମିତ୍ରମାନେ କିଛି ପାଇବା ଆଶାରେ ଆପଣଙ୍କ ପ୍ରଶଂସା କରି ବୁଲିବେ । ପରୋକ୍ଷ ଶତ୍ରୁତା କାରଣରୁ କର୍ମକ୍ଷେତ୍ରରେ ସମାଲୋଚନାର ପାତ୍ର ହେବାକୁ ପଡ଼ିପାରେ । ଅଫିସରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି । ସାମାଜିକ କାର୍ଯ୍ୟରେ ସହଭାଗିତା କରିବେ । ଅପ୍ରିୟ ସତ୍ୟ ପ୍ରକାଶ କରିବା କାରଣରୁ ସମ୍ପର୍କୀୟମାନେ ପାଖ ମାଡିବେ ନାହିଁ । ପାରସ୍ପରିକ ଯୁକ୍ତିତର୍କ ଜନିତ ପାରିବାରିକ କ୍ଷେତ୍ରରେ କେତେକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇପାରେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ତାରିଣୀ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

www.livehindustan.com

ଆଜି ଆପଣଙ୍କୁ ଉନ୍ନତିର ନୂଆ ରାସ୍ତା ମିଳିବ । କର୍ମସ୍ଥାନରେ ରାଶ୍ୟାଧିପତି ଅବସ୍ଥାନ କରିଥିବା ଯୋଗୁଁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ହାସଲ କରିବେ । କର୍ମକ୍ଷେତ୍ରରେ କେତେକ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢିପାରେ । ଅର୍ଥନୈତିକ ଅଭିବୃଦ୍ଧି ଓ ସାମାଜିକ କ୍ଷେତ୍ରରୁ ସମ୍ମାନ ଲାଭ କରିବେ । ତୃତୀୟସ୍ଥ ମଙ୍ଗଳ ଭ୍ରାତୃସମ୍ପର୍କ ନଷ୍ଟ କରିବା ସହ ଅତୀତର ଘଟଣାଗୁଡିକର ସମୀକ୍ଷା କରି ମନଟି ଭଲ ଲାଗିବ ନାହିଁ । ପାରିବାରିକ କ୍ଷେତ୍ରରେ ଲାଗି ରହିଥିବା ସମସ୍ୟା ଆଜି ଜଣେ ବନ୍ଧୁଙ୍କ ଦ୍ଵାରା ସମାଧାନ ହୋଇଯିବ ଯାହାଫଳରେ ଘରେ ସୁଖ ଶାନ୍ତି ବୃଦ୍ଧି ହୋଇପାରେ । ଶୁଭରଙ୍ଗ: ମେରୁନ । ଆରାଧନା: ଶ୍ରୀଗଣେଶ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

www.livehindustan.com

ଦିନଟି ଆପଣଙ୍କ ପାଇଁ ମଙ୍ଗଳଦାୟକ ରହିବ । ରାଶ୍ୟାଧିପତି ଅଷ୍ଟମାଧିପତି ଯୁକ୍ତ କାରଣରୁ ଭାବୁଥିବା କାମଟି ବିଧିବଦ୍ଧ ଭାବରେ ସମ୍ପର୍ଣ୍ଣ କରିପାରିବେ ନାହିଁ ଫଳରେ ସୁଯୋଗ ହାତଛଡା ହୋଇପାରେ । ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍‌ ଦୃଷ୍ଟିକୋଣରୁ ବିଚାର କରିପାରନ୍ତି । ଉପରିସ୍ଥଙ୍କ ଅନୁକମ୍ପାରୁ କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ହାତକୁ ମିଳିପାରେ କିନ୍ତୁ ପରୋକ୍ଷ ଶତ୍ରୁତା ଯୋଗୁଁ ବିଭିନ୍ନ ପ୍ରକାର ବାଧା ବିଘ୍ନର ସମ୍ମୁଖୀନ କରିବାକୁ ପଡିପାରେ । ପରିବାରରେ ସଙ୍ଘବୋଧ ଭାବରେ କୌଣସି ବିଷୟକୁ ନେଇ ଆଲୋଚନା କରିପାରନ୍ତି । କ୍ରୋଧକୁ ନିୟନ୍ତ୍ରଣରେ ରଖିବା ପାଇଁ ମୌନ ବ୍ରତ ଅଧିକ ଭଲ ପ୍ରମାଣିତ ହେବ । ପରିବାରରେ ଖୁସିର ମାହୋଲ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ବାବା କପିଳାସ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

