29 ଫେବୃୟାରୀ 2020, ଶନିବାର- ଏହି ୬ଟି ରାଶିର ବ୍ୟକ୍ତିଙ୍କ ପାଇଁ ଦିନଟି ମଙ୍ଗଳଦାୟକ ରହିବ । କୁସଙ୍ଗ ଠାରୁ ଦୂରେଇ ରୁହନ୍ତୁ, ଅନ୍ୟଥା

29 ଫେବୃୟାରୀ 2020, ଶନିବାର- ଏହି ୬ଟି ରାଶିର ବ୍ୟକ୍ତିଙ୍କ ପାଇଁ ଦିନଟି ମଙ୍ଗଳଦାୟକ ରହିବ । କୁସଙ୍ଗ ଠାରୁ ଦୂରେଇ ରୁହନ୍ତୁ, ଅନ୍ୟଥା ବିନା କାରଣରେ ଅପମାନିତ ହୋଇପାରନ୍ତି । କର୍ମକ୍ଷେତ୍ରରେ ମନୋସ୍କମାନ ପୂରଣ ହେବ ।

ଦୈନନ୍ଦିନ କାର୍ଯ୍ୟକଳାପରେ ଗ୍ରହମାନଙ୍କ ପ୍ରଭାବ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ, ଜୋତିଷଙ୍କ ଅନୁସାରେ ଗ୍ରହ ନକ୍ଷେତ୍ରଙ୍କ ପରିବର୍ତ୍ତନ ସର୍ବଦା ଲାଗି ରହିଥାଏ । ଯାହାଫଳରେ ମନୁଷ୍ୟ ଜୀବନରେ ପରିବର୍ତ୍ତନ ଦେଖା ଯାଇଥାଏ । ଗ୍ରହର ସ୍ଥିତି ଠିକ ଥିଲେ ବ୍ୟକ୍ତିର ଜୀବନ ଠିକ ଚାଲିଥାଏ କିନ୍ତୁ ଗ୍ରହ ସ୍ଥିତି ଠିକ ନ ଥିଲେ, ବ୍ୟକ୍ତିର ଜୀବନରେ ସମସ୍ୟା ଲାଗି ରହିଥାଏ । ଗ୍ରହ ନକ୍ଷେତ୍ରଗୁଡି଼କ ନିରନ୍ତର ପରିବର୍ତ୍ତନ ଘଟିଥାଏ, ଯେଉଁଠି କାରଣରୁ ମନୁଷ୍ୟର ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖା ଦେଇଥାଏ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

www.livehindustan.com

ଜୀବନରେ ସକାରାତ୍ମକ ପରିବର୍ତ୍ତନ ଘଟିପାରେ । ରାଶ୍ୟଧିପତି ଶୁକ୍ର ସ୍ଵଗୃହୀ ଯୋଗୁଁ ଦୀର୍ଘ ଦିନରୁ ଅଟକି ରହିଥିବା କାମଗୁଡ଼ିକ ସମ୍ପନ୍ନ ହୋଇପାରିବ, ଯାହାଫଳରେ ମନ ପ୍ରଫୁଲ୍ଲ ରହିବ । ବିବାଦୀୟ ଓ ସ୍ୱାସ୍ଥ୍ୟଗତ ସମସ୍ୟାର ସମାଧାନ ହୋଇଯିବ । ବ୍ୟବସାୟିକ କାର୍ଯ୍ୟରେ ସଫଳତା ପାଇବେ । କାରବାରରେ ଅଚାନକ ଲାଭ ହେବାର ଯୋଗ ରହିଛି । ଅଫିସରେ ସହକର୍ମୀ ଆପଣଙ୍କୁ ପୂର୍ଣ୍ଣ ସହଯୋଗ କରିବେ ଓ ବାତାବରଣ ସୁସ୍ଥ ରହିବ । ଅଫିସ ତରଫରୁ ବାହାରକୁ ଯିବାର ସୁଯୋଗ ମିଳିପାରେ । ସମାଜ ସେବାରେ ନିୟୋଜିତ ଥିବା ଯୋଗୁଁ ସଭା ସମିତିରେ ପ୍ରଶଂସିତ ହୋଇପାରନ୍ତି । ପରୀକ୍ଷା ପ୍ରତିଯୋଗିତା ବିଦ୍ୟାର୍ଥୀମାନେ ପ୍ରଶଂସିତ ହେବେ । ପତି ପତ୍ନୀଙ୍କ ମଧ୍ୟରେ ପ୍ରେମ ଭାବ ବୃଦ୍ଧି ହେବ । ଶୁଭରଙ୍ଗ: ମେରୁନ । ଆରାଧନା: ମାଆ ତାରିଣୀ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

