29 ଅଗଷ୍ଟ 2020, ଶନିବାର – ଏକାଦଶୀ ତିଥିରେ ଘାଟୁଅଛି ରାଜଯୋଗ । ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ଚମକି ଉଠିବ । ସମସ୍ତ

29 ଅଗଷ୍ଟ 2020, ଶନିବାର – ଏକାଦଶୀ ତିଥିରେ ଘାଟୁଅଛି ରାଜଯୋଗ । ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ଚମକି ଉଠିବ । ସମସ୍ତ

29 ଅଗଷ୍ଟ 2020, ଶନିବାର – ଏକାଦଶୀ ତିଥିରେ ଘାଟୁଅଛି ରାଜଯୋଗ । ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ଚମକି ଉଠିବ । ସମସ୍ତ ବାଧାବିଘ୍ନ ଦୂର ହେବ । ଆର୍ଥିକ କ୍ଷେତ୍ରରେ କରିବେ ଉନ୍ନତି ।

ଆମେ ଆପଣଙ୍କୁ ୨୯ ଅଗଷ୍ଟ, ଶନିବାରର ରାଶିଫଳ କହିବାକୁ ଯାଉଛି । ରାଶିଚକ୍ର ମନୁଷ୍ୟ ଜୀବନ ଉପରେ ଗଭୀର ପ୍ରଭାବ ପକାଇଥାଏ । ଗ୍ରହନକ୍ଷେତ୍ର ଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି, ଏହାର ପ୍ରଭାବ ବ୍ୟକ୍ତିଙ୍କ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଗ୍ରହର ପରିବର୍ତ୍ତନ ଫଳରେ ରାଶିଗୁଡିକ ଉପରେ ମଧ୍ୟ ଭଲ ହେଉ ବା ମନ୍ଦ କିଛି ନା କିଛି ପ୍ରଭାବ ନିଶ୍ଚୟ ପଡିଥାଏ । ଗ୍ରହର ସ୍ଥିତି ଭଲ ଥିଲେ ବ୍ୟକ୍ତିର ଜୀବନରେ ଏହାର ସୁପ୍ରଭାବ ପଡିଥାଏ ଓ ବ୍ୟକ୍ତି ଉନ୍ନତି କରିଥାଏ କିନ୍ତୁ ଗ୍ରହ ସ୍ଥିତି ଭଲ ନ ଥିଲେ, ବ୍ୟକ୍ତିର ଜୀବନରେ ବିଭିନ୍ନ ପ୍ରକାର ସମସ୍ୟା ଓ ପ୍ରତିବନ୍ଧକ ଲାଗି ରହିଥାଏ । ଜୋତିଷଙ୍କ ଅନୁସାରେ ରାଶିଗୁଡିକ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

www.livehindustan.com

ଆଜି ଆପଣ ନିଜର ସମସ୍ତ କାର୍ଯ୍ୟ ଯଥାସମ୍ଭବ ଚେଷ୍ଟା କରିବାକୁ ପ୍ରୟାସ କରିବେ । ରାଶିର କର୍ମସ୍ଥ ଭାଗରେ ଶନି ଅବସ୍ଥାନ କରିଥିବା ଯୋଗୁଁ କୌଣସି ନୂତନ କାର୍ଯ୍ୟ କରିବା ପାଇଁ ଯୋଜନା ପ୍ରସ୍ତୁତ କରିବେ । ଅଫିସରେ ସହକର୍ମୀଙ୍କ ଠାରୁ ସହଯୋଗ ଓ ସାହାଯ୍ୟ ପାଇବେ । ଲୋକଙ୍କୁ ମନ ଭୁଲାଣିଆ କଥା କହି ନିଜ ପ୍ରତି ଆକର୍ଷିତ କରିବାରେ ସମର୍ଥ ହେବେ । କୌଣସି ନୂତ ଦ୍ରବ୍ୟ କିଣିବା ପାଇଁ ମନୋବଳାଇବେ । ଦୀର୍ଘ ଦିନର ସୁପରିକଳ୍ପିତ ନୂଆ ଯୋଜନାଟିଏ କରିବା ସକାଶେ ବନ୍ଧୁ ଓ ପରିଜନଙ୍କ ସାହାଯ୍ୟ ସହଯୋଗ ପ୍ରାପ୍ତ କରିବେ । ଥଣ୍ଡା କାଶ ଜନିତ ସମସ୍ୟା ଲାଗି ରହିବ । ପରିବାରରେ ସମସ୍ତ ସଦସ୍ୟଙ୍କ ସହ ସ୍ନେହ ଶ୍ରଦ୍ଧା ଅତୁଟ ରହିବ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଶୁଭରଙ୍ଗ:ଲାଲ । ଆରାଧନା: ମାଆ ଭୈରବୀ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