www.livehindustan.com

ଆଜି ଆପଣଙ୍କର ଅଶାନ୍ତି ଟିକେ ବଢ଼ିପାରେ । ଷଷ୍ଠସ୍ଥାନ ଦୃଷ୍ଟିଜନିତ ପାପାକ୍ରାନ୍ତ ଯୋଗୁ ସମ୍ପର୍କୀୟ ଲୋକମାନଙ୍କ ଶତ୍ରୁତା ଯୋଗୁ ବିଚଳିତବୋଧ କରିବାକୁ ପଡିବ । ହଠାତ୍‌ କୌଣସି କ୍ଷେତ୍ରରେ ପ୍ରତିକ୍ରିୟା ହଠାତ୍‌ ପ୍ରକାଶ କରନ୍ତୁ ନାହିଁ । କର୍ମାରମ୍ଭର ପ୍ରାଥମିକ ଅବସ୍ଥାରେ ସହକର୍ମୀମାନେ ବିରୋଧାଭାଷ ପ୍ରଦର୍ଶନ କରିପାରନ୍ତି । କୌଣସି ମାମଲାରେ ଫଇସଲା ନେବାର ଅସୁବିଧା ହୋଇପାରେ । ଅଫିସ ଅଧିକାରୀଙ୍କ ବିରୁଦ୍ଧାଚରଣ କରୁଥିବା ପରି ଏପରି କିଛି କାର୍ଯ୍ୟ କରନ୍ତୁ ନାହିଁ । ଛୋଟିଆ ଛୋଟିଆ କଥାକୁ କେନ୍ଦ୍ର କରି ପରିବାରରେ ଅଶାନ୍ତିର ମହଲ ଦେଖାଦେଇପାରେ । ଶୁଭରଙ୍ଗ: କଫିରଙ୍ଗ । ଆରାଧନା: ମାଆ ବିରଜା ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

www.livehindustan.com

ଦିନଟି ଆପଣଙ୍କ ଲାଗି ଠିକ୍‌ଠାକ୍‌ ରହିବ । ସ୍ଵଗୃହୀ ରବି ହେତୁ ସ୍ଵାସ୍ଥ୍ୟ ସମସ୍ୟା କ୍ରମଶଃ ସୁଧୁରି ଯିବାର ଲକ୍ଷ୍ୟ କରି ସାମୟିକ ଆଶ୍ୱସ୍ତି ଲାଭ କରିପାରନ୍ତି । ବ୍ୟବସାୟ ବାଣିଜ୍ୟରେ ଆର୍ଥିକ ସ୍ଥିତିରେ ମଜବୁତ ରହିବ । କର୍ମକ୍ଷେତ୍ରରେ ସରକାରୀ କାମ ଓ ପଦସ୍ଥ ବ୍ୟକ୍ତିବିଶେଷଙ୍କ କ୍ଷେତ୍ରରୁ ଉପକୃତ ହେବେ । ଅଫିସରେ ଲାଗି ରହିଥିବା ବିଶୃଙ୍ଖଳା ସମାଧାନ ହୋଇଯିବ । ଆଜି ଆପଣ କୌଣସି ଆତ୍ମୀୟ କିମ୍ବା ଅଜଣା ବ୍ୟକ୍ତିଙ୍କ ପାଖରୁ କିଛି ଶିକ୍ଷା ଲାଭ କରି ପାରନ୍ତି ଯାହା ଆପଣଙ୍କ ପାଇଁ ଜରୁରୀ ଥିଲା । ପାରିବାରିକ ସମ୍ପର୍କ ଭଲ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ସମଲେଶ୍ଵରୀ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

www.livehindustan.com

ଦେବୀଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ । ଦଶମ ସ୍ଥାନ ପାପଦୃଷ୍ଟି ବିବର୍ଜିତ ହେତୁ କର୍ମକ୍ଷେତ୍ରରେ କୌଶଳ ପ୍ରୟୋଗ କରି ନିଜ ପରିସରରେ ପ୍ରତିଷ୍ଠିତ ହେବାର ସମ୍ଭାବନା ରହିଛି । ବନ୍ଧୁମାନଙ୍କ ଆହ୍ଵାନକ୍ରମେ କୌଣସି ଶୁଭକାର୍ଯ୍ୟରେ ଯୋଗ ଦେଇପାରନ୍ତି । ଆଜିର ଅଧିକାଂଶ ସମୟ ଆଳାପ ଆଲୋଚନାରେ ସମୟ କଟାଇବେ । ପ୍ରକାଶନ, ପ୍ରଶାସନ, ଆନୁଷ୍ଠାନିକ କାର୍ଯ୍ୟ ପାଇଁ ଦିନଟି ବହୁତ ଭଲ । କୌଣସି ବିଷୟକୁ ନେଇ ବନ୍ଧୁଙ୍କ ସହ ତର୍କ ଓ ବିବାଦ ବଢ଼ିବାର ସୂଚନା ରହିଛି । ପରିବାର ଭିତରେ ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିପାରନ୍ତି । ଶୁଭରଙ୍ଗ: ଧୂସର । ଆରାଧନା: ମାଆ ଗୌରୀ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