www.livehindustan.com

ପରିବାରରେ ବଡ଼ଙ୍କ ଠାରୁ ସହଯୋଗ ପାଇବେ । ଧନାଧିପଙ୍କ ଶୁଭତ୍ୱରୁ କାରଣରୁ ଆପଣଙ୍କ ଅଭାବ ପୂରଣ ଦିଗରେ ସହକର୍ମୀ କିମ୍ବା ପଡ଼ୋଶୀଙ୍କ ସାହାଯ୍ୟର ହାତ ବଢାଇବେ । ଆପଣଙ୍କ ସ୍ଵଭାବ ଅନ୍ୟମାନଙ୍କୁ ପ୍ରଭାବିତ କରିବ । ଯାହାଙ୍କ ଠାରୁ ସାହାଯ୍ୟ ଆଶା କରିବେ ତାହା ସଫଳ ହେବ । ଆଶା କରିଥିବା ଦିଗରୁ ଅର୍ଥପ୍ରାପ୍ତି ହେବ । ବ୍ୟବସାୟରେ ଆଶାଜନକ ଫଳ ପାଇବେ । କର୍ମକ୍ଷେତ୍ରରେ ସହକର୍ମୀମାନଙ୍କ ଖାମଖିଆଲି କାର୍ଯ୍ୟପଦ୍ଧତି ଫଳରେ କାମଗୁଡ଼ିକ ବିଶୃଙ୍ଖଳିତ ହୋଇ ଯାଇପାରେ । ବ୍ୟବସାୟରେ ଭାଗିଦାରୀ ସହିତ ସମ୍ବନ୍ଧ ଖରାପ ନ ହେଉ, ଏହାର ଧ୍ୟାନ ରଖିବା ନିହାତି ଜରୁରୀ ଅଟେ । ସଭାସମିତିରେ ବିତର୍କ ଜନିତ ସାମୟିକ ଅସ୍ଥିରତାର ଦେଖାଦେଇପାରେ । ଗୃହ, ଭୂମି, ଗାଡ଼ିମୋଟର ସମ୍ପର୍କିତ କାମକୁ ପ୍ରାଧାନ୍ୟ ଦେଇପାରନ୍ତି । ଆଇନ ଅଦାଲତ ଓ ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଶାରଳା ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

www.livehindustan.com

ମନରେ ନୂଆ ଚିନ୍ତାଧାରା ସୃଷ୍ଟି ହେବ ଏବଂ ସଫଳତା ମଧ୍ୟ ପାଇବେ । ଏକାଦଶସ୍ଥ ଗ୍ରହ ପ୍ରଭାବରୁ ଆଜିର ପ୍ରତ୍ୟୁଷ ଯାତ୍ରା ଦୀର୍ଘ ଦିନର ଆଶା ଓ ଅଭିଳାଷକୁ ସାକାର କରାଇପାରେ । ଅଫିସରେ ସମସ୍ତଙ୍କ ସହଯୋଗ ପାଇବେ । ବ୍ୟବସାୟରେ ପୂରା ହେବାକୁ ଯାଉଥିବା କାମରେ ବାଧା ଉପୁଜିବ । ବ୍ୟାବସାୟିକ କାମରେ ରାଜ୍ୟ ବାହାରକୁ ଯିବାର ଯୋଜନା ପ୍ରସ୍ତୁତ କରିବେ । ଆପଣଙ୍କର ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରନ୍ତୁ । ସ୍ଵାସ୍ଥ୍ୟଗତ ସମସ୍ୟାର ସମାଧାନ ଲାଗି ବେଳ ଥାଉଁ ଥାଉଁ ସାବଧାନତା ଅବଲମ୍ବନ କରିବା ଭଲ ହେବ । ଗୃହ, ଜମିଜମା ଓ ଯାନବାହାନ କ୍ରୟ କରିବା ପାଇଁ ମନସ୍ଥ କରିବେ । ମାଲିମକଦ୍ଦମା ଆଲୋଚନା କ୍ଷେତ୍ରରେ ସାମାନ୍ୟ ପ୍ରତିବନ୍ଧକର ସମ୍ମୁଖୀନ ହେବେ । ବୈବାହିକ ଜୀବନ ଠିକ୍‌ଠାକ୍‌ ରହିବ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ହର ପାର୍ବତୀ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