www.livehindustan.com

ଆଜି ଏହି ରାଶିର ବ୍ୟକ୍ତିମାନେ ନିଜ ଇଚ୍ଛା ପୂରଣ କରିବାରେ ସକ୍ଷମ ହେବ ଓ ଅଭିଳଷିତ ଫଳ ପ୍ରାପ୍ତ କରିବେ । ସ୍ଵଗୃହରେ ବୁଧ ରାଶ୍ୟାଧିପତିଙ୍କ ସହ କୋଣଭାବ ମଣ୍ଡନ କରିଥିବାରୁ ଆପଣ ଠିକ୍‌ ନିଷ୍ପତ୍ତି ନେଇ ପ୍ରଶଂସିତ ହେବେ । କେତେକ ଈର୍ଷାପରାୟଣ ବ୍ୟକ୍ତିମାନେ ଆପଣଙ୍କ ବ୍ୟକ୍ତିଗତ ଜୀବନରେ ବାଧା ସୃଷ୍ଟି କରିବା ପାଇଁ ଚେଷ୍ଟା କରିବେ, ତେଣୁ ସତର୍କତାର ସହ ଦିନଚର୍ଯ୍ୟା କରନ୍ତୁ । ବ୍ୟବସାୟ ବାଣିଜ୍ୟରେ ଉନ୍ନତି ପରିଲକ୍ଷିତ ହେଲେ ମଧ୍ୟ ସାମୟିକ ଭାବରେ କେତେକେ ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡିବ । ପରିବାର ସଦସ୍ୟଙ୍କ ପ୍ରତି ରୁକ୍ଷ ବ୍ୟବହାର କରନ୍ତୁ ନାହିଁ ନଚେତ ପାରିବାରିକ ଶାନ୍ତିକୁ ଭଙ୍ଗ କରିପାରେ । ଶୁଭରଙ୍ଗ: ଧୂସର । ବାବା କପିଳାସ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

www.livehindustan.com

ନିଜ କାର୍ଯ୍ୟ ପ୍ରତି ଧ୍ୟାନ କେନ୍ଦ୍ରୀଭୂତ କରନ୍ତୁ । ନୀଚସ୍ଥ ଶୁକ୍ର ଚତୁର୍ଥାଧିପତିଙ୍କ ସହ ଅବସ୍ଥାନ କରିଥିବାରୁ ବିଭିନ୍ନ କାରଣକୁ ନେଇ ମାନସିକ ସ୍ଥିରତା ରହିବ ନାହିଁ । ବ୍ୟବସାୟର ବୃଦ୍ଧି ପାଇଁ ବନ୍ଧୁ ଓ ବରିଷ୍ଠ ବ୍ୟକ୍ତିଙ୍କ ଠାରୁ ପରାମର୍ଶ ନେଇପାରନ୍ତି । ଅଫିସରେ ସହକର୍ମୀଙ୍କ ଅସହଯୋଗ ମନୋଭାବ ଯୋଗୁଁ କାର୍ଯ୍ୟ କରିବାର ଗତି ମନ୍ଥର ହୋଇଯିବ । ଆଜିର ଆଲୋଚନା କ୍ଷେତ୍ରରେ କୌଣସି ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ କରିବାରେ ସମର୍ଥ ହୋଇପାରିବେ । ସାମାଜିକ ସ୍ତରରେ ସମ୍ମାନ ପ୍ରାପ୍ତି କରିବେ କିନ୍ତୁ ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ । କଥା କଥାରେ ଯୁକ୍ତିତର୍କ କରି ପୋଡଶୀମାନେ “ତିଳକୁ ତାଲ କରିବେ” ଅର୍ଥାତ ଅଯଥାରେ କଳହ କରିପାରନ୍ତି । ଦାମ୍ପତ୍ୟ ଜୀବନରେ ସମଞ୍ଜସ୍ୟତା ରହିବ । ଶୁଭରଙ୍ଗ: ମେରୁନ । ଆରାଧନା: ବାବା ଆଖଣ୍ଡଳମଣି ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

