ପୁଣି ଏକ ଲଜ୍ଜାଜନକ ଘଟଣା:- ଡାକ୍ତର ୧୦ ହଜାର ଟଙ୍କାରେ ନବଜାତ ଶିଶୁକୁ କଲେ ନିଲାମ !

ପ୍ରସବ ଫୀସ୍ ନଦେଇ ପାରିବାରୁ ଡାକ୍ତର ନେଲେ ଏପରି ନିଷ୍ପତ୍ତି, ୧୦ ହଜାର ଟଙ୍କାର ମୂଲ୍ୟ ଲଗାଇଲେ ନବଜାତ ଶିଶୁକୁ :-

ଡାକ୍ତରଙ୍କୁ ଲୋକମାନେ ଭଗବାନଙ୍କ ସ୍ଥାନ ଦେଇଥାନ୍ତି । କିନ୍ତୁ ଯେତେବେଳେ ଏହି ଭଗବାନ ନିଜ ରୋଗୀଙ୍କର ଫାଇଦା ଉଠାଇବାରେ ଲାଗିଥାଏ ସେତେବେଳେ ସେହି ବ୍ୟକ୍ତିକୁ ମାନବିକତା ନାମରେ କଳଙ୍କ ବୋଲି କୁହାଯାଇଥାଏ । ନିକଟରେ ଆସିଥିବା ଏହିପରି ଏକ ଘଟଣା ମାନବିକତା ଉପରେ ପ୍ରଶ୍ନ ଉଠାଇଛି । ଘଟଣାଟି ବିହାରର ଖଗଡ଼ିୟାର ମୈଡ଼ୟା ଥାନାର ଅଟେ, ଯେଉଁଠି ଜଣେ ଲୋଭୀ ଡାକ୍ତର ପ୍ରସବ କରାଇବାକୁ ଆସିଥିବା ମହିଳାଙ୍କର ସମ୍ପୂର୍ଣ୍ଣ ଫାଇଦା ଉଠାଇ ଥିଲା ଏବଂ ତାହାର ଶିଶୁକୁ ମାତ୍ର ୩୦୦୦ ଟଙ୍କାରେ ନେଇ ଯାଇଥିଲା । ଶିଶୁକୁ ନେବା ପରେ ଡାକ୍ତର କାଗଜରେ ମହିଳାଙ୍କ ଆଙ୍ଗୁଠି ଛାପ ମଧ୍ୟ ନେଇଥିଲା ।

ବାସ୍ତବରେ ଦେୱରୀରେ ରହୁଥିବା ଚଣ୍ଡିକା ସିଂହ ନିଜର ଗର୍ଭବତୀ ପତ୍ନୀଙ୍କର ପ୍ରସବ କରାଇବା ପାଇଁ ପୀଏଚସୀ ହସ୍ପିଟାଲ ଯାଇଥିଲେ । କିନ୍ତୁ ସେହି ସମୟରେ ଜଣେ…. ଆସି ସେହି ଦମ୍ପତିଙ୍କୁ ନୂଆଁ ମହିଳା କ୍ଲିନିକକୁ ନେଇ ଯାଇଥିଲେ । କିନ୍ତୁ କ୍ଲିନିକ୍ ପହଂଚିବା ପୂର୍ବରୁ ହିଁ ମହିଳା ଜଣକ ଏକ ଶିଶୁକୁ ଜନ୍ମ ଦେଇଥିଲେ । ଯେଉଁଠି ଅନ୍ୟ ଶିଶୁକୁ ମହିଳା ଜଣକ କ୍ଲିନିକରେ ଜନ୍ମ ଦେଇଥିଲେ ।

ଯେପରି ମହିଳାଙ୍କ ପ୍ରସବ ସରିଛି ତା’ପରେ ମହିଳା ଡାକ୍ତର ଏନ ବାନୋ ତାଙ୍କୁ ଫୀସ୍ ଆଧାରରେ ୭୦୦୦ ଟଙ୍କା ମାଗିଥିଲେ । କିନ୍ତୁ ଗରୀବ ହେବା କାରଣରୁ ଦମ୍ପତିଙ୍କ ପାଖରେ ଏତେ ଟଙ୍କା ନଥିଲା ଯେ ସେମାନେ ତାଙ୍କୁ ଫୀସ୍ ଦେଇପାରିବେ । ଏହିପରି ମହିଳା ଡାକ୍ତର ଜଣକ ଶିଶୁର ମୂଲ୍ୟ ୧୦ ହଜାର ଟଙ୍କା ଲଗାଇଥିଲେ ଏବଂ ୩୦୦୦ ଟଙ୍କା ଦେଇଥିଲେ । ତା’ସହିତ ଶିଶୁକୁ ନେଇ କାଗଜରେ ଦମ୍ପତିଙ୍କର ଆଙ୍ଗୁଠି ଛାପ ମଧ୍ୟ ନେଇଥିଲେ ।

ସେହି ସମୟରେ ମହିଳା ଜଣକ ଚୁପ୍ ରହିଥିଲେ କିନ୍ତୁ ପ୍ରସବର ଆଗାମୀ ଦିନ ହିଁ ସେ ନିଜ ସ୍ୱାମୀ ଏବଂ ବାକି ଘରଲୋକଙ୍କ ସହିତ ଥାନାରେ ମାମଲା ଦାଖଲ କରିବାକୁ ପହଂଚିଥିଲେ ।

କିନ୍ତୁ ଆଶ୍ଚର୍ଯ୍ୟର ଘଟଣା ସେତେବେଳେ ଘଟିଥିଲା ଯେତେବେଳେ ଥାନାଧ୍ୟକ୍ଷ ରତନେଶ କୁମାର ଦମ୍ପତ୍ତିଙ୍କର କୌଣସି କଥାକୁ ଧ୍ୟାନ ଦେଇନଥିଲେ । କିନ୍ତୁ ଯେତେବେଳେ ତାଙ୍କୁ ଲାଗିଲା ଯେ ମାମଲା ଉଗ୍ର ହେବାରେ ଲାଗିଛି ସେତେବେଳେ ସେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମହିଳା ଡାକ୍ତରଙ୍କ ପାଖରେ ପହଞ୍ଚିଥିଲେ ଏବଂ ଶିଶୁକୁ ଫେରାଇ ଆଣିଥିଲେ ।

ଏହି ସମ୍ପୂର୍ଣ୍ଣ ଘଟଣା ଉପରେ ମହିଳା ଡାକ୍ତର ବୟାନରେ କହିଛନ୍ତି ଯେ ସେ ଏପରି ନିଷ୍ପତ୍ତି କେବଳ ନବଜାତ ଶିଶୁର ଅବସ୍ଥାକୁ ଦେଖି ନେଇଥିଲେ । ଡାକ୍ତର ନିଜ ବୟାନରେ ଏହା ମଧ୍ୟ ସ୍ଵୀକାର କରିଛନ୍ତି ଯେ ସେ ଶିଶୁର ମୂଲ୍ୟ ୧୦ ହଜାର ଟଙ୍କା ଲଗାଇଥିଲେ ବୋଲି କିନ୍ତୁ ତାଙ୍କ ଅନୁସାରେ ସେ କେବଳ ଶିଶୁକୁ ବଞ୍ଚାଇବା ପାଇଁ ଏପରି ପଦକ୍ଷେପ ନେଇଥିଲେ ।

Be the first to comment

Leave a Reply

Your email address will not be published.


*