ପରବିନ୍ ବବିଙ୍କ ଦିୱାନା ହୋଇ ଇଞ୍ଜିନିୟର ଚାକିରୀ ଛାଡି ବିଦେଶରୁ ଫେରି ଆସିଥିଲେ ବବ୍ କ୍ରିଷ୍ଟୋ !

ଗତ ଯୁଗର ସୁପରହିଟ୍ ଚଳଚ୍ଚିତ୍ର ମାନଙ୍କରେ ଇଂରାଜୀ ଖଲନାୟକ ଆପଣଙ୍କୁ ନିଶ୍ଚିତ ଭାବରେ ମନେଥିବ । ଯିଏକି ବେଳେବେଳେ ସ୍ମଗଲିଙ୍ଗ କରୁଥିବାର ନଜର ଆସୁଥିଲା ତ ଆଉ କେତେବେଳେ ହିରୋଇନ ଉପରେ କୁଦୃଷ୍ଟି ପକାଉଥିବାର ଦେଖାଯାଉଥିଲା । ଆମେ ଆଲୋଚନା କରୁଛୁ ବବ୍ କ୍ରିଷ୍ଟୋ ବିଷୟରେ । ୮୦ ଦଶକରେ ବବ୍ କ୍ରିଷ୍ଟୋ ବଲିଉଡ଼ର ଅନେକଗୁଡ଼ିଏ ଚଳଚ୍ଚିତ୍ରରେ ନଜର ଆସିଛନ୍ତି । ଅଧିକାଂଶ ଚଳଚ୍ଚିତ୍ରରେ ତାଙ୍କ ଅଭିନୟ ବିଦେଶୀ ଡନ୍ କିମ୍ବା ସ୍ମଗଲରର ହୋଇଥାଏ । କଣ ଆପଣ ଜାଣନ୍ତି ଯେ ବବ କ୍ରିଷ୍ଟୋ ପରବିନ ଉପରେ ଦିୱାନା ହୋଇ ନିଜ ଇଞ୍ଜିନିୟର ଚାକିରୀ ଛାଡି ଦେଇ ଭାରତକୁ ଆସି ଯାଇଥିଲେ ।

ବବ୍ ହିନ୍ଦୀ ସିନେମା ଜଗତରେ ପାଦ ରଖିବା ପଛରେ ଏକ ମଜାଳିଆ କାହାଣୀ ରହିଛି । ବାସ୍ତବରେ ବବ୍ କ୍ରିଷ୍ଟୋ ପରବିନ୍ ବବିଙ୍କୁ ପ୍ରଥମ ଥର ପାଇଁ ଟାଇମ୍ ମ୍ୟାଗେଜିନର କଭର ପେଜରେ ଦେଖିଥିଲେ । ୧୯୭୬ ମସିହାରେ ଟାଇମ୍ ମ୍ୟାଗେଜିନ ଭାରତୀୟ ଚଳଚ୍ଚିତ୍ର ଜଗତ ଉପରେ କଭର ଷ୍ଟୋରୀ କଲେ ଓ ପରବିନ୍ ବବିଙ୍କ ଗ୍ଲେମରସ୍ ଫଟୋ ଛପାଯାଇଥିଲା ।

ପରବିନ୍ ଟାଇମରେ କଭରରେ ସ୍ଥାନ ପାଇଥିବା ପ୍ରଥମ ଭାରତୀୟ କଳାକାର ଥିଲେ । ବବଙ୍କ ନଜର ଯେତେବେଳେ ଟାଇମ୍ ପତ୍ରିକା ଉପରେ ପଡ଼ିଲା ସେତେବେଳେ ସେ ପରବିନଙ୍କୁ ନଦେଖି ରହିପାରିଲେ ନାହିଁ । ସେ ତୁରନ୍ତ ଫ୍ଲାଇଟରେ ମୁମ୍ବାଇ ଆସିଗଲେ ।

ମୁମ୍ବାଇରେ ପହଞ୍ଚିଲେ ସେତେବେଳେ ଚର୍ଚ୍ଚଗେଟରେ ଏକ ଶୁଟିଂ ଚାଲୁଥିଲା । ଫିଲ୍ମ ୟୁନିଟରୁ ସେ କଥାବାର୍ତ୍ତା କଲେ । କଥାବାର୍ତ୍ତା ସମୟରେ ସେ ଜାଣିଲେ ଯେ ଯେଉଁ କ୍ୟାମେରାମ୍ୟାନ୍ ସହିତ ବବ୍ କଥା ହୋଇଥିଲେ ସେ ଆଗାମୀ ଦିନରେ ପରବିନ୍ ବବିଙ୍କୁ ଦେଖା କରିବାର ଥିଲା ।