www.livehindustan.com

ଦିନଟି ଆପଣଙ୍କ ପାଇଁ ମିଶ୍ରଣ ଫଳ ପ୍ରଦାନ କରିବ । କର୍ମସ୍ଥ ମଙ୍ଗଳ ପାପଗ୍ରହ ଦୃଷ୍ଟିରୁ ଘରୋଇ କାମ ସଙ୍ଗକୁ ଅଫିସ୍‌ କାମର ଜଞ୍ଜାଳ ବଢିଯିବ, ଫଳରେ ବ୍ୟସ୍ତତା ମଧ୍ୟରେ ସମୟ ଅତିବାହିତ କରିବାକୁ ପଡିବ । ବ୍ୟବସାୟ ଓ ପ୍ରଶାସନିକ କ୍ଷେତ୍ରରେ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଅଫିସରେ କାର୍ଯ୍ୟର ଚାପ ଥିଲେ ମଧ୍ୟ ଉଚ୍ଚଧିକାରୀଙ୍କ ସହଯୋଗ ପାଇବା ଫଳରେ ମନକୁ ଆଶ୍ଵସ୍ତି ମିଳିବ । ଆଜି ପାରିବାରିକ ଖର୍ଚ୍ଚର ପରିମାଣ ବୃଦ୍ଧି ହେବା ଫଳରେ ମନରେ ସରସତା ରହିବ ନାହିଁ । ସମ୍ପର୍କୀୟମାନେ ନିଜ ଫାଇଦା ହାସଲ କରିବା ପାଇଁ ମିଠା ମିଠା କଥା କହିବେ ଓ ପରିଶେଷରେ ଆସୁବିଧାରେ ଠେଲି ଦେଇପାରନ୍ତି । ଶୁଭରଙ୍ଗ: ଲାଲ୍ । ଆରାଧନା: ମାଆ ତାରିଣୀ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

www.livehindustan.com

ଆଜି ଆପଣ ଶାରୀରିକ ଓ ମାନସିକ ଦୃଷ୍ଟିକୋଣରୁ ସୁସ୍ଥ ଅନୁଭବ କରିବେ । ସ୍ୱଗୃହୀ ରବି ଧନ ଏକାଦଶାଧିପତି ଯୁକ୍ତ କାରଣରୁ ପଦସ୍ଥବ୍ୟକ୍ତିଙ୍କ ସାହାର୍ଯ୍ୟରୁ ଅର୍ଥ ଓ ସମ୍ମାନ ଲାଭ କରିବେ । ବ୍ୟବସାୟ ବାଣିଜ୍ୟରେ ଆର୍ଥିକ ସ୍ଥିତି ଭଲ ରହିବ । ଅଫିସରେ କାର୍ଯ୍ୟଭାର ଅଧିକ ଥିଲେ ମଧ୍ୟ ସହକର୍ମୀଙ୍କ ସାହାଯ୍ୟ ଓ ସହଯୋଗ ଫଳରେ ସମସ୍ତ କାର୍ଯ୍ୟକୁ ଅତି ସହଜରେ ସମାପନ କରିପାରିବେ । ପରିବାରରେ ଘର ସାଜ୍ଜସଜ୍ଜରେ ଲାଗିବେ । ଜମିଜମା କଥା, ସରକାରୀ କାମ, ଆନୁଷ୍ଠାନିକ ଦାୟିତ୍ୱ, ବନ୍ଧୁମିଳନ କ୍ଷେତ୍ରରେ ଆଜି ସତର୍କତାର ସହ କାମ କରିବା ଭଲ । ଗୁଜବ ଖବର ଶୁଣି କିଛି ସମୟ ପାଇଁ ଆତଙ୍କିତ ହୋଇପାରନ୍ତି । ପରିବାରରେ ସମସ୍ତଙ୍କ ସହଯୋଗ ପାଇବେ । ସ୍ନେହ, ଶ୍ରଦ୍ଧାରେ ଦିନ ଅତିବାହିତ କରିବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଦୁର୍ଗା ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