www.livehindustan.com

ଆପଣଙ୍କର ଅଧିକ ସମୟ ପରିବାର ଲୋକଙ୍କ ସହିତ କଟିବ । କର୍ମଭାବସ୍ଥ ଶୁକ୍ର ଓ ଚନ୍ଦ୍ର ପ୍ରଭାବରେ କୌଣସି ଏକ ନୂତନ ପରିବେଶରେ ଭିନ୍ନ ପ୍ରକାର ସ୍ଵାଦର ଅନୁଭୂତି ଲାଭ କରିବେ । କାରବାରରେ ଆପଣଙ୍କୁ ଲାଭ ହିଁ ଲାଭ ହେବ । ଅଫିସରେ ଯେଉଁ କାମ କରିଛନ୍ତି, ତା’ର ଶ୍ରେୟ ଅନ୍ୟ କାହାରକୁ ଦିଅନ୍ତୁ ନାହିିଁ ଅର୍ଥାତ କର୍ମତତ୍ପର ହୋଇ ନିଜ କାର୍ଯ୍ୟକୁ ନିର୍ଦ୍ଧାରିତ ସମୟରେ ଶେଷ କରନ୍ତୁ । ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କଲେ ଭଲ ହେବ । ଅତୀତ କଥାକୁ ସ୍ମରଣ କରି ଅନ୍ୟମନସ୍କତା କାରଣରୁ କେତେକ ଭୁଲ୍‌ ଧାରଣା ସମସ୍ୟା ସୃଷ୍ଟି କରିବ । ପୁରାତନ ରୋଗପ୍ରତି ସାବଧାନ ରହିଲେ ଭଲ । ପାରିବାରିକ ଜୀବନ ସୁଖମୟ ହେବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ବିରଜା ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

www.livehindustan.com

କାର୍ଯ୍ୟକ୍ଷେତ୍ରରେ ଭଲ ନୀତି ତିଆରି କରି କାମ କରିବେ । ଅବଶ୍ୟ ଶନିଙ୍କ କୁପ୍ରଭାବରୁ ପ୍ରିୟଜନଙ୍କ ସହ ଏକ ସାଧାରଣ କିମ୍ବା ମାମୁଲି ଘଟଣାରେ ଉଚ୍ଚବାଚ ଘଟିପାରେ । ଅଫିସରେ ବିବାଦୀୟ ପରିସ୍ଥିତିର ଦୃଢ଼ ମୁକାବିଲା କରି ପ୍ରଶଂସିତ ହେବେ । ବ୍ୟବସାୟରେ ପ୍ରଚୁର ଲାଭ ପାଇବେ । ଉନ୍ନତିମୂଳକ କାମ ସକାଶେ ବନ୍ଧୁମାନଙ୍କୁ ଗଠନମୂଳକ ପ୍ରସ୍ତାବ ଦେଇ ବନ୍ଧୁ ଗହଣରେ ପ୍ରଶଂସିତ ହେବେ । ରାଜନୀତିରେ ସଫଳତା ମିଳିବ । ବିବାଦୀୟ ଘଟଣା କିମ୍ବା ମାଲିମକଦ୍ଦମା ଫଇସଲା ନିର୍ଣ୍ଣୟ ଆପଣଙ୍କ ସପକ୍ଷରେ ରହିବ । ପାରିବାରିକ କ୍ଷେତ୍ରରେ କିଛି କହିବା ଅପେକ୍ଷା ବରଂ ନୀରବ ରହିପାରିଲେ ଭଲ ହେବ । ଦାମ୍ପତ୍ୟ ସମ୍ବନ୍ଧ ମଧୁର ରହିବ । ଶୁଭରଙ୍ଗ: ଧଳା । ଆରାଧନା: ବାବା କପିଳାସ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

