ଦୀପିକା, ସାରା ଏବଂ ଶ୍ରଦ୍ଧାଙ୍କ ପରେ ଡ୍ରଗ୍ସ ମାମଲାରେ ଆସିଲା ଏହି ଅଭିନେତ୍ରୀଙ୍କ ନାମ, ଜେରା କରିପାରେ NCB !

ସୁଶାନ୍ତ ସିଂହ ରାଜପୁତ ମାମଲାରେ ଡ୍ରଗ୍ସ ପ୍ରସଙ୍ଗ ସମ୍ନାକୁ ଆସିବା ପରେ ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରାଯାଇଥିଲା । ଯାହାପରେ ରିୟା NCB ସାମ୍ନାରେ ଡ୍ରଗ୍ସ ନେଉଥିବା ଅଭିନେତ୍ରୀଙ୍କ ନାମ ନେଇଥିଲେ, ଯେଉଁଥିରେ ସାରା ଅଲୀ ଖାନ୍, ରକୁଲ ପ୍ରୀତ ସିଂହ , ଦୀପିକା ପାଦୁକୋନ, ଶ୍ରଦ୍ଧା କପୂର, ନମ୍ରତା ଶିରୋଡକରଙ୍କ ନାମ ସମ୍ନାକୁ ଆସିଛି । ଡ୍ରଗ୍ସର ଏହି ଜାଲରେ ବର୍ତ୍ତମାନ ଆଉ କେତେ ନାମ ସମ୍ନାକୁ ଆସିବାକୁ ବାକି ଅଛି ତାହା ତ ଆଗାମୀ ସମୟ କହିବ । ତେଣୁ ଚାଲନ୍ତୁ ଆଜି ଆମେ ଆପଣଙ୍କୁ ଅଭିନେତ୍ରୀ ନମ୍ରତା ଶିରୋଡକରଙ୍କ ବିଷୟରେ କହିବୁ, ଯିଏ ନିଜ ସମୟରେ ଅନେକ ସୁପରହିଟ୍ ଫିଲ୍ମ ଦେଇଛନ୍ତି ।

ମହେଶ ବାବୁଙ୍କୁ ବିବାହ କରିବା ପରେ ଦୂରେଇ ଯାଉଥିଲେ ଫିଲ୍ମ ଠାରୁ :-

ନମ୍ରତା ଶିରୋଡକର ୧୯୯୮ ମସିହାରେ ନିଜର ଫିଲ୍ମ ” ଜବ୍ ପ୍ୟାର କିସୀସେ ହୋତା ହେ ” ଠାରୁ ନିଜର କ୍ୟାରିଅରର ଆରମ୍ଭ କରିଥିଲେ । ଫିଲ୍ମ ଦୁନିଆକୁ ଆସିବା ପୂର୍ବରୁ ନମ୍ରତା ଶିରୋଡକର ମିସ୍ ଇଣ୍ଡିଆର ତାଜ୍ ନିଜ ନାମରେ କରିଥିଲେ । ନିଜ କ୍ୟାରିଅରରେ ସେ ” ବାସ୍ତବ “, ” ଅସ୍ଥିତ୍ଵ “, ” ଆଗାଜ୍ “, ” କଚ୍ଚେ ଧାଗେ “, ” ହିରୋ ହିନ୍ଦୁସ୍ତାନୀ ” ଭଳି ଅନେକ ସୁପରହିଟ୍ ଫିଲ୍ମରେ କାମ କରିଛନ୍ତି । ଏହାପରେ ସେ ସାଉଥ ସୁପରଷ୍ଟାର ମହେଶ ବାବୁଙ୍କୁ ବିବାହ କରିଥିଲେ । ବିବାହ ପରଠାରୁ ନମ୍ରତା ଶିରୋଡକର ଫିଲ୍ମ ଦୁନିଆ ଠାରୁ ଦୂରେଇ ଯାଇଥିଲେ । ନମ୍ରତା ଶିରୋଡକର ହିନ୍ଦୀ ଫିଲ୍ମ ବ୍ୟତୀତ ତାମିଲ , ତେଲୁଗୁ, ମରାଠୀ, କନ୍ନଡ଼, ମଲାୟଲମ ଭାଷାରେ ମଧ୍ୟ କାମ କରିଛନ୍ତି ।

ନମ୍ରତା ଶିରୋଡକର ଏବଂ ମହେଶ ବାବୁଙ୍କର ସାକ୍ଷାତ ଫିଲ୍ମ ” ବାମସୀ ” ଜରିଆରେ ହୋଇଥିଲା :-

ନମ୍ରତା ଶିରୋଡକର ଏବଂ ମହେଶଙ୍କ ସାକ୍ଷାତ ୨୦୦୦ ମସିହାରେ ହୋଇଥିଲା । ଫିଲ୍ମ ” ବାମସୀ ” ସମୟରେ ଦୁହିଁଙ୍କର ସାକ୍ଷାତ ହୋଇଥିଲା । ୫ ବର୍ଷ ପର୍ଯ୍ୟନ୍ତ ଉଭୟେ ଉଭୟଙ୍କୁ ଡେଟ୍ କରିବା ପରେ ଦୁହେଁ ପରିବାରର ସମ୍ମତି ରେ ୨୦୦୫ରେ ବିବାହ କରିଥିଲେ । ଦୁହେଁ ସାଙ୍ଗରେ ଖୁବ୍ ଖୁସିରେ ମଧ୍ୟ ଅଛନ୍ତି । କହି ରଖୁଛୁ ଯେ ନମ୍ରତା ଶିରୋଡକର ଏବଂ ମହେଶଙ୍କର ଦୁଇ ପିଲା ମଧ୍ୟ ଅଛନ୍ତି ।

ଡ୍ରଗ୍ସ ମାମଲାରେ ନାମ ଆସିବା ପରେ ହେବ ଜେରା :-

କିନ୍ତୁ ଡ୍ରଗ୍ସ ମାମଲାରେ ନାମ ଆସିବା ପରେ ନମ୍ରତା ଶିରୋଡକର ଚର୍ଚ୍ଚାରେ ରହିଛନ୍ତି । ଖୁବଶୀଘ୍ର NCB ତାଙ୍କୁ ପଚରା ଉଚୁରା କରିବା ପାଇଁ ଡକାଇ ପାରନ୍ତି । ବର୍ତ୍ତମାନ ଏହା ଦେଖିବାର ଅଛି ଯେ ଆଗକୁ କଣ ହେଉଛି । NCB ଦୀପିକା ପାଦୁକୋନ , ସାରା ଅଲୀ ଖାନ୍, ରକୁଲ ପ୍ରୀତ ସିଂହଙ୍କୁ ମଧ୍ୟ ଡକାଯାଇଛି । ତାଙ୍କୁ ପଚରା ଉଚୁରା ପରେ କାହାର ନାମ ସମ୍ନାକୁ ଆସିବ ତାହା ଜଣା ପଡ଼ିବ ।

Be the first to comment

Leave a Reply

Your email address will not be published.


*