ଏନସିବିରୁ ମିଳିଲା ଦୀପିକା, ଶ୍ରଦ୍ଧା ଓ ସାରାଙ୍କୁ କ୍ଲିନଚିଟ୍ ? ଅଭିନେତ୍ରୀମାନଙ୍କ ବିରୋଧରେ କୌଣସି ବଡ଼ ପ୍ରମାଣ ମିଳିଲା ନାହିଁ…

ଡ୍ରଗ୍ସ ସେବନ ମାମଲାରେ ନିକଟରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଅଭିନେତା ଦୀପିକା ପାଦୁକୋନ, ଶ୍ରଦ୍ଧା କପୁର ଓ ସାରା ଅଲ୍ଲୀ ଖାନଙ୍କୁ ପଚରାଉଚରା ପାଇଁ ଡକାଇଥିଲା । ଏହି ତିନି ଅଭିନେତ୍ରୀଙ୍କୁ ଦୀର୍ଘ ସମୟ ଧରି ପଚରାଉଚରା କରାଯାଇଥିଲା ଏବଂ ସେମାନଙ୍କ ଫୋନ ମଧ୍ୟ ଜବତ କରାଯାଇଥିଲା । କୁହାଯାଉଥିଲା ଯେ, ଏନସିବି ପୁନର୍ବାର ଏହି ଅଭିନେତ୍ରୀମାନଙ୍କୁ ପଚରାଉଚରା ପାଇଁ ଡାକିପାରେ । କିନ୍ତୁ ଇତି ମଧ୍ୟରେ, ବର୍ତ୍ତମାନ ଖବର ଆସୁଛି ଯେ ଡ୍ରଗ୍ସ ମାମଲାକୁ ଆରାମରେ ସମାଧାନ ପାଇଁ ଏନସିବିକୁ ନିର୍ଦ୍ଦେଶ ଦିଆଯାଇଛି । ଯାହାଫଳରେ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପ୍ରତିଛବି ଖରାପ ହୋଇପାରିବ ନାହିଁ ।

ଏହା ବ୍ୟତୀତ ଏହି ଖବର ଆଗକୁ ଆସିଛି ଯେ, ଏନସିବି ପାଖରେ ଦୀପିକା ପାଦୁକୋନ ତାଙ୍କ ମ୍ୟାନେଜର କରିସ୍ମା ପ୍ରକାଶ, ଶ୍ରଦ୍ଧା କପୁର ଏବଂ ସାରା ଅଲ୍ଲୀ ଖାନଙ୍କ ବିରୋଧରେ ବର୍ତ୍ତମାନ ଏମିତି କୌଣସି ପ୍ରମାଣ ନାହିଁ, ଯାହାକୁ ଭିତ୍ତି କରି ସେମାନଙ୍କୁ ପୁନର୍ବାର ପଚରାଉଚରା ପାଇଁ ଡ଼କାଯାଇପାରିବ ।

ସୁଶାନ୍ତ ସିଂଙ୍କ ପ୍ରତିଛବିର ପୂର୍ଣ୍ଣ ଯତ୍ନ ନିଆଯାଉଛି :

ନିକଟରେ ଯେତେବେଳେ ଏନସିବି ଦୀପିକା ପାଦୁକୋନ, ଶ୍ରଦ୍ଧା କପୁର ଓ ସାରା ଅଲ୍ଲୀ ଖାନଙ୍କୁ ପଚରାଉଚରା କରିଥିଲେ । ଡ୍ରଗ୍ସ ବ୍ୟବହାର ବା ସେବନକୁ ନେଇ ଏହି ତିନି ଜଣ ଅଭିନେତ୍ରୀ ସଂପୂର୍ଣ୍ଣ ମନା କରିଥିଲେ । ଏଥିସହିତ ଶ୍ରଦ୍ଧା କପୁର ଏବଂ ସାରା ଅଲ୍ଲୀ ଖାନ ମଧ୍ୟ ସୁଶାନ୍ତ ସିଂଙ୍କ ବିଷୟରେ ଅନେକ ଚମକପ୍ରଦ ବକ୍ତବ୍ୟ ରଖିଥିଲେ ଏବଂ ସୁଶାନ୍ତଙ୍କ ଉପରେ ସମସ୍ତ ଅଭିଯୋଗ ଆଣିଥିଲେ । ଶ୍ରଦ୍ଧା କପୁର ଏନସିବି ଅଧିକାରୀଙ୍କୁ କହିଛନ୍ତି ଯେ ସେ ଡ୍ରଗ୍ସ ସେବନ କରନ୍ତି ନାହିଁ । କିନ୍ତୁ ସେ ସୁଶାନ୍ତଙ୍କୁ ଅନେକ ଥର ଡ୍ରଗ୍ସ ନେଉଥିବାର ଦେଖିଛନ୍ତି । ଫିଲ୍ମର ସୁଟିଂ ସମୟରେ ସୁଶାନ୍ତ ପ୍ରାୟତଃ ଡ୍ରଗ୍ସ ବ୍ୟବହାର କରୁଥିଲେ ।