www.livehindustan.com

ସକାରାତ୍ମକ ଭାବନା ବଜାୟ ରଖନ୍ତୁ । ବିଭିନ୍ନ ସମସ୍ୟା ମଧ୍ୟରେ ବୁଡ଼ିରହି ନିଜର କାମଗୁଡ଼ିକୁ ସମ୍ପନ୍ନ କରିବାରେ ବ୍ୟସ୍ତତା ବଢ଼ିଯାଇପାରେ । ଅଫିସ୍‌ କାମରେ ସହକର୍ମୀଙ୍କ ସହ ବିବାଦ ବୃଦ୍ଧି ହେବ, ଯାହାଫଳରେ ପାରିବେଶିକ ବ୍ୟତିକ୍ରମ କର୍ମକ୍ଷେତ୍ରର ଯୋଜନାକୁ ବଦଳାଇ ଦେଇପାରେ ।ଆଜିର କାମରେ ଆବଶ୍ୟକତାରୁ ଅଧିକ ଖର୍ଚ୍ଚ କରିବାକୁ ବାଧ୍ୟ ହେବେ । ରାଜନୀତି ଓ ଅନ୍ୟାନ୍ୟ ଅନୁଷ୍ଟାନିକ କ୍ଷେତ୍ରରେ ମିଥ୍ୟା ଅଭିଯୋଗରେ ଫଶୀ ପାରନ୍ତି, ତେଣୁ ସାବଧାନ ଅବଲମ୍ବନ କରିବା ଆବଶ୍ୟକ । ପରିବାରରେ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିଯିବ । ନିଜର ଲୋକମାନେ ଈର୍ଷାପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେଇପାରନ୍ତି । ପ୍ରତ୍ୟେକ କ୍ଷେତ୍ରରେ ଦୃଢ଼ ମନୋବଳ ସମସ୍ୟା ସମାଧାନରେ ସହାୟକ ହେବ । ଶୁଭରଙ୍ଗ: ନୀଳ । ଆରାଧନା: ହନୁମାନ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

www.livehindustan.com

ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ । କୌଣସି ବ୍ୟକ୍ତିଙ୍କ ସହିତ ସାକ୍ଷାତ୍‌ ଆଲୋଚନାରେ ପୀଡ଼ା ଦୂର ହେବ । ଧନ ଲାଭର ନୂଆ ରାସ୍ତା ନଜର ଆସିବ । ବାଣିଜ୍ୟ, ବ୍ୟବସାୟ, ମନୋରଞ୍ଜନ, କ୍ରୀଡ଼ା ପ୍ରତିଯୋଗିତା କ୍ଷେତ୍ରରେ ସମ୍ମାନ ପାଇ ଖୁସୀ ହେବେ । ସଭାସମିତି ଓ ସଙ୍ଗଠନ, କଳା, ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରୁ ପ୍ରଶଂସିତ ହେବେ । ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗି ରହିବ, ଅବଶ୍ୟ କିଛି ଗୁରୁତର ହେବନାହିଁ । ବିବାହିତମାନେ ବାହାରକୁ ବୁଲି ଯିବେ । ନିଜର ଲୋକ ପରିସ୍ଥିତିକୁ ଭିନ୍ନ ରୂପ ଦେଇପାରନ୍ତି । ଅସାବଧାନତା କାରଣରୁ ହାତ କିମ୍ବା ଗୋଡ଼ରେ ଆଘାତ ଲାଗିପାରେ । ସୁସ୍ଵାଦ ଖାଦ୍ୟ ଭୋଜନ କରିବେ । ଶୁଭରଙ୍ଗ: ଧୂସର । ଆରାଧନା: ମାଆ ଭୈରବୀ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

www.livehindustan.com

ଆଜି ଆପଣ ନିଜକୁ ଖୁବ୍‌ ଉର୍ଜବାନ ଅନୁଭବ କରିବେ । ଆପଣଙ୍କ ଚେଷ୍ଟା ସଫଳ ହେବ । ବ୍ୟବସାୟ ଲାଗି ନୂଆ ସୁଯୋଗ ମିଳିବ । ବାକି ପଡ଼ିଥିବା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ ଏବଂ ନୂଆ ବ୍ୟବସାୟ ଆରମ୍ଭ କରିପାରନ୍ତି । ସରକାରୀ ସ୍ତରରୁ ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି । ଗ୍ରହରେ ମଙ୍ଗଳଙ୍କ ସ୍ଥିତି ଜମିଜମାକୁ କେନ୍ଦ୍ରକରି ଭ୍ରାତୃବିବାଦର କାରଣ ପାଲଟିଯିବ । ନିର୍ମାଣ, ପ୍ଲଟିଂ ବ୍ୟବସାୟ କ୍ଷେତ୍ରରେ ନୂତନ ପଦକ୍ଷେପ ଗ୍ରହଣ କରିପାରନ୍ତି । ସ୍ଵାସ୍ଥ୍ୟ ଠିକ୍‌ ଓ ସତେଜ ରହିବ । ମାନସିକ ରୂପରେ ପ୍ରସନ୍ନତା ରହିବ । ଘରେ ଶାନ୍ତିପୂର୍ଣ୍ଣ ବାତାବରଣ ରହିବ । ଶୁଭରଙ୍ଗ: ସବୁଜ । ଆରାଧନା: ବାବା ଲିଙ୍ଗରାଜ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