ପରେ ଆଉ କଣ ସେହି କ୍ୟାମେରା ମ୍ୟାନ୍ ସହ ବବ୍ ପରବିନଙ୍କୁ ଦେଖା କରିବା ପାଇଁ ପହଞ୍ଚିଗଲେ ।

ଏଥିରୁ ବିଶେଷ କଥାଟି ଏହା ଯେ ଯେତେବେଳେ ପ୍ରଥମ ଥର ପାଇଁ ବବ୍ ପରବିନଙ୍କୁ ଦେଖିଲେ ତେବେ ସେ ତାଙ୍କୁ ଚିହ୍ନି ପାରିଲେ ନାହିଁ ।

ସେ ପରବିନ୍ ନିକଟକୁ ଗଲେ ଓ କହିଲେ ଆପଣ ପରବିନ୍ ବବି ନୁହଁନ୍ତି । ଏହା ପରେ ମ୍ୟାଗେଜିନ୍ କଭର ପେଜ୍ ଦେଖାଇ କହିଲେ ଏହି ଝିଅ ପରବିନ୍ ଅଟେ । ଏହା ପରେ ପରବିନ୍ ଜୋର ଜୋରରେ ହସିଲେ ଓ କହିଲେ ମୁଁ ସୁଟିଂ ନଥିବା ସମୟରେ ମେକଅପ୍ କରେ ନାହିଁ । ପରବିନଙ୍କୁ ଦେଖା କରି ବବଙ୍କୁ ବହୁତ ଭଲ ଲାଗିଲା ଏବଂ ସେ ଏହି ଚଳଚ୍ଚିତ୍ର ଜଗତରେ ବସିଗଲେ । ସେ ନିଜର ସିଭିଲ ଇଞ୍ଜିନିୟରିଂ ଚାକିରୀ ମଧ୍ୟ ଛାଡ଼ିଦେଲେ ।

ବବ୍ କ୍ରିଷ୍ଟୋଙ୍କୁ ଚଳଚ୍ଚିତ୍ରରେ ବ୍ରେକ୍ ୱେଟରନ ଅଭିନେତା ସଞ୍ଜୟ ଖାନ୍ ଦେଇଥିଲେ । ୧୯୮୦ ମସିହାରେ ଆସିଥିବା ଚଳଚ୍ଚିତ୍ର ଅବଦୁଲ ଶାହରେ ସଞ୍ଜୟ ତାଙ୍କୁ ସୁଯୋଗ ଦେଲେ । ଏଥିରେ ବବ୍ ନକରାତ୍ମକ ଭୂମିକାରେ ନଜର ଆସିଥିଲେ । ବବ୍ ପାଖାପାଖି ୨୦୦ଟି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ଏବଂ ସମସ୍ତ ଚଳଚ୍ଚିତ୍ରରେ ସେ ଖଳନାୟକ ଭାବରେ ନଜର ଆସିଥିଲେ । ବବ୍ ‘କାଳିୟା’, ‘ଗିରଫତାର’, ‘ଅଦାଲତ’, ‘ଗୁନାହୋ କା ଦେବତା’, ‘ସୌଗନ୍ଧ’, ‘ଆଖରୀ ଅଦାଲତ’, ‘ମିଷ୍ଟର ଇଣ୍ଡିଆ’ ଓ ମର୍ଦ ସମେତ ଅନେକଗୁଡ଼ିଏ ସୁପରହିଟ୍ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ।

ଇଂରେଜ ହୋଇ ମଧ୍ୟ ବବ୍ କ୍ରୀଷ୍ଟୋ କେବଳ ହିନ୍ଦୀ ନୁହେଁ ବରଂ ତାମିଲ, ତେଲୁଗୁ, କନ୍ନଡ଼ ଓ ମାଲୟଲମ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି । ୨୦ ମାର୍ଚ୍ଚ ୨୦୧୧ ରେ ୭୨ ବର୍ଷ ବୟସରେ ହୃଦ୍ଘାତ ଫଳରେ ବେଙ୍ଗାଲୁରୁ ଠାରେ ତାଙ୍କର ନିଧନ ହୋଇଗଲା କିନ୍ତୁ ଆଜି ମଧ୍ୟ ତାଙ୍କ ଚଳଚ୍ଚିତ୍ର ଜରିଆରେ ତାଙ୍କ ଫ୍ୟାନ୍ସ ମାନେ ତାଙ୍କୁ ମନେ ପକାନ୍ତି ।

Be the first to comment

Leave a Reply

Your email address will not be published.


*