www.livehindustan.com

ଭଗବାନଙ୍କୁ ସ୍ମରଣ କରନ୍ତୁ ସମ୍ଭାବ୍ୟ ସଙ୍କଟ ଦୂର ହେବ । ଶନି ଦୃଷ୍ଟିରେ ମଙ୍ଗଳ ପାରିବାରିକ ସ୍ତରରେ ବିବାଦୀୟ ସ୍ଥିତି ଉତ୍ପନ୍ନ କରିବ । ତେଣୁ ସତର୍କତାର ସହ ଦିନଚର୍ଯ୍ୟା କରନ୍ତୁ । କର୍ମକ୍ଷେତ୍ରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବେ । ଅଫିସରେ ସହକର୍ମୀମାନଙ୍କ ବ୍ୟବହାର ମନରେ କ୍ଷୁବ୍ଧ ପହଞ୍ଚାଇବ । ଉଚ୍ଚଧିକାରୀ ଆପଣଙ୍କ କାର୍ଯ୍ୟକୁ ନେଇ କୈଫତ୍ ମାଗି ପରାନ୍ତି । ଭଲ ଭାବରେ ଚିନ୍ତାକରି କାମକଲେ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ । ନିକଟ ସମ୍ପର୍କୀୟମାନଙ୍କ ଦ୍ୱାରା ଭୋଗ ବିଳାସର ପ୍ରାଚୁର୍ଯ୍ୟ ପାଇବାର ସମ୍ଭାବନା ରହିଛି । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ତାରିଣୀ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

www.livehindustan.com

ପ୍ରଭୁଙ୍କ ସ୍ମରଣରେ ନୂଆ ସକାରାତ୍ମକ ଊର୍ଜା ଅନୁଭବ କରିବେ । ସପ୍ତମ ସ୍ଥିତିରେ ଶୁକ୍ର ଓ ଚନ୍ଦ୍ର ରହିଥିବାରୁ ଆଜି ଆପଣ ଅର୍ଥ, ସମ୍ମାନ ଓ ପ୍ରଶଂସା ପାଇ ଖୁସୀ ହେବେ । କିନ୍ତୁ ପାରିବାରିକ ସମସ୍ୟା ଯୋଗୁଁ ମନରେ ବ୍ୟସ୍ତତା ବୃଦ୍ଧି ପାଇବ । ଅଫିସରେ ଏକାଧିକ କାମ ହାତକୁ ନେଇ ସମ୍ୟକ ବ୍ୟସ୍ତତା ଅନୁଭବ କରିବେ । ବ୍ୟବସାୟୀରେ ଆର୍ଥିକ ସ୍ଥିତିରେ ସୁଧାର ଆସିବ । କେତେକ କ୍ଷେତ୍ରରେ ବାକ୍‌ ଅସଂଯମତା ଯୋଗୁଁ ସୁସମ୍ପର୍କ ବ୍ୟାହତ ହୋଇପାରେ । ବନ୍ଧୁଙ୍କ ଠାରୁ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିପାରିବେ । ଭୁଲ୍‌ ବୁଝାମଣା ଓ ସନ୍ଦେହ ବୃଦ୍ଧି ପାଇବା କାରଣରୁ ପରିବାରରେ ବିଶୃଙ୍ଖଳା ଦେଖା ଦେଇପାରେ । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ମାଆ ବାଙ୍କେଶ୍ଵରୀ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

www.livehindustan.com

ଦିନଟି ଆପଣଙ୍କ ପାଇଁ ଶୁଭଦାୟକ ରହିବ । ମଙ୍ଗଳ ରାଶିରେ ମାନସିକ ସ୍ଥିତିକୁ ଉତ୍ତେଜନାପ୍ରବଣ କରାଇପାରେ । ଆଜି କାର୍ଯ୍ୟକ୍ଷେତ୍ରରେ ସହକର୍ମୀ ଆପଣଙ୍କ ସପକ୍ଷରେ ରହିବେ । ଆପଣଙ୍କ ଅଳସୁଆ ମନୋଭାବ କର୍ମକ୍ଷେତ୍ରରେ ବାଧା ସୃଷ୍ଟି କରିପାରେ । ହଠାତ୍ ପରିସ୍ଥିତି ଅନୁକୂଳ ହୋଇପାରେ । କିଛି ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । ଆୟ ଅନୁଯାୟୀ ଖର୍ଚ୍ଚ କରନ୍ତୁ । ଆଜି ଉଚ୍ଚ ପଦାଧିକାରୀମାନେ ଆପଣଙ୍କର ଦକ୍ଷତା କିମ୍ବା ପ୍ରତିଭା ପରୀକ୍ଷା କରିପାରିବେ । କଥା କଥାକେ ତର୍କବିତର୍କ ଲାଗି ରହିଲେ ମଧ୍ୟ ଆର୍ଥିକ ଦିଗରୁ ବହୁଳାଂଶରେ ଉପକୃତ ହେବେ । ପରିସ୍ଥିତିକୁ ଯେତିକି ଜଟିଳ ମନେକରୁଛନ୍ତି ବାସ୍ତବରେ ସେପରି କିଛି ହେବ ନାହିଁ । ପରିବାରରେ ଶାନ୍ତି ବଜାୟ ରହିବ । ଶୁଭରଙ୍ଗ: ହଳଦିଆ । ଆରାଧନା: ହନୁମାନ ।

Leave a Reply

Your email address will not be published. Required fields are marked *