www.livehindustan.com

ମନକୁ ଶାନ୍ତ ରଖନ୍ତୁ, ନିଜ ଉପରେ ବିଶ୍ଵାସ ରଖନ୍ତୁ । ବୃହସ୍ପତି ଭାଗ୍ୟସ୍ଥାନକୁ ଦେଖୁଥିବାରୁ ଅଟକି ରହିଥିବା କାମଗୁଡ଼ିକ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହେବ । କ୍ରୋଧ ଆପଣଙ୍କ କାର୍ଯ୍ୟରେ ପ୍ରତିବାନ୍ଧକ ସୃଷ୍ଟି କରିପାରେ । ତେଣୁ କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ । ପରିଶ୍ରମର ଉପଯୁକ୍ତ ପାରିଶ୍ରମିକ ପାଇବା ପାଇଁ ବିଳମ୍ବିତ ସମୟ ଲାଗିପାରେ । କିନ୍ତୁ ଚାରିକି କରୁଥିବା କର୍ମଚାରୀଙ୍କ ପାଇଁ ଦିନଟି ଅତି ଉତ୍ତମ ରହିବ । ସାମାଜିକ ସ୍ତରରେ ଦକ୍ଷତାଭିତ୍ତିକ କାର୍ଯ୍ୟ ହାତକୁ ନେଇ ପ୍ରଶଂସିତ ହୋଇପାରନ୍ତି । ବୈବାହିକ ଜୀବନ ଲାଗି ଦିନଟି ପ୍ରତିକୂଳ ସାବ୍ୟସ୍ତ ହେବ । କୌଣସି ସମ୍ପର୍କୀୟକ ମାଧ୍ୟମରେ ସମସ୍ୟାର ସମାଧାନ ହୋଇପାରିବ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ପ୍ରଭୁ ହନୁମାନ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

www.livehindustan.com

ଆଜି ଆପଣଙ୍କ ରୋଜଗାରରେ ପରିବର୍ତ୍ତନ ଆସିବ । ଶନିଙ୍କ ସୁପ୍ରଭାବରେ ଆନୁଷ୍ଠାନିକ କାମରେ ଅଗ୍ରଣୀ କରିବେ ଆଜିର ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ରହିବ । କିନ୍ତୁ ମାଆଙ୍କ ସ୍ୱାସ୍ଥ୍ୟ ଖରାପକୁ ନେଇ ଚିନ୍ତିତ ରହିବେ । କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଭଲ ଭାବରେ ଚିନ୍ତା କରନ୍ତୁ । ତରବାରିଆ ହୋଇ ନିଷ୍ପତ୍ତି ନିଅନ୍ତୁ ନାହିଁ । ଆଜି ଆପଣ ନିଜ କର୍ମକ୍ଷେତ୍ରରେ ନିଷ୍ଠାର ସହିତ କାର୍ଯ୍ୟ କରିବେ ଓ ଉପଯୁକ୍ତ ପାରିଶ୍ରମିକ ମଧ୍ୟ ପାଇବେ ଏବଂ ସଫଳତା ମଧ୍ୟ ପ୍ରାପ୍ତ କରିବେ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ପାରିବାରିକ ସ୍ତରରେ ବନ୍ଧୁବର୍ଗଙ୍କ ସହାନୁଭୂତି ଲାଭ କରିବେ । ପୂର୍ବରୁ ପ୍ରସ୍ତୁତ କରିଥିବା ଦୀର୍ଘ ମିଆଦି ଯୋଜନାକୁ କାର୍ଯ୍ୟ କରି କରିବା ପାଇଁ ଚେଷ୍ଟା କରିବେ ଓ ସଫଳ ମଧ୍ୟ ହେବେ । ପାରିବାରିକ ସ୍ତରରେ ବନ୍ଧୁବର୍ଗଙ୍କ ସହାନୁଭୂତି ଲାଭ କରିବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ସମଲେଶ୍ଵରୀ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