ସାରା ଅଲ୍ଲୀ ଖାନ ଏନସିବିକୁ କହିଥିଲେ ଯେ ସେ ସୁଶାନ୍ତଙ୍କୁ ଡେଟ୍ କରୁଥିଲେ । ସେମାନେ ଦୀର୍ଘ ଛଅ ମାସ ପର୍ଯ୍ୟନ୍ତ ଏକାଠି ଥିଲେ । କିନ୍ତୁ ସୁଶାନ୍ତଙ୍କ ଆଚରଣ ଠିକ ନ ଥିଲା । ଏହି କାରଣରୁ ସାରାଙ୍କ ପରିବାର ଏହି ସମ୍ପର୍କକୁ ନେଇ ଖୁସି ନଥିଲେ ଏବଂ ସାରାଙ୍କ ପରିବାର ତାଙ୍କୁ ସୁଶାନ୍ତଙ୍କ ସହ ସମସ୍ତ ସମ୍ପର୍କ ବନ୍ଦ କରିବାକୁ କହିଥିଲେ । ଏହାପରେ ସାରା, ସୁଶାନ୍ତଙ୍କ ଠାରୁ ଅଲଗା ହୋଇଥିଲେ । ସାରା ଏନସିବିକୁ ମଧ୍ୟ କହିଛନ୍ତି ଯେ ସେ ସୁଶାନ୍ତ ଡ୍ରଗ୍ସ ବ୍ୟବହାର କରୁଥିଲେ ।

ଏହି ମାମଲାରେ ଯେଉଁ ଭାବରେ ସୁଶାନ୍ତଙ୍କ ଛବି ନଷ୍ଟ ହେଉଛି, ତାହାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଉଚ୍ଚାଧିକାରୀ ଏନବିସିକୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ଆରାମରେ ଏହି ମାମଲାର ସମାଧାନ କରନ୍ତୁ ।

ଏନବିସିର ଛବି ମଧ୍ୟ ଖରାପ ହେବାରେ ଲାଗିଛି :

ଖବର ଅନୁଯାୟୀ ମଙ୍ଗଳବାର ଦିନ ଏନସିବି ଅଧିକାରୀମାନେ ମୁମ୍ବାଇ ଏବଂ ଦିଲ୍ଲୀରେ ବୈଠକ କରିଥିଲେ । ଯେଉଁଥିରେ ଆଲୋଚନା କରାଯାଇଥିଲା ଯେ ଏହି ଘଟଣାରେ ଏନସିବିର ଛବି ଖରାପ ହେବାରେ ଲାଗିଛି । ବାସ୍ତବରେ, ଧର୍ମା ପ୍ରଡକ୍ସନ୍ସ ପାଇଁ କାମ କରିଥିବା କ୍ଷିତିଜ ପ୍ରସାଦ ଏନସିବି ତାଙ୍କୁ ହଇରାଣ ଓ ବ୍ଲାକମେଲ କରିଥିବା ଅଭିଯୋଗ କରିଛନ୍ତି । ପ୍ରସାଦଙ୍କ ଓକିଲ ସତୀଶ ମନାସିନ୍ଦେ ରବିବାର ଦିନ ବମ୍ବେ ହାଇକୋର୍ଟଙ୍କୁ କହିଛନ୍ତି ଯେ କ୍ଷିତଜ ପ୍ରସାଦଙ୍କୁ କରଣ ଜୋହର ଏବଂ ତାଙ୍କ ବରିଷ୍ଠ କାର୍ଯ୍ୟ ନିର୍ବାହୀମାନଙ୍କୁ ଦୋଷୀ ସାବ୍ୟସ୍ତ କରିବାକୁ ଏନସିବି ଦ୍ୱାରା ବାଧ୍ୟ କରାଯାଇଛି । ସୂଚନାନୁସାରେ, ଦୀପିକା ପାଦୁକୋନ, ଶ୍ରଦ୍ଧା କପୁର ଏବଂ ସାରା ଅଲ୍ଲୀ ଖାନଙ୍କ ବିରୋଧରେ ଏନସିବି ପାଖରେ କୌଣସି ଠୋସ୍ ପ୍ରମାଣ ନାହିଁ । ତେଣୁ ଏହି ଅଭିନେତ୍ରୀମାନଙ୍କୁ ଅଧିକ ପଚରାଉଚରା ପାଇଁ ଡକାଯିବ ନାହିଁ ।

Be the first to comment

Leave a Reply

Your email address will not be published.


*