www.livehindustan.com

କର୍ମକ୍ଷେତ୍ରରେ ଆପଣ ଯୋଦ୍ଧାଙ୍କ ଭଳି ରହିବେ । କର୍ମ କ୍ଷେତ୍ରରେ ଅନେକ ଦିନର ଅଭିଳାଷ ପୂର୍ଣ୍ଣ ହେବ । ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ । କର୍ମକ୍ଷେତ୍ରରେ ଉଚ୍ଚବର୍ଗଙ୍କ ସାହାଯ୍ୟ ଓ ବନ୍ଧୁମିଳନରୁ ଉତ୍ସାହିତ ହେବେ । ଅଧିକାରୀଙ୍କ ସହିତ ତାଳମେଳ ରଖନ୍ତୁ, ଫାଇଦା ହେବ । ଚାକିରିରେ କୌଣସି ବିଶେଷ ଦାୟିତ୍ଵ ଗ୍ରହଣ କରିବର ଯୋଗ ରହିଛି । ବାଦ-ବିବାଦ, ପରୀକ୍ଷା, ପ୍ରତି ଯୋଗୀତା, ମାଲିମୋକଦ୍ଦମା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । ରାଜନୀତିରେ ପ୍ରଶଂସିତ ହେବେ । ଶାରୀରିକ ଓ ମାନସିକ ସ୍ଥିରତା ଦେଖାଦେବ । ସନ୍ତାନଙ୍କ ସୁଫଳ ଆଶାରେ ଉଲ୍ଲସିତ ହେବେ । ଧାର୍ମିକ କ୍ଷେତ୍ରରେ ନିୟୋଜିତ ହୋଇ ଅର୍ଥ ବ୍ୟୟ କରିବେ । ଆଜିର ପ୍ରତ୍ୟୁଷ ଯାତ୍ରା ଓ ମାଙ୍ଗଳିକ କାମରୁ ଖୁସି ରହିବେ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ତାରିଣୀ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

www.livehindustan.com

ଆଜି ଆପଣଙ୍କ ବ୍ୟକ୍ତିଗତ କାର୍ଯ୍ୟରେ ସମ୍ୟକ ସମସ୍ୟା ଉତ୍ପନ୍ନ ହୋଇପାରେ । ସ୍ଵାସ୍ଥ୍ୟ ବିଶେଷ କିଛି ଖରାପ ନ ଥିଲେ ମଧ୍ୟ ବିଭିନ୍ନ ପ୍ରକାରର ଘରୋଇ ଝାମେଲା କାରଣରୁ ମନଟା ଭଲ ରହିବ ନାହିଁ । ବ୍ୟବସାୟ ପାଇଁ ଆଖପାଖକୁ ଯାତ୍ରା କରି କଷ୍ଟ ଅନୁଭବ କରିବେ । କିନ୍ତୁ ବ୍ୟବସାୟରେ ସଫଳପ୍ରଦ ହେବ । ଅଫିସରେ କାର୍ଯ୍ୟଭାର ବୃଦ୍ଧି ହେବା ସଙ୍ଗେ ସଙ୍ଗେ ସହକର୍ମୀଙ୍କ ଅସହଯୋଗ ମନୋଭାବ ମନରେ କ୍ଷୁବ୍ଧ ସୃଷ୍ଟି କରିବ । ପରିବହନ ତଥା ଲେଖାପଢ଼ା ଓ ପ୍ରଶାସନ ତଥା ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ । ବଜେଟକୁ ଧ୍ୟାନରେ ରଖି ଖର୍ଚ୍ଚ କରନ୍ତୁ । ସ୍ୱାସ୍ଥ୍ୟ ସମ୍ବନ୍ଧରେ ସତର୍କ ରହନ୍ତୁ । ମହିଳାମାନଙ୍କ କର୍ମକ୍ଷେତ୍ର ସମସ୍ୟା ଦୂର ହୋଇଯିବ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ମାଆ ଚର୍ଚ୍ଚିକା ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