www.livehindustan.com

ଆପଣଙ୍କର ସୁଚିନ୍ତିତ ଯୋଜନା ଓ ସିଦ୍ଧାନ୍ତ ଦିନଚର୍ଯ୍ୟାକୁ ବଦଳାଇ ଦେବ । ରାଶିପ୍ରତି ରାଶ୍ୟାଧିପତିଙ୍କ ଦୃଷ୍ଟି ଯୋଗୁଁ ଦୈହିକ ସୁସ୍ଥତା ପୁନଶ୍ଚ ଫେରି ଆସିବ । ବ୍ୟବସାୟରେ ଲାଭର ନୂତନ ମାର୍ଗ ଉନ୍ମକ୍ତ ହେବ । କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାରର କୈାଶଳ ଅବଲମ୍ବନ କରି କାର୍ଯ୍ୟ ହାସଲ କରିବା ଦିଗରେ ସମର୍ଥ ହେବେ । ଆତ୍ମବିଶ୍ଵାସର ସହ କାମ କରି ଚାଲନ୍ତୁ, ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ । ଆର୍ଥିକ ଦୃଷ୍ଟିକୋଣରୁ ଦିନଟି ଭଲ ରହିବ । ସାଙ୍ଗମାନଙ୍କ ସହିତ ସମୟ ଅତିବାହିତ କରିବାକୁ ଇଚ୍ଛା କରିବେ । ପାରିବାରିକ ଜୀବନ ସୁଖଦ ରହିବ ଏବଂ ସମସ୍ତ ସଦସ୍ୟଙ୍କ ମଧ୍ୟ ସଦ୍-ଭାବ ରହିବ । ଆଜି ବୈବାହିକ ଜୀବନରେ ପ୍ରେମର ସ୍ରୋତ ବଢିବ । ଶୁଭରଙ୍ଗ: ବାଦାମୀ । ଆରାଧନା: ମାଆ ବିରଜା ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

www.livehindustan.com

ସତର୍କତାର ସହ ଦିନଚର୍ଯ୍ୟା କରନ୍ତୁ, ଦିନଟି ଆପଣଙ୍କ ପାଇଁ ପ୍ରତିକୂଳ ରହିବ । ମୁଖ ଭାବରେ ଶନି ଆପଣଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ନୀରବ ରହିବାକୁ ଅନୁପ୍ରେରିତ କରିବ । ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଆପଣ ଚିନ୍ତିତ ରହିବେ । ବ୍ୟବସାୟରେ ଏକ ସୁବର୍ଣ୍ଣ ସୁଯୋଗ ହାତ ପହନ୍ତରୁ ଖସିଯାଇପାରେ । ସାମାଜିକ କ୍ଷେତ୍ରରେ ସହଭାଗିତା ରହିବେ । ସଭାସମିତି କିମ୍ବା ଅଫିସିଆଲି ଆଲୋଚନା ପରିସରରେ ବନ୍ଧୁଙ୍କ ଯୁକ୍ତିିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ । ପାରିବାରିକ କ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢିପାରେ । ନିକଟ ସମ୍ପର୍କୀୟମାନେ ଉପର ସ୍ନେହ ଦେଖାଇ ଭିତରେ ଚେର କାଟି ପାରନ୍ତି । ଶୁଭରଙ୍ଗ: କଫିରଙ୍ଗ । ଆରାଧନା: ମାଆ ଚର୍ଚ୍ଚିକା ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

www.livehindustan.com

ଘନିଷ୍ଠ ବନ୍ଧୁଙ୍କ ସହ ସମ୍ପର୍କ ଉନ୍ନତ ହେବ । ଚତୁର୍ଥ ଓ ସପ୍ତମାଧିପ ଶୁଭ ଭାବରେ ଥିବାରୁ ମନ ଅନୁଯାୟୀ କାମ କରିବେ ଏବଂ ତଦନୁସାରେ ସୁଫଳ ମଧ୍ୟ ପାଇବେ । ଆଗାମୀ ସମୟରେ ଆପଣଙ୍କ ଜୀବନରେ ଏକ ସକାରାତ୍ମକ ପରିବର୍ତ୍ତନ ହେବାକୁ ଯାଉଛି । ବାଣିଜ୍ୟ, ବ୍ୟବସାୟରେ ଆର୍ଥିକ ସ୍ଥିତି ସଦୃଢ ରହିବ । ଅଫିସରୁ ହଠାତ୍‌ କୌଣସି ଖବର ପାଇ ବିଚଳିତ ହୋଇପାରନ୍ତି । ପରିସ୍ଥିତି ଯାହା ହେଉ ନା କାହିଁକି, ଆଜି କୈାଣସି କାମ ଅଧାରେ ଅଟକି ରହିବ ନାହିଁ । ସାମାଜିକ କାର୍ଯ୍ୟରେ ସହଭାଗୀତା କରିବେ । କୌଣସି ବ୍ୟକ୍ତିର ବ୍ୟକ୍ତିଗତ କାର୍ଯ୍ୟରେ ମୁଣ୍ଡ ପୁରନ୍ତୁ ନାହିଁ, ନଚେତ ପରିସ୍ଥିତି ଆପଣଙ୍କ ବିପକ୍ଷରେ ଯାଇପାରେ । ଆନୁଷ୍ଠାନିକ କାମରେ ସଫଳତା ଦିଗକୁ ମନ ବଳାଇବେ । ପରିବରରେ ସୁଖଶାନ୍ତି ବଜାୟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ହର ପାର୍ବତୀ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

