ଆଇସିଏମଆରର ବଡ ସଫଳତା ! କୋଭିଡ-୧୯ର ଚିକିତ୍ସାରେ ନିମନ୍ତେ ଏଣ୍ଟି ସେରମ୍ ପ୍ରସ୍ତୁତି ।

ବୈଜ୍ଞାନିକମାନେ ସର୍ବଦା ଯେକୌଣସି ବାହ୍ୟ ଜୀବାଣୁ କିମ୍ବା ଭୂତାଣୁ ସହିତ ଲଦିବା ନିମନ୍ତେ ଆବଶ୍ୟକ ଆଣ୍ଟିବଡି ପ୍ରସ୍ତୁତ କରିବାରେ ଲାଗିଥାନ୍ତି । ବୈଜ୍ଞାନିକମାନଙ୍କର ଏହି ଉଦ୍ଭାବନ ଅଧିକ ଗୁରୁତ୍ୱପୂର୍ଣ୍ଣ ହେବାର କାରଣ ଏହା କେବଳ (କରୋନା) ସଂକ୍ରମଣର ଚିକିତ୍ସା ପାଇଁ ନୁହେଁ ବରଂ ସଂକ୍ରମଣ ରୋକିବା ପାଇଁ ମଧ୍ୟ ବ୍ୟବହୃତ ହେବ ।

ନୂଆଦିଲ୍ଲୀ ୦୨/୧୦ : ଇଣ୍ଡିଆନ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ଏବଂ ବାୟୋଲୋଜିକାଲ ଇ-ଲିମିଟେଡ, ହାଇଦ୍ରାବାଦ (Biological E. Limited, Hyderabad) ମିଳିତ ଭାବରେ ଏକ ସ୍ୱତନ୍ତ୍ର ପ୍ରକାରର ଆଣ୍ଟି ଶିରମ୍ ବିକଶିତ କରିଛନ୍ତି ଯାହା କରୋନା ଚିକିତ୍ସାରେ ପ୍ରଭାବଶାଳୀ ହୋଇପାରେ । ଏହି ଆଣ୍ଟି-ସେରମ୍ ବର୍ତ୍ତମାନ ପଶୁମାନଙ୍କ ମାଧ୍ୟମରେ ବିକଶିତ କରାଯାଇଛି ।

ଯଦି, କଥିତ ଭାଷାରେ କୁହାଯାଏ ତେବେ ବୈଜ୍ଞାନିକମାନେ କୌଣସି ବାହ୍ୟ ଜୀବାଣୁ କିମ୍ବା ଭୂତାଣୁ ସହିତ ଲଢ଼ିବା ପାଇଁ ଆବଶ୍ୟକ ଆଣ୍ଟିବଡି ପ୍ରସ୍ତୁତ କରିଥାନ୍ତି । ଏହି ଉଦ୍ଭାବନ ଅଧିକ ଗୁରୁତ୍ୱପୂର୍ଣ୍ଣ କାରଣ ଏହା କେବଳ କରୋନା ସଂକ୍ରମଣର ଚିକିତ୍ସା ପାଇଁ ନୁହେଁ ବରଂ ସଂକ୍ରମଣ ରୋକିବା ପାଇଁ ମଧ୍ୟ ବ୍ୟବହୃତ ହେବ (ପ୍ରୋଫାଇଲକ୍ସିସ ଆଣ୍ଡ ଟ୍ରିଟମେଣ୍ଟ କୋଭିଡ-୧୯) ।

ଆଇସିଏମଆର କହିଛି ଯେ ପୂର୍ବରୁ ଏହିପରି ଚିକିତ୍ସାର ବ୍ୟବହାର ଅନେକ ଭାଇରାଲ୍ ଏବଂ ଜୀବାଣୁ ସଂକ୍ରମଣରେ ହୋଇଛି । ଏଥିମଧ୍ୟରେ ରେବିଜ, ହେପାଟାଇଟିସ୍ ବି, ଭ୍ୟାକସିନିଆ ଭାଇରସ, ଟିଟାନସ୍ ଏବଂ ଡିଫଥେରିଆ ଭଳି ରୋଗ ଆଦି ଅନ୍ତର୍ଭୁକ୍ତ ରହିଛି ।

ଯଦିଓ କୋଭିଡ-୧୯ରୁ ସୁସ୍ଥ ହୋଇ ସାରିଥିବା ଲୋକଙ୍କର ପ୍ଲାଜମାର ବ୍ୟବହାର ମଧ୍ୟ କିଛି ଏହିପରି ଚିକିତ୍ସା କରାଯାଇଥାଏ । କିନ୍ତୁ ଏଥିରେ ଆଣ୍ଟିବଡିର ସ୍ତର ପ୍ରତ୍ୟେକ ବ୍ୟକ୍ତିଙ୍କର ଆଧାରରେ ଭିନ୍ନ ଭିନ୍ନ ହୋଇଥାଏ । ଏହି କାରଣରୁ ଏହାର ବ୍ୟବହାର ମଧ୍ୟ କଷ୍ଟସାଧ୍ୟ ହୋଇଯାଇଥାଏ । ଆଇସିଏମଆର ଏହି ନୂତନ ସଫଳତାକୁ ଭାରତର ଜନସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ଏକ ବଡ଼ ସଫଳତା ବୋଲି ବର୍ଣ୍ଣନା କରିଛି ।

Be the first to comment

Leave a Reply

Your email address will not be published.


*