www.livehindustan.com

ଗୁରୁଜନଙ୍କ ଠାରୁ ଆଶୀର୍ବାଦ ପାଇ ମାଲି ମୋକଦ୍ଦମାରେ ଜିତିବେ । ବୃହସ୍ପତିଙ୍କ ଦୃଷ୍ଟି ପ୍ରଭାବରୁ ପାରିବାରିକ ଜୀବନ ନିୟନ୍ତ୍ରଣ ମଧ୍ୟରେ ରହିବ । କାମ-କାର୍ଯ୍ୟରେ ଗମ୍ଭୀରତାରେ ଧ୍ୟାନ ଦେବେ । କର୍ମ କ୍ଷେତ୍ରରେ ବୋନସ୍ ଏବଂ ପଦୋନ୍ନତି ଆଦି ମିଳିବାର ସମ୍ଭାବନା ଅଛି । ମାନ-ସମ୍ମାନ, ଯଶ, କୀର୍ତ୍ତିରେ ବୃଦ୍ଧି ହେବ । କର୍ମକ୍ଷେତ୍ରରେ ବହୁତ ଗୁଡିଏ କାମ ହାତକୁ ନେଇ ବ୍ୟସ୍ତ ହେବେ । କଳା, ସାହିତ୍ୟକ୍ଷେତ୍ରରୁ ସୁଫଳ ଓ ଆନନ୍ଦ ମିଳିବ । ବନ୍ଧୁ କିମ୍ବା ବାନ୍ଧବୀଙ୍କ ସମ୍ମୁଖରେ ପ୍ରିୟ କଥା କହି ଭୂଲ୍‌ ବୁଝାମଣା ହେତୁକ ସମସ୍ୟାକୁ ସୁଧାରି ନେବେ । ଆଜି ଯାତ୍ରା ସମୟରେ ଅନ୍ୟମନସ୍କ ରୁହନ୍ତୁ ନାହିଁ ଏବଂ ଯାନ ବାହାନରେ ସତର୍କତା ରକ୍ଷା କରନ୍ତୁ । ବୈବାହିକ ଜୀବନରେ ମଧୁରତା ଆସିବ । ଶୁଭରଙ୍ଗ: ଧଳା । ଆରାଧନା: ଶ୍ରୀଗଣେଶ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

www.livehindustan.com

ଆଜି ଦିନରେ ଆପଣଙ୍କୁ ମିଶ୍ରିତ ଫଳ ମିଳିବ । ରୁଚି ସଂପନ୍ନ କାର୍ଯ୍ୟ କରି ମନକୁ ପ୍ରଫୁଲ୍ଲ ରଖନ୍ତୁ । ନାଚ, ଗୀତ ଅଧ୍ୟୟନ ଓ ବଂଧୁମାନଙ୍କ ସହ ବାର୍ତ୍ତାଳାପ ରହି କାର୍ଯ୍ୟରେ ସମୟ କଟାଇ ପାରନ୍ତି । ବ୍ୟବସାୟକୁ ସଙ୍କୁଚିତ କରି ନେଇପାରନ୍ତି । କଳା, ସାହିତ୍ୟ, କ୍ରୀଡ଼ା, ଚଳଚ୍ଚିତ୍ର ପ୍ରଭୃତିରେ ଉନ୍ନତି କରିବେ । ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ । କୁଟୁମ୍ବମାନଙ୍କ ମଧ୍ୟରେ ଯେପରି ଭୁଲ ବୁଝାବଣା ସୃଷ୍ଟି ନ ହେବ, ସେଥିପ୍ରତି ଧ୍ୟାନ ରଖନ୍ତୁ । ଦୀର୍ଘଦିନରୁ ବହୁ ପ୍ରତୀକ୍ଷିତ ଖବରଟି ଅପରାହ୍ନେ ପାଇପାରନ୍ତି । ସ୍ଵାସ୍ଥ୍ୟର ଧ୍ୟାନ ରଖିବାକୁ ହେବ । ଉଚ୍ଚଶିକ୍ଷା, ସନ୍ତାନଙ୍କ ସମସ୍ୟା, ଯାନ୍ତ୍ରିକ ତ୍ରୁଟି, ଜମିଜମା କାରବାର ପ୍ରଭୃତି ବିଭିନ୍ନ ପ୍ରକାର କାମରେ ମନୋନିବେଶ କରିପାରନ୍ତି । ଆର୍ଥିକ ସ୍ଥିତି ପୂର୍ବ ଭଳି ରହିବ । ଶୁଭରଙ୍ଗ : ସବୁଜ । ଆରାଧନା: ମାଆ ଗାୟତ୍ରୀ ।

Be the first to comment

Leave a Reply

Your email address will not be published.


*