www.livehindustan.com

ଦିନଟି ଅତ୍ୟନ୍ତ ହସଖୁସିରେ ଅତିବାହିତ କରିବେ । ତୃତୀୟାଭାବରେ ସ୍ୱଗୃହୀ ମଙ୍ଗଳ ଆପଣଙ୍କ ଭ୍ରାତୃସୌଖ୍ୟ ଓ ଜମିଜମା କିଣାବିକା କ୍ଷେତ୍ରରେ ସୁଫଳ ପ୍ରଦାନ କରିବ । ଆପଣ ନୂତନ ଚିନ୍ତାଧାରା ସହିତ କରିବେ, ଯାହା ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ସାବ୍ୟସ୍ତ ହେବ । ବ୍ୟବସାୟରେ ଆଶାତୀତ ଲାଭ ପାଇପାରନ୍ତି । ଅଫିସରେ କୌଣସି ନୂଆ କାମର ଦାୟିତ୍ଵ ମିଳିପାରେ । ପାରିବାରିକ ଶୃଙ୍ଖଳା ରକ୍ଷା କରିବାକୁ ଯାଇ ବହୁିତ କଷ୍ଟ ସ୍ବୀକାର କରିବାକୁ ପଡିବ । ଧୈର୍ଯ୍ୟହରା ପରିସ୍ଥିତିକୁ ହୃଦୟଙ୍ଗମ କରି କେତେକ କ୍ଷେତ୍ରରେ ଜାଣିଶୁଣି ମଧ୍ୟ ନୀରବ ରହିବାକୁ ବାଧ୍ୟ ହୋଇ ପାରନ୍ତି । ବନ୍ଧୁମାନେ ସାମୟିକ ସହଯୋଗକୁ ନିଜର ସ୍ଵାର୍ଥ ସାଧନ ଦିଗରେ ଲଗାଇପାରନ୍ତି । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭୈରବୀ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

www.livehindustan.com

ଦିନଟି ଆପଣଙ୍କ ପାଇଁ ମିଶ୍ରଣ ଫଳ ପ୍ରଦାନ କରିବ । ଗୁରୁଦୃଷ୍ଟିରୁ ଯଦିଓ ଆପଣ ଲକ୍ଷ୍ୟହାସଲରେ କୃତ୍ତକାର୍ଯ୍ୟ ହେବ ତଥାପି ପ୍ରତ୍ୟେକ କ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ ସମସ୍ୟା ସୃଷ୍ଟି କରିବ । ବ୍ୟବସାୟରେ ପରିଶ୍ରମ ଅନୁସାରେ ରୋଜଗାର ହେବା କାଠିକର ପାଠ । ଅଫିସରେ ନିଷ୍ଠାର ସହିତ କାର୍ଯ୍ୟ କରିଲେ ମଧ୍ୟ ସହକର୍ମୀ ଓ ଉଚ୍ଚଧିକାରୀ ଆପଣଙ୍କ କାର୍ଯ୍ୟକୁ ନେଇ ସମାଲୋଚିତ କରିବେ । ପାରିବାରିକ ମତଭେଦ ଯୋଗୁଁ ପରିବାରରେ ଶାନ୍ତି ବାତାବରଣ ଭଙ୍ଗ ହୋଇପାରେ । ସମ୍ପର୍କୀୟଙ୍କ ସହ ସମ୍ପର୍କ ହାନୀର ସମ୍ଭାବନା ରହିଛି । ପୁରାତନ ରୋଗର ପ୍ରାଦୁର୍ଭାବ ବୃଦ୍ଧି ପାଇପାରେ । ଶୁଭରଙ୍ଗ: ଲାଲ୍ । ଆରାଧନା : ପ୍ରଭୁ ହନୁମାନ ।

Leave a Reply

Your email address will not be published. Required fields are marked *